Indus Valley Times

ବୌଦ୍ଧ: ଅସହାୟ ପରିବାରକୁ ସ୍ୱାଵଲମ୍ବୀ କରାଇଲା ସତ୍ୟସାଇ ସେଵା ସଙ୍ଗଠନ

 Breaking News

ବୌଦ୍ଧ: ଅସହାୟ ପରିବାରକୁ ସ୍ୱାଵଲମ୍ବୀ କରାଇଲା ସତ୍ୟସାଇ ସେଵା ସଙ୍ଗଠନ

October 26
20:25 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୬/୧୦ : ବୌଦ୍ଧ ସହର ସାନ ମାଳିସାହି ରେ ରହୁଥିବା ଦିପାଞ୍ଜଳୀ ପ୍ରଧାନ ନାମ୍ନୀ ଜଣେ ଅସହାୟ ବିଧବା ମହିଳାଙ୍କ ପରିବାରକୁ ସ୍ୱାବଲମ୍ବୀ କରେଇ ପାରିଛି ଶ୍ରୀ ସତ୍ୟସାଇ ସେଵା ସଙ୍ଗଠନ, ସୂଚନା ଯୋଗ୍ୟ ଯେ ପ୍ରାୟ ଚାରି ମାସ ପୂର୍ବେ କରୋନା ଜନିତ ଲକ ଡାଉନ ରେ ରୋଜଗାର ହରାଇ ମାନସିକ ଚାପ ରେ ଆତ୍ମହତ୍ୟା କରିଥିଲେ ଦିପାଞ୍ଜଳୀଙ୍କ ସ୍ୱାମୀ ଶେଷଦେବ ।
ସ୍ୱାମୀ ଆରପାରିକୁ ଚାଲିଯିବା ପରେ ଅସହାୟ ହୋଇ ପଡ଼ିଥିବା ଦିପାଞ୍ଜଳୀ ଓ ତାଙ୍କର ଦୁଇଟି ଶିଶୁ କନ୍ୟା ଙ୍କୁ କୋଳେଇ ନେଇଥିଲା ବୌଦ୍ଧ ସ୍ଥିତ ଶ୍ରୀ ସତ୍ୟସାଇ ସେଵା ସଙ୍ଗଠନ । ସଙ୍ଗଠନ ର ଜିଲ୍ଲା ସଭାପତି ଡା ପ୍ରିୟଵ୍ରତ ବେହେରା । ତାଙ୍କର ଅନ୍ୟ କର୍ମକର୍ତ୍ତା ଭାଇ ଭଉଣୀ ମାନଙ୍କୁ ନେଇ ପହଞ୍ଚିଥିଲେ ଦିପାଞ୍ଜଳୀ ଙ୍କ ପାଖରେ ଏବଂ ତାଙ୍କୁ ସାନ୍ତ୍ଵନା ଦେବା ସହିତ ପ୍ରତ୍ୟେକ ମାସ ଚଳିବା ପାଇଁ ଅମୃତ କଳସ ଆକାର ରେ ମାସିକ ତେଜରାତି ସାମଗ୍ରୀ ଦେଇ଼ ଆସୁଛନ୍ତି ।
ଗତ ରବିବାର ଦିନ ଆୟୋଜିତ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ରେ ଦିପାଞ୍ଜଳୀଙ୍କ ପରିବାରକୁ ପରିବା ବେପାର କରିବା ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ଓ କିଛି ପୁଞ୍ଜି ଯୋଗାଇ ଦିଆଯାଇଛି ।ଯାହା ଫଳରେ ଦିପାଞ୍ଜଳୀଙ୍କ ମା ସ୍ଥାନୀୟ ଭୈରବୀ ପଡ଼ିଆ ସ୍ଥିତ ଦୈନିକ ମାର୍କେଟରେ ପରିବା ବେପାର କରି ବେଶ ଦୁଇ ପଇସା ରୋଜଗାର କରିଵା ସହିତ ସ୍ୱାଵଲମ୍ବୀ ହୋଇପାରିଛି ଏକ ଅସହାୟ ପରିବାର।
ରାଜିଙ୍ଗ ଗ୍ରାମର ରାସେଶ୍ୱରୀ ସାମଲ ମୃତ୍ୟୁ ଘଟଣା:ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ ଏସପିଙ୍କଠାରେ ଫେରାଦ ହେଲେ ପରିବାର ଲୋକ
ବୌଦ୍ଧ,୨୬/୧୦ : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ରାଜିଙ୍ଗ ଗ୍ରାମର ରାସେଶ୍ୱରୀ ସାମଲଙ୍କ ମୃତଦେହ ଗତ ୩୦ ତାରିଖରେ ନିଜ ଘର ବାଡିପଟୁ କୂଅରୁ ମିଳିଥିଲା । ହେଲେ ଏହାକୁ ଏକ ହତ୍ୟାକଣ୍ଡ ବୋଲି ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ପରିବାର ଲୋକେ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଏସପିଙ୍କ ଠାରେ ଫେରାଦ ହୋଇଛନ୍ତି ।
ଅଭିଯୋଗରୁ ପ୍ରକାଶ, ରାଜିଙ୍ଗ ଗ୍ରାମର ରାସେଶ୍ୱରୀ ଗତ ୨୯ ତାରିଖ ରାତି ପ୍ରାୟ ୧୨ଟା ପର୍ଯ୍ୟନ୍ତ ପୁଅ ଜିଉଁତିଆ ଓଷା ଘରଦାଣ୍ଡ ପିଣ୍ଡାରେ ବସି ଦେଖୁଥିଲେ । କିନ୍ତୁ ପରଦିନ ସକାଳୁ ତାଙ୍କ ମୃତ ଶରୀର ତାଙ୍କ ଘର ବାଡି ପଛପଟେ ଥିବା କୂଅରୁ ମିଳିଥିଲା । ସେହି କୂଅ ଉପରେ ଥିବା ଲୁହାଗ୍ରୀଲ ସଂପୂର୍ଣ୍ଣ ଭାବରେ ପୂର୍ବଭଳି ଢାଙ୍କି ହୋଇରହିଥିଲା । ସେ ପିନ୍ଧିଥିବା ସୁନା ଅଳଙ୍କାର ତାଙ୍କ ଦେହରେ ନ ଥିଲା । କୂଅ ଠାରୁ ଆଠ ଦଶ ଫୁଟ ଦୂରରେ ତାଙ୍କର ଚପଲ ପଡିଥିବା କଥା ଚନ୍ଦ୍ରାବତୀ ସାମଲ ପରିବାର ଲୋକଙ୍କୁ ଜଣାଇ ଥିଲେ ।
ଏହାକୁ ତାଙ୍କ ସ୍ୱାମୀ ଅର୍ଥାତ ସୁରେଶ ରାତି ୧୨ଟାରୁ ଗୋଟାଏ ମଧ୍ୟରେ ମୃତକଙ୍କ ଘର ଦ୍ୱାର ମୁହଁରେ ରଖିଦେଇଥିଲେ । ଏସବୁ ପାରିପାଶ୍ୱିର୍କ ସ୍ଥିତି ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅନୁଭବ କରିଥିଲେ । ଏନେଇ ତାଙ୍କ ବଡ ପୁଅ ବିଭିଷଣ ଗତ ୩୦ ତାରିଖରେ ପୁୁରୁଣାକଟକ ଥାନାରେ ଅଭିଯୋଗ କରିଥିଲେ । ଏହାକୁ ପୁରୁଣାକଟକ ଥାନା ଗ୍ରହଣ କରିନ ଥିଲା । ତାଙ୍କ ଠାରୁ ବାଧ୍ୟ କରି ତାଙ୍କ କହିବା ମୁତାବକ ଅନ୍ୟ ଏକ ଅଭିଯୋଗ ପତ୍ର ଲେଖାଇ ନେଲେ । ସେହି ଆଧାରରେ ଏହାକୁ ୟୁଡି କେସରେ ଥାନାରେ ଅଭିଯୋଗ ପଂଜିକରଣ କଲେ ।
ପ୍ରଥମ ଦିନରୁ ହିଁ ଥାନାରେ ନିର୍ଭର ପ୍ରତିଶୃତି ଦିଆଗଲା ଯେ ଏହି ହତ୍ୟାକାଣ୍ଡ ସତ୍ୟାସତ୍ୟ ଉନ୍ମୋଚନ କରି ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବ ବୋଲି । ହେଲେ ପରବର୍ତ୍ତି ସମୟରେ ସେ ଥାନାକୁ ବାରମ୍ବାର ନ୍ୟାୟ ପାଇବା ପାଇଁ ଯାଇ ମଧ୍ୟ ପୁରୁଣାକଟକ ପୋଲିସ ପକ୍ଷରୁ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।
ଏପରିକି ଆଜି ପର୍ଯ୍ୟନ୍ତ କୌଣସି ବି ଅପରାଧିକୁ ଥାନାକୁ ଡାକି ପଚରା ଉଚରା କରାଯାଇ ନାହିଁ କି ଗିରଫ କରାଯାଇ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଘଟଣାର ପାରିପାଶ୍ୱିକ ସ୍ଥିତି ଘଟଣାର ପ୍ରତ୍ୟକ୍ଷଦର୍ଶୀ ଏବଂ ହତ୍ୟାକାରୀଙ୍କ ବିଷୟରେ ପୋଲିସକୁ ସ୍ପଷ୍ଟ ସୁଚନା ଦିଆଯାଇଥିଲେ ମଧ୍ୟ ଆଜି ଯାଏ କାହାରିକୁ ଗିରଫ କରାଯାଇ ନାହିଁ ।
ଘଟଣାର ୨୦ ଦିନ ପରେ ଅର୍ଥାତ ଗତ ୧୯ ତାରିଖ ଦିନ ପୁରୁଣାକଟକ ଥାନା ପକ୍ଷରୁ ତଦନ୍ତ କରିବାକୁ ଘଟଣାସ୍ଥଳକୁ ପ୍ରଥମ କରି ଆସିଥିଲେ । ଏବଂ ଏହି ତଦନ୍ତ ସମୟରେ ସୁରେଶ ଯେଉଁ ତଥ୍ୟ ପ୍ରଦାନ କଲେ ତହୁଁରୁ ସ୍ପଷ୍ଟ ବାରୁ ହେଉଛି ଯେ ଘଟଣାସ୍ଥଳ ଅର୍ଥାତ କୂଅ ପାଖରେ କୁଶ ବଗର୍ତ୍ତୀ ଉପସ୍ଥିତ ଥିଲେ ଏବଂ ସେ କୂଅ ପାଖରେ ଏଭଳି କିଛି କାର୍ଯ୍ୟ କରୁଥିଲେ ଯହିଁରୁ କୂଅରେ ପଡିଲା ଭଳି କିଛି ଶଦ୍ଦ ସୁରେଶ ଶୁଣି ଥିଲେ ।
ତାପରେ ସେହି ରାତିରେ ଉଭୟ ମିଶି କୂଅ ଠାରୁ ତିନି ଚାରି ଫୁଟ ଦୂରରେ ମଦ୍ୟପାନ କରିଥିବା ସ୍ୱୀକାର କରିଥିଲେ । ଘଟଣାସ୍ଥଳରୁ ପୋଲିସ ମଦ ବୋତଲ ମଧ୍ୟ ଜବତ କରିଛି । ପାରିପାଶ୍ୱିକ ସ୍ଥିତ ଓ ଘଟଣାକୁ ଅନୁଧ୍ୟାନ କଲେ ଏହା ଏକ ହତ୍ୟାକାଣ୍ଡ ଓ କୁଶ ଏହା କରିଛି ବୋଲି ପରିବାର ପକ୍ଷରୁ ଏସପିଙ୍କ ଠାରେ ଅଭିଯୋଗ କରିଛନ୍ତି ।
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଶପଥ ପାଠ ଉତ୍ସବ: ଲାଞ୍ଚ ନ ନେବା ସହିତ ସମସ୍ତ ଦାୟିତ୍ଵକୁ ସାଧୁତା ଓ ସ୍ଵଚ୍ଛତାର ସହ ସମ୍ପାଦନ କରିବା ଜିଲ୍ଲାପାଳଙ୍କ ଆହ୍ଵାନ
ବୌଦ୍ଧ, ୨୬/୧୦: ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପୂର୍ବାହ୍ନ ୧୧ଘଟିକା ସମୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଏକ ଶପଥ ପାଠ ଉତ୍ସବ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି, ପ୍ରଥମେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ସମସ୍ତଙ୍କୁ ସ୍ଵାଗତ କରିଥିଲେ ।
ପରେ ପରେ ଜିଲ୍ଲାପାଳ ଶ୍ରୀ ମିଶ୍ର ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ, ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ପ୍ରଥମ ଦିନରେ ଏହି ଶପଥ ପାଠ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ।
ଏହି ଶପଥ ପାଠରେ ଲାଞ୍ଚ ନ ନେବା ସହିତ ସମସ୍ତ ଦାୟିତ୍ଵକୁ ସାଧୁତା ଏବଂ ସ୍ଵଚ୍ଛତାର ସହ ସମ୍ପାଦନ କରିବାପାଇଁ, ନିଜ ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତ ମୂଳକ ସାଧୁତା ବଜାୟ ରଖିବାପାଇଁ, ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚଟତା ଏବଂ ଆଇନର ଶାସନକୁ ଅନୁପାଳନ କରିବାପାଇଁ ସମସ୍ତେ ଶପଥ ନେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତଥା ଉପଜିଲ୍ଲାପାଳ ଅଶ୍ଵିନୀ କୁମାର ମେହେର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଂଅର, ଡେପୁଟି କଲେକ୍ଟର ଅବନୀକାନ୍ତ ସାହୁ, ଡେପୁଟି କଲେକ୍ଟର ଝରଣା ପ୍ରଧାନ, ନିଜାରତ ଅଫିସର ବିରଞ୍ଚି ନାରାୟଣ ଧରୁଆ, ଜିଲ୍ଲା ସମାଜ ମଙ୍ଗଲ ଅଧିକାରୀ ଲକ୍ଷପତି ଭୋଇ, ଜିଲ୍ଲା ପରାମର୍ଶ ଦାତ୍ରୀ ପ୍ରବିଜ୍ଞା ଦାସ, ପ୍ରୋଗ୍ରାମ ଅଫିସର ସର୍ମୀଷ୍ଟା ହୋତା, ଅଫିସ ସୁପରିଣ୍ଟେଣ୍ଡେଣ୍ଟ ଜେମସ ନାୟକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସତ୍ୟବ୍ରତ ସାହୁ, ଡି.ପି.ସି. ମିଶନ ଶକ୍ତି, ଡି.ପି.ସି. ମମତା, ସମସ୍ତ ସେକ୍ସନ ଅଫିସର, ବରିଷ୍ଠ ସହାୟକ, କନିଷ୍ଠ ସହାୟକ ଉପସ୍ଥିତ ଥିଲେ ।
ଏଥିସହ ଜିଲ୍ଲା, ବ୍ଲକ, ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ମଧ୍ୟ ଅନୁରୂପ ଭାବେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା, ଜିଲ୍ଲାର ଅଧିକାରୀମାନେ ଏହି ଶପଥ ପାଠ କରିବା ସହ କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ମଧ୍ୟ ଶପଥ ପାଠ କରାଇଥିଲେ, ଏହି ସଚେତନତା ସପ୍ତାହ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହୋଇ ୧ ନଭେମ୍ବର ଯାଏଁ ଚାଲିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031