Indus Valley Times

ବୌଦ୍ଧର ନିର୍ମାଣାଧିନ ୩୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପରିଦର୍ଶନ ଓ ସମୀକ୍ଷା କଲେ ଜିଲ୍ଲାପାଳ

 Breaking News

ବୌଦ୍ଧର ନିର୍ମାଣାଧିନ ୩୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପରିଦର୍ଶନ ଓ ସମୀକ୍ଷା କଲେ ଜିଲ୍ଲାପାଳ

ବୌଦ୍ଧର ନିର୍ମାଣାଧିନ ୩୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପରିଦର୍ଶନ ଓ ସମୀକ୍ଷା କଲେ ଜିଲ୍ଲାପାଳ
May 20
20:31 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୦/୫ : ମଙ୍ଗଳବାର ଦିନ ଦିବା ଘ.୧୧.୩୦ ମିନିଟ ସମୟରେ ବୌଦ୍ଧ ଠାରେ ନିର୍ମାଣାଧୀନ ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ।
ଜୁନ ମାସର ଶେଷ ସୁଦ୍ଧା ଉକ୍ତ ଡାକ୍ତରଖାନା ଶୁଭାରମ୍ଭ ପାଇଁ ଧାର୍ଯ୍ୟ ରଖାଯାଇଥିବା ବେଳେ ନିର୍ମାଣର ପ୍ରଗତି ସମ୍ପର୍କ ରେ ଜିଲ୍ଲାପାଳ ଅନୁଧ୍ୟାନ କରିଥିଲେ ।
ତା ସହିତ ସ୍ବାସ୍ଥ୍ୟ ବିଭାଗ ସହିତ ସମ୍ପୃକ୍ତ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନଙ୍କୁ ନେଇ ନିର୍ମାଣାଧୀନ ଡାକ୍ତରଖାନା ପରିସରରେ ଅନୁଷ୍ଠିତ ଏକ ବୈଠକରେ ସମୀକ୍ଷା କରିଥିଲେ ।
ସମସ୍ତ ବିଭାଗ ନିଜ ନିଜ କାର୍ଯ୍ୟ ତୁରନ୍ତ ସାରିବାକୁ ଜିଲ୍ଲାପାଳ ଶ୍ରୀ ପଣ୍ଡା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଉକ୍ତ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ, ଜିଲ୍ଲା ଡାକ୍ତରଖାନା ଅଧୀକ୍ଷକ ଡାକ୍ତର ସଂଘମିତ୍ରା ପଣ୍ଡା, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର ଚନ୍ଦ୍ର ପଟ୍ଟନାୟକ, ଅଧୀକ୍ଷଣ ଯନ୍ତ୍ରୀ, ରାସ୍ତା ଓ କୋଠାବାଡ଼ି ସନ୍ଦୀପ କୁମାର ସୁଆଳସିଂ, ସହକାରୀ ନିର୍ବାହୀ ଯନ୍ତ୍ରୀ କୁନା ଚରଣ ସିଂ, କନିଷ୍ଠ ଯନ୍ତ୍ରୀ ଦୀପକ କୁମାର ଦାଶ, ନିର୍ବାହୀ ଯନ୍ତ୍ରୀ, ବିଦ୍ୟୁତ ବିଭାଗ, ଅମରେନ୍ଦ୍ର କୁମାର ସାହୁ,ସହକାରୀ ନିର୍ବାହୀ ଯନ୍ତ୍ରୀ ଜିଇଡି ପଦ୍ମାଳୟା ଦେହୁରୀ, ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଗିରିଜା ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅତିଶୀଘ୍ର ୩୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କାର୍ଯ୍ୟ ସମ୍ପର୍ଣ୍ଣ ହେବ ବୋଲି ମେଡିକାଲ ସୂତ୍ରରୁ ପ୍ରକାଶ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31