Indus Valley Times

ବୀର ନରସିଂହପୁରରେ ବୁଣାକାର ସଚେତନତା ଶିବିର ଓ ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳନ

 Breaking News

ବୀର ନରସିଂହପୁରରେ ବୁଣାକାର ସଚେତନତା ଶିବିର ଓ ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳନ

ବୀର ନରସିଂହପୁରରେ ବୁଣାକାର ସଚେତନତା ଶିବିର ଓ ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳନ
April 03
21:32 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩/୪ : ହସ୍ତ ତନ୍ତ ଓ ବୟନ କଳା ହେଉଛି ବୁଣାକାରଙ୍କ କୌଳିକ ବୃତ୍ତି ତଥା ଜୀବନ ଜୀବିକା । ଏହି କଳାକୁ ବଞ୍ଚାଇ ରଖିବା ରେ ସିଏ କରିଥାଏ ଅକ୍ଲାନ୍ତ ପରିଶ୍ରମ ।
ପିଢ଼ି ପରେ ପିଢ଼ି ଏ ଭଳି ପାରମ୍ପରିକ କଳାକୁ ବଞ୍ଚେଇ ରଖି ଆସିଛି । ସବୁ ବର୍ଗ ର ଲୋକେ ଯଦି ବୁଣାକାରଙ୍କ ବସ୍ତ୍ର ଆଗ୍ରହ ସହ ପରିଧାନ କରିବେ ତେବେ ସେମାନଙ୍କ ସାମାଜିକ ଓ ଅର୍ଥ ନୈତିକ ଅଭିବୃଦ୍ଧି ଦିଗରେ ବିଶେଷ ସହାୟକ ହୋଇ ପାରିବ ବୋଲି ହରଭଙ୍ଗା ବ୍ଳକ ବିରନରସିଂହ ପୁର ସ୍ଥିତ ଯାଯାବର ଗୃହରେ ଓଡ଼ିଆ ପକ୍ଷ ୨୦୨୬ ଓ ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳନ ତଥା ଶ୍ରୀ ଲିଙ୍ଗରାଜ ତନ୍ତୁବାୟ ସହଯୋଗ ସମିତି ଦ୍ୱାରା ଆୟୋଜିତ ବୁଣାକାର ସଚେତନତା ଶିବିରରେ ମତ ପ୍ରକାଶ ପାଇଥିଲା ।
ତନ୍ତୁବାୟ ସମିତି ର ବରିଷ୍ଠ ବୁଣାକାର ହୃଷିକେଶ ମେହେରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ବୁଣାକାର ସଚେତନତା ଶିବିର ଏବଂ ପାରମ୍ପରିକ ପୋଷାକ ପରିଧାନ ଦିବସ ରେ ମୁଖ୍ୟ ଅତିଥି ରୂପରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଯୋଗ ଦେଇ ପାରମ୍ପରିକ ପୋଷାକ ପରିଧାନ କୁ ଗୁରୁତ୍ୱ ଦେବା ସହିତ ବୁଣାକାର ନିଜ କୌଳିକ ବୃତ୍ତିକୁ ବଞ୍ଚେଇ ରଖିବା ପାଇଁ ଉଦବୋଧନ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର, ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ନାଏକ, ସହକାରୀ ଉପ ନିବନ୍ଧକ ରଘୁନାଥ ପୁଝାରୀ, ବୟନ ତତ୍ୱାବଧାରକ ଦେବେନ୍ଦ୍ର ଭୋଇ, ବୟନ ନିରୀକ୍ଷକ ଜିଲୁସାହୁ, ପ୍ରିୟଙ୍କା ଗଡ଼ନାୟକ, ବୈଷୟିକ ସହାୟକ ମିତ୍ରଭାନୁ ଭୋଇ, ଶ୍ରୀରାମ ଯାନୀ, ଅଶୋକ ମେହେର, ସୌମ୍ୟ ରଞ୍ଜନ ସାହୁ ଯୋଗ ଦେଇ ବୁଣାକାରଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ଉପରେ ଆଲୋଚନା କରାଯାଇଥିଲା ।
ରମେଶ ପ୍ରସାଦ ମେହେର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସମିତିର ସମ୍ପାଦକ ଲିଙ୍ଗରାଜ ମେହେର ଧନ୍ୟ ବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930