Indus Valley Times

ବୌଦ୍ଧ : କଣ୍ଟାମାଳରେ ଜିଲାପାଳ ଓ ଏସପିଙ୍କ ଯୁଗ୍ମ ଜନଶୁଣାଣି

 Breaking News

ବୌଦ୍ଧ : କଣ୍ଟାମାଳରେ ଜିଲାପାଳ ଓ ଏସପିଙ୍କ ଯୁଗ୍ମ ଜନଶୁଣାଣି

September 20
10:31 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୦ /୯ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାରଦିନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନାଙ୍କ ଉପସ୍ଥିତିରେ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଶିବିରରେ ସମୁଦାୟ ୭୪ ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୬୬ ଗୋଟି ବ୍ୟକ୍ତିଗତ ମାମଲା ଓ ୮ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା । ଅଭିଯୋଗ ଗୁଡିକ ମଧ୍ୟରୁ ୪ ଗୋଟି ଅଭିଯୋଗକୁ ତତ୍କାଳ ଫଇସଲା କରାଯାଇ ସେଥିମଧ୍ୟରୁ ୨ ଗୋଟି ଅଭିଯୋଗ ସଂପର୍କରେ ଅନୁଧ୍ୟାନ କରାଯାଇ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୭ ହଜାର ଟଙ୍କାର ସହାୟତା ଓ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୧ ଜଣଙ୍କୁ ୮ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଇଥିଲା ।
ଏହି ଶିବିରରେ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର,ଉପଜିଲାପାଳ ସନତ କୁମାର ନାଏକ, ବିଡିଓ କଣ୍ଟାମାଳ କଳାକୃଷ୍ଣ ପ୍ରଧାନ, ତହସିଲଦାର ଧନଞ୍ଜୟ ସାହୁ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ,ଜିଲା ସମାଜ ମଙ୍ଗଳ ଅଧିକାରୀ ଏସ.କୁଜୁର, ସହକାରୀ କୃଷି ଅଧିକାରୀ ନିବେଦିତା ପ୍ରଧାନ,ଜଳଛାୟା ମିଶନର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦିପ୍ତ କୁମାର ମହାନ୍ତି,ଜିଲା ମତ୍ସ୍ୟ ଅଧିକାରୀ ଲିପସା ପଟ୍ଟନାୟକ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୁଜାହାରୀ,ସିଡିପିଓ ଜ୍ୟୋତ୍ସ୍ନାରାଣୀ ପାଢି,ଆଇଆଇସି କଣ୍ଟାମାଳ ନଳିନିକାନ୍ତ ଦାଶ, ଟିଆରଓ କୁଲଦୀପ ମହାନ୍ତି , ସହକାରୀ ଜିଲ୍ଲାପାଳ ଚନ୍ଦ୍ରକାନ୍ତ ବେହେରାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।
ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ନିର୍ଦ୍ଦେଶ ଦେବାସହିତ ଯେଉଁ ବିଭାଗୀୟ ଅଧିକାରୀମାନେ ଅଭିଯୋଗ ଶୁଣାଣି ଶିବିରରେ ଅନୁପସ୍ଥିତ ଥିଲେ ସେମାନଙ୍କୁ କୈଫିୟତ ମାଗିବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁ ନିର୍ଦ୍ଦେଶ ଦେଇଥିଲେ । କଣ୍ଟାମାଳ ବିଡ଼ିଓ ଶ୍ରୀ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ପଞ୍ଚାୟତ ସମିତିର ସମସ୍ତ କର୍ମଚାରୀଙ୍କ ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା ।
ଅଜଣା ଗାଡି ଧକ୍କାରେ ମୃତ ପରିବାରକୁ ଆର୍ଥିକ ସହାୟତା
ବୌଦ୍ଧ,୨୦/୯ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ରଙ୍ଗମାଟିଆ ଛକଠାରେ ଗତ ୧୪.୧୦.୨୧ ଦିବା ୧୨ ଘଣ୍ଟା ସମୟରେ ଅଜଣା ବାଇକ୍ ଧକ୍କାରେ ମୃତ ସଦାନନ୍ଦ ଭୋକ୍ତାଙ୍କ ସ୍ତ୍ରୀ ଲୋଭା ଭୋକ୍ତା ଓ ମୃତ ଝାଣ୍ଟୁ ବେହେରାଙ୍କ ସ୍ତ୍ରୀ ଝିଲି ବେହେରାଙ୍କୁ ଦୁଇଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି ।
ଏଥିସହିତ ଗତ ୭.୧୧.୨୦୨୧ ଦିବା ୧୦.୩୦ ରେ ଶଶିମୁଣ୍ଡା ନିକଟସ୍ଥ ରୁଣ୍ଡିମହୁଲ ଛକଠାରେ ଅଜଣା ବାଇକ୍ ଧକ୍କାରେ ମୃତ ସତ୍ୟବାନ କହଁରଙ୍କ ପିତା ବିରଞ୍ଚି କହଁରଙ୍କୁ ୨ଲକ୍ଷ ଟଙ୍କାର ସହାୟତା ସୋଲାସିୟମ ପାଣ୍ଠିରୁ ରାଜ୍ୟ ସରକାର ମଂଜୁର କରିଛନ୍ତି । ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ରଙ୍କ ଉଦ୍ୟମରେ ଅଜଣା ଗାଡି ଧକ୍କାରେ ମୃତ ତିନୋଟି ପରିବାରକୁ ୨ ଲକ୍ଷ ଲେଖାଏଁ ସର୍ବମୋଟ ୬ ଲକ୍ଷ ଟଙ୍କା ମଂଜୁର କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031