Indus Valley Times

ବୌଦ୍ଧଜିଲ୍ଲାରୁ ଆଉ ୩୧ କରୋନା ସଂକ୍ରମିତ ଚିହ୍ନଟ

 Breaking News

ବୌଦ୍ଧଜିଲ୍ଲାରୁ ଆଉ ୩୧ କରୋନା ସଂକ୍ରମିତ ଚିହ୍ନଟ

ବୌଦ୍ଧଜିଲ୍ଲାରୁ ଆଉ ୩୧ କରୋନା ସଂକ୍ରମିତ ଚିହ୍ନଟ
October 14
21:42 2020

କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୧୪/୧୦: ବୌଦ୍ଧଜିଲ୍ଲାରୁ ବୁଧବାର ଦିନ ଆଉ ୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ବୁଧବାର ଦିନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବୌଦ୍ଧ ସହରରୁ ୪, ହରଭଙ୍ଗା ବ୍ଲକ୍ ରାଧାନଗର ଗ୍ରାମରୁ ୧ ଜଣ, ଆଡେଣିିଗଡ ଗ୍ରାମରୁ ୨ ଜଣ, କୁଟିଝାରରୁ ୮ ଜଣ, ବୌଦ୍ଧବ୍ଲକ୍ ଟିକରପଡା ଗ୍ରାମ ପଂଚାୟତର ଗୁଢୀଆଳି ଗ୍ରାମରୁ ୧ ଜଣ, ବାଉଁଶୁଣି ଗ୍ରାମରୁ ୨ ଜଣ, କଣ୍ଟାମାଳ ବ୍ଲକ୍ ଡେଙ୍ଗପଦର ଗ୍ରାମରୁ ୧ ଜଣ, ଜାମୁମାଲ୍ ଗ୍ରାମରୁ ୧ ଜଣ, ଦେଉଳଡଙ୍ଗରି ଗ୍ରାମରୁ ୧ ଜଣ, ଟିଲାଟିଙ୍ଗା ଗ୍ରାମରୁ ୧ ଜଣ, ରୁଣ୍ଡିମହୁଲ ଗ୍ରାମରୁ ୧ ଜଣ, ରତାଖଣ୍ଡି ଗ୍ରାମରୁ ୪ ଜଣ, ବଘିଆବାହାଲ୍ ଗ୍ରାମରୁ ୧ ଜଣ, ଦେଉଳି ଗ୍ରାମରୁ ୧ ଜଣ ଚିହ୍ନଟ ହୋଇଛନ୍ତି । ଆଉ ଦୁଇ ଜଣ ସୋନପୁର ଜିଲ୍ଲାର ବ୍ୟକ୍ତି ମନମୁଣ୍ଡା ଡାକ୍ତରଖାନାରେ ପରୀକ୍ଷା କରାଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୨୨୩୩ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦୦୭ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୨୧୯ ଜଣ ଚିକିତ୍ସାଧୀନ ଓ ରିପୋର୍ଟ ଅପେକ୍ଷାରେ ୨୩୦ଜଣ ଅଛନ୍ତି । ଜିଲ୍ଲାରେ ସରକାରୀ ଭାବେ ୭ ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।
……………………………..
ଭାରସାମ୍ୟ ହରାଇ ଗଛରେ ପିଟିଲା ଗ୍ୟାସ୍ ବୋଝେଇ ଟ୍ରକ
କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୧୪/୧୦: ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ମାର୍ଦ୍ଦିଙ୍ଗ ନିକଟରେ ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହିନ୍ଦୁସ୍ତାନ ପେଟ୍ରୋଲିୟମର ଗ୍ୟାସ ସିଲିଣ୍ଡର ବୋଝେଇ କରି ଖୋର୍ଦ୍ଧାଜିଲ୍ଲା ଜଟଣୀରୁ ବଲାଙ୍ଗୀରକୁ ଆସୁଥିବା ଗୋଟିଏ ଟ୍ରକ୍ ଓଡି୩୩ ଆର ୫୨୨୩ ଆଜି ଭୋର ପ୍ରାୟ ୩ ଘଣ୍ଟା ସମୟରେ ମାର୍ଦ୍ଦିଙ୍ଗ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଗୋଟିଏ ଗଛକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡିରେ ଥିବା ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି । ଖବରପାଇ ପୁରୁଣାକଟକ ପୁଲିସ ଦୁର୍ଘଟଣା ଘଟିଥିବା ସ୍ଥାନରେ ପହଞ୍ଚି ତଦନ୍ତ ଚଳାଇଛି ।
…………………………..
ହାଥରସ ପିଡିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ କିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ
କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ
ବୈାଦ୍ଧ,୧୪/୧୦:ଉତ୍ତର ପ୍ରଦେଶର ହାଥରସ ଘଟଣାର ପିଡିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଆଖିଳ ଭାରତ ଅନୁସୂଚିତ ଜାତି ପରିଷଦ, ବୈାଦ୍ଧ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ୫ ଦଫା ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ହାଥରସ ପିଡିତାଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରିଥିବା ଲୋକଙ୍କୁ ଏବଂ ସେହି ଦୋଷକୁ ଘଣ୍ଟ ଘୋଡାଉ ଥିବା ପୋଲିସ, ପ୍ରଶାସନ, ଡାକ୍ତରମାନଙ୍କୁ ଉଚିତ ଦଣ୍ଡ ପାଇବା ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ପିଡିତାଙ୍କୁ ହତ୍ୟା ଓ ବଳତ୍କାର କରିଥିବା ଦୋଷୀଙ୍କୁ ଫାଶୀ ଦିଆଯାଉ, ପିଡିତାଙ୍କ ପରିବାରକୁ ୫ କୋଟି ଟଙ୍କା ସହାୟତା ରାଶି ପ୍ରଦାନର ବ୍ୟବସ୍ଥା କରାଯାଉ, ସମସ୍ତ ରାଜ୍ୟରେ ଯେପରି ଦଳିତ ଅତ୍ୟାଚାର ନ ପଢେ ସେଥିପାଇଁ ପ୍ରତ୍ୟକ ରାଜ୍ୟ ସରକାରଙ୍କୁ ଲ ଏଣ୍ଡ ଅର୍ଡରର ଶକ୍ତ କାର୍ଯ୍ୟାନୁଷ୍ଠାନ ପରାମର୍ଶ ଦିଆଯାଉ, କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାରଙ୍କ ଅପାରଗତା ଯୋଗୁଁ ଦଳିତଙ୍କ ପ୍ରତି ଅନ୍ୟାୟ ଓ ଅତ୍ୟାଚାର ବଡିଚାଲିଛି । ଏଣୁ ସେଠାରେ ରାଷ୍ଟ୍ରପତି ହସ୍ତକ୍ଷେପ ଗ୍ରହଣ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି । ଆଇନଜିବୀ ଜାମିନୀ ମୁଖି, ଜୟରାମ ହରିପାଲ, ସୁଜ୍ଞାନ ବାଘ, ସତ୍ୟବାନ ନାଏକ, ଉତ୍ତମ ବେହେରା, ନନ୍ଦିନୀ ନାଏକ, ସମାରୁ ବେହେରା, ଅଭି ମଲିକ, ଉମେଶ ନାଏକ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।
ବାଉଁଶୁଣୀ ନାଗରିକ କମିଟିର ବୈଠକ
କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ
ବୈାଦ୍ଧ,୧୪/୧୦: ବୈାଦ୍ଧଜିଲ୍ଲା ବାଉଁଶୁଣୀ ଠାରେ ଥିବା ବାଉଁଶୁଣୀ ନାଗରିକ କମିଟିର ଏକ ବୈଠକ ସଭାପତି କ୍ଷୀରୋଦ ଚନ୍ଦ୍ର ମହାକୁଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ବାଉଁଶୁଣୀ ସମେତ ୧୩ ଗୋଟି ପଞ୍ଚାୟତ ପକ୍ଷରୁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିବା ବାଉଁଶୁଣୀ ଠାରେ ନୂତନ ବ୍ଲକ ସ୍ଥାପନ, ବସଷ୍ଟାଣ୍ଟ ଠାରେ ଶୈାଚାଳୟ ଓ ଯାତ୍ରୀ ବିଶ୍ରାମଗାର, କଲ୍ୟାଣ ମଣ୍ଡପ କାର୍ଯ୍ୟକୁ ତ୍ୱରାନ୍ନିତ କରିବା, ଡାକ୍ତର ସମସ୍ୟା ଆଦି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ବାଉଁଶୁଣୀ ଡାକ୍ତରଖାନାରେ ମେଡିକାଲ ଅଫିସର ସହଯୋଗୀ ଡାକ୍ତର ଓ ରୋଗୀଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରୁଥିବାରୁ ବୈଠକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହି ବୈଠକରେ ଘୁମୁଡୁ ଦନ୍ତା, ସୁଶିଲ ଅଗ୍ରୱାଲା, ବିବେକା ଦେହୁରୀ, ଦନାର୍ଦ୍ଦନ ନେପାକ, ନରେଶ ଦାସ, ରଂଜନ ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ଗ୍ରାମ ପଞ୍ଚାୟତର ଜଳ ପରିଚାଳନା ସମ୍ବନ୍ଧିୟ କର୍ମଶାଳ ଅନୁଷ୍ଠିତ
କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ
ବୈାଦ୍ଧ,୧୪/୧୦: ଜଳର ଆବଶ୍ୟକତା, ଜଳ ପ୍ରଦ୍ୟୁଷଣର କାରଣ, ପ୍ରତିକାର, ସରକାର ତରଫରୁ ପାନୀୟ ଜଳ ବ୍ୟବସ୍ଥା ଆଦି ଉପରେ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳ ହରଭଙ୍ଗା ବ୍ଲକ ସରସରା ଠାରେ ଥିବା ଲୋକକଳା ବିକାଶ ତାଲିମ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲା । ଦି ହଙ୍ଗର ପ୍ରଜେକ୍ଟ ସହାୟତାରେ ଏଲକେବିକେ ପକ୍ଷରୁ ଏହାକୁ ପରିଚାଳନା କରାଯାଇଥିଲା । ଏହି ଦୁଇ ଦିନିଆ କର୍ମଶାଳାରେ ବାଣୀଭୂଷଣପୁର, କରଞ୍ଜକଟା, ପୁରୁଣାକଟକ ତିନୋଟି ପଞ୍ଚାୟତର ମହିଳା ଜନପ୍ରତିନିଧି ତଥା ଅଲିଭା ସଂଘର ସଦସ୍ୟାମାନଙ୍କୁ ତାଲିମ ଦିଆଯାଇଥିଲା । କୋଭିଡ ନିୟମ ପାଳନ କରି ସମସ୍ତଙ୍କୁ ସାନିଟାଇଜର କରି ମାସ୍କ ବଣ୍ଟନ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ହରଭଙ୍ଗା ବିଡିଓ ନିଳକଣ୍ଢ ବେହେରା ଯୋଗ ଦେଇ ଜଳର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ସୁପ୍ରିୟା ଦେହୁରୀ, ହେମନ୍ତ ପ୍ରଧାନ ଯୋଗଦେଇଥିଲେ । କିପରି ସୁଦ୍ଧଜଳ ପାଇ ପାରିବେ କୈାଣସି ଅଞ୍ଚଳର ପାଣି ସମସ୍ୟା ହେଲେ ଜଣାଇବେ, ତାର ପାଣି ପରୀକ୍ଷା କରାଯିବା ଏବଂ ପାନୀୟ ଜଳ ଉପଯୋଗୀ କି ନାହିଁ ତାହା କୁହାଯିବ ଆଦି ଉପରେ ଆଲୋଚନା କରାଯିବା ସହିତ ମନରେଗାରେ କିପରି ପାଣି ସଂରକ୍ଷଣକୁ ନେଇ କାମ କରାଯାଇ ପାରିବ ତାହା ଉପରେ ଆଲୋଚନା କରା୍‌ାଇଥିଲା । ଶେଷରେ ପ୍ରତାପ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।
ବୈାଦ୍ଧ ଏନଏସି ପକ୍ଷରୁ ଭୂମିହୀନଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ
କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ
ବୈାଦ୍ଧ,୧୪/୧୦: ବୈାଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସରକାରଙ୍କ ଜାଗା ମିଶନ ଯୋଜନାରେ ଆଜି ପରିଷଦ ଅନ୍ତର୍ଗତ ୭ଟି ୱାର୍ଡର ୭ଟି ବସ୍ତିର ୫୭ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଭୂମି ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଧାୟକ ପ୍ରତିନିଧି ତଥା ପୂର୍ବତନ ଏନଏସି ଅଧ୍ୟକ୍ଷା ଦିପ୍ତିପ୍ରଭା ସ୍ୱାଇଁ ଯୋଗଦେଇ ହିତାଧିକାରୀମାନଙ୍କୁ ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ ମନୋରଂଜନ ପଣ୍ଡା, ଜାଗା ମିଶନ ଫେଲୋ ରାହୁଲ ପାଲ, ସିଏମଏମ ମ୍ୟାନେଜର ଏସକେ ରହମାନ, ଡୁଡା ଟିମ ଲିଡ ପବନ ପଲେଇ, ଡିଲିଙ୍ଗ ଆସିଷ୍ଟାଣ୍ଡ ଜାଗା ମିଶନ ପ୍ରଫୁଲ୍ଲ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ମହାନଦୀରେ ଶବ ଭାସିବା ଘଟଣା, ବ୍ୟବଛେଦ ପାଇଁ ଶବକୁ ବୁର୍ଲା ପଠାଇଲା ପୋଲିସ
କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୧୪/୧୦: ମଙ୍ଗଳବାର ସକାଳୁ ଏକ ଅର୍ଦ୍ଧଦଗଧ ଶବ ବୌଦ୍ଧ ମହାନଦୀ ହନୁମାନ ମନ୍ଦିର ଘାଟଠାରେ ପଥରରେ ଲାଗିଥିବା କିଛିଲୋକ ଦେଖିଲାପରେ ଏହି ଶବକୁନେଇ ବୌଦ୍ଧ ସହରରେ ଗତ କାଲିଠାରୁ ବିଭିନ୍ନ କଳ୍ପନା ଜଳ୍ପନା ଲାଗିଥିଲା । ଆଜି ବୌଦ୍ଧ ପୋଲିସ ଉକ୍ତ ଶବକୁ ଜବତକରି ଏହାର ବ୍ୟବଛେଦ ପାଇଁ ବୁର୍ଲା ପଠାଇଥିବା ସୁଚନା ମିଳିଛି । ତେବେ ଉକ୍ତ ଶବଟି ଅଧାରୁ ଅଧିକ ପୋଡି ଯାଇଥିବାରୁ ଶବର ଲୀଙ୍ଗ ଏବଂ ବୟସ ସଂପର୍କରେ ପୋଲିସ କିଛି କହି ପାରିନଥିବାବେଳେ ଯେହେତୁ ଶବଟି କଙ୍କାଳ ଅବସ୍ଥାରେ ଅଛି ତେବେ ଏହି କଙ୍କାଳର ବ୍ୟବଛେଦ କେବଳ ବୁର୍ଲା ମେଡିକାଲରେ ହେଉଥିବାରୁ ଶବକୁ ବୁର୍ଲା ମେଡିକାଲକୁ ପଠାଯାଇଛି । ବ୍ୟବଛେଦ ରିପୋର୍ଟ ଆସିଲାପରେ ଶବ ସଂପର୍କରେ ତଥ୍ୟ ଜଣାପଡିବ ବୋଲି ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ତପସ୍ୱିନୀ କହଁର ପ୍ରକାଶ କରିଛନ୍ତି ।
ଚାରିଦିନ ହେଲା ଯୁବକ ନିଖୋଜ
କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୧୪/୧୦: ବୈାଦ୍ଧ ସହରର ପୋଡାପଡା ସାହିର ପ୍ରମୋଦ ପ୍ରସାଦ(୩୧) ରାଜା ନାମକ ଜଣେ ଯୁବକ ଗତ ଚାରିଦିନ ହେଲା ନିଖୋଜ ଥିବା ପରିବାର ପକ୍ଷରୁ ବୌଦ୍ଧ ଥାନାରେ ଏକ ଅଭିଯୋଗ କରାଯାଇଛି । ଉକ୍ତ ଯୁବକ ଗତ ୧୧ତାରିଖ ସଂଧ୍ୟା ୭ଘଣ୍ଟା ସମୟରେ ଏକ ଫୋନକଲ ପାଇ ଘରୁ ବାହାରି ଯାଇଛନ୍ତି ଆଉ ଫେରି ନାହାନ୍ତି ବୋଲି ତାଙ୍କ ବାପା ଗୋପାଲଜୀ ପ୍ରସାଦ ଅଭିଯୋଗରେ ଦର୍ଶାଇଛନ୍ତି । ତେବେ ସେ ଘରୁ ଗଲାବେଳେ ନୀଳ ରଂଗର ଜିନସ ପ୍ୟାଣ୍ଟ ଓ ଖାକି ରଂଗର ଟି ସାର୍ଟ ପରିଧାନ କରି ଯାଇଥିବା ପରିବାର ପକ୍ଷରୁ ସୁଚନା ଦିଆଯାଇଛି । ଅନ୍ୟ ପାଖରେ ପୋଲିସ କହିବାନୁସାରେ ଅଭିଯୋଗ ପାଇବାପରେ ରାଜାର ମୋବାଇଲ ଫୋନକୁ ଠାବ କରିବାରେ ତାହା ୧୨ତାରିଖ ଦିନ ବୌଦ୍ଧଥାନା ଅନ୍ତର୍ଗତ ନାଏକପଡା ଅଂଚଳରେ ସଚଳ ଥିଲା ତାପରଠାରୁ ମୋବାଇଲ ବନ୍ଦ ରହିଛି । ତେବେ ପୋଲିସ ପକ୍ଷରୁ ତାକୁ ଠାବ କରିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ତପସ୍ୱୀନି କହଁର ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031