Indus Valley Times

ବୌଦ୍ଧଗଡ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ବିଭିନ୍ନ ଅଭିଯୋଗରେ ୪୬୦୦ ଜରିମାନା ଆଦାୟ

 Breaking News

ବୌଦ୍ଧଗଡ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ବିଭିନ୍ନ ଅଭିଯୋଗରେ ୪୬୦୦ ଜରିମାନା ଆଦାୟ

December 18
21:29 2020

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୧୮/୧୨: ବୌଦ୍ଧଗଡ ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାହୀ ଅଧିକାରୀ ଇଂ ମନୋରଂଜନ ପଣ୍ଡାଙ୍କ ନିର୍ଦ୍ଦେଶରେ ଶୁକ୍ରବାର ଦିନ ପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରୁ ଚଢାଉ କରାଯାଇ ଜରିମାନା ବାବଦକୁ ୪୬୦୦ ଟଙ୍କା ଆଦାୟ କରାଯାଇଥିଲା । ସହରର ବିଭିନ୍ନ ସ୍ଥାନରେ ଗୋଡି, ଚିପସ ପକାଇ ରାସ୍ତା ଅବରୋଧ କରିଥିବା ଅଭିଯୋଗରେ ଦୁଇ ଜଣଙ୍କ ଠାରୁ ଏକ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ପିଲିଥିନ ବ୍ୟବହାର କରୁଥିବା ଅଭିଯୋଗରେ ବିଭିନ୍ନ ଦୋକାନ ଉପରେ ଚଢାଉ କରାଯାଇ ସେମାନଙ୍କ ଠାରୁ ତିନି ହଜାର ଟଙ୍କା ଜରିମାନା ବାବଦକୁ ଆଦାୟ କରାଯାଇଥିଲା । ସେହିପରି ପରିଷଦ ପକ୍ଷରୁ ନିର୍ମିତ ମାଛ ବଜାରରେ ମାଛ ବ୍ୟବସାୟ ନ କରି ରାସ୍ତା କଡରେ ବିକ୍ରି କରୁଥିବା ମାଛ ବ୍ୟବସାୟୀଙ୍କ ଠାରୁ ଜରିମାନା ବାବଦକୁ ଛଅଶହ ଟଙ୍କା ଆଦାୟ କରାଯିବା ସହିତ ମାଛ ବଜାରରେ ବ୍ୟବସାୟ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଡିମିରିପାଲି କ୍ଲଷ୍ଟର ସ୍ତରୀୟ ଶିକ୍ଷକ କର୍ମଶାଳ
ବୌଦ୍ଧ,୧୮/୧୨: ବୌଦ୍ଧବ୍ଲକ ବାଉଁଶୁଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଧନେଶ୍ୱର ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଡିମିରିପାଲି କ୍ଲଷ୍ଟରସ୍ତରୀୟ ଶିକ୍ଷକ କର୍ମଶାଳ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧବ୍ଲଳ ଗୋଷ୍ଠୀ ଶିକ୍ଷାଧିକାରୀ ଧୃବଚରଣ ଘିବେଲା ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବାରେ ବରିଷ୍ଠ ଶିକ୍ଷକ ସୁରେନ୍ଦ୍ର ଦାସ, ରଂଜନ ଦଣ୍ଡସେନା, ଧରଣୀଧର ସେଠୀ,ପାର୍ଥବୀ ଝାଙ୍କର, କୋଦଣ୍ଡଧର ମେହେର, ବିଦ୍ୟାଧର ମେହେର, ସୁରେଶ ଦାସ,ଜୟକୃଷ୍ଣ କମ୍ପ ପ୍ରମୁଖ ଯୋଗଦେଇଥିଲେ । କ୍ଲଷ୍ଟର ସଂଯୋଜକ ସରୋଜ ଝାଙ୍କର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଚିତ୍ତରଂଜନ ପ୍ରଧାନ ମଂଚ ପରିଚାଳନା କରିଥିଲେ । ଦିବ୍ୟାସିଂ ଦେହୁରୀ, ସନ୍ତୋଷ ଥାନାପତି ସ୍ୱାଗତ ସଂଗୀତ ଗାନ କରିଥିଲେ । ଏହି ଅବସରରେ ଶଙ୍ଖନାଦ ପାତ୍ର ଓ ପ୍ରେମଲତା ଦେଇଙ୍କୁ ବିଦାୟୀକାଳିନ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଫୁଲ୍ଲ ପତି, ଶମ୍ଭୁ ଶଙ୍କର ମେହେରଙ୍କ ସମେତ କ୍ଲଷ୍ଟର ସସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031