Indus Valley Times

ବୌଦ୍ଧରୁ ପୁଣି ୧୭୯ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

 Breaking News

ବୌଦ୍ଧରୁ ପୁଣି ୧୭୯ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

ବୌଦ୍ଧରୁ ପୁଣି ୧୭୯ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ
June 03
21:13 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩ା୬ : ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ବେଳେ ବୌଦ୍ଧ ଜିଲ୍ଲାରେ ଆକ୍ରାନ୍ତ ଓ ମୃତକଙ୍କ ହାର ବୃଦ୍ଧି ପାଇଛି । ଗତ ଚବିଶଘଣ୍ଟାରେ ବୌଦ୍ଧ ଜିଲ୍ଲାରେ ୧୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ । ଫଳରେ ଜିଲ୍ଲାରେ ମୋଟ ପଜିଟିଭ୍ ସଂଖ୍ୟା ୧୦୫୧୪ ଓ ମୃତକଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି । ସେହିପରି ଗୁରୁବାର ଦିନ ହରଭଙ୍ଗା ବ୍ଲକ୍ କରଞ୍ଜକଟା ଗ୍ରାମରୁ ସର୍ବାଧିକ ୩୫ ଜଣ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ଏନ୍‌ଏସିରୁ ୭ ଜଣ, ବୌଦ୍ଧ ବ୍ଲକରୁ ୫୩, ହରଭଙ୍ଗା ବ୍ଲକରୁ ୯୬ ଓ କଣ୍ଟାମାଳ ବ୍ଲକରୁ ୨୧ ଜଣ ଆକ୍ରାନ୍ତ ହୋଇଛନ୍ତି । ବୁଧବାର ସୁଦ୍ଧା ବୌଦ୍ଧ ଜିଲ୍ଲାର ୭୧୭୯ ରୋଗୀ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୩୨୮୭ ଜଣ ରୋଗୀ ସକ୍ରିୟ ଅଛନ୍ତି । ସରକାରୀ ହିସାବରେ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି ।
…………………..
ଗୁଡପଡା ଜୟରାମ ହତ୍ୟା ମାମଲା: ତଦନ୍ତ ରିପୋର୍ଟ ମାଗିଲା କ୍ରାଇମବ୍ରାଞ୍ଚ
ବୌଦ୍ଧ,୩ା୬: ବୌଦ୍ଧଜିିଲ୍ଲା ବାଉଁଶୁଣୀ ଥାନା ଗୁଡପଡା ଗ୍ରାମର ଜୟରାମ ବନଛୋର ମୃତ୍ୟୁ ମାମଲାର ସମସ୍ତ ତଦନ୍ତ ରିପୋର୍ଟ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଜିଲ୍ଲା ପୋଲିସକୁ ମଗାଯାଇଥିବା ଜଣାଯାଇଛି । ପ୍ରକାଶଥାଉକି ଗତ ମାର୍ଚ୍ଚ ୧୩ ତାରିଖ ଦିନ ବାଉଁଶୁଣୀ ଥାନା ଅନ୍ତର୍ଗତ ବହିରା ଗ୍ରାମ ନିକଟସ୍ଥ ଏକ ପଟାଶ ଗଛରେ ଗୁଡପଡା ଗ୍ରାମର ଟ୍ରାକ୍ଟର ଡ୍ରାଇଭର ଜୟରାମ ବନଛୋର ଙ୍କ ମୃତ ଦେହ ଝୁଲିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପ୍ରାଥମିକ ତଦନ୍ତ ପରେ ବାଉଁଶୁଣୀ ପୋଲିସ କେସ ନମ୍ବର ୨/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବକୁ ବ୍ୟବଛେଦ ପାଇଁ ପଠାଇଥିଲା । ଏହି ଘଟଣାର ଦିନକ ପରେ ମୃତକ ଜୟରାମର ପିତା ବିନୟ ବନଛୋର ମୋବାଇଲ ରେକର୍ଡ ଆଧାରରେ ତାଙ୍କ ପୁଅକୁ ବନ୍ଧୁମାନେ ହତ୍ୟା କରିଥିବା ନେଇ ବାଉୁଁଶୁଣୀ ଥାନାରେ ଅଭିଯୋଗ କରିଥିଲେ । ମୃତକ ପରିବାରର ଅଭିଯୋଗ ଅନୁଯାୟୀ ଜୟରାମ ବହିରା ଗ୍ରାମର ସଂଜିବ ମେହେରଙ୍କ ଟ୍ରାକ୍ଟର ଚଳାଉଥିଲେ । ଘଟଣା ଦିନ ସେ କାମକୁ ନଯାଇ ବନ୍ଧୁମାନଙ୍କ ସହିତ ଭୋଜି କରିଥିବାବେଳେ ସକାଳୁ ତାଙ୍କର ମୃତଦେହ ବହିରା ଗ୍ରାମ ନିକଟସ୍ଥ ଏକ ପଟାଶ ଗଛରେ ଝୁଲୁଥିବା ପରିବାର ଲୋକ ସୂଚନା ପାଇଥିଲେ । ମୃତ୍ୟୁର ପୂର୍ବଦିନ ମାର୍ଚ୍ଚ ୧୨ ତାରିଖରେ ଜୟରାମ ମୋବାଇଲରୁ ତାର ବନ୍ଧୁ ସାନଝାରକଟାର ରାଜେଶ ଖଟୁଆ ତାଙ୍କ ଭାଇକୁ ଫୋନ କରି ଜଣାଇଥିଲେ ଯେ ଜୟରାମର ଫୋନ ମୋ ପାଖରେ ଅଛି ଆସିକି ନେଇଯାଅ । ସକାଳୁ ତାଙ୍କର ମୃତ ଦେହ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତେଣୁ ତାଙ୍କ ପୁଅ ଜୟରାମକୁ ହତ୍ୟା କରାଯିବାପରେ ଗଛରେ ଝୁଲାଇଦିଆଯାଇଥିବା ନେଇ ତାର ତିନିଜଣ ବନ୍ଧୁ ବହିରା ଗ୍ରାମର ଟ୍ରାକ୍ଟର ମାଲିକ ସଂଜିବ ମେହେର(୩୫) ରାଜେନ୍ଦ୍ର ମହାକୁଡ(୨୧) ,ଲିପୁନ ମହାକୁଳ(୨୨) ଓ ସାନଝାରକଟା ଗ୍ରାମର ରାଜେଶ ଖଟୁଆ (୨୨) ଙ୍କ ନାମରେ ବାଉଁଶୁଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବାବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲା । ପ୍ରମାଣ ଅଭାବରୁ ପୋଲିସ ଏହି ମାମଲାକୁ ଗଡାଇଚାଲିଥିବାବେଳେ ମୃତକ ଜୟରାମର ପିତା ବିନୟ ବନଛୋର ତାଙ୍କ ପୁଅର ମୃତ୍ୟୁକୁ ଆତ୍ମହତ୍ୟା ନୁହେଁ ହତ୍ୟା ମାମଲାରେ ତଦନ୍ତ କରାଯାଇ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବୌଦ୍ଧ ଏସଡିଜେଏମଙ୍କ ଅଦାଲତରେ ପିଟିସନ ଦାଖଲ କରିଥିଲେ । ମାନ୍ୟବର ଅଦାଲତ ପିଟିସନର ବିଚାର କରି ହତ୍ୟାମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ପାଇଁ ବାଉଁଶୁଣୀ ପୋଲିସକୁ ନିର୍ଦ୍ଦେଶ ଦେବା ପରେ ବାଉଁଶୁଣୀ ପୋଲିସ ପୂର୍ବ ଅପମୃତ୍ୟୁ ମାମଲାକୁ ଥାନା କେସ ନମ୍ବର ୪୪/୨୧ ରେ ଦଫା ୩୦୨/୨୦୧/୩୪ ଆଇପିସିରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ଏହି ମାମଲାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନଥିବାବେଳେ ପରିବାରଲୋକଙ୍କ ଅଭିଯୋଗକ୍ରମେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏହାର ତଦନ୍ତ ରିପୋର୍ଟ ଜିଲ୍ଲା ପୋଲିସକୁ ମଗାଯାଇଥିବା ଜଣାଯାଇଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031