Indus Valley Times

ବୌଦ୍ଧଜିଲ୍ଲାରେ ଆଉ ୨୦ କରୋନା ପଜିଟିଭ ଚିହ୍ନଟ

 Breaking News

ବୌଦ୍ଧଜିଲ୍ଲାରେ ଆଉ ୨୦ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧଜିଲ୍ଲାରେ ଆଉ ୨୦ କରୋନା ପଜିଟିଭ ଚିହ୍ନଟ
October 01
22:06 2020

କମ୍ଭୁ ଧର କ୍ଷେତୀ ଙ୍କ ରିପୋର୍ଟ
ବୌଦ୍ଧ,୧/୧୦: ବୌଦ୍ଧ ଜିଲ୍ଲାରେ ଗୁରୁବାର ଦିନ ପୁଣି ନୂତନ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ସଂଖ୍ୟା ୧୮୯୧ରେ ପହଞ୍ଚିଛି । ଆଜି ଚିହ୍ନଟ ୨୦ ଜଣ କରୋନା ପଜିଟିଭ ମାନଙ୍କ ମଧ୍ୟରେ ବୌଦ୍ଧ ସହରାରୁ ୧ ଜଣ, ହରଭଙ୍ଗା ବ୍ଲକ୍ ତୁକୁଲୁଣ୍ଡା ଗ୍ରାମରୁ ୧ ଜଣ, ପୁରୁଣାକଟକ ଗ୍ରାମରୁ ୨ ଜଣ, ଉଦୟପୁର୍ ଗ୍ରାମରୁ ୧ ଜଣ, ବୌଦ୍ଧ ବ୍ଲକ୍ ବାଉଁଶୁଣି ଗ୍ରାମରୁ ୨ ଜଣ, ଗୁନ୍ଦୁଲିଆ ଗ୍ରାମରୁ ୨ ଜଣ, ସାହୁପଡା ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଗ୍ରାମରୁ ୩ ଜଣ, ତୁଣ୍ଡମାଲ୍ ଗ୍ରାମରୁ ୧, ଖଇରମାଲ୍ ଗ୍ରାମରୁ ୧ ଜଣ ଓ ମନମୁଣ୍ଡା ଗ୍ରାମରୁ ୩ ଜଣ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ସୁଦ୍ଧା ୧୪୫୫ ଜଣ ସୁସ୍ଥ ହୋଇଥିବାବେଳେ ୪୧୫ ଜଣ ଚିକିତ୍ସାଧୀନ ଓ ୧୭୬ ଜଣ ରିପୋର୍ଟ ଅପେକ୍ଷାରେ ରହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031