Indus Valley Times

ବୌଦ୍ଧର ଭିନ୍ନ ପରମ୍ପରା : ଭାଗବତ ଜନ୍ମରେ ପୁର୍ଣ୍ଣଗର୍ଭା ମହାନଦୀରେ ଚାପ ଖେଳିଲେ ପ୍ରଭୁ ରାଧାକୃଷ୍ଣ

 Breaking News

ବୌଦ୍ଧର ଭିନ୍ନ ପରମ୍ପରା : ଭାଗବତ ଜନ୍ମରେ ପୁର୍ଣ୍ଣଗର୍ଭା ମହାନଦୀରେ ଚାପ ଖେଳିଲେ ପ୍ରଭୁ ରାଧାକୃଷ୍ଣ

September 21
09:00 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୧/୯: ପବିତ୍ର ପୁର୍ଣିମା ତିଥିରେ ଭାଗବତ ଜନ୍ମ ଓ ଏଥି ପାଇଁ ବୌଦ୍ଧ ଜିଲ୍ଲାରେ ପୁରପଲ୍ଲୀରେ ମହାସମାରୋହରେ ଭାଗବତ ଜନ୍ମ ପାଳିତ ହୋଇଯାଇଛି । ଏହି ଭାଗବତ ଜନ୍ମ ବୌଦ୍ଧ ସହରରେ ଭିନ୍ନ ଧରଣରେ ପାଳିତ ହୋଇଆସୁଅଛି , ଯାହା ଭଗବାନ ରାଧାକୃଷ୍ଣଙ୍କ ଚାପ ଖେଳ ମହାନଦୀର ଜଳରାଶିରେ କରାଯାଇଥାଏ ।ସମସ୍ତ ପ୍ରକାର ନିତି ୍‌କାନ୍ତି ପରେ ପ୍ରଭୁ ମାନଙ୍କୁ ବିମାନରେ ବସାଇ ନାମ ସଂର୍କିତ୍ତନ କରି ସହର ପରିକ୍ରମା ପରେ ମହାନଦୀ କୁ ନେଇଥାଆନ୍ତି ।
ଆଜିର ଦିନରେ ଭାଗବତ ଭଳି ଏକ ମହାନ ଧର୍ମଗ୍ରନ୍ଥକୁ ଶୁକ ମୁନି ଆରମ୍ଭ କରିଥିଲେ । ସେହି ଦିନଠାରୁ ଏହି ଦିବସକୁ ଭାଗବତ ଜନ୍ମଭାବରେ ସମାଜରେ ପାଳିତ ହୋଇ ଆସୁଛି ।ଏହି ଚାପ ଖେଳରେ ବୌଦ୍ଧ ସହରର କେଉଟସାହି, ରାଜନପାଲି, ନୁଆସାହି, କୋଡାପଡା, ସୁଦସାହି, ମର୍ଜାକୁଦ ଓ କାଲେଶ୍ୱର ଗ୍ରାମରୁ ପ୍ରଭୁ ରାଧାକୃଷ୍ଣ ଙ୍କୁ ସୁସଜ୍ଜିତ ବିମାନରେ ବସାଇ ସାହି ପରିକ୍ରମା ପରେ ବୌଦ୍ଧ ସହରର ମହାନଦୀର ଚନ୍ଦ୍ରଚୁଡ ଘାଟ କୁ ନେଇ ସେଠାରେ ସଜ୍ଜିତ ହୋଇରହିଥିବା ଡଙ୍ଗାରେ ବସାଇ ମହାନଦୀର ହନୁମାନ ଘାଟ ପର୍ଯ୍ୟନ୍ତ ପାଣିରେ ଚାପ କେଳି କରନ୍ତି ।
ଚାପ ଖେଳପରେ ପୁର୍ନବାର ମହାପ୍ରଭୁ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା ପରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଏହା ସହ ଜିଲାର ପୁରପଲ୍ଳୀରେ ଭାଗବତ ଚର୍ଚ୍ଚା ହେବା ସହ ଗ୍ରାମଗୁଡିକରେ ଥିବା ମଣ୍ଡପ ଗୁଡିକରେ ପୁଜା ହୋଇଥାଏ ।
ବୌଦ୍ଧ : ଅଜଣା ଶବର ମିଳିଲା ପରିଚୟ
ବୌଦ୍ଧ,୨୧/୯ : ଗତ ୧୮ ତାରିଖ ଦିନ ବୌଦ୍ଧଥାନା ଅନ୍ତର୍ଗତ ମହାନଦୀର ଜଗତି ଘାଟଠାରୁ ପୋଲିସ ପକ୍ଷରୁ ଉଦ୍ଧାର କରାଯାଇଥିବା ଅପରିଚିତ ଶବର ପରିଚୟ ମିଳିଥିବା ଜଣାଯାଇଛି । ପୋଲିସ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ମୃତ ଯୁବକ ସୁବର୍ଣ୍ଣପୁର ଜିଲ୍ଲା ବନିକା ର ଦେବେନ୍ଦ୍ର ସାହୁଙ୍କ ପୁତ୍ର ସନ୍ଦିପ ସାହୁ(୨୩) ବୋଲି ଜଣାପଡିଛି ।
ସନ୍ଦିପ ଘରୁ ଗତ ୧୪ ତାରିଖଠାରୁ ନିଖୋଜ ଥିବା ନେଇ ତାଙ୍କ ପରିବାର ପକ୍ଷରୁ ବିନିକା ଥାନାରେ ଅଭିଯୋଗ କରାଯାଇଥିଲା । ମୃତକଙ୍କ ପରିଚୟ ମିଳିବା ପରେ ଶବକୁ ବିନିକା ପୋଲିସ ଉପସ୍ଥିତିରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପ୍ରକାଶ କରିଛି ।
ବୌଦ୍ଧ : ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ
ବୌଦ୍ଧ,୨୧/୯: ବାଉଁଶୁଣୀ ଥାନା ଅନ୍ତର୍ଗତ ବହିରା ଗ୍ରାମର ଗ୍ରାମ୍ୟ ଉନ୍ନୟନ ଯୁବକ ସଂଘ ପକ୍ଷରୁ ଶାରଦୀୟ ଦୂର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ଯୁବକ ସଂଘର ସଭାପତି ନିରଞ୍ଜନ ପଣୁଆଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ସଦସ୍ୟ ଯୋଗଦେଇ କୋଭିଡ କଟକଣାକୁ ପାଳନ କରିବା ସହିତ ଶାନ୍ତି ଶୃଙ୍ଖଳାର ସହିତ ଦୁର୍ଗାପୂଜା ପାଳନ କରିବା ପାଇଁ ନିଷ୍ପତି ଗ୍ରହଣ କରିଥିଲେ ।
ବୈଠକରେ ବିଭିନ୍ନ କର୍ମକର୍ତ୍ତା ଓ ସଦସ୍ୟଙ୍କୁ ଦୂର୍ଗାପୂଜାର ଦାୟିତ୍ୱ ବଣ୍ଟନ କରାଯାଇଥିଲା । ସଂପାଦକ ଚିତ୍ତରଞ୍ଜନ ଖଟୁଆ,ଉପଦେଷ୍ଟା ଦେଶବନ୍ଧୁ ମହାକୁଳ ଓ ନବୀନ କୁମାର ସାହୁ ପ୍ରମୁଖ ଯୋଗଦେଇ ବିଭିନ୍ନ ପରାମର୍ଶ ପ୍ରଦାନ କରିଥିଲେ । ଚଳିତବର୍ଷ ପାଇଁ ଦୁର୍ଗାପୂଜା କମିଟିର ସମ୍ପାଦକ ଭାବରେ ଦେବଦତ୍ତ ବଘାର ଓ କୋଷାଧ୍ୟକ୍ଷ ଭାବରେ ଗିରଧାରୀ ନାଏକ ଦୁର୍ଗାପୂଜାର ଦାୟିତ୍ୱ ନିର୍ବାହ କରିବାକୁ ସ୍ଥିର କରାଯାଇଥିଲା ।
ବୌଦ୍ଧ : ଦୈନିକ ବଜାର ଅବ୍ୟବସ୍ଥାର ସମାଧାନ ଦାବି କଲା ଉଠା ଦୋକାନୀ ସଂଘ
ବୌଦ୍ଧ ,୨୧/୯ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଦୈନିକ ପରିବା ବଜାରକୁ ବୁଦ୍ଧ ଦେବ ପଡିଆକୁ ସ୍ଥାନାନ୍ତର କରାଯାଇଛି । ମାତ୍ର ଏହି ଅସ୍ଥାୟୀ ବଜାରରେ କୌଣସି ସୁବିଧା ଯୋଗାଇ ଦିଆଯାଉନଥିବାରୁ ବୌଦ୍ଧ ଜିଲ୍ଲା ଉଠା ଦୋକାନୀ ସଂଘ ପକ୍ଷରୁ ତିବ୍ର ଅସନ୍ତୋଷ ପ୍ରକାଶ କରାଯିବା ସହ ତୁରନ୍ତ ଏହାର ସମାଧାନ କରିବାକୁ ଦାବୀ କରାଯାଇଛି ।
ସଂଘର ସଭାପତି ସୁଦାମ ବେରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଅତିଥି ଭାବେ ଆଇନଜିବୀ ବିଶ୍ୱଜିତ ମିଶ୍ର ଓ ସାମ୍ବାଦିକ ସଂପଦ କୁମାର ଅଗ୍ରୱାଲା ଯୋଗଦେଇଥିଲେ । ବୈଠକରେ ଦୋକାନୀମାନଙ୍କ ପକ୍ଷରୁ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା ।
ବଜାରରେ ପାନୀୟ ଜଳ ଯୋଗାଣ ବନ୍ଦ କରାଯାଇଥିବା, ପରିଶ୍ରାଗାର ନଥିବାରୁ ବିଶେଷ କରି ମହିଳା ଦୋକାନୀ ଓ ଗ୍ରାହକ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବା, ପରିସର ସଠିକ ଭାବରେ ପରିସ୍କାର କରାଯାଉନଥିବାରୁ ଦୁର୍ଗନ୍ଧ ହେଉଥିବା, ସାମାନ୍ୟ ବର୍ଷାରେ ସର୍ବତ୍ର କାଦୁଅ ହେବା, ବଜାରରେ ମନଇଚ୍ଛା ବଟି ଅସୁଲ କରିବା, ସାଇକେଲ ଷ୍ଟାଣ୍ଡ ନଥାଇ ଷ୍ଟାଣ୍ଡ ପଇସା ଜୋରଜବରଦସ୍ତ ଆଦାୟ କରାଯାଉଥିବା ନେଇ ଦୋକାନୀ ମାନେ ଉଦ୍‌ବେଗ ପ୍ରକାଶ କରିଥିଲେ ।
ଏନେଇ ସଂଘ ପକ୍ଷରୁ ଏକ ଦାବୀପତ୍ର ଏନ୍‌ଏସି କତୃପକ୍ଷଙ୍କୁ ଦେବା ସହିତ ଏହାର ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବା ନେଇ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ସଂଘର ସଂପାଦକ ବିରୁ କରଡିଆ ସଭା ପରିଚାଳନା କରିଥିବା ବେଳେ ସଦସ୍ୟମାନେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031