Indus Valley Times

ବୌଦ୍ଧରେ ବିଶ୍ୱ ଏଡସ ଦିବସ ପାଳିତ

 Breaking News

ବୌଦ୍ଧରେ ବିଶ୍ୱ ଏଡସ ଦିବସ ପାଳିତ

December 02
15:51 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨/୧୨: ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡ. ଜୟକୃଷ୍ଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।
ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ବୌଦ୍ଧଗଡ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର, ଜିଲ୍ଲାଜନସ୍ୱାସ୍ଥ୍ୟ ଅଧିକାରୀ ଡ. ମଦନ ମୋହନ ପ୍ରଧାନ, ନୋଡାଲ ଅଫିସର ଡ. ବିକେଆରସି ହେମ୍ରମ, ଡ. ଆରକେ ମହାପାତ୍ର, ଡ. କିଶୋର ଚନ୍ଦ୍ର ପଟ୍ଟନାୟକ, ଡ. ଆର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
ଡ. ଆର ମିଶ୍ର ଜିଲ୍ଲାରେ ଏଡସର ସ୍ଥିତ, ଓ ସଫଳତା ଉପରେ ମତ ବ୍ୟକ୍ତ କରିଥିଲେ । ସଚେତନତା ସଭା ପ୍ରାରମ୍ଭରୁ ଏକ ଏଡସ ସଚେତନତା ରାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ବାହାରି ସହର ପରିକ୍ରମା କରିଥିଲା ।
ଏହି ରାଲିକୁ ଜିଲ୍ଲା ମୁଖ୍ୟଚିକିତ୍ସାଅଧିକାରୀ ଜୟକୃଷ୍ଣ ମିଶ୍ର ଓ ବୌଦ୍ଧ ଗଡ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଡିପିଏମ ରୁପକ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ବୌଦ୍ଧ ସ୍ୱାସ୍ଥ୍ୟ ବିଭାଗର ବନୋଜ କୁମାର ପ୍ରଧାନ,ପରାମର୍ଶ ଦାତା ପ୍ରମୋଦ ମହାରଣା ଓ ଗୀତାଂଜଳୀ ପ୍ରଧାନ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ମହିଳା ସ୍ୱାସ୍ଥ୍ୟକର୍ମୀ , ସମସ୍ତ ଆଶା ଓ ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।
ଓଡ଼ିଶା ଅଣଗେଜେଟେଡ ବନସେବା ସଂଘ ବୌଦ୍ଧଜିଲ୍ଲା ଜୋନ ର ସାଧାରଣ ଅଧିବେଶନ
ବୌଦ୍ଧ,୨/୧୨: ଓଡ଼ିଶା ଅଣଗେଜେଟେଡ ବନ ସେବା ସଂଘ ବୌଦ୍ଧଜିଲ୍ଲା ଜୋନର ସାଧାରଣ ଅଧିବେଶନ ବୀରନରସିଂହପୁର ନର୍ସରୀଠାରେ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲା ବନ ସେବା ସଂଘର ଶାଖା ସଭାପତି ପ୍ରସନ୍ନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧାରଣ ଅଧିବେଶନରେ ମୁଖ୍ୟଅତିଥି ଭାବରେ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ।
ସମ୍ମାନିତ ଅତିଥି ଭାବରେ ଓଡ଼ିଶା ବନ ସେବା ସଂଘର ରାଜ୍ୟ ସଭାପତି ଜଗବନ୍ଧୁ ପାତ୍ର, ବୌଦ୍ଧ କେନ୍ଦୁପତ୍ର ଡିଏଫଓ ସୁଦର୍ଶନ ବାଦୀ, ବୌଦ୍ଧ ଅଣଗେଜେଟେଡ କର୍ମଚାରୀ ସଂଘର ସଭାପତି ଜିତେନ୍ଦ୍ର କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।
ଅଧିବେଶନରେ ବନସେବା ସଂଘର ଜୋନ ସଂପାଦକ ସୁବ୍ରତ କୁମାର ପ୍ରଧାନ ବିବରଣୀ ପାଠ କରିବା ସହିତ କର୍ମଚାରୀମାନଙ୍କ ସମସ୍ୟା ସଂପର୍କରେ ମୁଖ୍ୟଅତିଥିଙ୍କୁ ଅବଗତ କରାଇଥିଲେ । କ୍ଷେତ୍ର କର୍ମଚାରୀମାନଙ୍କ ଦରମାରୁ ୧୦୦ ଟଙ୍କା ଲେଖାଏଁ କାଟି ୱେଲଫେୟାର ଫଣ୍ଡ ଗଠନ ପାଇଁ ସଂଘ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସରକାର ନିଜ କଥା ନିଜେ ବୁଝ ବୋଲି ସରକାର ଫାଇଲ ଫେରାଇ ଦେଇଥିବାରୁ ଏ ସଂପର୍କରେ ସଂଘ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।
ଏହି ୱେଲଫେୟାର ଫଣ୍ଡ ଗଠନ ହେଲେ ରାଜ୍ୟର ୮୮୯୪ ଜଣ ବନ କର୍ମଚାରୀ ଉପକୃତ ହେବେ । ବନ କର୍ମଚାରୀମାନେ ବିଭିନ୍ନ ସମୟରେ ନେଇଥିବା ଛୁଟି ଦିବସଗୁଡିକ ମଂଜୁର କରିବା, କର୍ମଚାରୀମାନଙ୍କ ଏମଏସିପି, ସିସିଆର ଠିକ୍ ସମୟରେ ପ୍ରଦାନ ସହିତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗୁଡିକ ଠିକ୍ ସମୟରେ ଫଇସଲା କରିବା, ବୌଦ୍ଧର ଉଭୟ ବନଖଣ୍ଡର ସଦର ମହକୁମାରେ କର୍ମଚାରୀମାନଙ୍କ ପାଇଁ ରିକ୍ରିଏସନ ସେଣ୍ଟର ନିର୍ମାଣ ଓ ୨୦୦ କ୍ଷମତା ବିଶିଷ୍ଟ ବିଭାଗୀୟ ସଭାଗୃହ ନିର୍ମାଣ ସଂପର୍କରେ ମୁଖ୍ୟଅତିଥିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।
ମନ୍ତ୍ରୀ ଶ୍ରୀଅମାତ ସରକାର ସବୁବେଳେ କର୍ମଚାରୀମାନଙ୍କ ସମସ୍ୟା ପ୍ରତି ସଚେତନ ରହିଆସିଛନ୍ତି, ବନସେବା ସଂଘ ପକ୍ଷରୁ କରାଯାଇଥିବା ଦାବି ଗୁଡିକ ସଂପର୍କରେ ବିଭାଗ ପକ୍ଷରୁ ବିଚାର କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ । ଏହି ସାଧାରଣ ଅଧିବେଶନରେ ବନ ସେବା ସଂଘ ବୌଦ୍ଧ ଜୋନର ସମସ୍ତ କାର୍ଯ୍ୟକର୍ତ୍ତା ଓ କର୍ମଚାରୀ ଉପସ୍ଥିତ ଥିଲେ ।
ବୌଦ୍ଧଜିଲ୍ଲା ବିଜେଡିର ବିଭିନ୍ନ ଜୋନ ସଂଯୋଜକ ନିଯୁକ୍ତ
ବୌଦ୍ଧ,୨/୧୨: ଆଗାମୀ ସାଧାରଣ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ସଜବାଜ ଆରମ୍ଭ କରିଦେଇଛନ୍ତି । ଦଳକକୁ ମଜଭୁତ କରିବା ପାଇ ବିଭିନ୍ନ ସଂଗଠନ ଗୁଡିକୁ କ୍ରିୟାଶିଳ କରିବା ସହିତ ବୈଠକ ଆରମ୍ଭ ହୋଇଯାିଛି । ବୌଦ୍ଧ ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳିରେ ଜିଲ୍ଲା ପର୍ଯ୍ୟବେକ୍ଷକ,ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଓ ନିର୍ବାଚନ ସଂଯୋଜକ ନିଯୁକ୍ତି ପରେ ଏବେ ପ୍ରତ୍ୟେକ ଜିଲ୍ଲାପରିଷଦ ଜୋନ ପାଇଁ ଜଣେ ଲେଖାଏଁ ସଂଯୋଜକଙ୍କୁ ଦଳ ପକ୍ଷରୁ ଦାୟିତ୍ୱ ପ୍ରଦାନ କରାଯାଇଛି ।
ସୂଚନା ମୁତାବକ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧ ନମ୍ବର ଜୋନ ପାଇଁ ରାଧାବହ୍ଲଭ ପ୍ରଧାନ,୨ ନମ୍ବର ଜୋନ ପାଇଁ ବାଳମୁକୁନ୍ଦ ମେହେର,୩ ନମ୍ବର ଜୋନ ପାଇଁ ପ୍ରଶାନ୍ତ ରଣା,୪ ନମ୍ବର ଜୋନ ପାଇଁ ପ୍ରେମରାଜ ରଣାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବାବେଳେ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ମିଳିତ ଭାବରେ ଥିବା ୫ ନମ୍ବର ଜୋନ ପାଇଁ ମାନସ ପୁରୋହିତ ଙ୍କୁ ସଂଯୋଜକ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି ।
ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୬ ନମ୍ବର ଜୋନ ପାଇଁ ଅଶ୍ୱିନୀ କୁମାର ପ୍ରଧାନ,୭ ନମ୍ବର ଜୋନ ପାଇଁ ବିଦ୍ୟାଧର ସ୍ୱାଇଁ,୮ ନମ୍ବର ଜୋନ ପାଇଁ ସୁବୋଧ କୁମାର ପ୍ରଧାନ,୯ ନମ୍ବର ଜୋନ ପାଇଁ ସୁଶାନ୍ତ କୁମାର ପ୍ରଧାନ ଓ ବୌଦ୍ଧ ଏନଏସି ପାଇଁ ଅଶୋକ କୁମାର ସାହୁଙ୍କୁ ସଂଯୋଜକ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି ।
ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ
ବୌଦ୍ଧ,୨/୧୨: ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଗତ ବୈଠକର ନିଷ୍ପତିର ଅନୁପାଳନ ଉପରେ ଗୁରତ୍ୱ ଦେଇ ଯଥା ଶ୍ରୀଘ୍ର କାମ ଗୁଡିକ ସଂପାଦନ କରିବା ପାଇ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ ।
ବିଗତ ବର୍ଷ ତୁଳନାରେ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା କମିଥିବା, ଗାଡି ଚାଲାନ , ହେଲମେଟ ଯାଞ୍ଚସଂପର୍କୀତ ମାମଲା ବୃଦ୍ଧି ହୋଇଥିବା ବୈଠକରେ ସୁଚନା ଦିଆଯାଇଥିଲା ।
ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଦୁର୍ଘଟଣା ପ୍ରବଳ ସ୍ଥାନ ଗୁଡିକ ଚିହ୍ନଟ କରି ରାସ୍ତା ଉପରେ ସଂକେତ ଦେବା ପାଇଁ ଜାତୀୟ ରାଜପଥ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଟ୍ରକ ମାଲିକ ସଂଘ ସଭାପତି ଶିବପ୍ରସାଦ ମିଶ୍ର ରାସ୍ତା କଡରେ ପାର୍କିଂ ଫଳରେ ଦୁର୍ଘଟଣା ହେଉଥିବା ଗୃହର ଦୃଷ୍ଟି ଆର୍କଷରଣ କରିଥିଲେ । ଜିଲ୍ଲାରେ ଆରକ୍ଷୀ ଅଧିକ୍ଷକ ଓ ଆଞ୍ଚଳିକ ପରିବହନ ଅଧିକାରୀ ମିଳିତ ଚଢାଉ କରି ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ ।
ଜିଲ୍ଲାରେ ଡିସେମ୍ବର ୧ ତାରିଖରୁ ୭ ପର୍ଯ୍ୟନ୍ତ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ଶୁନ୍ୟ ସପ୍ତାହ ପାଳିତ ହେବାକୁ ଥିବାରୁ ସମସ୍ତଙ୍କ ଧିରେ ଗାଡି ଚଳାଇବା , ହେଲମେଟ ବ୍ୟବହାର କରିବା , ଗାଡି ଚାଳନା ସମୟରେ ମାଦକ ଦ୍ରବ୍ୟ ସେବନ ନକରିବା ପାଇ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ ।
ବୈଠକରେ ଜିଲ୍ଲାମୁଖ୍ୟ ଚିିକତ୍ସା ଅଧିକାରୀ ଜୟକୃଷ୍ଣ ମିଶ୍ର, ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ର, ଡିଏସପି ସଂଯୁକ୍ତା ବାର୍ଲା, ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର, ସୁପରିଟେଣ୍ଡିଙ୍ଗ ଇଂଜିନିୟର ପିକେ ଦାସ, ନିର୍ବାହୀ ଯନ୍ତ୍ରୀ ପୁର୍ତ୍ତବିଭାଗ କୁନା ଚରଣ ସିଂ, ସହାକରୀ ନିର୍ବୀହୀ ଯନ୍ତ୍ରୀ ଜାତୀୟ ରାଜପଥ କେ. ସିଂ, ଯନ୍ତ୍ରୀ ଜାତୀୟ ରାଜପଥ ଘାସିରାମ ସ୍ୱାଇଁ , ଟ୍ରାଫିକ ଇନସିପେକଟର ଦେବାଶିଷ ନାଏକ, ଜିଲ୍ଲା ସୁଚନା ଓ ଲୋକସଂର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ପ୍ରମୁଖ ଉପସ୍ଥିତ ଥିଲେ ।
ଡିଡିଙ୍ଗାପଦର ଗାଁ ମୁଣ୍ଡରେ ଯୁବକକୁ ଗଳାକାଟି ହତ୍ୟା ଘଟଣା:ମୃତ ଯୁବକର ପରିଚୟ ମିଳିଲା ,ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ
ବୌଦ୍ଧ,୨/୧୨: ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଆମ୍ବଝରୀ ପଞ୍ଚାୟତର ଡିଡିଙ୍ଗାପଦର ଗାଁ ମୁଣ୍ଡରେ ଏକ ଅଜଣା ଯୁବକକୁ ଗଳାକାଟି ହତ୍ୟା କରାଯାଇଥିଲା ।
ଆଜି ମୃତ ଯୁବକର ପରିଚୟ ମିଳିଥିବା ବେଳେ ହତ୍ୟାର କାରଣ ଏବେବି ଅସ୍ପଷ୍ଟ ରହିଛି । ମୃତ ବ୍ୟକ୍ତି ଜଣକ ହେଲେ ମନମୁଣ୍ଡା ଥାନା ତିଲପଙ୍କା ଗ୍ରାମର ମଧୁ କହଁର(୪୦) ବୋଲି ଜଣାପଡିଛି ।
ସୂଚନା ମତେ, ଗତକାଲି ଡିଡିଙ୍ଗାପଦର ଗ୍ରାମ ମୁଣ୍ଡରେ ଗଳାକଟା ଥିବା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ମୃତଦେହ ପଡିଥିବାର ସକାଳୁ ଗ୍ରାମବାସୀମାନେ ଦେଖି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ଥିଲା । ହେଲେ ପ୍ରାଥମିକ ତଦନ୍ତରୁ ଯୁବକର ଗଳା କାଟି ହତ୍ୟା କରାଯାଇଥିବା ପୁଲିସ ଜାଣିପାରିଥିଲା । ପୁଲିସ ଏନେଇ ଏକ ହତ୍ୟା ମାମଲା ରୁଜ କରି ଶବକୁ ଜବତ କରି ପୋଷ୍ଟମର୍ଟମ ପାଇ ବୌଦ୍ଧ ପଠାଇ ତଦନ୍ତ ଆରମ୍ଭ କରିଥିଲା । ହେଲେ ମୃତବ୍ୟକ୍ତିର ପରିଚୟ ପାଇପାରିନଥିଲା । ଆଜି ପୁଲିସ ତଦନ୍ତ ପରେ ମୃତ ବ୍ୟକ୍ତିର ପରିଚୟ ମିଳିଥିଲା ।
ଆଦର୍ଶ ସ୍ମାତ୍ତୋକ ମହାବିଦ୍ୟାଳୟ ମହାବିଦ୍ୟାଳୟର ବାର୍ଷିକ କ୍ରିଡା ଅନୁଷ୍ଠିତ
ବୌଦ୍ଧ,୨/୧୨: ଜିଲ୍ଲାର ହରଭଙ୍ଗା ବ୍ଲକସ୍ଥିତ ଆଦର୍ଶ ସ୍ମାତ୍ତୋକ ମହାବିଦ୍ୟାଳୟର ନୂଆ-ଓ କାର୍ଯ୍ୟକ୍ରମ ପରିପ୍ରେକ୍ଷିରେ ବୌଦ୍ଧ ଷ୍ଟାଡିୟମ ଠାରେ ବାର୍ଷିକ କ୍ରିଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏହାର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱଜିତ ମିଶ୍ରଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ କାର୍ଯ୍ୟକ୍ରମର ଜିଲ୍ଲା ନୋଡାଲ ଅôଦକାରୀ ଗିତାଞ୍ଜଳୀ ମହାପାତ୍ର, ମହାବିଦ୍ୟାଳୟ ଅଧ୍ୟକ୍ଷ ରବିନ୍ଦ୍ର କୁମାର ସାହୁ, କଲେଜ ନୋଡାଲ ଅଧିକାରୀ ପ୍ରମୋଦ ମେହେର, ମହାବିଦ୍ୟାଳୟର କ୍ରିଡା ମୁଖ୍ୟ ଡ. ପ୍ରଭୁଦତ୍ତ ହୋତା ପ୍ରମୁଖ ଯୋଗଦେଇ ଯୁବ ଗୋଷ୍ଠିରେ କ୍ରିଡାର ବିକାଶ ଓ ଏହାର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ ।
ଏହି କ୍ରିଡା ଉତ୍ସବରେ ଦୌଡକୁଦ, ଉଚ୍ଚ ଡିଆଁ, ଲମ୍ବଡିଆଁ, ସଟଫୁଟ, ଡିସକସ, ଜାବଲିନ ପ୍ରଭୃତି ଖେଳରେ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ଏହି ଖେଳକୁ କ୍ରିଡା ଶିକ୍ଷକ ଅମ୍ବରିଶ ପ୍ରଧାନ, ସୁରେନ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଅପରାହ୍ନରେ ଏହି କ୍ରିଡା ଉଦଜାପିତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031