Indus Valley Times

ବୋଲାଗଡ଼ ବିଡ଼ିଓଙ୍କ ବିରୋଧରେ ଅଭିଯୋଗ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ୧୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

 Breaking News

ବୋଲାଗଡ଼ ବିଡ଼ିଓଙ୍କ ବିରୋଧରେ ଅଭିଯୋଗ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ୧୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

ବୋଲାଗଡ଼ ବିଡ଼ିଓଙ୍କ ବିରୋଧରେ ଅଭିଯୋଗ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ୧୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ
February 01
18:05 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧/୨: ବୋଲଗଡ଼ ଚିଡିଓ ସୁମନ ସୁଧା କୁଣ୍ଡୁ ବିଭିନ୍ନ ଉନ୍ନୟନମୂଳକ ପାଣ୍ଠିର ଅର୍ଥ ଆତ୍ମସାତ୍ କରିଛନ୍ତି ବୋଲି ଜନପ୍ରତିନିଧି ମାନେ ଅଭିଯୋଗ ଆଣିଛନ୍ତି।
ଏଥିସହ ବିଡିଓଙ୍କ ମନମୁଖ କାର୍ଯ୍ୟ, ଜନପ୍ରତିନିଧିଙ୍କୁ ଅଣଦେଖା, ସାଧାରଣତନ୍ତ୍ର ଦିବସ ଉତ୍ସବରେ ଅନୁପସ୍ଥିତି, ଦେଶର ସମ୍ବିଧାନ ପ୍ରତି ଅସମ୍ମାନ କରିଥିବା ଅଭିଯୋଗ ଆଣି ବ୍ଲକ ଅଧ୍ୟକ୍ଷା ହୁଲ୍ଲାସ ପ୍ରଧାନଙ୍କ ନେତୃତ୍ୱରେ ଏକାଧିକ ସରପଞ୍ଚ, ସମିତି ସଭ୍ୟ ଶନିବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ବିକ୍ଷୋତ୍ତ କରିବା ସହ ୧୪ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି ।
୭ଦିନ ମଧ୍ୟରେ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆସନ୍ତା ୯ ତାରିଖରୁ କାର୍ଯ୍ୟାଳୟ ଆଗରେ ଶାରିପୂର୍ଣ୍ଣ ଭାବେ ଆନ୍ଦୋଳନ କରା‌ଯିବ ବୋଲି ଚେତାବନୀ ଦେଇଛନ୍ତି।
ଦାବିଗୁଡ଼ିକ ମଧ୍ୟରେ, ସାରା ଦେଶରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ବୋଲଗଡ଼ ବିଡିଓ ବ୍ଲକସ୍ତରୀୟ ଉତ୍ସବ ପାଇଁ ଜନପ୍ରତିନିଧ, ବିଧାୟକଙ୍କୁ ନିମନ୍ତ୍ରଣ କରି ଅନୁପସ୍ଥିତି ରହିବା ସହ ଦୀର୍ଘଦିନ ଧରି ଚାଲିଆସୁଥିବା ସମ୍ମିଳିତ ପରେଡ୍ ବନ୍ଦ କରିଦେଲେ। ଫଳରେ
ଦୀର୍ଘଦିନର ପରମ୍ପରା ଭଙ୍ଗ ହେବା ସହ ଦେଶର ସମ୍ବିଧାନ ଦିବସକୁ ଅପମାନିତ, ଅସମ୍ମାନ କରିଛନ୍ତି। ସେହିପରି ବିଡିଓ କାର୍ଯ୍ୟାଳୟକୁ ଠିକ୍ ସମୟରେ ଆସୁ ନ ଥିବା ବେଳେ ଅନେକ ସମୟରେ ଅନୁପସ୍ଥିତ ରହୁଛନ୍ତି। ହେଡ୍‌କ୍ସାର୍ଟରରେ ରହିବା ପରିବର୍ତ୍ତେ ସେ ରାଜଧାନୀରେ ରହୁଛନ୍ତି।
ପଞ୍ଚାୟତ ସମିତିର ବିନା ଅନୁମୋଦନରେ ଆରଡବ୍ଲୁଏସ୍ଏସ୍‌ର ଯନ୍ତ୍ରପାତିକୁ ଦୁଇଥର କିଣି ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ବିକ୍ରି କରି ଅର୍ଥରାଶି କମାଇଛନ୍ତି, ଏହା ତଦନ୍ତ ସାପେକ୍ଷ ।
ପଞ୍ଚାୟତ ସମିତିର ବିନା ଅନୁମୋଦନରେ ବ୍ଲକର ବିଭିନ୍ନ ଆସବାବପତ୍ର, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମରାମତି କରା ନ ଯାଇ ବିଡିଓ ମନଇଚ୍ଛା କ୍ରୟ କରି ଲକ୍ଷାଧିକ ଟଙ୍କା
ଆତ୍ମସାତ କରିଛନ୍ତି।
ଏପରିକି ଉନ୍ନୟନ ମୂଳକ ପ୍ରକଳ୍ପ କାମ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଦେଇ ଲକ୍ଷାଧିକ ଟଙ୍କା ଅର୍ଥ ରୋଜଗାର କରୁଛନ୍ତି ଏମ୍‌ଜିଏନ୍‌ଆର୍‌ଇଜିଏସ୍ କାର୍ଯ୍ୟକାରୀ ଠାରୁ, ବିଲ୍ ପଇଠ ପର୍ଯ୍ୟନ୍ତ ସବୁଠ ଅର୍ଥ ଆଦାୟ କରୁଛନ୍ତି।
ଏଠାରେ ବିଡିଓ ଜନପ୍ରତିନିଧି ମାନଙ୍କୁ ଜାଣିଶୁଣି ଅଣଦେଖା କରୁଛନ୍ତି। ଏଠାରେ ବିଡିଓ ଯୋଗଦେବା ପରଠାରୁ ନିଜର ଏକ ଗୋଷ୍ଠୀ ଗଠନ କରିଛନ୍ତି।
ଅତୀତରେ ବିଡିଓଙ୍କ ମନମୁନ୍ତ୍ରୀ କାର୍ଯ୍ୟ ଏବଂ ଜନପ୍ରତିନିଧିଙ୍କୁ ଅଣଦେଖା ନେଇ ଅନେକ ଥର ମୁହାଁମୁହିଁ, ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି।
ଗତ ୫ ତାରିଖରେ ବଡ଼କୁମାରୀ ପଞ୍ଚାୟତରେ ଜନଶୁଣାଣୀ ପାଇଁ ଗ୍ରାମବାସୀ ବାହାରେ ଅପେକ୍ଷା କରିଥିବା ବେଳେ ଭିତରେ ବିଡିଓ ନିଜ ବ୍ୟକ୍ତିଗତ ଗାଡି ଡ୍ରାଇଭରଙ୍କ ଜନ୍ମଦିନ କେକ୍‌କାଟି ପାଳନ କରିଥିଲେ। ଏହା ତଦନ୍ତ ସାପେକ୍ଷ। ସରକାରୀ ଗାଡିକୁ ବ୍ୟକ୍ତିଗତ କାମରେ ବ୍ୟବହାର କରୁଛନ୍ତି।
କ୍ଳବସ୍ତରୀୟ ବିଭିନ୍ନ ଷ୍ଟାଣ୍ଡିଂ କମିଟି ବୈଠକ କରାଯାଉ ନାହିଁ ବୋଲି ଦାବିରେ ଉଲ୍ଲେଖ ରହିଛି। ଏନେଇ ବ୍ଲକ ଅଧ୍ୟକ୍ଷା ହୁଲ୍ଲାସ ପ୍ରଧାନ କହିଛନ୍ତି ଯେ, ବିଡିଓ ସରକାରୀ ଯୋଜନାର ଅର୍ଥ ଆତ୍ମସାତ କରୁଛନ୍ତି।
ଯୋଜନା କାର୍ଯ୍ୟକାରିତା ପାଇଁ ୧୧ପ୍ରତିଶତ ଅର୍ଥ ଦାବି କରୁଛନ୍ତି । ଜନପ୍ରତିନିଧି ଙ୍କ ପ୍ରତି ତାଙ୍କର କୌଣସି ସମ୍ମାନ ନାହିଁ ଓ ଯୋଗାଦାନ ପରଠାରୁ ଅଣଦେଖା କରି ଆସୁଛନ୍ତି ।
ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ । ସେହିପରି ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ମଧ୍ୟ ଅନୁରୂପ ଭାବେ ଅଭିଯୋଗ ଆଣିଥିବା ବେଳେ ସାଧାରଣତନ୍ତ୍ର ଦିବସ ଉତ୍ସବକୁ ବନ୍ଦ କରି କେବଳ ଦେଶକୁ ନୁହେଁ ବରଂ ସମ୍ବିଧାନକୁ ଅସମ୍ମାନ କରିଛନ୍ତି।
ତେଣୁ ତାଙ୍କ ବିରୋଧରେ ଦେଶ ବିରୋଧୀ କାର୍ଯ୍ୟ ପାଇଁ ଆଇନତଃ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ସେ କହିଛନ୍ତି। ଅତିରିକ୍ତ ଜିଲାପାଳ ପ୍ରଧାନ କହିଛନ୍ତି ଯେ, ପୂର୍ବରୁ ବୋଲଗଡ଼ ବିଡିଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ତେବେ ବୋଲଗଡ ଜନପ୍ରତିନିଧି ମାନେ ଆଣିଥିବା ଅଭିଯୋଗ ସଂକ୍ରାନ୍ତରେ ଜିଲାପାଳଙ୍କ ସହ ଆଲୋଚନା କରା‌ଯିବ।
ଏଥିସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅଭିଯୋଗପତ୍ର ପଠାଯିବ। ଅନ୍ୟପକ୍ଷରେ ବିଡିଓ ସୁମନ ସୁଧା କୁଣ୍ଡୁ କହିଛନ୍ତି ଯେ, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ। ଅଯଥାରେ ତାଙ୍କୁ ହଇରାଣ କରାଯାଉଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031