Indus Valley Times

ବି.ସି. ହାଇସ୍କୁଲରେ ମାତୃଭାଷା ଦିବସ ପାଳିତ

 Breaking News

ବି.ସି. ହାଇସ୍କୁଲରେ ମାତୃଭାଷା ଦିବସ ପାଳିତ

ବି.ସି. ହାଇସ୍କୁଲରେ ମାତୃଭାଷା ଦିବସ ପାଳିତ
February 21
19:09 2021

ରଣପୁର ପ୍ରତିନିଧିଙ୍କ ରିପୋର୍ଟ
ରଣପୁର, ୨୧/୦୨ : ଯେଉଁ ଜାତିର ଭାଷାପ୍ରୀତି ଯେତେ ଅଧିକ, ସେ ଜାତି ସେତିକି ସମୃଦ୍ଧ। ଆଉ ଯେଉଁ ରାଜ୍ୟର ମାତୃଭାଷା ଯେତେ ପ୍ରଗତି କରିଛି, ସେ ରାଜ୍ୟ ସେତେ ଉନ୍ନତ । ରବିବାର ଦିନ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ବ୍ରଜେନ୍ଦ୍ର ଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟରେ ମାତୃଭାଷା ଦିବସ ପାଳିତ ହୋଇ ଯାଇଛି ।
ସ୍ବଭାବ କବି ଗଙ୍ଗାଧର ମେହେର ଲେଖିଛନ୍ତି, ମାତୃଭୂମି ମାତୃଭାଷାରେ ମମତା,ଯା’ ହୃଦେ ଜନମି ନାହିଁ।ତାକୁ ଯଦି ଜ୍ଞାନୀ ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ ? ଆମ ମାତୃଭାଷାର ଟେକ ରଖିବା ପ୍ରତିଟି ଓଡ଼ିଆର କର୍ତ୍ତବ୍ୟ । ଯେଉଁ ରାଜ୍ୟର ମାତୃଭାଷା ଯେତେ ପ୍ରଗତି କରିଛି ସେ ରାଜ୍ୟ ସେତେ ଉନ୍ନତ। ତେବେ ଅତ୍ୟନ୍ତ ଦୁଃଖର ବିଷୟ, ବର୍ତ୍ତମାନର ନୂଆ ପିଢି ବିଶେଷକରି ଯୁବପିଢି ନିଜ ମାତୃଭାଷାଠୁ ବିମୁଖ ହେଉଛନ୍ତି। ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ କିପରି ଓଡିଆ ଶିଖିବେ, ପଢିବେ ଏବଂ ଲେଖିବେ ସେଥିପ୍ରତି ଗୁରୁତ୍ୱ ଦେବେ ସେ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବନଲତା ବେହେରା ଓ ବରିଷ୍ଠ ଶିକ୍ଷକ ବିରୁପାକ୍ଷ ମହାପାତ୍ର ଆଲୋଚନା କରିଥିଲେ । ନିଜର ମାତୃଭାଷା ସବୁବେଳେ ବ୍ୟକ୍ତିର ପରିଚୟକୁ ବହନ କରିଥାଏ ବୋଲି ବରିଷ୍ଠ ଶିକ୍ଷକ ବସନ୍ତ କୁମାର ସାହୁ କହିଥିଲେ । ଯେମିତି ଆମେ ନିଜେ ନ ଚାହିଁଲେ କେହି ଆମକୁ ରକ୍ଷା କରିପାରିବେ ନାହିଁ କି ନିଜେ ନ ଚାହିଁଲେ କେହି ଆମକୁ ନଷ୍ଟ କରି ପାରିବେ ନାହିଁ, ଠିକ୍ ସେମିତି ମାତୃଭାଷା ବଞ୍ଚାଇ ରଖିବା ଏବଂ ଏହାର ଉନ୍ନତି କରିବା ବି ଆମ ଉପରେ ନିର୍ଭର କରେ ବୋଲି ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳି ଦାସ ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର‌୍ୟ୍ୟକ୍ରମରେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031