Indus Valley Times

ବୌଦ୍ଧରେ ମେଡିକାଲ କଲେଜ ସ୍ଥାପନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

 Breaking News

ବୌଦ୍ଧରେ ମେଡିକାଲ କଲେଜ ସ୍ଥାପନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

December 09
22:04 2020

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୯/୧୨: ବୌଦ୍ଧଜିଲ୍ଲାରେ ଏକ ମେଡିକାଲ କଲେଜ ସ୍ଥାପନ କରିବା ଓ ପିଡି ଡିଆରଡିଏଙ୍କ ବଦଳି ଆଦେଶକୁ ବାତିଲ କରିବା ଦାବିରେ ବୁଧବାର ଦିନ ବୌଦ୍ଧଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲ।।ପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାସଭାପତି ବିପ୍ରଚରଣ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଓଡିଶାର କେନ୍ଦ୍ରସ୍ଥଳରେ ବୌଦ୍ଧଜିଲ୍ଲା ଅବସ୍ଥିତ ଏଣୁ ଏଠାରେ ଗୋଟିଏ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଉ । ଯାହାଫଳରେ ପାଂଚଟି ଜିଲ୍ଲାର ଜନସାଧାରଣ ମାତ୍ର ୫୦ କିଲୋମିଟର ଦୂରତାରେ ସ୍ୱାସ୍ଥ୍ୟସେବା ପାଇପାରିବେ । ସେହିପରି ବୌଦ୍ଧଜିଲ୍ଲାରେ ଦୀର୍ଘଦିନ ହେବ ପ୍ରଧାନମନ୍ତ୍ରୀ ଆବସ ଯୋଜନା ଓ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ଓ ହରିଲୁଟ ହେଉଥିଲା । ଏ ସବୁକୁ ଲୋକମାନଙ୍କର ଦାବି ଆପତ୍ତିର ଆସୁ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ବର୍ତ୍ତମାନର ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାସ ନେଇଥିବାରୁ ଜିଲ୍ଲାର କୁଚକ୍ରି ଗୋଷ୍ଠୀ ଓ ରାଜନୈତିକ ନେତାଙ୍କ ହସ୍ତକ୍ଷେପ ନେଇ ତାଙ୍କୁ ଏଠାରୁ ମାତ୍ର ୮ ମାସ କାର୍ଯ୍ୟକାଳ ମଧ୍ୟରେ ବଦଳି କରିବାରେ ସକ୍ଷମ ହୋଇଛନ୍ତି । ତେଣୁ ତାଙ୍କୁ ଜିଲ୍ଲାରେ ପୁନଶ୍ଚ ରଖାଯାଇ ବୌଦ୍ଧ ଦୁର୍ନୀତି ଲୋପ ହେବା ସଙ୍ଗେସଙ୍ଗେ ଗରୀବ ଲୋକ ନ୍ୟାୟ ପାଇ ପାରିବେ ବୋଲି ଦଳ ପକ୍ଷରୁ ଦାବିପତ୍ର କୁହାଯାଇଛି । ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ମାଗୁଣୀ ଗାଇଗୈାରିଆ, ପ୍ରେମାନନ୍ଦ ମିଶ୍ର, ତାପସ ପଟ୍ଟନାୟକ, ମନୋରଂଜନ ଦାସ, ବ୍ୟମକେଶ ମହାପାତ୍ର, ଜିଲ୍ଲାସଭାନେତ୍ରୀ ନମୀତାରାଣୀ ଦାସ ପ୍ରମୁଖ ସାମିଲଥିଲେ ।
ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଗଂଜେଇ ଗଛ ନଷ୍ଟ
କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୯/୧୨: ବୌଦ୍ଧଜିଲ୍ଲାରେ ଅବକାରୀ ବିଭାଗ ପକ୍ଷରୁ ଆଜି ଟିକରପଡା ପଂଚାୟତର ଦମାଣ୍ଡ ଓ ବରପଦର ଗ୍ରାମର ଆଭ୍ୟନ୍ତରୀଣ ଜଙ୍ଗଲ ଜମିରେ ହୋଇଥିବା ୨ ଲକ୍ଷ ୨୮ ହଜାର ଗଂଜେଇ ଗଛ ନଷ୍ଟ କରାଯାଇଛି । ନଷ୍ଟ ଗଂଜେଇର ଆନୁମାନିକ ମୂଲ୍ୟ ୨୨ କୋଟି ୮୦ ଲକ୍ଷ ହେବ ବୋଲି ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଅବକାରୀ ନିରୀକ୍ଷକ ବିଜୟ ଧରୁଆଙ୍କ ନେତୃତ୍ୱରେ ରୂପେଶ ମୁଖୀ, ଏସକେ ଅଖତାର, ପ୍ରିୟଜନ କହଁର, ଅଂଚଳି ଅମାତ ପ୍ରମୁଖ ସାମିଲଥିଲେ । ଜିଲ୍ଲାରେ ଗତ କିଛି ଦିନ ହେବ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ପରିମାଣରେ ଗଂଜେଇ ଗଛ ନଷ୍ଟ କରାଯାଉଥିବା ବେଳେ ଏହାକୁ ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ମତପ୍ରକାଶ ପାଇଛି । ବିଭାଗ ପକ୍ଷରୁ ଯେତେପରିମାଣରେ ଗଂଜେଇ ଗଛ ନଷ୍ଟ କରାଯାଉଥିବା ନେଇ କୁହାଯାଉଛି ତାହାକୁ ନେଇ ସନ୍ଦେହ ଦେଖାଦେଇଛି । ବିଭାଗ ପକ୍ଷରୁ ସରକାରଙ୍କୁ ଗଞ୍ଜେଇ ଗଛ କଟାନେଇ ଭୁଲତଥ୍ୟ ପ୍ରଦାନ କରାଯାଉଛି । ସେହିପରି ଯଦି ଜିଲ୍ଲାରେ ଏତେପରିମାଣର ଗଂଜେଇ ଗଛ ରହିଥିଲା ତାହାହେଲେ ବିଭାଗ ପକ୍ଷରୁ ଆଗରୁ ଗଛ ନଷ୍ଟ କରିବାକୁ ଉଦ୍ୟମ କରାଗଲା ନାହିଁ କାହିଁକି । ବଡବଡ ଗଂଜେଇ ଗଛରେ ହେଲାପରେ ତାକୁ ନଷ୍ଟ କରିବାର ଉଦ୍ୟମ ଗଂଜେଇ ଗଛ ନଷ୍ଟ କରିବା ନା ପ୍ରକୃତ ଉଦ୍ଦେଶ୍ୟ ମାଫିଆଙ୍କୁ ସହଯୋଗ କରିବା ପାଇଁ ବୋଲି ମତପ୍ରକାଶ ପାଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031