Indus Valley Times

ବୃଦ୍ଧାଶ୍ରମରେ ନିଜ ଜନ୍ମ ଦିନ ପାଳିଲେ ଅଭିନେତା ତଥା ରାଜନେତା ଆକାଶ ଦାସନାୟକ

 Breaking News

ବୃଦ୍ଧାଶ୍ରମରେ ନିଜ ଜନ୍ମ ଦିନ ପାଳିଲେ ଅଭିନେତା ତଥା ରାଜନେତା ଆକାଶ ଦାସନାୟକ

ବୃଦ୍ଧାଶ୍ରମରେ ନିଜ ଜନ୍ମ ଦିନ ପାଳିଲେ ଅଭିନେତା ତଥା ରାଜନେତା ଆକାଶ ଦାସନାୟକ
September 17
20:22 2021

ଭୁବନେଶ୍ୱର, ୧୭/୯ : ଅଭିନେତାରୁ ରାଜନେତା ହୋଇଥିବା ଆକାଶ ଦାସନାୟକଙ୍କ ଆଜି ଜନ୍ମଦିନ। ଓଡ଼ିଆ ସିନେ ଜଗତର ଅଭିନେତା ତଥା ରାଜନେତା ଆକାଶ ନିଜ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି।
ସମାଜ ସେବାକୁ ଗୁରୁତ୍ତ୍ଵ ଦେଉଥିବା ଆକାଶ ପ୍ରତିବର୍ଷ ନିଜ ଜନ୍ମଦିନ ଟିକେ ନିଆରା ଢଙ୍ଗରେ ପାଳନ କରିଥାନ୍ତି। ଏ ବର୍ଷ ବି ସେ ନିଜ ପରିବାର ସମ୍ପର୍କୀୟଙ୍କ ସହ ଜନ୍ମଦିନ ପାଳନ ନ କରି ଵୃଦ୍ଧାଶ୍ରମରେ ପାଳନ କରି ସମାଜକୁ ଏକ ସୁନ୍ଦର ସନ୍ଦେଶ ଦେଇଛନ୍ତି।
ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା, ଓଡିଶା ସରକାରଙ୍କ “ମୋ କଲେଜ ଅଧ୍ୟକ୍ଷ”, ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟର ଉପଦେଷ୍ଟା ଆକାଶ ଦାସନାୟକ ପ୍ରତିବର୍ଷ ନିଜ ଜନ୍ମଦିନ ଅନାଥ ଆଶ୍ରମର କୁନି କୁନି ପିଲା, ସେବାଶ୍ରମ, ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ପାଳନ କରି ଆସୁଛନ୍ତି ।
ଏହି ବର୍ଷ ଭୁବନେଶ୍ୱର ସ୍ଥିତ “ଶ୍ରୀକୃଷ୍ଣା ବୃଦ୍ଧାଶ୍ରମ”ରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ଆକାଶଙ୍କ ଜନ୍ମଦିନ ଉପଲକ୍ଷେ “ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ” ଏହି ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ଚକ୍ଷୁ ଓ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ କରିଥିଲା ।
ଚକ୍ଷୁ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ଉପକରଣ ଓ ଔଷଧ ଦିଆଯାଇଥିଲା । ଏକ ଘରୋଇ ହସ୍ପିଟାଲ ଡାକ୍ତର ଏହି ଚକ୍ଷୁ ଓ ସ୍ୱାସ୍ଥ୍ୟ ଚିକିତ୍ସା ଶିବିରକୁ ସହଯୋଗ କରିଥିଲେ ।
ଜନ୍ମଦିନରେ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଆକାଶଙ୍କର ଏହା ଥିଲା ଏକ ନିଆରା ପ୍ରୟାସ। ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହ କେକ କାଟି ସେ ଜନ୍ମଦିନ ପାଳନ କରିବା ସହ ଏମାନଙ୍କ ସହ ସମୟ ବିତାଇଛନ୍ତି।
ଆକାଶ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହ ଖୁସି ବାଣ୍ଟିଛନ୍ତି । ସେ କହିଛନ୍ତି‘ଖୁସି ବାଣ୍ଟିଲେ ବଢେ’। ଆକାଶଙ୍କର ସିନେ ପ୍ରଶଂସକ, ରାଜନୈତିକ ପ୍ରଶଂସକ, ବୁଦ୍ଧିଜୀବି ମହଲରୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିବାରେ ଲାଗିଛି ।
ଅନେକ ବିଶିଷ୍ଟ ବ୍ୟକ୍ତି ଆକାଶଙ୍କୁ ତାଙ୍କର ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଆକାଶ ମଧ୍ୟ ନିଜ ଜନ୍ମଦିନରେ ସମସ୍ତଙ୍କୁ କରୋନା ସଚେତନତା ବାର୍ତା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031