Indus Valley Times

ବୌଦ୍ଧ: ଇନଟ୍ରାକ୍ଲବ ସିନିଅର କ୍ରିକେଟ ଟୁର୍ଣ୍ଣାମେଂଟ ଆରମ୍ଭ

 Breaking News

ବୌଦ୍ଧ: ଇନଟ୍ରାକ୍ଲବ ସିନିଅର କ୍ରିକେଟ ଟୁର୍ଣ୍ଣାମେଂଟ ଆରମ୍ଭ

December 03
21:05 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩/୧୨: ଓଡିଶା କ୍ରିକେଟ ଆସୋସିଏସନ ଦ୍ୱାରା ପ୍ରାୟୋଜିତ ଏବଂ ଜିଲ୍ଲା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଆଜି ବୌଦ୍ଧ କଚେରୀ ପଡିଆରେ ଇନଟ୍ରାକ୍ଲବ ସିନିଅର କ୍ରିକେଟ ଟୁର୍ଣ୍ଣାମେଂଟ ଆରମ୍ଭ ହୋଇଛି । ଜିଲ୍ଲା କ୍ରିକେଟ ଆସୋସିଏସନର ବରିଷ୍ଠ ସଦସ୍ୟ ଦିଲ୍ଲୀପ ପ୍ରଧାନ ଏବଂ ପ୍ରଦୀପ ପ୍ରଧାନ ଅତିଥି ଭାବେ ଯୋଗଦେଇଥିବାବେଳେ ଆସୋସିଏସନ ସଂପାଦକ ଲମ୍ବୋଦର ପୁରୋହିତ ଉପସ୍ଥିତ ଥିଲେ । ଆଜିର ମ୍ୟାଚ ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ବୌଦ୍ଧ ଓ ଜୟ ଭୈରବୀ କ୍ଲବ ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୩୫ ଓଭରରେ ୯ ୱିକେଟ ବିନିମୟରେ ଡିଷ୍ଟ୍ରିକ୍ଟ ସ୍ପୋଟିଂ ୨୭୭ ରନ୍ ସଂଗ୍ରହ କରିଥିଲା । ସ୍ପୋର୍ଟିଂ ତରଫରୁ ଭେଙ୍କଟେଶ ଭାଣ୍ଡେ ୫୩ ବଲ୍‌ରେ ୬୦ ରନ୍‌, ମନୋଜ ନାୟକ ୨୯ ବଲ୍‌ରେ ୪୮ ରନ୍‌, ହେମନ୍ତ ଚଂପତ୍ତି ୨୬ ବଲ୍‌ରେ ୨୯ ରନ୍ ସଂଗ୍ରହ କରିଥିଲେ । ଜୟ ଭେରବୀ କ୍ଲବ ତରଫରୁ ଶୁଭମ ବାରିକ ଏବଂ ସନ୍ଧାନ ନାୟକ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲା ।
ଏହାର ଜବାବରେ ଜୟ ଭୈରବୀ କ୍ଲବ ୧୬.୩ ଓଭରରେ ସମସ୍ତ ୱିକେଟ ହରାଇ ୧୦୦ ରନ୍ କରିପାରିଥିଲା । ଫଳରେ ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ବୌଦ୍ଧ ବିଜୟୀ ହୋଇଥିଲା । ଆଜିର ମ୍ୟାଚରେ ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ବୌଦ୍ଧ ତରଫରୁ ମନୋଜ ନାୟକ ସର୍ବାଧିକ ୬ଟି ୱିକେଟ, ରତିରଂଜନ ବାରିକ ୨ଟି ଓ ହେମନ୍ତ ଚଂପତ୍ତି ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି । ଆଜିର ମ୍ୟାଚରେ ଅଂପାୟାର ଭାବେ ଅମରେଶ ପ୍ରଧାନ ଓ ରଞ୍ଜିତ ଚାନ୍ଦ ଖେଳ ପରିଚାଳନା କରିଥିଲେ । ସ୍କୋରର ଭାବେ ଓସିଏର ରବିନାରାୟଣ ସ୍ୱାଇଁ କାର୍ଯ୍ୟ ତୁଲାଇଥିଲେ । ଏହି ମ୍ୟାଚ ୧୫ଦିନ ଧରି ଚାଲିବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ ।
ନୂଆଁସାହି ଛକରୁ ଜବରଦଖଲ ଉଚ୍ଛେଦ ଆରମ୍ଭ
ବୌଦ୍ଧ,୩/୧୨:ବୌଦ୍ଧସହରର ସୌନ୍ଦର୍ଯ୍ୟ କରଣ ଓ ରାସ୍ତା ପ୍ରଶସ୍ତିକରଣ ପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବୌଦ୍ଧ ସହରର ନୂଆଁସାହି ଛକ ଠାରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ରାସ୍ତା କଡରେ ଥିବା ଏକ ପୂଜା ମଣ୍ଡପ, ଜେରକ୍ସ ଦୋକାନ, ଏକ ପୂରଣା କୋଠାର କିଛି ଅଂଶକୁ ଭଙ୍ଗା ଯିବା ସହିତ ମଧୁବାବୁଙ୍କ ପ୍ରତି ମୂର୍ତ୍ତି ଥିବା ସ୍ଥାନର ପଛପଟେ ରହିଥିବା ଏକ ମନ୍ଦିରକୁ ଭଙ୍ଗା ଯିବା ସହିତ ମଧୁବାବୁଙ୍କ ପ୍ରତି ମୂର୍ତ୍ତିକୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତରିତ ପାଇଁ ଉଦ୍ୟମ କରାଯାଉଛି । ଉଚ୍ଛେଦ ସ୍ଥାନ ଜିଲ୍ଲାପାଳ ବୁଲି ଦେଖିବା ସହିତ ତହସିଲଦାର ଅବିନାଶ ପାଣ୍ଡିଆ, ଏନଏସି ନିର୍ବାହୀ ଅଧିକାରୀ ଇଂ ମନୋରଂଜନ ପଣ୍ଡାଙ୍କ ସମେତ ପରିଷଦର କର୍ମଚାରୀ, ତହସିଲ କର୍ମଚାରୀ ଉପସ୍ଥିତଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031