Indus Valley Times

ବୌଦ୍ଧରେ ଭାରତ ବନ୍ଦର ପ୍ରଭାବ

 Breaking News

ବୌଦ୍ଧରେ ଭାରତ ବନ୍ଦର ପ୍ରଭାବ

September 27
20:51 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୭/୯: କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ବିରୁଦ୍ଧରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ୱାନ ଓ କଂଗ୍ରେସ ସମର୍ଥିତ ଅନ୍ୟ ରାଜନୈତିକ ଦଳ ସମର୍ଥରେ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହି ବନ୍ଦର ପ୍ରଭାବ ବୌଦ୍ଧ ସହରରେ ଦେଖାଯାଇଥିଲା । ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ନଥିବାବେଳେ ସହର ମଧ୍ୟରେ କିସାନ କଂଗ୍ରେସର ସଦସ୍ୟମାନେ ଏନଏସି ଛକଠାରେ ରାସ୍ତା ଉପରେ ପାଲ ପକାଇ ଯାନବାହାନ ଅଟକାଇଥିଲେ ।
ତେବେ କୌଣସି କୃଷକ ସଂଗଠନର କର୍ମକର୍ତ୍ତା ବନ୍ଦ ସମର୍ଥନ ରେ ରାଜରାରାସ୍ତାକୁ ଓହ୍ଲାଇ ନଥିଲେ । ଆନ୍ଦୋଳନକାରୀମାନେ ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ପିକେଟଂ କରି କର୍ମଚାରୀମାନଙ୍କୁ କାର୍ଯ୍ୟାଳୟକୁ ନ ଯିବା ପାଇଁ ଅନୁରୋଧ କରୁଥିଲେ । ଜିଲ୍ଲାର ଅନ୍ୟ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଗୁଡିକ ବନ୍ଦ ରହିଥିଲା । ସହରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିବାବେଳେ ଗ୍ରାମାଞ୍ଚଳରେ ଏହାର କୌଣସି ପ୍ରଭାବ ଦେଖାଯାଇନଥିଲା ।
କିସାନ କଂଗ୍ରେସ ସଭାପତି ରଘୁନାଥ ପଲିଆଙ୍କ ନେତୃତ୍ୱରେ ବରିଷ୍ଠ ନେତା ଅଜିଜ୍ ଖାଁ, ବୌଦ୍ଧ ନିର୍ବାଚନ ମଣ୍ଡଳି ୍‌ଯୁବକଂଗ୍ରେସ ସଭାପତି ଅବୁଦୁଲ କଲିମ ଖାଁ, ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ,ପିସିସି ସଦସ୍ୟ ରାୟ ସଂଜିବ କୁମାର ଦେଓ, ଛାତ୍ର କଂଗ୍ରେସ ସଭାପତି ବିକ୍ରମ ପ୍ରଧାନ,ସେବାଦଳ ସଭାପତି କନିଷ୍ଠ ରାଜହଂସ,ଜାମିନି ମୁଖୀ,ସଂଜିବ ନାୟକ,ଚିତ ବେହେରା, ପ୍ରଭଂଜନ ବାରିକ,ଛବିଲ ବେହେରା,ଶିବ ବେହେରା ପ୍ରମୁଖ ଦଳୀୟ କର୍ମୀମାନେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ।

୧୭ ମେଡାଲ ସହ ବୌଦ୍ଧ ଫେରିଥିବା ସନ୍ତରଣକାରୀ ଦଳଙ୍କୁ ଅଭିନନ୍ଦନ ଜଣାଇଲେ ଜିଲ୍ଲାପାଳ
ବୌଦ୍ଧ,୨୭/୯: ଅନେକ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବୌଦ୍ଧର ସନ୍ତରଣକାରୀମାନଙ୍କୁ ଉତ୍ସାହଜନକ ସଫଳତା ମିଳିଥିବା ଜଣାଯାଇଛି । ରାଜ୍ୟ ସନ୍ତରଣ ସଂଘ ପକ୍ଷରୁ ଦୁଇଦିନ ଧରି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ବୌଦ୍ଧଜିଲ୍ଲାକୁ ୧୭ ଗୋଟି ପଦକ ମିଳିଥିବା ଜଣାପଡିଛି ।
ଜିଲ୍ଲାରେ କୌଣସି ପ୍ରକାର କ୍ରିଡା ଭିତିଭୂମି ନଥିବା ସତ୍ୱେ ନଦୀ ପୋଖରୀରେ ଅଭ୍ୟାସ କରି ଏହି ଖେଳାଳୀମାନେ ଜିଲ୍ଲାପାଇଁ ଗୌରବ ଆଣିଛନ୍ତି । ମିଳିଥିବା ସୂଚନା ମୁତବାକ ପାରା ସ୍ତରଣକାରୀ ପୁର୍ଣ୍ଣିମା ନାଏକ ପଚାଶ ମିଟର ଫ୍ରିଷ୍ଟାଇଲ,ପଚାଶ ମିଟର ବେକ୍‌ଷ୍ଟ୍ରୋକ୍‌,ପଚାଶ ମିଟର ବେକ୍‌ଷ୍ଟ୍ରୋକ୍ ଓ ପଚାଶ ମିଟର ବଟରଫ୍ଲାଇରେ ସ୍ୱର୍ଣ୍ଣପଦକ ହାସଲ କରିଥିବାବେଳେ ବିଭିନ୍ନ ବର୍ଗରେ ମନୋଜ କୁମାର ବେହେରା ଦୁଇଶହ ମିଟର ଫ୍ରିଷ୍ଟାଇଲରେ ବ୍ରୋଞ୍ଜ୍‌,ସୁନୀତା ସାହୁ ଶହେ ମିଟର ବ୍ରେକଷ୍ଟାକ୍ ବ୍ରୋଞ୍ଜ୍ ଓ ଦୁଇଶହ ମିଟର ରେ ରୌପ୍ୟ,ସୁବ୍ରତ ଦଳବେହେରା ଦୁଇଶହ ମିଟର ବେକ୍ ଷ୍ଟ୍ରୋକ୍ ରେ ବ୍ରୋଞ୍ଜ୍‌,ପୃଥ୍ୱୀରାଜ ରାଉତ ଶହେ ମିଟର ବେକ୍ ଷ୍ଟ୍ରୋକ୍ ରେ ବ୍ରୋଞ୍ଜ୍‌,ମନୋଜ କହଁର ଦୁଇଶହ ମିଟର ବ୍ରେକ୍ ଷ୍ଟ୍ରୋକ୍ ରେ ବ୍ରୋଞ୍ଜ୍‌,ହିତେଶ ମହାରଣା ଦୁଇଶହ ମିଟର ଓ ପଚାଶ ମିଟର ବ୍ରେକ୍‌ଷ୍ଟ୍ରୋକ୍ ରେ ବ୍ରୋଞ୍ଜ୍‌,ପୁର୍ଣ୍ଣତୋୟା ବେହେରା ପଚାଶ ମିଟର ବ୍ରେକ୍‌ଷ୍ଟ୍ରୋକ୍ ରେ ରୌପ୍ୟ, ଗଣେଷ ନାୟକ ଶହେମିଟର ବେକ୍‌ଷ୍ଟ୍ରୋକ୍ ରେ ବ୍ରୋଞ୍ଜ୍‌,ରବି ନାରାୟଣ ବେହେରା ଦୁଇଶହ ମିଟର ବେକ୍‌ଷ୍ଟ୍ରୋକ୍ ରେ ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି ।
ସୋମବାର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଆବାସିକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏକ ନିରାଡମ୍ବର ଉତ୍ସବରେ ଜିଲ୍ଲାପାଇଁ ସଫଳତା ଅର୍ଜନ କରିଥିବା ଏହି ସନ୍ତରଣକାରୀମାନଙ୍କୁ ଫୁଲତୋଡା ଓ ସେମାନଙ୍କର ପଦକ ପ୍ରଦାନ କରି ଅଭିନନ୍ଦନ ଜଣାଇବା ସହିତ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂ,ଜିଲ୍ଲା ସନ୍ତରଣ ସଂଘର ସଭାପତି ମୃତ୍ୟୁଂଜୟ ମିଶ୍ର,ସାଧାରଣ ସମ୍ପାଦକ ରବିନ୍ଦ୍ର କୁମାର ରାଉତ,ଉପଦେଷ୍ଟା ଶଶାଙ୍କ ଶେଖର ମିଶ୍ର,ମହିଳା ଦଳର ଟିମ ମ୍ୟାନେଜର ଦ୍ରୌପଦୀ ରାଉତ , ସନ୍ତରଣ ପ୍ରଶିକ୍ଷକ ରବି ନାରାୟଣ ବେହେରା, ଅମିତାଭ୍ ବନଛୋର ଓ ନିମାଇଁ ବାଘ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ଜିଲ୍ଲାପାଳ ତୁରନ୍ତ ଜିଲ୍ଲା ସନ୍ତରଣାଗାରକୁ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲା ସଂଘର କର୍ମକର୍ତ୍ତାଙ୍କୁ ପ୍ରତିଶୃତି ପ୍ରଦାନ କରିଥିବାବେଳେ ଜିଲ୍ଲାର ଖେଳାଳୀମାନଙ୍କ ପ୍ରତିଭାର ପ୍ରଶଂସା କରିଥିଲେ ।
ଗଡଗାତ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
ବୌଦ୍ଧ,୨୭/୯: ବୌଦ୍ଧଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିରନରସିଂହପୁର ଠାରେ ଅନୁଷ୍ଠିତ ହେଉଥିବା ଗଡଜାତ ଲୋକ ମହୋତ୍ସବ ଚଳିତ ବର୍ଷ କିଭଳି ଭାବରେ କରାଯିବ ସେନେଇ ବିରନରସିଂହପୁର ନର୍ସରୀଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ସଭାପତି ତଥା ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଗଡଜାତର ଲୋକ ସଂସ୍କୃତି, କଳା ଓ ସ୍ଥାପତ୍ୟର ବାର୍ତ୍ତାବହ ହୋଇଥିବା ଏହି ଲୋକ ମହୋତ୍ସବକୁ ସୁଦୁର ପ୍ରସାରୀ କରିବାସହ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରବାସୀଙ୍କୁ ଏହା ସହିତ ଯୋଡିବା ଲକ୍ଷ୍ୟରେ ଚଳିତ ବର୍ଷ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା ।
ଏଥିସହ ଲେଖକ, ସାହିତ୍ୟିକ, ଓ କବିଙ୍କ ଲେଖାକୁ ଅଧିକରୁ ଅଧିକ ମାତ୍ରାରେ ଗଡଜାତର ମୁଖପତ୍ରରେ ସ୍ଥାନିତ କରାଯିବାପାଇଁ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଅନୁକୁଳ ସମୟକୁ ନେଇ ସାମାଜିକ କଲ୍ୟାଣ କାର୍ଯ୍ୟ, ରକ୍ତଦାନ ଶିବିର ଓ ସଂସ୍କୃତିକ କାର୍ଯ୍ୟକ୍ରମ ସଂକର୍ପରେ ନିଷ୍ପତି କରାଯିବା ପାଇଁ ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହି ବୈଠକରେ ମହୋତ୍ସବ କମିଟିର ସଭାପତି ତଥା ସ୍ଥାନିୟ ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ, କମିଟିରଞ୍ଚମାର୍ଗଦର୍ଶକ ନରେନ୍ଦ୍ର ସାହୁ, ରଘୁନାଥ ଷଡଙ୍ଗୀ, ସଂପାଦକ ଦେବାଶିଷ ମହାକୁଳ, କୋଷାଧ୍ୟକ୍ଷ ପୁର୍ଣ୍ଣଚନ୍ଦ୍ର ଗାଇଗୌରୀଆ, ନିଳାଞ୍ଚଳ ମିଶ୍ର, ଦୁଖୁ ଗାଇଗୌରୀଆ, ଦେବେନ୍ଦ୍ର ସାହୁ, ବସନ୍ତ ପ୍ରଧାନ, ବିରାଜ ମହାକୁଳ, ସୁଜ୍ଞାନ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ହୋଇ ମତାମତ ଉପସ୍ଥାପନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031