Indus Valley Times

ବୌଦ୍ଧଜିଲ୍ଲାରେ ଆଉ ୧୮ କରୋନା ସଂକ୍ରମିତ ଚିହ୍ନଟ ଓ ୨ ମୃତ

 Breaking News

ବୌଦ୍ଧଜିଲ୍ଲାରେ ଆଉ ୧୮ କରୋନା ସଂକ୍ରମିତ ଚିହ୍ନଟ ଓ ୨ ମୃତ

October 05
21:05 2020

ସରକାରୀ ଭାବରେ ଜିଲ୍ଲାରେ କରୋନାରେ ୪ ମୃତ

କମ୍ଭୁ ଧର କ୍ଷେତୀ ଙ୍କ ରିପୋର୍ଟ

ବୌଦ୍ଧ,୫/୧୦: ବୌଦ୍ଧଜିଲ୍ଲାରେ ସୋମବାର ଦିନ ଗୋଟିଏ ଦିନରେ ୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨ ଜଣ କରୋନାରେ ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର  ଘୋଷଣା କରାଯାଇଥିବା ମୃତକମାନେ ହେଲେ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ମାଉଳିସିଙ୍ଗା ଗ୍ରାମର ୪୪ବର୍ଷୀୟ ଯୁବକ ଓ ଅନ୍ୟଜଣେ କେଳାକଟା ଗ୍ରାମର ୬୪ ବର୍ଷୀୟ ବୃଦ୍ଧ । ମାଉଳିସିଙ୍ଗା ଗ୍ରାମର ଯୁବକ ସେପ୍ଟେମ୍ବର ୧୩ରେ ମୃତ୍ୟୁବରଣ କରିଥିଲେ ।

 ସେହିପରି କେଳାକଟା ଗ୍ରାମର ବୃଦ୍ଧ ଜଣକ ସେପ୍ଟେମ୍ବର ୧୭ ତାରିଖରେ ମୃତ୍ୟୁବରଣ  କରିଥିଲେ । ଏହି ଦୁଇଜଣ କରୋନାରେ ମୃତ୍ୟୁବରଣ କରିଥିବା ଆଜି ସରକାରୀ ଭାବରେ ଘୋଷଣା କରାଯାଇଛି ।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସୋମବାର ୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ସହରରୁ ୩, ବୌଦ୍ଧବ୍ଲକ ମୁଣ୍ଡିପଦର ଗ୍ରାମରୁ ୩ ଜଣ, ଦେଉଳି ଓ ବାଣୀଭୂଷଣପୁରରୁ ୨ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଇଚ୍ଛାପୁର , ବଉଳସିଙ୍ଗା, ଚନ୍ଦ୍ରପୁର , ରତାଖଣ୍ଡି, କାଦପଡା, ସୁଲିଆ ଓ ଲାଣ୍ଡିଜରରୁ ଜଣେ ଲେଖାଏଁ ପଜିଟିଭ ରହିଛନ୍ତି । ଅନ୍ୟ ଜଣକ ଜିଲ୍ଲା ବାହାରେ ପରୀକ୍ଷା କରାଇ ପଜିଟିଭ ଚିହ୍ନଟ ହୋଇଥିବା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ଆଜିର ଆକ୍ରାନ୍ତଙ୍କୁୁ ମିଶାଇ ଜିଲାରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୨୦୩୮କୁ ବୃଦ୍ଧି ପାଇଛି । ଆଜିପର‌୍ୟ୍ୟନ୍ତ ସରକାରୀ ହିସାବରେ ବୌଦ୍ଧଜିଲ୍ଲାରେ ମୃତକଙ୍କ ସଂଖ୍ୟା ୪ ବୋଲି ଘୋଷଣା କରାଯାଇଛି । 

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031