Indus Valley Times

ବୌଦ୍ଧଜିଲ୍ଲା ଆଇନସେବା ପ୍ରାଧିକରଣ ଓ ଜଙ୍ଗଲ ବିଭାଗ ଆନୁକୂଲ୍ୟ ପକ୍ଷରୁ ବନ ମହୋତ୍ସବ ପାଳିତ

 Breaking News

ବୌଦ୍ଧଜିଲ୍ଲା ଆଇନସେବା ପ୍ରାଧିକରଣ ଓ ଜଙ୍ଗଲ ବିଭାଗ ଆନୁକୂଲ୍ୟ ପକ୍ଷରୁ ବନ ମହୋତ୍ସବ ପାଳିତ

July 06
20:03 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ

ବୌଦ୍ଧ,୬/୭: ବୌଦ୍ଧଜିଲ୍ଲା ଆଇନସେବା ପ୍ରାଧିକରଣ ଓ ଜିଲ୍ଲା ଜଙ୍ଗଲ ବିଭାଗ ଆନୁକୂଲ୍ୟରେ ବନ ମହୋତ୍ସବ ପାଳନ ଅବସରରେ ସ୍ୱତନ୍ତ୍ର ଉପକାରାଗାର ମଧ୍ୟରେ ବୃକ୍ଷ ରୋପଣ କରାଯାଇଛି । ଅତିଥି ଭାବରେ ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷା ସୁଶ୍ରୀ ପ୍ରତିମା ପଣ୍ଡା, ରେଜିଷ୍ଟାର ପ୍ରିତୀଶ କୁମାର ରାଉତରାୟ,ବରିଷ୍ଠ ଦେବାନୀ ବିଚାରପତି ଦୁର୍ବାଶା ଦୁର୍ଗା,ଆଇନ ସେବା ପ୍ରାଧିକରଣ ସଚିବ ଚରଣଜିତ ଓରାମ,ଏସଡିଜେଏମ ସୁମିତ୍ରା ସାହୁ,ଜେଏମଏଫସି ସୁନୀତା ବିଶ୍ୱାଳ ଓ ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ପ୍ରମୁଖ ଯୋଗଦେଇଥିଲେ । ଉପକାରାଗାର ମଧ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ ପାଇଁ କାରାଗାରର ଅଧିକ୍ଷକ ଜନାର୍ଦ୍ଧନ ମଲ୍ଲିକ ଓ ଅତିରିକ୍ତ ଅଧିକ୍ଷକଙ୍କ ସମେତ ଅନ୍ୟ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ ।
ବୌଦ୍ଧ : ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କୁ ପ୍ରଥମ ଶ୍ରାଦ୍ଧବାଷିର୍କୀରେ ଶ୍ରଦ୍ଧାଞ୍ଜଳୀ
ବୌଦ୍ଧ, ୬/୭ : ବୌଦ୍ଧମାଟିର ସନ୍ତାନ ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ମାରୁତୀ ସେନା ପକ୍ଷରୁ ଗଭୀର ଶ୍ରଦ୍ଧାଂଜଳୀ ଅର୍ପଣ କରାଯାଇଛି । ମାରୁତୀ ସେନା ପକ୍ଷରୁ ବୌଦ୍ଧବ୍ଲକ ମୁରୁଷୁଣ୍ଢି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେତେଲେଙ୍ଗା ଗ୍ରାମର ଗୋପାଲଜୀ ମଠରେ ଏକ ଶ୍ରଦ୍ଧାଂଜଳୀ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହିତ ଅସହାୟ ଲୋକମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁଶୀଳ କୁମାର ପାତ୍ର,କେଶବ ହରି ଦୀପ,ସୁବାଶ ଚନ୍ଦ୍ର ସାହୁ,ଜ୍ଞାନେନ୍ଦ୍ର ଜେନା,ନିଳାଦ୍ରି ଭୂଷଣ ନାୟକ,ଆଦିତ୍ୟ ପ୍ରଧାନ,ଆଶିଷ ଠାକୁର ପ୍ରମୁଖ ପରିଚାଳନା କରିଥିଲେ ।
ବୌଦ୍ଧ : ଆଜିଠାରୁ ଟାଉନହଲରେ ହେବ ଉଭୟ ବର୍ଗର ଟୀକାକରଣ
ବୌଦ୍ଧ,୬/୭: ଆଜିଠାରୁ ପ୍ରତ୍ୟେକ ଟୀକାଦାନ ଦିବସରେ ବୌଦ୍ଧ ଟାଉନହଲଠାରେ ଉଭୟବର୍ଗର ଲୋକଙ୍କୁ ଟୀକାଦାନ କରାଯିବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବକ ସକାଳ ୮ଘଣ୍ଟା ଠାରୁ ଘ୧୨.୩୦ ମିନିଟ ପର୍ଯ୍ୟନ୍ତ ୧୮ ବର୍ଷରୁ ୪୪ବର୍ଷ ବୟସ ପର୍ଯ୍ୟନ୍ତ ଓ ଅପରାହ୍ନ ୩ ଘଣ୍ଟା ଠାରୁ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ବିଶେଷଙ୍କୁ ଟୀକାଦାନ କରାଯିବ ବୋଲି ଜଣାପଡିଛି । ପୁରୁଣା ବ୍ଲକ କାର୍ଯ୍ୟାଳୟ ପରିସରରେ ଚାଲିଥିବା ଟୀକାଦାନ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇ ଗୋଟିଏ ସ୍ଥାନରେ ସମସ୍ତ ଟୀକାଦାନ କାର୍ଯ୍ୟ ଚାଲୁରହିବ ବୋଲି ସୂଚନା ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930