Indus Valley Times

ବୈାଦ୍ଧ: ମୁଖ୍ୟ ଡାକ କାର୍ଯ୍ୟାଳୟ ଜିଲ୍ଲାର ମାନ୍ୟତା ପାଇବ କେବେ

 Breaking News

ବୈାଦ୍ଧ: ମୁଖ୍ୟ ଡାକ କାର୍ଯ୍ୟାଳୟ ଜିଲ୍ଲାର ମାନ୍ୟତା ପାଇବ କେବେ

October 10
12:47 2020

କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ

ବୈାଦ୍ଧ,୯/୧୦: ଦିନ ଥିଲା ଯଦି କୈାଣସି ଲୋକର ପରିବାର, ଆତ୍ମୀୟ, ବନ୍ଧୁ, ପରିଜନ ବାହାରେ ରହୁଥିଲା । ତାହାକୁ ଯୋଗାଯୋଗ କରିବାର ଏକମାତ୍ର ଭରସା ଥିଲା ଚିଠି । ଏହାରି ମାଧ୍ୟମରେ ସେ ନିଜର ସମସ୍ତ କଥା ଜଣାଉଥିଲା । ଲୋକେ କେବେ ଚିଠି ଆସିବ ତାହାକୁ ନେଇ ଅପେକ୍ଷା କରି ରହିଥିଲେ । ଡାକକର୍ମଚାରୀମାନେ ନିଷ୍ଠାର ସହିତ ଘରଘର ବୁଲି ଚିଠି ଦେଉଥିଲେ । ଲୋକଙ୍କ ମଧ୍ୟରେ ସେମାନଙ୍କ ପ୍ରତି ଅନେକ ବିଶ୍ୱାସ ରହିଥିଲା । ପରବର୍ତ୍ତି ସମୟରେ ଅତ୍ୟାଧୁନିକ ଯନ୍ତ୍ରପାତି ଓ ମୋବାଇ ଆସିବା ପରେ ଲୋକମାନେ ଯେ କୈାଣସି ଖବର ତୁରନ୍ତ ପଠାଇ ଦେବା ସହିତ ଭାବର ଆଦାନ ହୋଇ ପାରୁଛନ୍ତି । ହେଲେ ଆଜିବି ଡାକ ବିଭାଗର କାର୍ଯ୍ୟ ଚାଲୁ ରହିଛି । ଚିଠି ଯିବା ଆସିବା ହେଉଛି । ବିଭିନ୍ନ କାର୍ଯ୍ୟ ଗୁଡିକ ଆଜିବି ଡାକ ବିଭାଗ ଦ୍ୱାରା କରାଯାଉଛି । ହେଲେ ବୈାଦ୍ଧ ସହର ମହକୁମାରେ ଥିବା ଡାକ କାର୍ଯ୍ୟାଳୟ ଜିଲ୍ଲାର ମାନ୍ୟତା ପାଇବାରେ ବିଳମ୍ବ ହେଉଛି । ବୈାଦ୍ଧଜିଲ୍ଲା ଗଠନ ହେବାର ଇତି ମଧ୍ୟରେ ୨୭ ବର୍ଷ ହୋଇଯାଇଥିଲେ ମଧ୍ୟ ଏବେବି ଜିଲ୍ଲାସ୍ତରୀୟ ଅନେକ କାର୍ଯ୍ୟାଳୟ ଖୋଲିବାରେ ବାକି ରହିଛି । ସେ ମଧ୍ୟରୁ ଜିଲ୍ଲାସ୍ତରୀୟ ଡାକଘର ଅନ୍ୟତମ । ଏହି ଡାକଘର ଏବେବି  ଉପଖଣ୍ଡ ଡାକଘର ହୋଇ ରହିଥିବା ବେଳେ ଖଣ୍ଡିୟ ମାନ୍ୟତା ପାଇ ପାରିନାହିଁ । ଯାହାକୁ ନେଇ ଜନସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଜିଲ୍ଲାର ସମସ୍ତ ଡାକ କାର୍ଯ୍ୟାଳୟ କନ୍ଧମାଳ ଜିଲ୍ଲା ଅଧିନରେ ରହିଛି । ଜିଲ୍ଲା ସଦର ମହକୁମାରେ ଥିବା ମୁଖ୍ୟ ଡାକଘରଟି ରାଜା ରାଜୁଡା ସମୟର ହୋଇଥିବା ବେଳେ ଏହି କୋଠାକୁ ଶହେ ବର୍ଷ ହୋଇଯାଇଛି । ସେତେବେଳେ ବୈାଦ୍ଧରାଜ୍ୟର ଡାକ କାର୍ଯ୍ୟାଳୟ ପୁରୀ ଅଧିନରେ ରହିଥିଲା ଓ ସେତେବେଳେ ଏହା ଏକ ଚାଳଘରେ କାର୍ଯ୍ୟ ଚାଲୁଥିଲା । ୧୯୨୧ ମସିହା ପୁରୀ ପ୍ରଶାସନଙ୍କ ନିର୍ଦ୍ଦେଶରେ କୋଠାଘର ନିର୍ମାଣ କରାଯାଇଥିବା ବିଭାଗୀୟ କର୍ମଚାରୀ ପ୍ରକାଶ କରିଛନ୍ତି । ପରବର୍ତ୍ତି ସମୟରେ ଏହି ଡାକଘର କନ୍ଧମାଳ ଜିଲ୍ଲା ଅଧିନକୁ ଆସିଛି । ସେବେଠାରୁ ବୈାଦ୍ଧ କନ୍ଧମାଳ ଜିଲ୍ଲା ଅଧିନରେ ରହିଛି । ବୈାଦ୍ଧଜିଲ୍ଲା ଗଠନ ହେବା ପରେ ବୈାଦ୍ଧରେ ଜିଲ୍ଲାସ୍ତରୀୟ ଡାକ କାର୍ଯ୍ୟାଳୟ ଖୋଲିବା ନେଇ ଯାହା ଅନୁମାନ କରାଯାଉଥିଲା ତାହା ହେଲାନାହିଁ । ଜିଲ୍ଲାରେ ୧୧୯ଟି ଡାକଘର ରହିଥିବା ବେଳେ ସେଥିମଧ୍ୟରୁ ମୁଖ୍ୟ ଡାକଘରକୁ ଛାଡି ୧୩ଟି ସବ ପୋଷ୍ଟ ଅଫିସ ରହିଥିବା ବେଳେ ୧୦୫ଟି ଶଖା ପୋଷ୍ଟ ଅଫିସ ରହିଛି । ଜିଲ୍ଲାର ଅଭ୍ୟନ୍ତରିଣ ଓ ଉପାନ୍ତ ଅଞ୍ଚଳ ଗୁଡିକରେ ରହିଥିବା ଅନେକ ଡାକଘର ଅବସ୍ଥା ଶୋଚନିୟ ହୋଇ ପଡିଛି । ଅନେକ ଡାକଘରେ କର୍ମଚାରୀ ଅଭାବ ଯୋଗୁଁ ଦୀର୍ଘ ଦିନ ହେବ ବନ୍ଦ ହୋଇ ପଡିରହିଥିବାର ଅଭିଯୋଗ ହେଉଛି । ଯାହାଫଳରେ ଗ୍ରାମଞ୍ଚଳର ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ସମୟରେ କର୍ମଚାରୀ ଅଭାବ ଯୋଗୁଁ ପୋଷ୍ଟ ଅଫିସ ବନ୍ଦ ରହିଥିବା ଯୋଗୁଁ ସ୍ଥାନିୟ ଅଞ୍ଚଳବାସୀ ଆନ୍ଦୋଳନ ମଧ୍ୟ କରୁଥିବାର ଦେଖିବାକୁ ମିଳୁଛି । ଏବେବି ମନମୁଣ୍ଡା, ଘଣ୍ଟାପଡା, ବିରନରସିଂହପୁର,ସରସରା, ଚାରିଛକ ଆଦି ଅନେକ ଡାକଘରେ କୋଡ ବ୍ୟାଙ୍କିର ସୁବିଧା ନାହିଁ । ଜିଲ୍ଲା ମୁଖ୍ୟ ଡାକଘର କୋଠା ନିର୍ମାଣ ପାଇଁ ଗତ ଅଗଷ୍ଟ ମାସରୁ ଅନୁଦାନ ଆସିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନ ଥିବା ଜଣାପଡିଛି । ଉଚ୍ଚ କ୍ଷମତା ସଂପର୍ଣ୍ଣ ଯନ୍ତ୍ରପାତି ନ ଥିବା ଯୋଗୁଁ ନେଟ ବ୍ୟାଙ୍କିରେ ସମସ୍ୟା ଦେଖାଦେଉଛି । ସରକାର ବିଭିନ୍ନ ଯୋଜନା ଗୁଡିକ ଡାକ ବିଭାଗ ମାଧ୍ୟମରେ କରି ବିଭାଗର ରାଜସ୍ୱ ବୃଦ୍ଧି କରିବାକୁ ଉଦ୍ୟମ କରୁଥିବା ବେଳେ କର୍ମଚାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଅନେକ କର୍ମଚାରୀ ରାଜସ୍ୱ ବୃଦ୍ଧି କିପରି ହେବ ସେଥିପ୍ରତି ଦୃଷ୍ଟି ଦିଆଯାଉ ନ ଥିବାରୁ ଜିଲ୍ଲାରୁ ରାଜସ୍ୱ ବୃଦ୍ଧିରେ ସମସ୍ୟା ଦେଖାଦେଉଛି । ଜିଲ୍ଲାର ସମସ୍ତ କାର୍ଯ୍ୟର ଦେଖାରେଖା କରିବା ପାଇଁ ଇନିସ୍ପପେକ୍ଟ ପୋଷ୍ଟାଲ କାର୍ଯ୍ୟ କରୁଥିବା ବେଳେ ଜିଲ୍ଲାରେ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ଖୋଲାଯାଆନ୍ତା ତାହାହେଲେ ଏଠାରେ ସୁପରିଟେଣ୍ଟ ଅଫ ପୋଷ୍ଟାଲ ସମସ୍ତ କାର୍ଯ୍ୟର ଦେଖାଶୁଣା କରିଥାନ୍ତେ । ତେଣୁ ବୈାଦ୍ଧ ମୁଖ୍ୟ ଡାକଘରକୁ ଜିଲ୍ଲା ଡାକଘରର ମାନ୍ୟତା ପ୍ରଦାନ କରିବାକୁ ଦାବି ହେଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031