Indus Valley Times

ବୌଦ୍ଧରେ ବିଶାଳ ବିଶ୍ୱ ଶାନ୍ତି ଗାୟତ୍ରୀ ମହାଯଜ୍ଞ ଶୁଭାରମ୍ଭ

 Breaking News

ବୌଦ୍ଧରେ ବିଶାଳ ବିଶ୍ୱ ଶାନ୍ତି ଗାୟତ୍ରୀ ମହାଯଜ୍ଞ ଶୁଭାରମ୍ଭ

November 30
18:33 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୦/୧୧: ବୌଦ୍ଧ ସହର ଗାୟତ୍ରୀ ଶକ୍ତିପୀଠ ନିକଟ ପଡିଆ ଠାରେ ୨୪ କୁଣ୍ଡିୟ ବିଶ୍ୱ ଶାନ୍ତି ଗାୟତ୍ରୀ ମହାଯଜ୍ଞ ଶୁଭ ଉଦଘାଟନ ହୋଇଯାଇଛି । ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ବୌଦ୍ଧଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ଏହି ମହାଯଜ୍ଞକୁ ଶାନ୍ତିକୁଞ୍ଜ ହରିଦ୍ୱାରରୁ ଆସିଥିବା ରୂଷିପୁତ୍ର ମାନଙ୍କ ଦ୍ୱାରା ପରିଚାଳିତ ହେଉଛି । ପ୍ରାରମ୍ଭରେ ଶତାଧିକ ମହିଳା ମହାନଦୀରୁ ଜଳନେଇ ସହରରେ ଏକ କଳସୀ ଶୋଭାଯାତ୍ରାରେ ଯଜ୍ଞ ସ୍ଥଳକୁ ଆଣିଥିଲେ ।
ଏହି କାର୍ଯ୍ୟକ୍ରମକୁ ଜଙ୍ଗଲ, ପରିବେଶ, ସୁଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ କ୍ରାନ୍ତି ମଶାଲ ପତାକା ଉତଳନ କରି ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର ପ୍ରମୁଖ ଯୋଗଦେଇ ସମାଜରେ ଶାନ୍ତି ପ୍ରତିଷ୍ଠା ପାଇଁ ଓ ଲୋକଙ୍କ ମନରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିବା ପାଇଁ ଏଭଳି ଯଜ୍ଞର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ଚାରିଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶାନ୍ତିକୁଞ୍ଜ ହିରିଦ୍ୱାରର ବ୍ରହ୍ମା କୁମାର ଦିବ୍ୟଶ୍ରୀ, ସୀତାରାମ ସ୍ୱାଇଁ, ଶିବ ଚନ୍ଦ୍ର ସାହୁ, ସରୋଜ ପ୍ରଧାନ, ସୁବାଷ ଚୌହାନଙ୍କ ସମେତ ବୌଦ୍ଧ ଗାୟତ୍ରୀ ପରିବାରରୁ ବରିଷ୍ଠ ସଦସ୍ୟ ହୃଦାନନ୍ଦ ମେହେର, ଜିଲ୍ଲା ସଂଯୋଜକ ପ୍ୟରିମୋହନ ଶତପଥି, ପ୍ରଫୁଲ୍ଲ କୁମାର ଚାନ୍ଦ, ମୁଖ୍ୟ ଟ୍ରଷ୍ଟି ଅଧ୍ୟାପକ ପ୍ରବିର ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଂପାଦନା କରିଥିଲେ । ଏହି ଯଜ୍ଞରେ ପ୍ରତ୍ୟେହ ବ୍ରତ, ମୁଣ୍ଡନ, ଦୀକ୍ଷା, ନାମ କରଣ, ପୁଂସବନ ଓ ସଂଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଗ୍ରାମରୁ ହଜାର ହଜାର ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।
ବୌଦ୍ଧ କଲେଜରେ କ୍ରୀଡା ଉତ୍ସବ ଅନୁଷ୍ଠିତ
ବୌଦ୍ଧ,୩୦/୧୧: ରାଜ୍ୟ ସରକାରଙ୍କ ପକ୍ଷରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଯୁବ ଓଡିଶା-ନବିନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ବୌଦ୍ଧ ପଞ୍ଚାୟତ ମହା ବିଦ୍ୟାଳୟ ରେ କ୍ରୀଡା କ୍ଲବ ପକ୍ଷରୁ ସ୍ନାତକ ସ୍ତରୀୟ କ୍ରୀଡା ଉତ୍ସବ ଆରମ୍ଭ ହୋଇଛି ।
ଏହି ଅବସରରେ ବରିଷ୍ଠ ଅଧ୍ୟାପକ ନିରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆଇନଜୀବୀ ଅଶୋକ କୁମାର ସହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥିଭାବେ ଏହି କ୍ରୀଡା ଉତ୍ସବ କାର୍ଯ୍ୟକ୍ରମର ନୋଡାଲ ଅଫିସର ଡ. ସୁଜାତା ସାହୁ. ଜିଲ୍ଲା ନୋଡାଲ ଅଧିକାରୀ ଗୀତାଞ୍ଜଳୀ ମହାପାତ୍ର, କ୍ରୀଡା କ୍ଲବର ନୋଡାଲ ଅଧିକାରୀ ଅଧ୍ୟାପକ ସଦାନନ୍ଦ ମାହାର, ପ୍ରତାପ କୁମାର ରଥ, ପ୍ରଦିପ କୁମାର ପ୍ରଧାନ, ସନ୍ତୋଷ କୁମାର ସାହୁ, ମମତା ମଲ୍ଲିକ, ମୁକ୍ତି ସାହୁ, ସୁରଜ କୁମାର ନାଏକ, କରିସ୍ମା ସେଠୀ, ତ୍ରୀନାଥ ରଣା, କ୍ରିଡା ଶିକ୍ଷକ ଲମ୍ବୋଦର ପୁରୋହିତ, ରିତୁ ଭାମି ପ୍ରମୁଖ ମଂଚାସୀନ ରହିଥିଲେ । ଅଧ୍ୟାପକ ଡ. ଅମରେଶ ସାହୁ ମଂଚ ପରିଚାଳନା କରିଥିଲେ । ଏହି ଉତ୍ସବରେ କ୍ରିକେଟ, ଫୁଟବଲ, ଭଲିବଲ ତଥା ଅନ୍ୟାନ କ୍ରିଡା ଅନୁଷ୍ଠିତ ହୋଇଥିଲା ।
ସପ୍ତମ ଗଡଜାତ ମହୋତ୍ସବର ଶୁଭଖୁଣ୍ଟି ସ୍ଥାପନ
ବୌଦ୍ଧ,୩୦/୧୧: ଜିଲ୍ଲାର ହରଭଙ୍ଗା ବ୍ଲକସ୍ଥିତ ବିରନରସିଂହପୁର ହାଇସ୍କୁଲ ପଡିଆ ଠାରେ ସପ୍ତମ ଗଡଜାତ ମହୋତ୍ସବର ଶୁଭଖୁଣ୍ଟ ସ୍ଥାପନ କରାଯାଇଛି । ମହୋତ୍ସବ ସଭାପତି ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ସ୍ଥାନିୟ କଳାକାର, ସ୍ୱୟଂ ସହାୟକ ଗୋଷ୍ଠି, ଏମ ବି କେ, ବ୍ୟାଙ୍କ ମିତ୍ର, ଡ୍ରାଇଭର ମହାସଂଘର କର୍ମକର୍ତା, ଗ୍ରାମ କମିଟି ସଭାପତି, ସମିତି ସଭ୍ୟ, ମହୋତ୍ସବ କମିଟି ସଭ୍ୟ, ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ ।
ଆସନ୍ତା ଡିସେମ୍ବର ୧୫ ତାରିଖ ଠାରୁ ଆରମ୍ଭ ହୋଇ ସାତଦିନ ଧରି ଅନୁଷ୍ଠିତ ଏହି ମହୋତ୍ସବରେ ସରକାରୀ ବେସରକାରୀ ଅନୁଷ୍ଠାନର ଉନ୍ନୟନ ଷ୍ଟଲ ସାଙ୍ଗକୁ ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ଓ ସୀନେ ତାରକା, ସ୍ଥାନିୟ ସାଂସ୍କୃତିକ ସଂଗଠନ ଦ୍ୱାରା କାର୍ଯ୍ୟକ୍ରମ, ଆଲୋଚନା ଚକ୍ର, ଖାଦ୍ୟ, ବସ୍ତ୍ର, ଘରକରଣା ବଜାର, ମୀନା ବଜାର, ପଲ୍ଲିଶ୍ରୀ ମେଳା ପ୍ରଭୃତି ଆୟୋଜନ କରାଯିବାକୁ କମିଟି ପକ୍ଷରୁ ସଂପୂର୍ଣ୍ଣ ରୂପରେଖ ସ୍ଥିର କରାଯାଇଛି ।
ସେଂଟ୍ ଜାଭିୟର୍ସ ପବ୍ଲିକ ସ୍କୁଲ ବୌଦ୍ଧର ବାର୍ଷିକ କ୍ରୀଡା
ବୌଦ୍ଧ,୩୦/୧୧: ଦୁଇଦିନ ଧରି ସେଂଟ୍ ଜାଭିୟର୍ସ ପବ୍ଲିକ ସ୍କୁଲ ବୌଦ୍ଧର ବାର୍ଷକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ମା ଗେହ୍ଲାଙ୍କ ମନ୍ଦିର ଠାରୁ କ୍ରୀଡା ମଶାଲ ସ୍କୁଲ ଖେଳପଡିଆ ଠାରେ ପହଞ୍ଚିବା ପରେ କ୍ରୀଡା ପତାକା ଉତ୍ତୋଳନ କରାଯାଇ ଚେୟାରମ୍ୟାନ ଯୁଗଳ କିଶୋର ସାମଲ ମୁଖ୍ୟଅତିଥି ଭାବେ ବାର୍ଷିକ କ୍ରୀଡାକୁ ଉଦଘାଟନ କରିଥିଲେ ।
ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ଇନ୍ ଆଉଟ୍‌, ଆଳୁ ଦୌଡ, ଦୌଡକୁଦ, ମ୍ୟୁଜିକ ଚେୟାର, କୌତୁକ ଦୌଡ, ମେଥ୍ ରେସ୍‌, ସଟଫୁଟ ଥ୍ରୋ, ଡିସକସ୍ ଥ୍ରୋ, ଜେବଲିନ, ଲମ୍ବ ଡିଆଁ, ଉଚ୍ଚ ଡିଆଁ ଆଦି ଖେଳ ଅନୁଷ୍ଠିତ ହୋଇଥିଲା ।
ଅଭିଭାବକ ଅଭିଭାବିକା ମାନଙ୍କ ମଧ୍ୟରେ ମଧ୍ୟ ଆକର୍ଷଣୀୟ ମ୍ୟୁଜିକ ଚେୟାର ଓ ବେଲୁନ ଫୁଟା ରେସ୍ ଅନୁଷ୍ଠିତ ହୋଇଥିଲା । ଏହାପରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନାଗରିକ କମିଟିର ସଂପାଦକ ବିଶ୍ୱେଶ୍ୱର ପୃଷ୍ଟି ଯୋଗ ଦେଇ କୃତି ଛାତ୍ରଛାତ୍ରୀଙ୍କୁ ଟ୍ରଫି, ମେଡାଲ ଓ ମାନପତ୍ର ପ୍ରଦାନ କରିଥିଲେ ।
ଅଭିଭାବକ/ଅଭିଭାବିକାଙ୍କୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ଏହି ବାର୍ଷିକ କ୍ରୀଡାକୁ ପରିଚାଳନା କରିବାରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ସହଯୋଗ କରିଥିବାବେଳେ ଭାଇସ ପ୍ରିନସିପାଲ ସତ୍ୟନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031