Indus Valley Times

ବୌଦ୍ଧରେ ଉଦଘାଟିତ ହେଲା ଓଡିଶା କୃଷି ଶିଳ୍ପ ନିଗମର ନୂତନ କାର୍ଯ୍ୟାଳୟ

 Breaking News

ବୌଦ୍ଧରେ ଉଦଘାଟିତ ହେଲା ଓଡିଶା କୃଷି ଶିଳ୍ପ ନିଗମର ନୂତନ କାର୍ଯ୍ୟାଳୟ

ବୌଦ୍ଧରେ ଉଦଘାଟିତ ହେଲା ଓଡିଶା କୃଷି ଶିଳ୍ପ ନିଗମର ନୂତନ କାର୍ଯ୍ୟାଳୟ
November 09
09:37 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୯/୧୧: ଜିଲ୍ଲା ଶିଳ୍ପ କେନ୍ଦ୍ର କାର୍ଯ୍ୟାଳୟ ନିକଟରେ ଥିବା ଓଡିଶା କୃଷି ଶିଳ୍ପ ନିଗମ ବୌଦ୍ଧର ନୂତନ କାର୍ଯ୍ୟାଳୟ ଓ ବହୁମୁଖୀ କୃଷି ଗୋଦାମଗୃହ ଆଜି ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଯୋଗଦେଇ କାର୍ଯ୍ୟାଳୟକୁ ଫିତାକାଟି ଉଦଘାଟନ କରିଥିଲେ । ଶ୍ରୀ ଅମାତ ଏହି ଅବସରରେ କୃଷକମାନଙ୍କୁ ଉତ୍ସାହିତ କରିବା ସହିତ ଏହି ଗୋଦାମଗୃହ ହେବା ଯୋଗୁଁ କୃଷକମାନେ କୃଷିଜାତ ଦ୍ରବ୍ୟ ସହଜରେ ପାଇପାରିବେ ଓ ଚାଷୀ ଚାଷପାଇଁ ଆଗ୍ରହୀ ହେବେ ।
ଏହି ନିଗମ ଜିଲ୍ଲାର ସମସ୍ତ ଚାଷୀଙ୍କ ସୁବିଧା ଅସୁବିଧା ଓ ଜମିକୁ ଜଳ ସେଚନ ବ୍ୟବସ୍ଥା ପାଇଁ କାର୍ଯ୍ୟ ଓ ପରାମର୍ଶ ଦେବ ବୋଲି ଅତିଥି ସୁଚନା ଦେଇଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପରିଚାଳନା ନିର୍ଦ୍ଦେଶକ ସଦାନନ୍ଦ ନାୟକ, ପ୍ରତିନିଧି ସାଧାରଣ ପରିଚାଳକ ଇଂ. ରାଜେନ୍ଦ୍ର ପ୍ରସାଦ ପୃଷ୍ଟି ପ୍ରମୁଖ ଯୋଗଦେଇ କୃଷି ଶିଳ୍ପ ନିଗମର ଆବଶ୍ୟକତା ସଂପର୍କରେ ସୁଚନା ଦେଇଥିଲେ । ଜିଲ୍ଲା ପରିଚାଳକ ନାରାୟଣ ମହାନନ୍ଦ ମଂଚ ପରିଚାଳନା କରିଥିବାବେଳେ ସହାୟକ ଯନ୍ତ୍ରୀ ଇଂ. ପ୍ରଦୀପ୍ତ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
ଛାତ୍ରୀ ନିବାସ ପାଇଁ ଭୂମି ପୂଜନ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀ ଉଦଘାଟନ
ବୌଦ୍ଧ;୯/୧୧: ବୌଦ୍ଧବ୍ଲକ ମୁର୍ଷୁଣ୍ଢି ପଞ୍ଚାୟତ ଅନ୍ତର୍ଗତ ତେତଲେଙ୍ଗା ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୧୦୦ସିଟ ବିଶିଷ୍ଟ ଏକ ଛାତ୍ରୀନିବାସ ପାଇଁ ସୋମବାର ଭୂମିପୂଜନ ଅନୁଷ୍ଠିତ ହୋଇଛି । ଏଥିସହିତ ଏହି ବିଦ୍ୟାଳୟରେ ଉଚ୍ଚ ମାଧ୍ୟମିକ ଶ୍ରେଣୀ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦିପ ଅମାତ ଯୋଗଦେଇ ଭୂମି ପୂଜନ ଓ ଉଦଘାଟନ କରିଥିଲେ । ବୌଦ୍ଧ ଜିଲ୍ଲାପାଳ ତଥା ସଭାପତି ବିଦ୍ୟାଳୟ ପରିଚାଳନା କମିଟି ଲଲାଟେନ୍ଦୁ ମିଶ୍ରଙ୍କ ସଭାପତିତ୍ୱରେ ଏକ ସଭା ସ୍କଲ ପରିସରରେ ଅନୁଷ୍ଠିତ ହୋଇଥିଲା ।
ଏହି ସମାବେଶରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର, ରାସ୍ତା ଓ କୋଠାବାଡ଼ି ମୁଖ୍ୟ ନିର୍ମାଣଯନ୍ତ୍ରୀ ଇଂ ମନୋଜ ତ୍ରିପାଠୀ, ନିର୍ବାହୀ ଯନ୍ତ୍ରୀ ଇଂ ଶାନ୍ତନୁ ନାୟକ, ସହକାରୀ ଯନ୍ତ୍ରୀ ଇଂ ଜଗନ୍ନାଥ ବିଶ୍ୱାଳ, ମୁର୍ଷୁଣ୍ଢି ସରପ ମଧୁମତୀ ବେହେରା, ବୌଦ୍ଧବ୍ଲକ ଉପାଧକ୍ଷ ମନୋରଞ୍ଜନ ପୁରୋହିତ, ଅଭିଭାବକ-ଶିକ୍ଷକ ସଙ୍ଘ ସଭାପତି ସ୍ୱାଧୀନ ବିଶ୍ୱାଳ, ମୋ ସ୍କୁଲ ଅଭିଯାନ ସଭାପତି ରାଜକୁମାର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ମଞ୍ଚ ପରିଚାଳନା କରିଥିଲେ ଶିକ୍ଷୟତ୍ରୀ ସୁଶ୍ରୀ ନିହାରବାଳା ବେହେରା ।
ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ବିଦ୍ୟାଳୟ ଅଧ୍ୟକ୍ଷ ହରେକୃଷ୍ଣ ବେହେରା । ବିଦ୍ୟାର୍ଥୀ ପ୍ରତିନିଧି ଇତିଶ୍ରୀ ମହାକୁଡ଼ ସଫଳତା ଓ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଅତିଥିଙ୍କୁ ଅବଗତ କରାଇଥିଲେ ।
ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଅଭିଭାବକ ପ୍ରତିନିଧି କୃତିବାସ ପଲିଆ, ମାନସ ପୁରୋହିତ, ଜଗବନ୍ଧୁ ପାତ୍ର, ପ୍ରଭାତ ଚନ୍ଦ୍ର ପ୍ରଧାନ, କୃଷ୍ଣଚନ୍ଦ୍ର ସେଠୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ଦେବବ୍ରତ ପ୍ରଶାୟତ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031