Indus Valley Times

ବୁଧବାରଠୁ ଆହୁରି ବଢ଼ିବ ଶୀତ ପ୍ରକୋପ, ନୂଆବର୍ଷ ଯାଏଁ ଜାଡରେ ଥରିବ ଓଡ଼ିଶା

 Breaking News

ବୁଧବାରଠୁ ଆହୁରି ବଢ଼ିବ ଶୀତ ପ୍ରକୋପ, ନୂଆବର୍ଷ ଯାଏଁ ଜାଡରେ ଥରିବ ଓଡ଼ିଶା

December 30
00:18 2020

ଭୁବନେଶ୍ୱର,୨୯/୧୨: ଜାରି ରହିବ ଶୀତ ପ୍ରକୋପ । ଏବେ କମିବନି ଥଣ୍ଡା । ବୁଧବାର ଠାରୁ ଥଣ୍ଡା ଆହୁରି ବଢ଼ିବ । ଏଭଳି ତାଜା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।ରାଜ୍ୟରେ ଏବେ ଶୀତ ପ୍ରକୋପ ଅସହ୍ୟ ଅଛି। ଯଦିଓ ଆଭ୍ୟନ୍ତରୀଣ ଏବଂ ଉପକୂଳରେ ପାରଦ ସାମାନ୍ୟ ଉପରକୁ ଉଠିଛି, ତଥାପି ଥଣ୍ଡା ଛାଡ଼ିନି ।

ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି, ମଙ୍ଗଳବାର ତାପମାତ୍ରାରେ ବିଶେଷ ଫରକ ଆସିବନି । ମାତ୍ର ତା ପରେ ରାତି ତାପମାତ୍ରା ଖସିବ। ଆସନ୍ତା ୩୧ ତାରିଖବେଳକୁ ଅନେକ ଜାଗାରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ସେଲସିୟସ୍‌ କମ୍‌ ଥାଇପାରେ । ଏଥିରୁ ଅନୁମାନ କରାଯାଇପାରେ, ନୂଆବର୍ଷ ବେଳକୁ ରାଜ୍ୟରେ ଭୀଷଣ ଶୀତ ପ୍ରକୋପ ଜାରି ରହିଥିବ ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରବିବାର ରାତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିଛି। ସୋମବାର ରାତିରେ ମଧ୍ୟ ତାପମାତ୍ରା ଆଉ କିଛି ବଢ଼ିବାରୁ ଶୀତ ସାମାନ୍ୟ କମିଛି। ହେଲେ ମଙ୍ଗଳବାରଠାରୁ ଚାରିଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ। ତେଣୁ ନୂଆବର୍ଷବେଳକୁ ଥଣ୍ଡା ପ୍ରକୋପ ରହିପାରେ। ୨ ତାରିଖରୁ ପାରଦ ପୁଣି ବଢ଼ିବା ସହ ଶୀତ ଆହୁରି କମିପାରେ। ବର୍ତ୍ତମାନ ଗୁରୁଚାପ ବଳୟର କେନ୍ଦ୍ର ପୂର୍ବ ଭାରତକୁ ଗତି କରୁଛି ।

ବୁଧବାରଠାରୁ ଏହା ଉତ୍ତର ପଶ୍ଚିମ ଓ ଦକ୍ଷିଣ ଝାଡ଼ଖଣ୍ଡ ଉପରେ ଅବସ୍ଥିତ ରହିବ । ଏଥିଯୋଗୁ ଉତ୍ତରରୁ ଥଣ୍ଡା ପବନ ଆସିବାରେ ବାଧାପ୍ରାପ୍ତ ହେଉଛି । ତେଣୁ ଶୀତ ପ୍ରକୋପ ସାମାନ୍ୟ କମିଛି । ହେଲେ କୁହୁଡ଼ି ବଢ଼ିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031