Indus Valley Times

ବୌଦ୍ଧ: ଅବକାରୀ ବିଭାଗ ପକ୍ଷରୁ ୧୨କିଲୋ ଗଂଜେଇ ଜବତ, ଦୁଇ ଗିରଫ

 Breaking News

ବୌଦ୍ଧ: ଅବକାରୀ ବିଭାଗ ପକ୍ଷରୁ ୧୨କିଲୋ ଗଂଜେଇ ଜବତ, ଦୁଇ ଗିରଫ

December 18
12:26 2020

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ

 ବୌଦ୍ଧ,୧୮/୧୨: ବୌଦ୍ଧଜିଲ୍ଲାର ଆଭ୍ୟନ୍ତରୀଣ ଓ ଉପାନ୍ତ ଅଂଚଳ  ଗୁଡିକରେ ବ୍ୟାପକ ଗଂଜେଇ ଚାଷ ହେଉଥିବା ବେଳେ ଗତକିଛି ଦିନ ହେବ ଅବକାରୀ ବିଭାଗ ପକ୍ଷରୁ ଗଂଜେଇ ନଷ୍ଟ ଅଭିଯାନ ଜାରିରହିଛି । ଗୁରୁବାର ଦିନ ସକାଳୁ ବିଭାଗ ପକ୍ଷରୁ ଗଂଜେଇ ଗଛ ନଷ୍ଟ କରିବାକୁ ଯାଉଥିବା ବେଳେ ମନମୁଣ୍ଡା ଥାନା ଗୁନ୍ଦୁଳିଆ ପଂଚାୟତର ଏରେଡା ଗ୍ରାମ ନିକଟରେ ଏକ କାର(ଓଆର ୦୨-ବିଏ ୮୨୨୫)ରେ ଗଂଜେଇ ରଖାଯାଇଥିବା ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ବିଭାଗ ପକ୍ଷରୁ ଉକ୍ତ କାର ଉପରେ ଚଢାଉ କରି କାରରୁ ୧୨ କିଲୋ ଗଂଜେଇ ଜବତ କରିବା ସହିତ ଏରେଡା ଗ୍ରାମର ଅଭିଦ ବେହେରା(୨୫) ଓ ତଲପଙ୍କା ଗ୍ରାମର ବିଶ୍ୱାମିତ୍ର୍ର ଦିଗାଲ(୧୮)କୁ ଗିରଫ କରାଯାଇଛି । ପରେ ବିଭାଗ ପକ୍ଷରୁ ଏରେଡା ଗ୍ରାମ ନିକଟରେ ଥିବା ସାତ ଏକର  ଜଙ୍ଗଲ ଜମି ଉପରେ ଚଢାଉ କରାଯାଇ ୨୧ ହଜାର ଗଂଜେଇ ଗଛ ନଷ୍ଟ କରାଯାଇଛି । ଯାହାରକି ଆନୁମାନିକ ବଜାର ମୂଲ୍ୟ ୨ କୋଟି ୧୦ ଲକ୍ଷ ଟଙ୍କା ହେବ । ଚଢାଉରେ ମାଜିଷ୍ଟ୍ରେଟ ଭାବରେ ବିରଂଚି ଧରୁଆ, ଇନିସପେକ୍ଟର ବିଜୟ ଧରୁଆ, ରମେଶ ମହାନ୍ତି ପ୍ରମୁଖ ସାମିଲଥିଲେ ।  

ଗଡଜାତ ଲୋକମହୋତ୍ସବ ତୃତୀୟ ଦିବସ: ମହିଳାଙ୍କ ଦକ୍ଷତା ସମାଜରେ ଶୃଙ୍ଖଳା ଓ ଉନ୍ନତି ଆଣି ପାରିବ, ମନ୍ତ୍ରୀ ଟୁକୁନି ସାହୁ

ବୌଦ୍ଧ,୧୮/୧୨: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ବିରନରସିଂହପୁର ଠାରେ ଚାଲିଥିବା ଗଡଜାତ ଲୋକମହୋତ୍ସବର ପ୍ରତିଷ୍ଠା ଉତ୍ସବ ଅବସରରେ ଗୁରୁବାର ଦିନ ତୃତୀୟ ଦିବସରେ ହରଭଙ୍ଗା ବ୍ଲକର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ନେଇ ବନ ବିଭାଗ ନର୍ସରୀର ସଭାଗୃହ ଠାରେ ଏକ ସମୀକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହିଳା ଓ ସଶକ୍ତି କରଣ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ସରକାରଙ୍କ ଦ୍ୱାରା ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିବା ସହିତ ମହିଳାଙ୍କ ଦକ୍ଷତା ସମାଜରେ ଶୃଙ୍ଖଳା  ଓ ଉନ୍ନତି ଆଣିପାରିବ ବୋଲି କହିଥିଲେ । ଗଡଜାତ ଲୋକମହୋତ୍ସବ କମିଟିର ସଭାପତି ତଥା ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର ସଭାରେ ଅଧ୍ୟକ୍ଷତା କରିଥିଲେ । ସମ୍ମାନୀତ ଅତିଥି ଭାବରେ କଣ୍ଟାମାଳ ବିଧାୟକ ମହିଧର ରଣା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଏପିଡି ବବିତା ଦଳବେହେରା, ହରଭଙ୍ଗା ବିଡିଓ ନିଳକଣ୍ଠ ବେହେରା, ସ୍ଥାନୀୟ ସରପଂଚ ସୁବର୍ଣ୍ଣ ମଲିକ ଯୋଗଦେଇଥିଲେ । ଅନୁଷ୍ଠାନର ସଦସ୍ୟ ବିଜୟ ସାହୁ  ମଂଚ ପରିଚାଳନା କରିଥିବା ବେଳେ ବିନୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ହରଭଙ୍ଗା ବ୍ଲକ ସରପଂଚ ସଂଘ ନେତୃତ୍ୱରେ ଛତ୍ରଙ୍ଗ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ୫୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଶିବିରରେ ଅତିଥି ଭାବରେ ହରଭଙ୍ଗା ବିଡିଓ ନିଳକଣ୍ଠ ବେହେରା, ଛତ୍ରଙ୍ଗ ସରପଂଚ ସୁଶୀଲ ଦେହୁରୀ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଅବସରରେ ୩୫ ଜଣ ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଂଟନ କରାଯାଇଥିଲା । ଏହି ଶିବିରରେ ନଅ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ, କୁଶଙ୍ଗ ସରପଂଚ ସଂଜିବ ଦେହୁରୀ, ହରଭଙ୍ଗା ସରପଂଚ ସୁମଂଜି ଲାଲ, କିମିଟିର ସଂପାଦକ ଦେବାସିଷ ମହାକୁଡ ପରିଚାଳନା କରିଥିଲେ ।

            ଖଲିଆ ବଗିଚା ବିଦ୍ୟାଳୟରେ  ମୋ  ସ୍କୁଲ୍ ଅଭିଯାନ ସମୀକ୍ଷା ବୈଠକ

ବୌଦ୍ଧ,୧୮/୧୨: ବୈାଦ୍ଧ ବିଜ୍ଞପିତ ଅଂଚଳ ପରିଷଦ ଅନ୍ତର୍ଗତ ଖଲିଆ ବଗିଚା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମୋ ସ୍କୁଲ ଅଭିଯାନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ପ୍ରବୀର କୁମାର ଦାଶଙ୍କ ସଭାପତିତ୍ୱରେ ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ବୈାଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା ଯୋଗଦେଇ ମୋ ସ୍କୁଲ ଅଭିଯାନ ଉପରେ ସମୀକ୍ଷା କରି ଶିକ୍ଷକ,ଶିକ୍ଷୟତ୍ରୀ ଅଭିଭାବ. ଅଭିଭାବିକା, ପୁରାତନ ଛାତ୍ର, ଛାତ୍ରୀ ମାନଙ୍କ ସହିତ ସୁସଂପର୍କ ରକ୍ଷା କରିବା ସଂଗେ ସଂଗେ  ଯୋଜନାର ସଫଳ ରୂପାୟନ ପାଇଁ ନିଜେ ଉଦାହରଣ ସାଜିବା ଭଳି ସାର ଗର୍ଭକ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ଅତିଥି ଭାବେ ବୈାଦ୍ଧ ଏନ୍‌.ଏ.ସିର  ସି.ଆର.ସି.ସି  ସନ୍ତୋଷ  କର୍ଣ୍ଣ ଯୋଗଦାନ କରି ମୋ ସ୍କୁଲ ଅଭିଯାନର ଉଦ୍ଦେଶ୍ୟ  ସଂପର୍କରେ ବିସ୍ତୃତ  ଆଲୋଚନା କରିଥିଲେ ।ବିଦ୍ୟାଳୟର ପ୍ରାଧାନ ଶିକ୍ଷୟତ୍ରୀ ପ୍ରଣତି ମିଶ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ସ୍କୁଲକୁ ମିଳିଥିବା ମେଚିଙ୍ଗ ଗ୍ରାଂଟର ଖର୍ଚ୍ଚ କିପରି ବିନିଯୋଗ ହେବ ସେ ବିଷୟରେ ଏକ ଚିଠା ବୈଠକରେ ଉପସ୍ଥାପନ କରିଥିଲେ । ପୁରାତନ ଛାତ୍ର ଅର୍ଜ୍ଜୁନ କହଁର, ରମେଶ ପ୍ରସାଦ ମେହେର ଉପସ୍ଥିତ ରହି ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ଯେମିତି ସମସ୍ତ ଅଭିଭାବକ, ଅଭିଭାବିକା,ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହେବେ  ସେ ସଂପର୍କରେ ଯୋଜନା ପ୍ରସ୍ତୁତ କରି ସଂପର୍କ କରିବା ପାଇଁ  ପ୍ରସ୍ତାବ ଆଗତ କରିଥିଲେ । ପୂର୍ବତନ ଛାତ୍ର ଓ ଅଭିଭାବକମାନେ ବୈଠକରେ ଯୋଗ ଦେଇଥିଲେ । ବିଦ୍ୟାଳୟର ସମସ୍ତ   ଶିକ୍ଷକ,ଶିକ୍ଷୟତ୍ରୀ  ସକ୍ରିୟ ସହଯୋଗ କରିଥିଲେ ।

ବୌଦ୍ଧ: ମୋବାଇଲ ଚୋରୀ ଅଭିଯୋଗରେ ଜଣେ ଗିରଫ

ବୌଦ୍ଧ,୧୮/୧୨: ବୌଦ୍ଧ ବସଷ୍ଟାଣ୍ଟ ସମ୍ମୁଖରେ ଥିବା ସେରାବାଲି ମୋବାଇଲ ଦୋକାନରୁ ଗତ ୧୦ ତାରିଖରେ ତିନୋଟି ମୋବାଇଲ ଚୋରୀ ହୋଇଥିଲା । ଏନେଇ ଦୋକାନ ମାଲିକ ବୌଦ୍ଧଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୋଲିସ ତଦନ୍ତ କରି ବୌଦ୍ଧ ସହର ନରେନ୍ଦ୍ର ମହାକୁଡ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିବା ସହିତ ଗୋଟିଏ ମୋବାଲକୁ ଜବତ କରିଛି । ଅନ୍ୟ ଦୁଇଟି ମୋବାଇଲ ସଂପର୍କରେ ତଦନ୍ତ ଜାରିରହିଛି ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031