Indus Valley Times

ବୌଦ୍ଧ କଚେରୀ ପଡିଆ ଠାରେ ଜିଲାସ୍ତରୀୟ ମତ୍ସ ଓ ପଶୁ ସମ୍ପଦ ମେଳା କୁ ଉଦଘାଟନ କଲେ ମନ୍ତ୍ରୀ

 Breaking News

ବୌଦ୍ଧ କଚେରୀ ପଡିଆ ଠାରେ ଜିଲାସ୍ତରୀୟ ମତ୍ସ ଓ ପଶୁ ସମ୍ପଦ ମେଳା କୁ ଉଦଘାଟନ କଲେ ମନ୍ତ୍ରୀ

November 30
11:13 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୦/୧୧: ବୌଦ୍ଧ କଚେରୀ ପଡିଆ ଠାରେ ଜିଲାସ୍ତରୀୟ ମତ୍ସ ଓ ପଶୁ ସମ୍ପଦ ମେଳା ମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଅଛି । ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଞ୍ଜନ ମଦନ ମୋହନ ପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଯୋଗଦେଇ ମତ୍ସ ଓ ପଶୁ ସମ୍ପଦ ମେଳା କୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଂଟାମାଳ ବିଧାୟକ ମହିଧର ରଣା, ପଶୁ ସମ୍ପଦ ବିଭାଗର ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଡ ଆଶିଷ କର, ଡେପୁଟି ଝଚ ସଂଯୁକ୍ତା ବାର୍ଲା,କୃଷି ବିଜ୍ଞାନ କେନ୍ଦ୍ର ପୁରୀ ର ବରିଷ୍ଠ ବୈଜ୍ଞାନିକ ଡ ଅମ୍ବିକା ନାୟକ, ଅବସର ପ୍ରାପ୍ତ ଏସ ଡି ଭି ଓ ଡ ପ୍ରଫୁଲ୍ଲ କୁମାର ନାଏକ, ଯୋଗ ଦେଇଥିଲେ କ୍ଷ
ଡାକ୍ତର ପ୍ରିୟବ୍ରତ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ କ୍ଷ ଜିଲା ପ୍ରାଣୀ ସଂପଦ ଅଧିକାରୀ ଡାକ୍ତର ରାମାରାଓ ପାଲୋ ସ୍ଵାଗତ ଭାଷଣ ଓ ମେଳା ର ଉଦ୍ଦେଶ୍ୟ ଜ୍ଞାପନ , ଜିଲା ମତ୍ସ ସଂପଦ ଅଧିକାରୀ ଲିପସା ପଟନାୟକ ଧନ୍ୟବାଦ୍ ଅର୍ପଣ ଓ ପ୍ରାଣୀ ଚିକିତ୍ସା ବିଭାଗ ଡ ସଂଘମିତ୍ରା ପ୍ରାମାଣିକ ମଞ୍ଚ ପରିଚାଳନା କରିଥିଲେ ।
ଏହି ମେଳା ରେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ,ଚାଷୀ,ସାମ୍ବାଦିକ ଓ ମାନ୍ୟ ଗନ୍ୟ ବ୍ୟକ୍ତି ବିଶେଷମାନେ ଯୋଗଦେଇଥିଲେ । ମେଳାରେ ସର୍ବମୋଟ ୫୧ ଟି ଷ୍ଟଲ୍ ପ୍ରଦର୍ଶିତ ହୋଇଥିବାବେଳେ ଚାରିଜଣ ସଫଳ ଚାଷୀ ଓ ସ୍ଵୟଂସହାୟକ ଗୋଷ୍ଠୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031