Indus Valley Times

ବୈାଦ୍ଧ: ନୂତନ ଗାଇଡ ଲାଇନ ଜାରିକଲେ ଜିଲ୍ଲା ପ୍ରଶାସନ

 Breaking News

ବୈାଦ୍ଧ: ନୂତନ ଗାଇଡ ଲାଇନ ଜାରିକଲେ ଜିଲ୍ଲା ପ୍ରଶାସନ

ବୈାଦ୍ଧ: ନୂତନ ଗାଇଡ ଲାଇନ ଜାରିକଲେ  ଜିଲ୍ଲା ପ୍ରଶାସନ
August 01
11:34 2020

କମ୍ଭୁ ଧର ଖେତୀ ଙ୍କ ରିପୋର୍ଟର୍
ବୈାଦ୍ଧ,୩୧/୭: ବୈାଦ୍ଧ ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଶୁକ୍ରବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଧ୍ୟାଦେଶ ଜାରି କରାଯାଇଛି । ଏହି ଅଧ୍ୟାଦେଶ ଆସନ୍ତା ସୋମବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ଲାଗୁ କରାଯାଇଛି ।ଏଥିରେ ସାମାଜିକ ଦୁରତା ଓ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇଛି ।
ଆସନ୍ତା ସୋମବାର ଠାରୁ ଗୁରୁବାର ଦିନ ପର୍ଯ୍ୟନ୍ତ ଜିଲ୍ଲାର କିରାନା ଦୋକାନ, ଫଳ, ପନିପରିବା, କ୍ଷୀର, ମାଛ,ମାଂସ , ସାର, କୀଟନାଶକ, କୃଷି ସାମଗ୍ରୀ ଦୋକାନ, ଘର ନିର୍ମାଣ ଓ ଉପକରଣ ବିକ୍ରି କରୁଥିବା ଦୋକାନ ଗୁଡିକ ସକାଳ ୭ ଘଣ୍ଟା ରୁ ଅପରାହ୍ନ ୨ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବ । ସେହିପରି ଔଷଧ ଦୋକାନ, ଗ୍ୟାସ ଏଜେନ୍ସି, ପେଟ୍ରୋଲ ପମ୍ପ ଆଦି ୨୪ ଘଣ୍ଟା ଖୋଲା ରହି ପାରିବ । ଅପରାହ୍ନ ୨ଟା ପର ଠାରୁ ସକାଳ ୭ ଘଣ୍ଟା ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ଉପରେ କଟକଣା ଜାରିକରାଯାଇଛି । ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକ ୫୦ ପ୍ରତିଶତ କମ କର୍ମଚାରୀରେ ନେଇ ଖୋଲା ରହିବ ।
ସେହିପରି ହୋଟେଲ, ରେଷ୍ଟୁରାଣ୍ଟ ଗୁଡିକ ସକାଳ ୭ ଘଣ୍ଟାରୁ ସନ୍ଧ୍ୟା ୮ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବ । ସେମାନେ ମଧ୍ୟାହ୍ନ ଓ ରାତ୍ରି ଭୋଜନ କେବଳ ପାର୍ଶଲ ଓ ହୋମ ଡେଲିଭରି କରିବେ । ବ୍ୟାଙ୍କ, କିସ୍କ, ସହଜ ଜନସେବା କେନ୍ଦ୍ର ଆଦି ଖୋଲା ରହିବ ।
ସେହିପରି ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ଜିଲ୍ଲାକୁ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି । କେବଳ, ପୋଲିସ ଥାନା, ଡାକ୍ତରଖାନା, ଏନଏସି, ପାନୀୟ ଜଳ ଯୋଗାଣ ସଂସ୍ଥା, ବିଦ୍ୟୁତ ସେବା କାର୍ଯ୍ୟଳୟକୁ ଛାଡିଦେଲେ ବାକି ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ । ଏହି ନିୟମକୁ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031