Indus Valley Times

ବୌଦ୍ଧ ଆର୍ଟସ ଟେମ୍ପୁଲ ପକ୍ଷରୁ ବେଲ୍ଟ ପ୍ରତିଯୋଗିତା

 Breaking News

ବୌଦ୍ଧ ଆର୍ଟସ ଟେମ୍ପୁଲ ପକ୍ଷରୁ ବେଲ୍ଟ ପ୍ରତିଯୋଗିତା

ବୌଦ୍ଧ ଆର୍ଟସ ଟେମ୍ପୁଲ ପକ୍ଷରୁ ବେଲ୍ଟ ପ୍ରତିଯୋଗିତା
October 04
10:18 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୪/୧୦: ବୌଦ୍ଧ ଆର୍ଟସ ଟେମ୍ପୁଲ ପକ୍ଷରୁ ସୋମବାର ଦିନ ରାମଳିଳା ପଡିଆ ଠାରେ କ୍ୟାରେଟି ବେଲ୍ଟ ଗ୍ରେଡିଙ୍ଗ ଟେଷ୍ଟ ପ୍ରତିଯୋଗିତା ମାଷ୍ଟର ସୁଧିର କୁମାର ବାରିକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି ।
ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥିଭାବେ ଗୁରୁଶ୍ରୀ ଡ. ଜ୍ଞାନରଂଜନ ମହାନ୍ତି ଯୋଗ ଦେଇଥିଲେ । ସମସ୍ତ କୁନି କୁନି ପ୍ରତିଯୋଗିମାନଙ୍କୁ କ୍ୟାରେଟି ସଂପର୍କରେ ସୁଚନା ଦେଇ ଆଗାମୀ ଦିନରେ କିଭଳି ନିଜର ଆତ୍ମରକ୍ଷା କୌଶଳ କରିବା ସହ ଅସୁବିଧାରୁ କିପରି ଶତୃଠାରୁ ରକ୍ଷା ପାଇପାରିବ ସେ ନେଇ ବିଭିନ୍ନ କୌଶଳ ଶିଖାଇଥିଲେ ।
ବେଲ୍ଟ ଗ୍ରେଡିଙ୍ଗ ଟେଷ୍ଟରେ ସୋନପୁରର ସୁଶାନ୍ତ କୁମ୍ଭାର,ସରୋଜ ପୁଜାରୀ, ବରଗଡର ସରୋଜ ନାଏକ, ବଲାଙ୍ଗିରର ଚନ୍ଦ୍ରଶେଖର ବାହୁକ ବିଚାରକ ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ମହାନ୍ତୀଙ୍କ ଦ୍ୱାରା କୃତି ପ୍ରତିଯୋଗିଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ବୌଦ୍ଧରେ ଗଡିଲା ସାଇବର ସୁରକ୍ଷା ଅଭିଯାନ ରଥ:ସଚେତନ ହେଲେ ସାଇବର କ୍ରାଇମକୁ ରୋକାଯାଇପାରିବ
ବୌଦ୍ଧ,୪/୧୦: ବୌଦ୍ଧ ଜିଲ୍ଲାରେ ସାଇବର ଅପରାଧକୁ ରୋକାଯିବା ପାଇ ସୋମବାର ଠାରୁ ସାଇବର ସୁରକ୍ଷା ଅଭିଯାନ ରଥ ଶୁଭାରମ୍ଭ ହୋଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦଙ୍କ ଅଧ୍ୟକ୍ଷତାରେ ସହରର ମର୍ଯ୍ୟାକୁଦ ବ୍ରିଜ ଛକ ଠାରେ ଏକ ସଭା କରି ଏହି ରଥର ଶୁଭାରମ୍ଭ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟଭଞ୍ଜନ ମଦନ ମୋହନ ପାତ୍ର ଯୋଗ ଦେଇଥିଲେ ।
ଏହି ସଚେତନତା ରଥ ଜିଲ୍ଲାର ବିଭିନ୍ନ ଜନଗହଳି ସ୍ଥାନ, ଶିକ୍ଷାନୁଷ୍ଠାନ, ସମସ୍ତ ବ୍ଳକ ଅଞ୍ଚଳ ରେ ବୁଲି ଜନସାଧାରଣଙ୍କୁ ସଚେତନତ କରିବ । ଏହା ସହ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ମଧ୍ୟ ସଚେତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସଚେତନ ରହିଲେ ସାଇବର କ୍ରାଇମକୁ ରୋକାଯାଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ରଥର ଶୁଭାରମ୍ଭ ସମୟରେ ସହରର ବୁଦ୍ଧିଜୀବୀ, ସାଧାରଣ ଜନତା ଓ ଜିଲ୍ଲା ପୁଲିସର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031