Indus Valley Times

ବୌଦ୍ଧ : ଆଜାଦୀ କି ଅମୃତ ମହୋତ୍ସବ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା

 Breaking News

ବୌଦ୍ଧ : ଆଜାଦୀ କି ଅମୃତ ମହୋତ୍ସବ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା

September 21
21:39 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୧/୯:ଆଜାଦୀ କି ଅମୃତ ମହୋତ୍ସବର ୭୫ବର୍ଷ ପୁର୍ତ୍ତି ଉପଲକ୍ଷେ ଜାଗା ମିଶନ ଯୋଜନାରେ ଇରିଗେସନ କଲୋନି ସ୍ଥିତ ବିଜୁ ଆଦର୍ଶ କଲୋନୀ ( ସ୍ଲମ ଅଞ୍ଚଳ)ର ସମସ୍ତଙ୍କୁ ନେଇ ଗାନ୍ଧୀ ଓ ଓଡିଶାର ବିଷୟବସ୍ତୁ ଉପରେ ଝୋଟି,ସଙ୍ଗୀତ,ବକ୍ତୃତା, ଚିତ୍ରାଙ୍କନ,ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ବିଜୁ ଆଦର୍ଶ କଲୋନୀର ମିନାକ୍ଷୀ ବିଶ୍ୱାଳ ଓ ପୁଷ୍ପାଂଜଳୀ ଦରୁଆ.ବାବୁସାହିର ଦେବକୀ କ୍ଷେତୀ,ଯଶୋବନ୍ତୀ ଖମାରୀ ଓ କଲୋନୀର ସମସ୍ତ ଜନସାଧାରଣ ଉପସ୍ଥିତ ଥିଲେ,ଏହି କାର‌୍ୟ୍ୟକ୍ରମରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର,ଉପାଧ୍ୟକ୍ଷା ସୁଭାଷିନୀ ସେଠୀ,ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିୀଯୋଗୀଙ୍କୁ ପୁରସ୍କୃତ କରିଥିଲେ,ଏହି କାର‌୍ୟ୍ୟକ୍ରମ ଗୋଷ୍ଠୀ ସଂଗଠିକା ସୁପର୍ଣ୍ଣା ମହାନ୍ତୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।
ଉଦ୍ୟୋଗୀ ପ୍ରତ୍ସୋହନ ସମ୍ମିଳନୀ:ଶିକ୍ଷିତ ଯୁବଗୋଷ୍ଠି ସ୍ୱାବଲମ୍ବୀ ହେଲେ ଦେଶର ଅର୍ଥନୀତି ସୁଦ୍ରୁଢ ହୋଇପାରିବ
ବୌଦ୍ଧ; ୨୧/୯: ଭାରତର ଶିକ୍ଷିତ ଯୁବଗୋଷ୍ଠି ସ୍ୱାବଲମ୍ବୀ ହୋଇ ପାରିଲେ ଦେଶର ଅର୍ଥନୀତି ସୁଦ୍ରୁଢ ହେବାସହ ଏକ ସମୃଦ୍ଧ ରାଷ୍ଟ୍ର ଭାବେ ବିଶ୍ୱରେ ଆମ ଦେଶ ପରିଚୟ ସୃଷ୍ଟି କରିପାରିବ । ଦେଶରେ ସମସ୍ତ ପ୍ରକାର ଭିତ୍ତିଭୂମୀ ରହିଛି କେବଳ ଠିକ ଭାବରେ ଉପଯୋଗ କରିପାରିଲେ ଜଣେ ଉଦ୍ୟୋଗୀ ବିକଶିତ ହେବାସହ ଅନ୍ୟ ମାନଙ୍କୁ ମଧ୍ୟ ରୋଜଗାରକ୍ଷମ କରିପାରିବ ।
ଏହାଦ୍ୱାରା ଏକ ଶୃଙ୍ଖଳିତ ସମାଜ ଗଠନ କରିବା ଲକ୍ଷ୍ୟ ସାଧନ ହୋଇପାରିବ ବୋଲି ଆଜି ଉଦ୍ୟୋଗୀ ପ୍ରତ୍ସୋହନ ସମ୍ମିଳନୀରେ ବକ୍ତାମାନେ ମତପ୍ରକାଶ କରିଥିଲେ । ଜିଲ୍ଲାର ବଘିଆପଡା ଠାରେ ଥିବା ସରକାରୀ ପଲିଟେକନିକ୍ ମହାବିଦ୍ୟାଳୟ ଠାରେ ଆଜି ସ୍ୱାଭିମାନ ଭାରତ ଅଭିଯାନ, ବୌଦ୍ଧ ଶାଖା ପକ୍ଷରୁ ଏକ ଉଦ୍ୟୋଗୀ ପ୍ରତ୍ସୋହନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ସଂଯୋଜକ ରଘୁନାଥ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଜିତେନ୍ଦ୍ର ନାରାୟଣ ଦାଶ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଅଧ୍ୟାପକ ଡଃ ଲକ୍ଷ୍ମୀଧର ଜେନା, ଆଶିଷ କୁମାର ସାହୁ, ପ୍ରଦିପ୍ତ କୁମାର ସାହୁ ଯୋଗ ଦେଇଥିଲେ ।
ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ଜିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିବାବେଳେ ମୁଖ୍ୟବକ୍ତା ଭାବେ ଡଃ ସଂଜୟ କୁମାର ପଣ୍ଡା ଯୋଗଦେଇ ସ୍ୱାବଲମ୍ବୀ ଭାରତ ଅଭିଯାନର ଲକ୍ଷ୍ୟ ସଂପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପ୍ରବର୍ତ୍ତାଇଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ,ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।
ବୌଦ୍ଧ : ଯୁବ ମହୋତ୍ସବ ପ୍ରସ୍ତୁତି ବୈଠକ

ବୌଦ୍ଧ ,୨୧/୯ : ବୌଦ୍ଧର ଜିଲ୍ଲା ଯୁବ କାର୍ଯ୍ୟାଳୟରେ ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବର ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଆସନ୍ତା ଅକ୍ଟୋବର ମାସ ୨ ତାରିଖ ରବିବାର ଦିନ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟ , ଜିଲ୍ଲା କ୍ରୀଡ଼ା ବିଭାଗ ଓ ସଂସ୍କୃତି ବିଭାଗ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ନେହେରୁ ଯୁବ କେନ୍ଦ୍ରର ମିଳିତ ସହଭାଗିତାରେ ବୌଦ୍ଧ ଟାଉନ ହଲ ଠାରେ ପୂର୍ବାହ୍ନ ୦୯.୦୦ ଘଣ୍ଟିକା ସମୟରେ ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ଅନୁଷ୍ଠିତ ହେବ ।
ଏହି ବୈଠକରେ ଜିଲ୍ଲା ଯୁବ ଅଧିକାରୀ ନବନିତ କୁମାର, ଜିଲ୍ଲା କ୍ରୀଡା ଅଧିକାରୀ ପବିତ୍ର କୁମାର ରାଉତ,ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ,ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହଙ୍କ ସର୍ବ ସମ୍ମତି କ୍ରମେ ଯୁବ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଗଲା ।
ଏହି ଯୁବ ମହୋତ୍ସବରେ ବିଭିନ୍ନ ପ୍ରକାର କଳା-ସଂସ୍କୃତି ,ଏବଂ ଅନ୍ୟାନ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିବା ସହ ଆର୍ଥିକ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ । ତତସହିତ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀ ମାନଙ୍କୁ ରାଜ୍ୟସ୍ତରକୁ ତାଙ୍କର ପ୍ରତିଭା ପ୍ରଦର୍ଶନ ନିମନ୍ତେ ପ୍ରେରଣ କରାଯିବ ।
ଏଣୁ ଆପଣ ମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଗଲାଯେ, ଇଚ୍ଛୁକ ଥିବା ୧୫ ବର୍ଷରୁ ୨୯ ବର୍ଷ ମଧ୍ୟରେ ଯୁବକ ଯୁବତୀ ମାନେ ଏହି ଯୁବ ମହୋତ୍ସବରେ ଅଂଶଗ୍ରହଣ କରିପାରିବେ ।
ଏତଦ୍ୱାରା ବୌଦ୍ଧ ଜିଲ୍ଲାର ସମସ୍ତ ଯୁବ ପ୍ରତିଭା ମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଗଲା,ସୂଚନା ଥାଉକି ଜଣେ ପ୍ରତିଯୋଗୀ କେବଳ ଗୋଟିଏ ପ୍ରତିଯୋଗୀତାରେ ହିଁ ଅଂଶ ଗ୍ରହଣ କରିପାରିବେ ।
ବୌଦ୍ଧ ଲୋକକଳା ବିକାଶ କେନ୍ଦ୍ର ତରଫରୁ ମୋନସାମଓଜିକ କର୍ମଶାଳା
ବୌଦ୍ଧ,୨୧/୯:ଲୋକ କଳା ବିକାଶ କେନ୍ଦ୍ର ,ଓଏସିଆର, ପିକକ୍ ଓଏସପିସିଆର,ଓଏସିପିଶି, ୟୁନିସେଫ୍ ର ମିଳିତ ଉଦ୍ୟମରେ ବୌଦ୍ଧ ର ହୋଟେଲ ଦି କଳିଙ୍ଗ ଠାରେ ଏକ ଶିଶୁ ସେବା ପ୍ରଦାନ କାରୀମାନଙ୍କୁ ନେଇ ଏକ ମନୋସାମାଜିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଲୋକକଳା ବିକାଶ କେନ୍ଦ୍ର ର ସମ୍ପାଦିକା ପୁଷ୍ପିତା ପ୍ରଧାନ ସମସ୍ତଙ୍କୁ ସ୍ଵାଗତ ଜଣେଇବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥି ଭାବରେ ଶିଶୁ ମଙ୍ଗଳ ସମିତି ର ଅଧକ୍ଷ ସାକ୍ଷୀ ଗୋପାଳ ପ୍ରଧାନ,ସଦସ୍ୟ ସୀତାକାନ୍ତ ସାହୁ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ବାଲ୍ୟ ବିବାହ ନିରୋଧ ଜିଲ୍ଲା ସଂଯୋଜିକା ପ୍ରଵିଜ୍ଞା ଦାସ,ଯେଯେବି ରୁ ରାଜୀବ ନାୟକ ଯୋଗଦେଇଥିଲେ ।
ସହଜକର୍ତା ଭାବରେ ଓଏସିଆର ର ଶୀତଲ ପଟ୍ଟନାୟକ, ଚିତ୍ତରଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ, ପ୍ରତିଭାଗି ଭାବରେ ଚାଇଲ୍ଡ ଲାଇନ୍,ସଖି ,ଶିଶୁ ଯତ୍ନ ଅନୁଷ୍ଠାନ, ଡାକ୍ତରଖାନା ର ବିଭାଗୀୟ ସଦସ୍ୟ,ଅଙ୍ଗନବାଡ଼ି କର୍ମୀ,ଜନପ୍ରତିନିଧି ଅଂଶ ଗ୍ରହଣ କରିଥିଲେ, ଉପସ୍ଥିତ ଅତିଥି ବୃନ୍ଦ ନିଜ ନିଜର ସମ୍ୟକ୍ ଭାବରେ କହିବା ପରେ ଶ୍ରୀମତୀ ଶୀତଲ ପଟ୍ଟନାୟକ କାଳାଂଶ ନେଇଥିଲେ ।
ଖେଳ ମାଧ୍ୟମରେ ପ୍ରଥମେ ଜଣେ ଶିଶୁର ପ୍ରବୃତ୍ତି ବିଷୟରେ ବୁଝାଇଥିଲେ, ପରେ ମଣିଷର ଉଦାସୀନତା କିପରି ଆସେ,ଉଦାସୀନତା ର କାରଣ କଣ,ତାର ପରବର୍ତ୍ତୀ ଅବସ୍ଥା ବିଷୟରେ ପିପିଟି ମାଧ୍ୟମରେ ବୁଝାଇଥିଲେ, ମାନସିକ ସ୍ଥିତି କଣ,କେମିତି ସେ ଜଣେ ବ୍ୟକ୍ତି ଙ୍କୁ ଅତି ଶୀଘ୍ର ନକରାତ୍ମକ ଦିଗରେ ଗତି କରିଥାଏ ।
ସେ ସମ୍ପର୍କରେ ବୁଝାଇଥିଲେ ତତ୍ ସହିତ ସମସ୍ୟା ଦେଇ ଗତି କରୁଥିବା ବ୍ୟକ୍ତି ଙ୍କୁ କିଭଳି ବୁଝେଇବା,ନିଜ ର ମତାମତ ତାଙ୍କ ଉପରେ ନଦେଇ ସେ କହୁଥିବା କଥା କୁ ଶୁଣି ସକାରାତ୍ମକ ଢଙ୍ଗରେ ବ୍ୟବହାର କରିବା ସେ ବିଷୟରେ ମଧ୍ୟ କହିଥିଲେ । ବ୍ୟକ୍ତି ଯେତେବେଳେ ବି ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଥାଏ ସେ କିଛି ଶୁଣିବା କୁ ଚାହେଁନି ।
ସେ ଚାହେଁ ତା କୁ ନକରାତ୍ମକ ଢଙ୍ଗରେ ବ୍ୟବହାର ନ କରି ତା କଥା କେହି ଶୁଣନ୍ତୁ ବୋଲି ସେ କହିଥିଲେ,କୌଣସି ବି ବ୍ୟକ୍ତି କୁ ସିଧାସଳଖ ଆମ ଦୋଷାରୋପ ମଧ୍ୟ କରିବା ନାହିଁ ବୋଲି ମତାମତ ଦେଇଥିଲେ ।
କାର୍ଯ୍ୟକ୍ରମରେ ଲୋକ କଳା ବିକାଶ କେନ୍ଦ୍ର ର ସମସ୍ତ କର୍ମକର୍ତ୍ତା ସାହାଯ୍ୟ ସହଯୋଗ କରିଥିଲେ,ଏଲ କେବିକେ ର ସୁପ୍ରିୟା ଦେହୁରୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031