Indus Valley Times

ବୈାଦ୍ଧ: ସ।।ମ୍ବାଦିକଙ୍କ ବ୍ୟାଗ ଚୋରୀ

 Breaking News

ବୈାଦ୍ଧ: ସ।।ମ୍ବାଦିକଙ୍କ ବ୍ୟାଗ ଚୋରୀ

November 05
13:10 2020

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୈାଦ୍ଧ,୫/୧୧: ବୈାଦ୍ଧଜିଲ୍ଲାର ବରିଷ୍ଠ ସାମ୍ବାଦିକ କମ୍ଭୁଧର କ୍ଷେତିଙ୍କ ବ୍ୟାଗ ଚୋରୀ ହୋଇଥିବା ନେଇ ବୈାଦ୍ଧଥାନାରେ ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା, ସାମ୍ବାଦିକ ଶ୍ରୀ କ୍ଷେତୀ ବୁଧବାର ଦିନ ପ୍ରାୟ ସାଢେ ଗୋଟାଏ ବେଳେ ଏକ ବ୍ୟାଗ ଧରି ବୈାଦ୍ଧ ଡିସିବି ବ୍ୟାଙ୍କକୁ ଯାଇଥିôଲେ ଏବଂ ସେଠାରୁ ବୈାଦ୍ଧ ଖଲିଆବଗିଚାସ୍ଥିତ ମୁଢି ମିଲକୁ ମୁଢି ପାଇଁ ଆସିଥିôଲେ । ବ୍ୟାଗକୁ ବବାଇକରେ ରଖି ମୁଢି ଆଣି ପାଇଁ ଯାଇ ଫେରି ଦେଖନ୍ତି ତ ବାଇକରେ ବ୍ୟାଗ ନାହିଁ । ଏହି ବ୍ୟାଗରେ ତାଙ୍କର ଜମିପଟ୍ଟା, ଆଧାରକାର୍ଡ, ବ୍ୟାଙ୍କ ପାଶବୁକ ଆଦି ଅନେକ ଗୁରୁତ୍ୱ ପୂର୍ଣ୍ଣ କାଗଜପତ୍ର ଥିôଲା । ତାଙ୍କ ବ୍ୟାଗକୁ କେହି ଦୁର୍ବୃତ ଚୋରୀ କରିନେଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି ।
ପୋଲବାଡାକୁ ଧକ୍କା ଦେଲା ଟ୍ରକ, ୪ ଘଣ୍ଟା ରାସ୍ତା ଜାମ୍
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୪/୧୧: ବୁଧବରୀ ଦିନ ଭୋର ପ୍ରାୟ ୩ ଘଣ୍ଟା ସମୟରେ ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧବ୍ଲକ ବାଉଁଶୁଣି ନିକଟ ବାଘନଦୀ ପୋଲ ଉପରେ ପୋଲବାଡାକୁ ଧକ୍କାଦେଇ ଗୋଟିଏ ଟ୍ରକ୍ ଅଟକି ରହିବା ଫଳରେ ଦୀର୍ଘ ସମୟ ଧରି ଯାନବାହାନ ଚଳାଚଳ ବନ୍ଦ ରହିଥିଲା ।

ମିଳିଥିବା ସୂଚନା ଅନୁଯାୟୀ ବରଗଡରୁ କଟକ ଅଭିମୁଖେ ଯାଉଥିବା ଗୋଟିଏ କୁଣ୍ଡା ବୋଝେଇ ଟ୍ରକ ଓଡି ୧୫- ୮୦୧୧ ବାଘନଦୀ ପୋଲକୁ ପ୍ରବେଶ କଲାବେଳେ ବୌଦ୍ଧପଟରୁ ତୀବ୍ର ବେଗରେ ଯାଉଥିବା ଗୋଟିଏ ଘରୋଇ ବସ୍ ସହ ମୁହାଁମୁହିଁ ଅବସ୍ଥାକୁ ଚାଲି ଆସିଥିଲା । ଦୁର୍ଘଟଣାକୁ ଏଡେଇବା ପାଇଁ ଟ୍ରକ୍ ଡ୍ରାଇଭର ପୋଲ ଉପରେ ବାମପାର୍ଶ୍ୱକୁ କାଟି ଦେଇଥିବାରୁ ପୋଲ ବାଡାରେ ଟ୍ରକ୍ ଧକ୍କା ଦେଇ ଅଟକି ରହିଥିଲା । ଯାହାଫଳରେ ପୋଲ ଉପରେ ଯାନବାହାନ ଚଳାଚଳ ହୋଇପାରିନଥିଲା । ଉଭୟ ପାର୍ଶ୍ୱରେ ଶତାଧିକ ଭାରୀଯାନ ଗୁଡିକ ଅଟକି ରହିଥିଲେ । ଖବରପାଇ ମନମୁଣ୍ଡା ଥାନା ପୋଲିସ୍ ଘଟଣାସ୍ଥଳରେ ପହଂଚି ପୋଲ ଉପରେ ଫସି ରହିଥିବା ଟ୍ରକକୁ କ୍ରେନ ସାହାଯ୍ୟରେ ହଟାଇବା ପରେ ସକାଳ ୭ ଘଣ୍ଟା ସମୟରେ ରାସ୍ତାରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା ।
ବିରାମଚନ୍ଦ୍ରପୁର କେନାଲ ହୁଡାରୁ ଶବ ଉଦ୍ଧାର ଘଟଣା:ବିଭିନ୍ନ ବ୍ୟକ୍ତିଙ୍କୁ ପୋଲିସ ଆଣି କରୁଛିି ଜେରା
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୈାଦ୍ଧ,୪/୧: ବୈାଦ୍ଧଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକର ବିରନରସିଂହପୁର ଫଚାୟତର ବିରାମଚନ୍ଦ୍ରପୁର ଗ୍ରାମର କେନାଲ ହୁଡାରୁ ଗତ ରବିବାର ଦିନ ସକାଳେ ସନ୍ତୋଷିନୀ ଜେନ(୩୫) ନାମକ ଜଣେ ମହିଳାର ଶବକୁ ପୋଲିସ ଉଦ୍ଧାର କରିଥିଲା । ପାରିପାଶ୍ୱିର୍କସ୍ଥିତିକୁ ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି । ଏହିି ଘଟଣାରେ ପୋଲିସ ସନ୍ଦେହରେ ଅନେକକୁ ଆଣି ଅଟକ ରଖି ପଚରା ଉଚରା ଚଳାଇଛି । ହେଲେ ଏହି ଘଟଣାକୁ ଇତି ମଧ୍ୟରେ ଚାରିଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୈାଣସି ସିର୍ଦ୍ଧାନ୍ତରେ ପହଂଚି ନ ପାରିବା ସ୍ଥାନିୟ ଅଂଚଳରେ ଅସନ୍ତୋଷ ପାଉଛି । ସୂଚନା ଯେ।।ଗ୍ୟ ଯେ, ବିରାମଚନ୍ଦ୍ରପୁର ଗ୍ରାମର ଅଷ୍ଟୀମି ଜେନାଙ୍କ ସ୍ତ୍ରୀ ସନ୍ତୋଷିନୀ ରବିବାର ଭୋରରୁ ଉଠି ଘର ନିକଟରେ ଥିବା କେନାଲକୁ ଶୈାଚପାଇଁ ଯାଇଥିଲେ । ସେ ଦୀର୍ଘ ସମୟ ଧରି ଘରୁ ଫେରିନଥିଲେ । କିଛି ସମୟ ପରେ ସନ୍ତୋଷିନୀଙ୍କ ଶବ କେନାଲ ହୁଡାରେ ପଡିଥିବାର ଲୋକ ଦେଖି ବୈାଦ୍ଧ ପୋଲିସ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା । ସନ୍ତୋଷିନୀର ମୁଣ୍ଡରେ କ୍ଷତ ଚିହ୍ନ ରହିଥିଲା । ପୋଲିସ ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରିଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031