Indus Valley Times

ବୈାଦ୍ଧ:ସହରରେ ଆରମ୍ଭ ହେଲା କଭୋଡି ସର୍ଭେ

 Breaking News

ବୈାଦ୍ଧ:ସହରରେ ଆରମ୍ଭ ହେଲା କଭୋଡି ସର୍ଭେ

July 17
21:41 2020

କମ୍ଭୁ ଧର ଖେତୀ
ବୈାଦ୍ଧ,୧୭/୭: ବୈାଦ୍ଧ ସହରରେ ଗତ ମଙ୍ଗଳବାର ୩ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଶୁକ୍ରବାର ଦିନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଣ୍ଟେନମେଣ୍ଟ ଜୋନରେ କୋଭିଡ-୧୯ ସର୍ଭେ କାର୍ଯ୍ୟ ଯୁଦ୍ଧକାଳିନ ଭିତ୍ତିରେ ଆରମ୍ଭ ହୋଇଯାଇଛି । ଏହି କଣ୍ଟେନମେଣ୍ଟ ଜୋନ ଭିତରେ ଆସୁଥିବା ବୈାଦ୍ଧଗଡ ବିଜ୍ଞାପିତ ଅଞ୍ଚଳର ୩ଟି ୱାଡର ଘରକୁ ଘର ଯାଇ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ସର୍ଭେରେ ପରିବାରର ସଦସ୍ୟ ସଂଖ୍ୟା, ବୟସ, ପରିବାରରେ କାହାକୁ ଥଣ୍ଡା, କାଶ, ଜ୍ୱର ହେଉଛି ଆଦି ତଥ୍ୟ ସଂଗ୍ରହ କରାଯାଉଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୩ଟି ୱାର୍ଡ ପାଇଁ ୨୧ଟି ଦଳ ଗଠନ କରାଯାଇଛି । ପ୍ରତି ୱାର୍ଡରେ ୭ ଟିମ ସର୍ଭେ କରିବେ ଓ ପ୍ରତି ଟିମରେ ଅଶା, ଅଙ୍ଗନୱାଡି, ଏନଏସି ୱାର୍ଡ ଅଫିସର ରହିଥିବା ଜଣାପଡିଛି । ଏହି ସର୍ଭେ ୧୪ ଦିନ ପର୍ଯ୍ୟନ୍ତ ଚାଲୁ ରହିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031