Indus Valley Times

ବେଆଇନ୍ ବାଣ ବ୍ୟବସାୟ ଉପରେ ଚଢ଼ାଉ, ୪୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଓ ବାଣ ଜବତ, ଜଣେ ଗିରଫ

 Breaking News

ବେଆଇନ୍ ବାଣ ବ୍ୟବସାୟ ଉପରେ ଚଢ଼ାଉ, ୪୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଓ ବାଣ ଜବତ, ଜଣେ ଗିରଫ

ବେଆଇନ୍ ବାଣ ବ୍ୟବସାୟ ଉପରେ ଚଢ଼ାଉ, ୪୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଓ ବାଣ ଜବତ, ଜଣେ ଗିରଫ
October 20
18:00 2022

ବ୍ରହ୍ମପୁର,୨୦/୧୦: ଦୀପାବଳି ପୂର୍ବରୁ ବାଣ ପ୍ରସ୍ତୁତକାରୀ ଓ ବ୍ୟବସାୟୀମାନେ ଅଧିକ ସକ୍ରିୟ ଦେଖାଯାଇଛନ୍ତି। ବାଣ ପ୍ରସ୍ତୁତ ଓ ବେପାର କରିବା ପାଇଁ ଲାଇସେନ୍ସର ଆବଶ୍ୟକତା ଥିବା ବେଳେ କିଛି ସ୍ଥାନରେ ଏହି ନିୟମର ଉଲ୍ଲଂଘନ ହେଉଥିବା ଦେଖାଯାଉଛି। ତେଣୁ ଏହିଭଳି ସ୍ଥାନଗୁଡ଼ିକରେ ପୁଲିସ ଅତର୍କିତ ଚଢ଼ଉ କରୁଛି।
ଗଂଜାମ ଜିଲ୍ଲା ଆସିକାର ନଳବଣ୍ଟାରେ ପୁଲିସ ଆଜି ଅତର୍କିତ ଭାବେ ଚଢ଼ଉ କରି ବାଣ ବୋଝେଇ ୫ଟି ପିକ୍ଅପ୍ ଭ୍ୟାନ୍ ଜବତ କରିଛି। ଚଢ଼ଉ ସମୟରେ ଜଣେ ବ୍ୟକ୍ତି ଗିରଫ ହୋଇଥିବା ବେଳେ ଅନ୍ୟ ୧୦ ଜଣ ଅଭିଯୁକ୍ତ ପୁଲିସ ଆଗରୁ ଖସିଯାଇଛନ୍ତି। ଗିରଫ ଅଭିଯୁକ୍ତ ଜଣକ କଟକ ଜିଲ୍ଲା ତିଗିରିଆ ଅଞ୍ଚଳର ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।
ଗତକାଲି ଗଂଜାମ ଜିଲ୍ଲା ପାଟପୁର ଥାନା ଅଧୀନ ପୋଡ଼ାମାରୀ ଓ ଡେଙ୍ଗାଓସ୍ତା ଗ୍ରାମରେ ଚାଲିଥିବା ବେଆଇନ ବାଣ ଗୋଦାମ ଉପରେ ବୁଧବାର ରାତିରେ ପୁଲିସ ଚଢ଼ଉ କରିଥିଲା। ୧୦ ଲକ୍ଷ ଟଙ୍କାର ବାଣ ଜବତ ହୋଇଥିବା ବେଳେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଅଭିଯୁକ୍ତମାନେ ହେଲେ, ପୋଡ଼ାମାରୀ ଗ୍ରାମର ପି.ପ୍ରଶାନ୍ତ କୁମାର ସୁବୁଦ୍ଧି, ଏ.ସୀମାଞ୍ଚଳ ପାତ୍ର, ସନ୍ତୋଷ କୁମାର ପାଢ଼ୀ ଓ ଡେଙ୍ଗାଓସ୍ତା ଗ୍ରାମର ୟୁ.ଭଗବାନ ପାତ୍ର। ୪ଟି ମାମଲା ରୁଜୁ ହୋଇଛି।
ଏଥିରେ ସଂପୃକ୍ତ ଜଣେ ବାଣ ବ୍ୟବସାୟୀଙ୍କ ଅନ୍ୟ ଗୋଦାମରେ ବି ବିପୁଳ ପରିମାଣର ବାଣ ଗଚ୍ଛିତ ଥିବା ସନ୍ଦେହ କରାଯାଉଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି। ଆଗାମୀ ଦିନରେ ବେଆଇନ ବାଣ ବ୍ୟବସାୟ ଉପରେ ଚଢ଼ଉକୁ ବ୍ୟାପକ କରାଯିବ ବୋଲି ଥାନାଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031