Indus Valley Times

ବୌଦ୍ଧଜିଲ୍ଲା କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବୌଦ୍ଧ ବନ୍ଦ

 Breaking News

ବୌଦ୍ଧଜିଲ୍ଲା କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବୌଦ୍ଧ ବନ୍ଦ

ବୌଦ୍ଧଜିଲ୍ଲା କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବୌଦ୍ଧ ବନ୍ଦ
September 06
22:16 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୬/୯: ବୌଦ୍ଧ ଜିଲ୍ଲାକୁ ସମ୍ବଲପୁର ରାଜସ୍ୱ ଆୟୁକ୍ତରେ ସାମିଲ ସହିତ ବିଭିନ୍ନ ଦାବି ନେଇ ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦିଆଯାଇଥିବା ବୌଦ୍ଧଜିଲ୍ଲା ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବରେ ଜିଲ୍ଲା ସାରା ପାଳନ କରାଯାଇଛି । ସଂପୁର୍ଣ୍ଣ ଭାବରେ ଜିଲ୍ଲାବାସୀଙ୍କ ବିଭିନ୍ନ ଆବଶ୍ୟକତାକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ଉପସ୍ଥାପନ ହୋଇଥିବା ଦାବି ଗୁଡିକ ପୂରଣ ଲାଗି ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ମିଳିଥିଲା । ଜିଲ୍ଲାର ତିନୋଟିଯାକ ବ୍ଲକ ସମେତ ସଦର ମହାକୁମାରେ ଦୋକାନ ବଜାର ଗାଡି ଚଳାଚଳ ସକାଳ ୬ ଘଣ୍ଟାଠାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ସଂପୁର୍ଣ୍ଣ ବନ୍ଦ ରହିଥିବାବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ,ଜିଲା ଦୌରାଜଜଙ୍କ କାର୍ଯ୍ୟାଳୟ,ସମସ୍ତ ବ୍ୟାଙ୍କ ଓ ଡାକଘର ଆଦି ପ୍ରମୁଖ ଅନୁଷ୍ଠାନ ଗୁଡିକ ବନ୍ଦ ରହିଥିଲା ।
ବିଭିନ୍ନ କାର୍ଯ୍ୟାଳୟ ଆଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରି ବନ୍ଦ କରିଦେଇଥିଲେ । ରାଜ୍ୟ ସରକାର ବୌଦ୍ଧଜିଲ୍ଲାକୁ ସମ୍ବଲପୁର ରାଜସ୍ୱ ଆୟୁକ୍ତରେ ସାମିଲ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ନେଇ ଦୀର୍ଘ ଦିନରୁ ପ୍ରଚାର ଚାଲିଥିବାବେଳେ ଏହି ନ୍ୟାର୍ଯ୍ୟଦାବି ପୂରଣ ନେଇ କାଳକ୍ଷେପଣ ନିତି ଅବଲମ୍ବନ କରୁଛନ୍ତି । ତେଣୁ କଂଗ୍ରେସ ପକ୍ଷରୁ ଏହି ଦାବି ତୁରନ୍ତ ପୂରଣ କରିବାକୁ ଯୁଦ୍ଧଂ ଦେହୀ ଡାକରା ଦିଆଯାଇଛି ।
ସେହିପରି ଦୀର୍ଘଦିନ ହେଲା ରାଜନୈତିକ ଓ ପ୍ରଶାସନିକ ଷଡଯନ୍ତ୍ରର ଶୀକାର ହୋଇଆସିଥିବା ବୌଦ୍ଧଜିଲ୍ଲାରେ ଅନେକ ଭିତିଭୂମି ଥାଇସୁଦ୍ଧା ପରିଚୟ ପ୍ରଦାନ କରିବାରେ ସରକାର ଅବହେଳା ପ୍ରଦର୍ଶନ କରିଆସୁଛନ୍ତି । ତେଣୁ ଜିଲ୍ଲାର ପ୍ରଶାସନିକ ଢାଞ୍ଚାକୁ ସଂପୁର୍ଣ୍ଣ ପରିବର୍ତ୍ତନ କରାଯାଇ ଜିଲ୍ଲାରେ ଅନ୍ୟ ଏକ ସବଡିଭିଜନ ସୃଷ୍ଟି କରାଯିବା ସହିତ ଜିଲ୍ଲାପରିଷଦ ସଂଖ୍ୟା ୯ ରୁ ୧୮ କୁ ବୃଦ୍ଧି କରାଯିବା,ବ୍ଲକ ପୁର୍ନଗଠନ କରାଯାଇ ମନମୁଣ୍ଡା,ବାଉଁଶୁଣୀ ଓ ବଘିଆପଡାକୁ ନୂତନ ବ୍ଲକ ଭାବରେ ମାନ୍ୟତା ପ୍ରଦାନ,ଜନସଂଖ୍ୟା ସହିତ ଭୌଗଳିକ ସ୍ଥିତିକୁ ବିଚାରକୁ ନେଇ ଗ୍ରାମପଞ୍ଚାୟତ ସଂଖ୍ୟା ୬୯ ରୁ ୧୨୧ କୁ ବୃଦ୍ଧି,ବୌଦ୍ଧ ଏନଏସିକୁ ମହାନଗର ନିଗମ ମାନ୍ୟତାସହ ଜିଲାର କଣ୍ଟାମାଳ,ମନମୁଣ୍ଡା,ବାଉଁଶୁଣୀ ଓ ପୁରୁଣାକଟକକୁ ଏନଏସି ମାନ୍ୟତା ପ୍ରଦାନ ଦାବି କରାଯାଇଛି ।
ଏହାବ୍ୟତୀତ ଜିଲ୍ଲା ଗଠନ ହେବାପରେ ଜନସଂଖ୍ୟା ସହିତ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଥିବାବେଳେ ମାତ୍ର ୬ ଗୋଟି ଥାନା କାର୍ଯ୍ୟ କରୁଅଛି । ତେଣୁ ଜିଲ୍ଲାର ଘଣ୍ଟାପଡା,ଶଗଡା,ବଘିଆପଡା ଓ ଆଡେଣୀଗଡକୁ ଥାନାର ମାନ୍ୟତା ପ୍ରଦାନ ସହିତ ଦପଲା,ପଲଶାଗୋରା,ମର୍ଯ୍ୟାକୁଦ,ଧଳପୁର,ବୀରନରସିଂହପୁର ଏବଂ ମହାଲିକପଡାଠାରେ ନୂତନ ଫାଣ୍ଡି ସ୍ଥାପନା କରାଯିବାକୁ ଦାବି କରାଯାଇଛି । ସେହିପରିି ଚଳିତ ବର୍ଷ ଜିଲ୍ଲାରେ ସ୍ୱଳ୍ପ ଓ ଅନିୟମିତ ବୃଷ୍ଟିପାତ ଯୋଗୁଁ ଧାନ ତଳି ମରିବାକୁ ବସିଥିବାବେଳେ ଏହାର ଉପଯୁକ୍ତ ଅନୁଧ୍ୟାାନ କରାଯାଇ ଜିଲ୍ଲାକୁ ସଂପୁର୍ଣ୍ଣ ମରୁଡି ଘୋଷଣା କରାଯିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।
ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଏହି ବନ୍ଦରେ ଜିଲାର ସମସ୍ତ ବରିଷ୍ଠ ଓ ଯୁବ ନେତା ସାମିଲ ହୋଇଥିଲେ । ବୌଦ୍ଧଠାରେ ପୂର୍ବତନ ଜିଲ୍ଲା ସଭାପତି ନାରାୟଣ ପ୍ରସାଦ ପରିଜା,ସୁଧୀର କୁମାର କର୍ଣ୍ଣ,ପିସିସି ସଦସ୍ୟ ରାଏ ସଂଜିବ କୁମାର ଦେଓ,କନିଷ୍ଟ ରାଜହଂସ,ପ୍ରଦିପ ଦାସ,ଜାମିନି ମୁଖୀ,ଅର୍ଜୁନ ମହାନନ୍ଦିଆ, ତାରେଣୀ ଜେନା, ଗଣେଷ ଅଗୱାଲା,କୁମୁଦ କୁଦେଇ, ବିଶ୍ୱଜିତ ମିଶ୍ର,ଚିତ୍ତ ବେହେରା, ଉଦ୍ଧବ ବେହେରା ପ୍ରମୁଖ ବନ୍ଦରେ ପାଳନରେ ସାମିଲ ଥିବାବେଳେ ବୌଦ୍ଧ ବ୍ଲକରେ ଉମେଶ ପ୍ରସାଦ ତ୍ରିପାଠୀ ଓ ହରଭଙ୍ଗା ବ୍ଲକରେ ସଭାପତି ପଙ୍କଜ କୁମାର କର୍ଣ୍ଣ ଓ ସମରେଶ ମିଶ୍ର ପ୍ରମୁଖ ନେତୃତ୍ୱ ନେଇ ଜିଲ୍ଲା ବ୍ୟାପୀ ବନ୍ଦକୁ ସଂପୁର୍ଣ୍ଣ ସଫଳ କରାଇଥିଲେ ।
ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କର କୃତିତ୍ୱ
ବୌଦ୍ଧ,୬/୯: ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଚଳିତ ବର୍ଷ ବିଶ୍ୱ ବିଦ୍ୟାଳୟ ପରୀକ୍ଷାରେ କୃତିତ୍ୱର ସହ ଉତିନ୍ନ ହୋଇ ବିଭିନ୍ନ ବିଷୟରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ବଜାଇ ରଖିଛନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପ୍ରାଣୀ ବିଜ୍ଞାନ, ପରିସଂକ୍ୟାନ, ରାଜନିତୀ ବିଜ୍ଞାନ,ଓଡିଆ ବିଭାଗରେ ଯଥାକ୍ରମେ ୮ମ,୧ମ,୭ମ,୩ୟ ସ୍ଥାନ ବଜାଇ ରଖିଛନ୍ତି ।
ମାନ୍ୟତା ପୁରୋହିତ ପ୍ରାଣୀ ବିଜ୍ଞାନରେ ସପ୍ତମ, ପ୍ରତିଭା ଭୋଇ ପରିସଂଖ୍ୟନ ବିଭାଗରେ ପ୍ରଥମ, ରିଙ୍କି ମେହେର ରାଜନିତି ବିଜ୍ଞାନରେ ସପ୍ତମ, ନିତୁ ବେହେରା ଓଡିଆ ବିଭାଗରେ ତୃତୀୟ ସ୍ଥାନ ଅଧିକାର କରି କଲେଜର ଗୌରବ ବଜାଇ ରଖିଛନ୍ତି ।
କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା,ଅଧ୍ୟକ୍ଷ ଶୁଭ କାମନା କରି ସମସ୍ତଙ୍କର ମଙ୍ଗଳକାମନା କରିଛନ୍ତି । ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସ୍ୱତନ୍ତ୍ର ଭାବରେ ବୌଦ୍ଧ ବିଧାୟକ ପ୍ରଦିପ ଅମାତ ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ଉଜ୍ଜଳ ଭବିଶ୍ୟତ କାମନା କରିଛନ୍ତି ।
ବୌଦ୍ଧ: ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ପାଳିତ
ବୌଦ୍ଧ,୬ା୯: ବୌଦ୍ଧବ୍ଲକ ଅନ୍ତର୍ଗତ ଟୁଟୁସିଙ୍ଗା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ନିଖିଳ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ବୌଦ୍ଧ ଜିଲ୍ଲାଶାଖା ପକ୍ଷରୁ ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଧାମୋହନ ମହାରଣା ମୁଖ୍ୟଅତିଥି ଭାବରେ ଯୋଗଦେଇଥିବାବେଳେ ବୌଦ୍ଧ ମହିଳା ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଶିବଦତ୍ତ ପଟ୍ଟନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସଂସ୍କୃତ ଭାଷା ଓ ଭାରତୀୟ ସଂସ୍କୃତିର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ ।
ଅନ୍ୟତମ ଅତିଥି ଭାବରେ ନିରଂଜନ ସାହୁ,ପଣ୍ଡିତ ନବୀନ ଚନ୍ଦ୍ର ଶତପଥୀ,ଲକ୍ଷ୍ମଣ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ସଂସ୍କୃତ ଭାଷାର ମହତ୍ୱ ଓ ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ । ସଂଘର ସଭାପତି ତ୍ରିନାଥ ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଲକ୍ଷ୍ମଣ କୁମାର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ସଂଘର ସମ୍ପାଦକ ଧରଣୀଧର ସାହୁ କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031