Indus Valley Times

ବୌଦ୍ଧ କରାଟେରେ ସଫଳତା

 Breaking News

ବୌଦ୍ଧ କରାଟେରେ ସଫଳତା

ବୌଦ୍ଧ କରାଟେରେ ସଫଳତା
July 14
10:56 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୪/୭:ଛତିଶଗଡ ରାଜ୍ୟର ବିଲାଶ ପୁରଠାରେ ଫେଡେରେସନ ତରଫରୁ ଗତ ୮ ଓ ୯ ତାରିଖ ଦୁଇଦିନ ଧରି ଜାତୀୟ ସ୍ତରୀୟ କରାଟେ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି ।
ଓଡ଼ିଶା ରୁ ସେନସାଇ ଦେବଦତ ପ୍ରଧାନ ,ସିଲିବନ୍ତି ଗୁରୀଆ,ଏବଂ ଯେ।ଗୀନ୍ଦ୍ର ଦାସ ଙ୍କ ନେତ୍ରୂତରେ ଓଡ଼ିଶାରୁ ବୌଦ୍ଧ,ଝାରସୁଗୁଡ଼ା,ରାଉରକେଲା ଜିଲ୍ଲା ରୁ ୧୨ ଜଣ ଖେଳାଳି ଭାଗନେଇଥିଲେ ଓଡ଼ିଶାର ଛାତ୍ର ଛାତ୍ରୀ ମୋଟ ୧୮ ଟି ମେଡାଲ ଜିତିଛନ୍ତି ତନ୍ମଧ୍ୟରୁ ବୌଦ୍ଧ ର ଦୁଇଜଣ ଛାତ୍ରୀ ଲେଭିନା ଦାସ ଜୁନିୟର କେଟାଗିରି କୁମୀତେ ରେ ସ୍ଵର୍ଣପଦକ ଓ କାତାରେ ରୌପ୍ୟ ପଦକ ଏବଂ ଏଲିନା ଦାସ ସବଜୁନିୟର କତାରେ ରୌପ୍ୟ ପଦକ କୁମିତେରେ କାଂସ୍ୟ ପଦକ ଜିତି ଓଡ଼ିଶା ଏବଂ ବୌଦ୍ଧ ପାଇଁ ଗୌରବ ଆଣିଛନ୍ତି ।
ବାଲ୍ୟ ବିବାହ ଟାସ୍କଫୋର୍ସ ତ୍ରୈମାସିକ ବୈଠକ ଶିଶୁ ପାଇଁ ଦିନ ଟିଏ
ବୌଦ୍ଧ,୧୪/୭: ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଗୁୁରୁବାରଦିନ ବାଲ୍ୟ ବିବାହ ନିଷେଧ ଟାସ୍କଫୋର୍ସର ତ୍ରୈମାସିକ ବୈଠକ ଶିଶୁ ପାଇଁ ଦିନିଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁବାଶ ଚନ୍ଦ୍ର ସାମଲ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।
ବାଲ୍ୟ ବିବାହ ନିଷେଧ ପରାମର୍ଶ ଦାତ୍ରୀ ପ୍ରବିଜ୍ଞା ଦାସ ଗତ ତ୍ରୈୟମାସିକ ବୈଠକରେ ନିଆଯାଇଥିବା ନିଷ୍ପତି ଓ ତାହା ଉପରେ ହୋଇଥିବା କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ବୈଠକରେ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ବାଲ୍ୟ ବିବାହରୁ ଉଦ୍ଧାର କରାଯାଉଥିବା ପ୍ରତ୍ୟେକ ପିଲାମାନଙ୍କର ବ୍ୟକ୍ତିଗତ ଯତ୍ନ ଓ ଯୋଜନା କରି ସେମାନଙ୍କୁ ଓ ତାଙ୍କର ପରିବାରକୁ ବିଭିନ୍ନ ଯୋଜନାରେ ସାମିଲ କରି ସ୍ୱାବଲମ୍ବୀ କରାଇବା ପାଇଁ ପରାମର୍ଶ ଦେଇଥିଲେ ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ ମିଶନ ବାତ୍ସଲ୍ୟ କାର୍ଯ୍ୟକ୍ରମ ଓ ବେଟି ବଚାଓ,ବେଟି ପଢାଓ କାର୍ଯ୍ୟକ୍ରମ ଉପରେ ଆଲୋଚନା କରି ଆଗାମୀ ଦିନରେ ବେଟି ବଚାଓ ବେଟି ପଢାଓ କାର୍ଯ୍ୟ ଖସଡା ଖୁବ ଶିଘ୍ର ଜିଲ୍ଲାପାଳଙ୍କ ଅନୁମୋଦନ ପାଇଁ ଆଣିବାକୁ ପ୍ରସ୍ତାବ ଦେଇଥିଲେ ।
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରର ଡା. ଜୟକୃଷ୍ଣ ମିଶ୍ର ବାଲ୍ୟ ବିବାହ ରୋକିବା ଓ ସଚେତନତା କାର୍ଯ୍ୟକ୍ରମରେ ଆଶାମାନଙ୍କୁ ସାମିଲ କରିବାକୁ ପ୍ରତିଶୃତି ଦେବା ସହିତ ଅନ୍ୟାନ୍ୟ ସହଯୋଗ ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ରବିନ୍ଦ୍ର କୁମାର ରାଉତ,ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶ୍ୱିନୀ କୁମାର ମେହେର,ଜିଲ୍ଲା ଶିଶୁ ମଙ୍ଗଳ ଅଧ୍ୟକ୍ଷ ଦାମଦୋର ସାହୁ,ଜିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟ ନାରାୟଣ ବେହେରା,ଜିଲ୍ଲା ନିୟୋଜନ ଅଧିକାରୀ ସୁଶାନ୍ତ କୁମାର ନାଏକ,ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପୁରୋହିତ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟମା ମେହେର,ଆଶା ମ୍ୟାନେଜର ପ୍ରଫୁଲ କୁମାର ସାହୁ,ସିଡିପିଓ ହରଭଙ୍ଗା ନିରୁପମା ପାଣି,ବୌଦ୍ଧ ସିହିପିଓ ମିନତୀ ଦେଓ,ୱାନଷ୍ଟପ ସେଣ୍ଟର ଲିଗାଲ ଅଫିସର ଅମ୍ରିତ କୁମାର ପ୍ରଧାନଙ୍କ ସମେତ ବିଭିନ୍ନ ସ୍ୱେଛାସେବୀ ସଂଗଠନର ପ୍ରତିନିଧିମାନେ ଯୋଗଦେଇଥିଲେ ।
ଜିଲାରେ ବିଭାଗୀୟ ଭିତିଭୂମି ନେଇ ସମୀକ୍ଷା କଲେ ରାଜ୍ୟ ସୂଚନା ଓ ପ୍ରଯୁକ୍ତିିବିଦ୍ୟା ବିଭାଗ ପ୍ରମୁଖ ଉପଦେଷ୍ଟା
ବୌଦ୍ଧ,୧୪/୭: ରାଜ୍ୟ ସୂଚନା ଓ ପ୍ରଯୁକ୍ତବିଦ୍ୟା ବିଭାଗର ପ୍ରମୁଖ ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଗୁରୁବାର ଦିନ ଦିନିକିଆ ବୌଦ୍ଧଜିଲ୍ଲା ଗସ୍ତରେ ଆସି ବିଭାଗୀୟ ଭିତିଭୂମି ନେଇ ଅନୁଧ୍ୟାନ କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ ।
ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାରେ ମୋ ସେବା କେନ୍ଦ୍ର,ଆଧାରକାର୍ଡ କେନ୍ଦ୍ର, ବ୍ଲକ ଗୁଡିକର ଭିସି କକ୍ଷ,ଓସ୍ୱାନ କକ୍ଷ,ରୁପାନ୍ତିରିତ ବିଦ୍ୟାଳୟ ଗୁଡିକରେ ପ୍ରଯୁକ୍ତି ବିଦ୍ୟାର ସୁବିଧା ସୁଯୋଗ,ପ୍ରତ୍ୟେକ ପଞ୍ଚାୟତକୁ ଇଣ୍ଟରନେଟ ସୁବିଧା. ବ୍ୟାଙ୍କିଂ ସୁବିଧା,ଆଭାସି ସମ୍ମିଳନୀ କକ୍ଷ ଆଦି ସଂପର୍କରେ ସମୀକ୍ଷା କରାଯାଇଥିଲା ।
ରାଜ୍ୟ ସରକାର ୧୯୭ ଗୋଟି ଯୋଜନା ମାଧ୍ୟମରେ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଓ ସେବା ଯୋଗାଇଦେଉଥିବାବେଳେ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଲୋକମାନଙ୍କୁ ପ୍ରତ୍ୟେକ ପଞ୍ଚାୟତରେ ଏହି ସବୁ ସୁବିଧା ଯୋଗାଇଦିଆଯାଇପାରିଲେ ସମସ୍ତ ସରକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଗ୍ରାମାଞ୍ଚଳରେ ଶ୍ରମିକମାନେ ଯେପରି ଠିକ ଭାବରେ ଶ୍ରମିକ ଜବକାର୍ଡ ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦେବା ସହିତ ଏଥିପାଇଁ ଉପଯୁକ୍ତ ତାଲିମ ବ୍ୟବସ୍ଥା କରିବାକୁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ବୈଠକରେ ରାଜ୍ୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଉପଦେଷ୍ଟା ଅନୁଭବ ପଟ୍ଟନାୟକ କହିଥିଲେଯେ, ଜିଲାରେ ୪୨ ଟି ବିଦ୍ୟାଳୟରେ ଇଣ୍ଟରନେଟ ସଂଯୋଗ ଥିଲେ ମଧ୍ୟ ସେବା ଉପଲବ୍ଧ ହୋଇପାରୁନଥିôବା ଏବଂ ୨୦ ଟି ପଞ୍ଚାୟତରେ ଇଣ୍ଟରନେଟ ସେବା ଥାଇ ମଧ୍ୟ ଉପଲବ୍ଧ ନଥିବାବେଳେ ୧୨ ଗୋଟି ପଞ୍ଚାୟତରେ ଇଣ୍ଟରନେଟ ସେବା ଆଦୌ ନଥିବା ସମୀକ୍ଷା ବୈଠକରେ ସୂଚନା ଦିଆଯାଇଥିଲା ।
ଏକମାସ ମଧ୍ୟରେ ପ୍ରତ୍ୟେକ ପଞ୍ଚାୟତକୁ ଇଣ୍ଟରନେଟ ସୁବିଧା ସୁନିଶ୍ଚିତ କରାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିପରି ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ମୋ ସେବା କେନ୍ଦ୍ର କାର୍ଯ୍ୟକରାଯିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ବାହାରେ କାର୍ଯ୍ୟ କରୁଥିବା ମୋ ସେବା କେନ୍ଦ୍ର ଗୁଡିକ ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟକୁ ଉଠାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହି ବୈଠକରେ ଓକାକ୍ ର ଇଷ୍ଟେଟ ଅଧିକାରୀ ବିକାଶ କୁମାର ନାଏକ ,ମୋ ସେବା କେନ୍ଦ୍ର ପ୍ରକଳ୍ପ ମୁଖ୍ୟ ସୁରତ କୁମାର ଜେନା, ଜିଲା ସଂଯୋଜକ ରଜତ କୁମାର ଚୌହାନ, ଜିଲା ପଞ୍ଚାୟତ ଅଧିକାରୀ ଲକ୍ଷ୍ମଣ କୁମାର ଓରାମ, ଜିଲା ଇ ଶାସନ ପରିଚାକକ ସମୀର କୁମାର ନାଏକ, ବିଏସଏନଏଲ ସହକାରୀ ଯନ୍ତ୍ରୀ,ଶ୍ରମ ବିଭାଗ ଅଧିକାରୀଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ମେଣ୍ଡିମାଳ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ
ବୌଦ୍ଧ,୧୪/୭: ବୌଦ୍ଧ ଜିଲ୍ଲା ବଘିଆପଡା ନିକଟସ୍ଥ ମେଣ୍ଡିମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ଦିନ ଶିକ୍ଷକ ଓ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅଭିଭାବକ ମାନଙ୍କୁ ଅଭିଭାବକ ଜଣେ ଅଶିଂଦାର ଉପରେ ତାଲିମ ନେଇଥିଲେ ।
କାର୍ଯ୍ୟକ୍ରମକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁର୍ଯ୍ୟନାରାୟଣ ବେହେରା ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାହୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମକୁ ସାଧନକର୍ମୀ ବିମଳ କୁମାର ବେହେରା ଓ ସରୋଜ କୁମାର ମହାକୁଡ ତୁଳାଇଥିଲେ । ବୈଠକର ମୁଳ ଉଦେଶ୍ୟ ଥିଲା ଆମେ ଜାଣିବା ଓ ଆମେ ଜିଣିବା । କାର୍ଯ୍ୟକ୍ରମରେ ୮ ଗୋଟି ବିଦ୍ୟାଳୟର ୩୫ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ ।
ରଙ୍ଗ କାମ କରୁଥିବା ବେଳେ ଖସିପଡି ଶ୍ରମିକର ମୃତ୍ୟୁ
ବୌଦ୍ଧ,୧୪/୭: ବୌଦ୍ଧ ସଦର ଥାନା ଅର୍ନ୍ତଗତ ମୁରଷୁଣ୍ଡି ଗ୍ରାମରେ ଗୁରୁବାର ଦିନ ଘର ଉପରେ ରଙ୍ଗ କାମ କରୁଥିବା ବେଳେ ଖସି ପଡି ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ଜଣାପଡିଛି । ସୁଚନା ମୁତାବକ, ଭାଲିଆପଦର ଗ୍ରାମର ଶ୍ରମିକ ସତ୍ୟପ୍ରିୟ ନାୟକ ମୁରଷୁଣ୍ଡି ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଘରର ରଙ୍ଗ କାମ କରୁଥିବା ବେଳେ କୌରସି କାରଣରୁ ସିଡିରୁ ଖସିପଡିଥିଲେ ।
ଖଡି ପଡିବା ଯୋଗୁଁ ସେ ଗୁରୁତର ହୋଇପଡିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସା ପାଇ ବୌଦ୍ଧ ମେଡିକାଲକୁ ନିଆଯାଇଥିଲା । ସେଠାରୁ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ବୌଦ୍ଧ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇ ପଠାଇଅଛି ।
ବୌଦ୍ଧ : ଜୟଜବାନ ଜୟ କିଷାନ ସମ୍ମିଳନୀ ଅନୁଷ୍ଠିତ
ବୌଦ୍ଧ,୧୪/୭: ବୌଦ୍ଧ ସହରର ଟାଉନହଲ ଠାରେ ଗୁରୁବାର ଦିନ ଜୟ ଜବାନ ଜୟ କିଷାନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଚାଷୀ ନେତା ବିକାଶ ମହାକୁଡଙ୍କ ଆବାହକତ୍ୱରେ ସମ୍ମିଳନୀରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସେବା ନିବୃତ ଜବାନ ଓ ଚାଷୀ ମାନେ ଯୋଗ ଦେଇଥିଲେ । ସମ୍ମିଳନୀରେ ଅତିଥିଭାବେ ପୁର୍ବତନ ବିରୋଧି ଦଳ ନେତା ସଚ୍ଚିଦାନନ୍ଦ ଦଲାଲ ଓ ଅବସରପ୍ରାପ୍ତ କର୍ଣ୍ଣେଲ ଶିଶିର କୁମାର ଘୋଷ , ଶାନ୍ତନୁ ପ୍ରଧାନ, ହାଲପାଣି ସେଠୀ ପ୍ରମୁଖ ଯୋଗ ଦେଇଥିଲେ ।
ଜବାନ ମାନେ ଚାକିରି କାଳ ମଧ୍ୟରେ ଦେଶର ସେବା କରିବା ପରେ ଅବସର ପରେ ଅନେକ କୃଷି କାର୍ଯ୍ୟରେ ମନୋନିବେଶ କରିଛନ୍ତି । ଆଗାମୀ ଦିନରେ ଚାଷୀ ଓ ଚାଷକୁ ନେଇ ଲାଗି ରହିଥିବା ସମସ୍ୟାର ସାମାଧାନ ଦିଗରେ ଚାଷୀ ଓ ଜବାନ ମାନେ ମିଳତି ପ୍ରୟାସ କରିବାକୁ ସମ୍ମିଳନୀରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ସମ୍ମିଳନୀରେ ବହୁ ସଂଖ୍ୟାରେ ଚାଷୀ ମାନେ ଯୋଗ ଦେଇଥିଲେ ।
୬ ଦଫା ଦାବିନେଇ ଜିଲ୍ଲା ପାଳଙ୍କୁ ଫେରାଦ ହେଲେ କୃଷି କର୍ମଚାରୀ :ଦାବି ପୁରଣ ନହେଲେ ଆସନ୍ତା ୧ରୁ ସମୁହ ଛୁଟିରେ ଯିବେ
ବୌଦ୍ଧ,୧୪/୭: ସାରା ରାଜ୍ୟରେ ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ମାନେ ବହୁ ସମସ୍ୟାରେ ଗତି କରୁଥିବା ବେଳେ ସରକାର ସେମାନଙ୍କ ଦାବୀ ନେଇ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଏନେଇ ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ ଉଦବେଗ ପ୍ରକାଶ କରିବା ସହ ସାରା ରାଜ୍ୟରେ ସଂଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି । ଏନେଇ ଗୁରୁବାର ଦିନ ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ଏକ ଛଅ ଦଫା ଦାବୀ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।
ସଂଘର ଦାବୀ ଗୁଡିକ ହେଲା ଗ୍ରାମ୍ୟ କୃଷି କର୍ମଚାରୀଙ୍କ ପଦବୀର ନାମ ପରିବର୍ତ୍ତନ କରି କୃଷି ସଂପ୍ରସାରଣ ଅଧିକାରୀ ପଦବୀ ରଖାଯାଉ, ଗ୍ରେଡପେ ୨୦୦୦ରୁ ୪୨୦୦ କୁ ଉନ୍ନିତ କରାଯାଉ ।
ଗ୍ରାମ୍ୟ କୃଷି କର୍ମଚାରୀଙ୍କୁ ଚାକିରି କାଳ ମଧ୍ୟରେ ସର୍ବନିମ୍ନ ୩ରୁ ୪ ଗୋଟି ପଦୋନ୍ନତି ପ୍ରଦାନ କରାଯାଊ,୨୦୧୩ରୁ ନିଯୁକ୍ତି ପାଇଥିବା ଗ୍ରାମ୍ୟ କୃଷି କର୍ମଚାରୀଙ୍କ ୬ ବର୍ଷ ଚୁକ୍ତିଭିତ୍ତିକ ସମୟକୁ ମୁଳ ଚାକିରିରେ ଗଣନା କରାଯାଇ ୬ ଗୋଟି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ କରାଯାଉ, କାର୍ଯ୍ୟାଳୟ ସହ କମ୍ପୁଟର ଓ ମୋବାଇଲ ଚାର୍ଜ ଖର୍ଚ୍ଚ ପ୍ରଦାନ କରାଯାଉ ।
ଗ୍ରାମ୍ୟ କୃଷି କର୍ମଚାରୀଙ୍କ ନିମନ୍ତେ ସଂଶୋଧିତ ଜବ ଚାର୍ଟ ଘୋଷଣା କରିବା ଆଦି ଦାବୀ କରିଛନ୍ତି । ଦାବୀ ଗୁଡିକ ପୁରଣ ପାଇ ଆସନ୍ତା ୧୪ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ଧାରଣା କରିବା ସହିତ ପୁରଣ ନହେଲେ ଆସନ୍ତା ୧ ତାରିଖ ଠାରୁ ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ ସମୁହ ଛୁଟିରେ ଯିବାକୁ ଦାବୀ ପତ୍ରରେ ଉଲ୍ଳେଖ କରିଛନ୍ତି । ବୌଦ୍ଧ ଶାଖାର ସଭାପତି ଶୁଭାଶିଷ ଶତପଥି ଓ ସଂପାଦକ ଦେବଦତ୍ତ ମହାପାତ୍ରଙ୍କନେତୃତ୍ୱରେ ସମସ୍ତ କର୍ମଚାରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦାବୀ ପତ୍ର ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031