Indus Valley Times

ବୈାଦ୍ଧ: ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିକଲା ସଚେତନ ସାମାଜିକ କର୍ମୀ

 Breaking News

ବୈାଦ୍ଧ: ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିକଲା ସଚେତନ ସାମାଜିକ କର୍ମୀ

ବୈାଦ୍ଧ: ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିକଲା ସଚେତନ ସାମାଜିକ କର୍ମୀ
July 23
20:49 2020

କମ୍ଭୁ ଧର ଖେତୀ ଙ୍କ ରିପୋର୍ଟ

ବୈାଦ୍ଧ,୨୩/୭: ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ନେଇ ଦ୍ୱନ୍ଦ ଲାଗି ରହିଥିବା ବେଳେ ଏହି ଘଟଣାର ତଦନ୍ତ ଜିଆରପି ପୁଲିସ କରୁଛି ।  ରାଜ୍ୟର ବିଭିନ୍ନ ସଂଗଠନ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରୁଛନ୍ତି ।
 ବୈାଦ୍ଧ ଜିଲ୍ଲାରେ ମଧ୍ୟ ଭାରତୀୟ ଜନତା ପାର୍ଟି ଓ ନିଜ ଗ୍ରାମ ତାଳସରଡା ଗ୍ରାମବାସୀ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଆସୁଥିବା ବେଳେ ଗୁରୁବାର ଦିନ ବୈାଦ୍ଧଜିଲ୍ଲା ସଚେତନ ସାମାଜିକ କର୍ମୀ ଓ ସାଧାରଣ ନାଗରିକଙ୍କ ପକ୍ଷରୁ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦିଆଯାଇଛି କରାଯାଇଛି ।
ଦାବିପତ୍ରରେ ଆଦିତ୍ୟଙ୍କ ର ଗତ ୬.୭.୨୦ ତାରିଖ ରାତିରେ ସନ୍ଦେହ ଜନକ ଭାବରେ ମୃତ୍ୟୁ ବୈାଦ୍ଧ ଜିଲ୍ଲା ବାସୀଙ୍କୁ ଘୋର ମର୍ମାହତ ଓ ଦୁଃଖରେ ପକାଇ ଦେଇଛି । ଆଦିିତ୍ୟଙ୍କ ମୁତ୍ୟୁ ଘଟଣାକୁ ଦୀର୍ଘ ୧୮ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁର ରହସ୍ୟ ଏଯାବତ ଜଣାପଡୁନାହିଁ କି ଦୋଷୀମାନେ ଧରାପଡୁ ନାହାନ୍ତି । ରେଳବାଇ ପୋଲିସ କାର୍ଯ୍ୟ ମନ୍ଥର ଓ ନିରପେକ୍ଷ ନ ଥିବାର ଅନୁମାନ କରାଯାଉଛି ।
ଏଥିରେ ବଡବଡିଆ ଲୋକଙ୍କ ହାତଥିବାର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଅଛି । ଏଣୁ ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ନିରପେକ୍ଷ ତଦନ୍ତ ନିମନ୍ତେ ସିବିଆଇକୁ କେଶ ହସ୍ତାନ୍ତର ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ନିବେଦନ କରିଛନ୍ତି । ଏଥିରେ କେଦାର ନାଥ ସାହୁ, କୃ ିବାସ ପଲିଆ, ବିକାଶ ମହାକୁଡ, ଇନ୍ଦ୍ରମଣୀ ମେହେର, ଲୋକନାଥ ଶତପଥି, ସୁମନ୍ତ ମେହେର, ସନ୍ତୋଷ ମେହେର,ବସନ୍ତ ସାହୁ, ପ୍ରଶାନ୍ତ ଭାଇନା, ସୁବ୍ରତ ପୁରୋହିତ ପ୍ରମୁଖ ଉପସ୍ଥିତଥିଲେ । ପ୍ରାରମ୍ଭରେ ବ୍ରିଜଛକ ଠାରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031