Indus Valley Times

ବେଲଜିୟମ ସରକାରଙ୍କ ବଡ ଘୋଷଣା: କର୍ମଚାରୀଙ୍କୁ ମାତ୍ର ୩୮ଘଣ୍ଟା କାମ କରିବାକୁ ପଡିବ, କଟିବ ନାହିଁ ଦରମା

 Breaking News

ବେଲଜିୟମ ସରକାରଙ୍କ ବଡ ଘୋଷଣା: କର୍ମଚାରୀଙ୍କୁ ମାତ୍ର ୩୮ଘଣ୍ଟା କାମ କରିବାକୁ ପଡିବ, କଟିବ ନାହିଁ ଦରମା

ବେଲଜିୟମ ସରକାରଙ୍କ ବଡ ଘୋଷଣା: କର୍ମଚାରୀଙ୍କୁ ମାତ୍ର ୩୮ଘଣ୍ଟା କାମ କରିବାକୁ ପଡିବ, କଟିବ ନାହିଁ ଦରମା
February 17
17:55 2022

ନୁଆଦିଲ୍ଲୀ,୧୭/୨: କରୋନା ମହାମାରୀରେ ଦେଶର ଅର୍ଥନୀତି ଏକ ପ୍ରକାର ଭୁଷୁଡି ପଡିଛି । ଏବେ ସେହି ଭୁଷୁଡା ଅର୍ଥନୀତିକୁ ପୁର୍ବ ଅବସ୍ତାକୁ ଫେରିବା ପାଇଁ ପ୍ରୟାସ ଚାଲିଛି ।
ଏହାରି ଭିତରେ ବେଲଜିୟରେ ଚାକିରୀ କରୁଥିବା କର୍ମଚାରୀଙ୍କ ପାଇଁ ଚାକିରୀରେ କିଛିଟା କୋହଳ କରିଛନ୍ତି ସରକାର ।
ସପ୍ତାହକୁ ମିଳିବ ୩ଦିନ ଛୁଟି। ଏବେ ଲୋକଙ୍କୁ ୬ଦିନ ବଦଳରେ ମାତ୍ର ୪ଦିନ କାମ କରିବାକୁ ହେବ। ତେବେ ଏମିତିକି କାମ ସରିବା ପରେ ଅଫିସ ସହ ଜଡ଼ିତ କୌଣସି ମେସେଜର ଜବାବ ଦେବାର ମଧ୍ୟ ଚାପ ରହିବ ନାହିଁ। ଏହି ନିୟମ ଭାରତରେ ନୁହେଁ ବରଂ ବେଲଜିୟମରେ ଲାଗୁ ହେବ ବୋଲି ଜଣାପଡ଼ିଛି। ସେଠାରେ ବର୍ତ୍ତମାନ କର୍ମଚାରୀମାନଙ୍କୁ ପାଞ୍ଚ ବଦଳରେ ଚାରି ଦିନ କାମ କରିବାକୁ ପଡିବ। କର୍ମଚାରୀମାନେ ସେମାନଙ୍କର କାମ ସରିବା ପରେ ଅଫିସରୁ ଯାଉଥିବା ବାର୍ତ୍ତାଗୁଡ଼ିକୁ ଅଣଦେଖା କରିବାର ଅଧିକାର ମଧ୍ୟ ପାଇବେ। କୋଭିଡ ପରେ ଦେଶ ଏହାର ଅର୍ଥନୀତି ତଥା ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ଏଭଳି ନିୟମ ତିିଆରି କରିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ଆଳେକ୍ସଜାଣ୍ଡାର ଦି କ୍ରୋ କହିଛନ୍ତି ।
ବେଲଜିୟମ ଲୋକଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଏବଂ ସେମାନଙ୍କୁ ଏକ ଉତ୍ତମ କାର‌୍ୟ୍ୟ ଜୀବନ ଯୋଗାଇବା ପାଇଁ ବେଲଜିୟମ ସରକାରଙ୍କ ଏହି ପଦକ୍ଷେପ ନେଉଛନ୍ତି। ନୂଆ ନିୟମ ଅନୁଯାୟୀ, କର୍ମଚାରୀମାନଙ୍କୁ ପାଞ୍ଚ ବଦଳରେ ଚାରି ଦିନ ଏବଂ ମାତ୍ର ୩୮ଘଣ୍ଟା କାମ କରିବାକୁ ପଡିବ। ୩ଦିନ ଛୁଟି ମିଳୁଥିଲେ ବି କର୍ମଚାରୀମାନଙ୍କ ମାସିକ ଦରମା ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031