Indus Valley Times

ବୌଦ୍ଧଜିଲ୍ଲା ହାବିଲଦାର ଓ କନେଷ୍ଟବଲ ସଂଘର ଶପଥ ଗ୍ରହଣ ଉତ୍ସବ

 Breaking News

ବୌଦ୍ଧଜିଲ୍ଲା ହାବିଲଦାର ଓ କନେଷ୍ଟବଲ ସଂଘର ଶପଥ ଗ୍ରହଣ ଉତ୍ସବ

ବୌଦ୍ଧଜିଲ୍ଲା ହାବିଲଦାର ଓ କନେଷ୍ଟବଲ ସଂଘର ଶପଥ ଗ୍ରହଣ ଉତ୍ସବ
January 31
18:36 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୧/୧ : ବୌଦ୍ଧଜିଲ୍ଲା ହାବିଲଦାର ଓ କନେଷ୍ଟବଲ ସଂଘର ନବନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ ଉତ୍ସବ ବୌଦ୍ଧ ଟାଉନହଲ ଠାରେ ସନ୍ଧ୍ୟାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ସଭାପତି ଭାବରେ ବୁଲୁ କୁମାର ମିଶ୍ର, ଉପସଭାପତି ଭାବରେ ଆଲୋକ ସିଂ କହଁର,ସଂପାଦକ ଭାବରେ ରଂଜିତ କୁମାର ପଣ୍ଡା, ସହସଂପାଦକ ଭାବରେ ଷଣ୍ଢେଶ୍ୱର କର୍ଣ୍ଣ, ସହ ସଂପାଦକ , କୋଷାଧ୍ୟକ୍ଷ ଯୋଶବନ୍ତ ପ୍ରଧାନ, ସଦସ୍ୟ ଭାବରେ ପୂର୍ଣ୍ଣଚନ୍ଦ୍ର ସାହୁ, ନାରାୟଣ ସାହୁ, ଜଗତ ମୋହନ ନାୟକ, ସିସି ସଦସ୍ୟ କୃଷ୍ଣ ଚନ୍ଦ୍ର ସାହୁ ଶପଥ ଗ୍ରହଣ କରିଥିଲେ ।
ଡିଏସପି ଗୌରଙ୍ଗ ଚରଣ ସାହୁ ଶପଥ ପାଠ କରାଇଥିଲେ । ଅତିରିକ୍ତ ଜିଲ୍ଲା ଆରକ୍ଷୀଅଧିକ୍ଷକ ସାର୍ଥକ ରାୟ,ଏସଡିପିଓ ଲରେନ ରାଉତରାୟ, ଆରଆଇ ପ୍ରଦିପ ଓରାମ, ବୌଦ୍ଧ ଥାନା ଅଧିକାରୀ ନଳିନୀ କାନ୍ତ ଦାସ,ସର୍ଜେ ଖଗେଶ୍ୱର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।
ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା
ବୌଦ୍ଧ,୩୧/୧: ବୌଦ୍ଧଜିଲ୍ଲା ରାଜ୍ୟର କେନ୍ଦ୍ରସ୍ଥଳରେ ରହିଛି । ପୂର୍ବ ଓଡିଶା ସହିତ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶା ସହିତ ଓତ୍ତର ଓ ପଶ୍ଚିମଓଡିଶାକୁ ସଂଯୋଗର କେନ୍ଦ୍ର ପାଲଟିଛି ବୌଦ୍ଧଜିଲ୍ଲା । ବୌଦ୍ଧ ଦେଇ ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ଯାଇଛି ।
ଏହି ରାଜପଥ ଜିଲ୍ଲାରେ ୧୧୦ କିଲୋମିଟରୁ ଉର୍ଦ୍ଧ୍ୱ ରହିଛି । ହେଲେ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ଭରି ରହିଛି । ଯାହାଫଳରେ ଦୈନଦିନ ଦୁର୍ଘଟଣାମାନ ଘଟୁଛି । ଏହାକୁ ଦେଖିଲେ ଲାଗୁଛି ଜାତୀୟ ରାଜପଥଟି ମରଣଯନ୍ତା ପାଲଟିଯାଇଛି ।
ଏପରିକି ରାସ୍ତାକୁ ଦେଖିଲେ ସମତଳ କମ ଖାଲଢିପ ଅଧିକ ରହି ଥିବା ଭଳି ମନେହେଉଛି । ସେହିପରି ଜାତୀୟ ରାଜପଥରେ ନିର୍ମାଣ ହୋଇଥିବା ପୋଲ ଗୁଡିକ ରାସ୍ତା ସହିତ ସଂଯୋଗ ସ୍ଥାନରେ ଦବି ଯାଇଥିବାରୁ ଦ୍ରୁତ ଗତିରେ ଯାଉଥିବା ଯାନାବାହାନ ଗୁଡିକ ସେହି ସ୍ଥାନରେ ଛେଜି ହେବାସହିତ ଭାରସାମ୍ୟ ହରାଇ ଅନେକ ସମୟରେ ଦୁର୍ଘଟଣାର ଶୀକାର ହେଉଥିବା ଅଭିଯୋଗ ହେଉଛି । ଜାତୀୟ ରାଜପଥ ଜିଲ୍ଲାର ମନମୁଣ୍ଡା ଠାରୁ ବୌଦ୍ଧଜିଲ୍ଲା ସୀମା ନୟାଗଡ ଜିଲ୍ଲା ବାଣୀଗୋଚ୍ଛା ପର୍ଯ୍ୟନ୍ତ ଲମ୍ବିଯାଇଛି ।
ବର୍ତମାନ ଏହି ରାସ୍ତାରେ ବଡ ବଡ ଖାଲ ରହିଥିବା ବେଳେ ଗାଡି ଗୁଡିକ ଓଭରଟେକ କଲାବେଳେ ଖାଲ ଯୋଗୁଁ ଯାନବାହାନ ଗୁଡିକ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡୁଛି । ଯାହାଫଳରେ ଅକାରଣରେ ଧନଜୀବନ କ୍ଷତି ହେଉଛି ।
ବୌଦ୍ଧଜିଲ୍ଲାରେ ଦୁର୍ଘଟଣା ହାର ଉଦବେଗଜନକ ସ୍ଥିତିରେ ପହଂଚିଛି ।
ସେହିପରି ବୌଦ୍ଧ-କିଆକଟା ମହାନଦୀ ସେତୁ ଦକ୍ଷିଣ ଓଡିଶା ସହିତ ପଶ୍ଚିମ ଓଡିଶା ଓ ଉତ୍ତର ଓଡିଶାକୁ ସଂଯୋଗର ସେତୁ ପାଲଟିଛି । ଏହି ରାସ୍ତାଦେଇପ୍ରତିଦିନ ଶହ ଶହ ଯାନବାହାନ ଚଳାଚଳ କରୁଛନ୍ତି ।
ଯେକେହି ଯାତ୍ରୀ ଏହି ରାସ୍ତାରେ ଯିବା ଆସିବା କରିଥାନ୍ତି ରାସ୍ତାକୁ ନେଇ ବିଭିନ୍ନ ଅରୁଜିକର ମନ୍ତବ୍ୟ ଦେଇଥାନ୍ତି । ଏପରିକି ପ୍ରଶାସନ ଓ ସରକାରଙ୍କୁ ଦାୟୀ କରିଥାନ୍ତି । ଅନ୍ୟପଟେ ଦେଖିବାକୁ ଗଲେ ହରଭଙ୍ଗା ବ୍ଲକର ରାମ୍ଭୀକଟା ନିକଟରେ ଏକ ଟୋଲଗେଟ ନିର୍ମାଣ ଚାଲୁ ରହିଛି ।
ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲାଣି । ଜାତୀୟ ରାଜପଥ ସଜାଡିବା ପରିବର୍ତ୍ତେ ସରକାର ଏକ ଟୋଲଗେଟ ନିର୍ମାଣ କରିବାକୁ ଯାଉଛନ୍ତି । ଜିଲ୍ଲାରେ ଜାତୀୟ ରାଜପଥର ଉପଯୁକ୍ତ ମରାମତିର ଆବଶ୍ୟକତା ରହିଥିବା ବେଳେ ଜାତୀୟ ରାଜପଥ ବିଭାଗ ନିରବ ଦ୍ରଷ୍ଟା ସାଜିଛି । ତେଣୁ ପ୍ରଶାସନ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଅଛି ।
ବୌଦ୍ଧ କଲେଜରେ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ
ବୌଦ୍ଧ,୩୧/୧ : ବୌଦ୍ଧ ପଞ୍ଚାୟତ କଲେଜ ପରିସରରେ ଦୀର୍ଘ ଦଶଦିନ ଧରି ଚାଲିଥିବା ଛାତ୍ରୀମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ସୁଜାତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଯାପନୀ ଉତ୍ସବରେ ଅତିଥି ଭାବରେ ଇଂରାଜୀ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଭାଗ୍ୟବାନ ମହାକୁଡ ଯୋଗଦାନ କରି କହିଥିଲେଯେ, ସାଂପ୍ରତିକ ସମାଜରେ ନିଜର ସୁରକ୍ଷା ପାଇଁ ଛାତ୍ରୀମାନେ ଆତ୍ମରକ୍ଷା କୌଶଳ ଜାଣିବା ନିତାନ୍ତ ଆବଶ୍ୟକ । ଏହା କେବଳ ଶାରିରୀକ ଶକ୍ତି ନୁହେଁ ବରଂ ମାନସିକ ସାହାସ ବୃଦ୍ଧି କରିଥାଏ ।
ଏହି ଶିବିରର ସଂଯୋଜିକା ଅଧ୍ୟାପିତା ସୁମିତା ସାହୁ ଛାତ୍ରୀମାନଙ୍କୁ ଶିବିରରେ ଶିଖିଥିବା କୌଶଳ ଜୀବନରେ ଆବଶ୍ୟକବେଳେ ନିଜ ନିଜର ସୁରକ୍ଷା ପାଇଁ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଛାତ୍ରୀମାନେ ପ୍ରଶିକ୍ଷିକା ସନ୍ଧ୍ୟାରାଣୀ ସାହୁ ଓ ରୋଜାଲିନ ରାଜହଂସଙ୍କ ଦ୍ୱାରା ଶିଖିଥିବା ବିଭିନ୍ନ ଆତ୍ମରକ୍ଷା କୌଶଳର ଚମତ୍କାର ପ୍ରଦର୍ଶନ କରିଥିଲେ । ଶେଷରେ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ଉପସଂଯୋଜିକା ଅଧ୍ୟାପିକା ଦିପ୍ତିମୟୀ ମଲ୍ଲିକ ମଞ୍ଚ ପରିଚାଳନା କରିଥିବାବେଳେ ଅନ୍ୟତମ ଉପସଂଯୋଜିକା ଅଧ୍ୟାପିକା ହୀରାକାନ୍ତୀ ମାଝି ଧନ୍ୟବାଦ ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031