Indus Valley Times

ବୈାଦ୍ଧ: ବିଇଓଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା

 Breaking News

ବୈାଦ୍ଧ: ବିଇଓଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା

October 31
16:56 2020

କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୩୧/୧୦: ବୈାଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ପୂର୍ବତନ ବିଇଓ ସନାତନ ଗାଆଣଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବଲାସିଙ୍ଗାସ୍ଥିତ ଜଗନ୍ନାଥ ବନ ପ୍ରକଳ୍ପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିକ୍ଷାଧିକାରୀ ଗେନ୍ଦେରା କୁଜୁର ଯୋଗଦେଇ ଶ୍ରୀଗାଆଣଙ୍କୁ ବାଣୀପ୍ରଭା ସମ୍ମାନରେ ସମ୍ମାନିତ କରିଥିଲେ । ବିଇଓ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସରସରା, ତାଳବାହାଲ, ରାଧାନଗର, ବିରନରସିଂପୁର, କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ଶିକ୍ଷକ ବିଜୟ କୁମାର ସାହୁ ପ୍ରାରମ୍ଭରେ ଅତିଥି ପରିଚୟ ପ୍ରଦାନ କରିବାସହ ସଂଯୋଜନା କରିଥିଲେ । ଗୁରୁ ଶିଷ୍ୟଙ୍କ ସଂପର୍କରେ ସ୍ୱଚ୍ଛତା ରହିପାରିଲେ ଏକ ସମର୍ଥ ଭାରତ ଗଠନ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଜିଲ୍ଲାର ଦିବଂଗତ ୮ଜଣ ଶିକ୍ଷକଙ୍କ ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା ।
ପୋଖରୀ ହୁଡା ଓ ସଂଲଗ୍ନ ରାସ୍ତାକୁ ସଫେଇ କଲେ ସ୍ୱେଚ୍ଛାସେବୀ
ବୌଦ୍ଧ,୩୧/୧୦: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଂଚାୟତ ରଘୁନାଥପୁରର ଯୁବ ସ୍ୱେଚ୍ଛାସେବୀ ମାନେ ଗ୍ରାମରେ ଥିବା ରୁଗୁଡ଼ି ମୁଣ୍ଡା ପୋଖରୀର ହୁଡାରେ ଓ ତତସଂଲଗ୍ନ ରାସ୍ତାରେ ଥିବା ବିଭିନ୍ନ ଅନାବନା ଗଛ ଏବଂ ଲଟା ବୁଦା ସଫା କରିଛନ୍ତି । ପୋଖରୀ ଉପରେ ଗ୍ରାମବାସୀ ସ୍ନାନ ଶୌଚ ପାଇଁ ନିର୍ଭର କରିଥାଆନ୍ତି ଓ ବର୍ଷା ଦିନ ପରେ ପୋଖରୀ ହୁଡା ଓ ପୋଖରୀକୁ ଯାଇଥିବା ରାସ୍ତାରେ ଅନେକ ଅନାବନା ଗଛ ଲତା ଉଠି ଅପରିଷ୍କାର ହୋଇ ପଡିଥିଲା । ସେଥିପାଇଁ ଲୋକେ ହଇରାଣ ହେଉଥିଲେ । ଗ୍ରାମର କିଛି ଯୁବକ ବାହାରି ଆଜି ସକାଳୁ ପରିଷ୍କାର କରିଛନ୍ତି । ସୁବାସ ଦେହୁରୀ, ସଞ୍ଜୟ କୁମାର ନାଏକ, କୃପାସିନ୍ଧୁ ବେହେରା, ମହେଶ ଦନ୍ତା, ଆଶିଷ ମହାକୁଡ଼, ଆଶୀର୍ବାଦ ପ୍ରଧାନ, ବିକାଶ ପ୍ରଧାନ, ପ୍ରଦୀପ୍ତ ଦେହୁରୀ, ରିକୁନ ଉର୍ମା, ତପନ ଦେହୁରୀ ଓ ଭାଗିରଥି ଦେହୁରୀ ପ୍ରମୁଖ ଯୁବକମାନେ ସଫେଇ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।
ଶହୀଦ ଭାଗ୍ୟଧର ମହାନନ୍ଦିଆଙ୍କ ପରିବାରକୁ ଯାଇ ସମସ୍ୟା ବୁଝିଲେ ବୌଦ୍ଧ ଏସପି
କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ
ବୈାଦ୍ଧ,୩୧/୧୦: ସରକାର ଶହୀଦଙ୍କ ପରିିବାର କିପରି ଅଛନ୍ତି ଓ ସେମାନଙ୍କ ପରିବାରର ସମସ୍ୟା ସଂପର୍କରେ ପଚାରି ବୁଝିବା ପାଇଁ ପୋଲିସ ପ୍ର୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ବେଳେ ବୈାଦ୍ଧ ଏସପି ଭି. ରଘୁନାଥ ରାଓ ଓ ପୋଲିସ ଆରଆଇ ରାଜୀବ ଲୋଚନ ସେଠ ଗୁରୁବାର ଦିନ ଶହୀଦ ଭାଗ୍ୟଧର ମହାନନ୍ଦିଆଙ୍କ ଘରକୁ ଯାଇ ତାଙ୍କ ଫୋଟରେ ପୁଷ୍ପ ମାଲ୍ୟାର୍ପଣ କରିଥିôଲେ । ସହିଦ ଭାଗ୍ୟଧରଙ୍କ ପରିବାର ସଦସ୍ୟମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ସଂପର୍କରେ ପଚାରିି ବୁଝିବା ସହିିତ ବିଭିନ୍ନ ବିଷୟରେ ଆଲୋଚନା କରିଥିôଲେ । ଶହିଦ ଭାଗ୍ୟଧର ମହାନନ୍ଦିିଆଙ୍କ ଘର ବୈାଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ବାମଣ୍ଡା ଫଚାୟତର ଜଟେସିଙ୍ଗାଗ୍ରାରେ । ସେ ୧୦/୧୦/୨୦୧୦ ମସିହାରେ ଆଇଟିବିପିଏଫରେ ଯୋଗଦାନ କରିଥିଲେ । ଭାରତ-ଚୀନ ସୀମାରେ ଡ୍ୟୁଟି କରୁଥିବା ୧୧/୧୦/୨୦୧୨ ମସିହାରେ ହିମାଂଚଳ ପ୍ରଦେଶର ସିମଲା ଜିଲ୍ଲା ଖାରେସି ନିକଟରେ ଏକ ସଡକ ଦୁର୍ଘଟଣାରେ ଶହିଦ ହୋଇଥିଲେ ।
ବୌଦ୍ଧଜିଲ୍ଲା ପ୍ରଶାସନ ତରଫରୁ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ
କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୩୧/୧୦: ବୈାଦ୍ଧଜିଲ୍ଲା ପ୍ରଶାସନ ତରଫରୁ ଶୁକ୍ରବାର ଦିନ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଷ୍ଟାଡିୟମ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିô ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଏକ ସଂଚୟ ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଅନ୍ୟତମ ଅତିଥି ଭାବେ ଉପଜିଲ୍ଲାପାଳ ଅଶ୍ୱିନୀ ମେହେର, ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିରଂଚି ଧରୁଆ ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଶିଶିର କୁମାର ସାହୁୁ ପ୍ରମୁଖ ଉପସ୍ଥିତ ଥିଲେ । ଅନାବଶ୍ୟକ ଖର୍ଚ୍ଚକୁ ଯଥାସମ୍ଭବ କମାଇ ସଞ୍ଚୟ କରି ରଖିଲେ ବ୍ୟକ୍ତିର ଆର୍ଥିକ ବିକାଶ ସହିତ ଦେଶର ଅଭିବୃଦ୍ଧି ଘଟିବାରେ ସହାୟକ ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031