Indus Valley Times

ବୌଦ୍ଧ: କରୋନାରେ ପ୍ରଭାବିତ ପିଲାଙ୍କ ପାଢ଼ ପଢ଼ା, ମାତ୍ର ୧୩ ପ୍ରତିଶତ ବିଦ୍ୟାର୍ଥୀ ଆନଲାଇନରେ ଶକ୍ଷା ଲାଭ କରୁଛନ୍ତି

 Breaking News

ବୌଦ୍ଧ: କରୋନାରେ ପ୍ରଭାବିତ ପିଲାଙ୍କ ପାଢ଼ ପଢ଼ା, ମାତ୍ର ୧୩ ପ୍ରତିଶତ ବିଦ୍ୟାର୍ଥୀ ଆନଲାଇନରେ ଶକ୍ଷା ଲାଭ କରୁଛନ୍ତି

October 19
21:14 2020

କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ
ବୈାଦ୍ଧ,୧୯/୧୦: କରୋନାରେ ଗୁରୁତର ଭାବେ ପ୍ରଭାବି ହୋଇଛି ବୌଦ୍ଧ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା । ରାଜ୍ୟରେ ପିଲାଙ୍କୁ କରୋନା ସଂକ୍ରମଣ ଆଶଙ୍କା କରି ସରକାର ସ୍କୁଲ ଗୁଡିକ ବନ୍ଦ କରି ବିଦ୍ୟାର୍ଥୀମାନଙ୍କୁ ଓଡିଶା ଶିକ୍ଷା ସଂଯୋଗ ଯୋଜନା ମାଧ୍ୟମରେ ଅନଲାଇନରେ ଶିକ୍ଷାଦେବାର ବ୍ୟବସ୍ଥା କରିଥିଲେ । ହେଲେ ଏହି ଅନଲାଇନ ଶିକ୍ଷା ବ୍ୟବସ୍ଥା ବୈାଦ୍ଧଜିଲ୍ଲାରେ ସଂପୂର୍ଣ୍ଣ ବାଟବଣା ହୋଇପଡିଛି । ଜିଲ୍ଲାରେ ମାତ୍ର ୧୩ ପ୍ରତିଶତ ବିଦ୍ୟାର୍ଥୀ ଅନଲାଇନ ମାଧ୍ୟମରେ ପାଠପଢୁଛନ୍ତି । ଚଳିତ ଶିକ୍ଷା ବର୍ଷ ସରିବାକୁ ଆଉମାତ୍ର ୪ ମାସ ବାକି ରହିଛି । ଆସନ୍ତା ଫେବୃଆରୀମାସରେ ମାଟ୍ରିକ ପରୀକ୍ଷା ହେବାକୁ ଥିବା ବେଳେ ଚଳିତ ମାସ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଛି । ସରକାରଙ୍କ ନିର୍ଦ୍ଦେଶ ମତେ ଅକ୍ଟୋବର ମାସ ଯାଏ ସ୍କୁଲ ବନ୍ଦ ରହିବ । ଅକ୍ଟୋବରମାସ ପରେ ସ୍କୁଲ ଖୋଲିବକି ନାହିଁ ତାହା ମଧ୍ୟ ସଷ୍ଟ ହୋଇନାହିଁ । ଏପରିସ୍ଥିତିରେ ଛାତ୍ରଛାତ୍ରୀମାନେ ଚଳିତ ବର୍ଷ କି ପ୍ରକାର ପରୀକ୍ଷା ହେବ ଓ ଛାତ୍ରଛାତ୍ରୀମାନେ କିପରି ପରୀକ୍ଷା ଦେବେ ତାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି । ବିଶେଷ କରି ଦଶମ ଶ୍ରେଣୀ ପିଲାମାନେ ଚଳିତ ବର୍ଷ କେଉଁ ଧରଣର ପରୀକ୍ଷା ଦେବେ ତାହାକୁ ନେଇ କୈଣସି ନିଷ୍ପତିରେ ପହଞ୍ଚି ପାରିନାହିଁ । ଚଳିତ ବର୍ଷ ପାଠ୍ୟ ଖସଡାରେ ୩୦ ପ୍ରତିଶତ କମ କରିବା ପାଇଁ ଏକ ପ୍ରକାର ନିଷ୍ପତି ନିଆଯାଇଥିବା ବେଳେ ଯେହେତୁ ସ୍କୁଲ ଖୋଲାଯାଇ ନାହିଁ ତେଣୁ କରି କଣ ପାଠ ପଢାଯିବ କେତେ ପାଠ୍ୟ ଖସଡା ରହିବ ତାହାକୁ ନେଇ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ରହିଛନ୍ତି । ପାଠ୍ୟ ଖସଡା କମିଲେ ମଧ୍ୟ ପିଲାଏ କେଉଁ ପରିସ୍ଥିତିରେ ପାଠପଢିବେ ଓ କଣ ପରୀକ୍ଷା ଦେବେ ତାହାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱରେ ଅଛନ୍ତି । ଘରୋଇ ସ୍କୁଲ ଗୁଡିକରେ ଅନ ଲାଇନରେ ମାଧ୍ୟମରେ ପାଠପଢା ହେଉଥିଲେ ମଧ୍ୟ ଏଥିରେ ସମସ୍ତ ପିଲା ଯୋଗଦେଉନାହାନ୍ତି । ମାତ୍ର ଏହି ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀମାନେ ମଧ୍ୟ ଚଳିତ ବର୍ଷ କି ପ୍ରକାର ପରୀକ୍ଷା ହେବ ଓ କଣ ପରୀକ୍ଷା ହେବ ତାହାକୁ ନେଇ ଦ୍ୱନ୍ଦ୍ୱ୍‌ରେ ରହିଛନ୍ତି । ସବୁଠାରୁ ଦୟନୀୟ ଅବସ୍ଥା ହେଉଛି ସରକାରୀ ସ୍କୁଲ ଗୁଡିକରେ ପଢୁଥିବା ପିଲାମାନଙ୍କର । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ପିଲାଙ୍କ ଅବସ୍ଥା ସଙ୍ଗୀନ ହୋଇ ପଡିଲାଣି । ଜିଲ୍ଲାରେ ଚଳିତ ବର୍ଷ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୮୩୬୯୪ ଜଣ ଛାତ୍ରଛାତ୍ରୀ ପଡୁଛନ୍ତି । ସେଥିମଧ୍ୟରୁ ବୈାଦ୍ଧବ୍ଲକରେ ୨୭୪୨୭ ଜଣ ଛାତ୍ରଛାତ୍ରୀ, ହରଭଙ୍ଗା ବ୍ଲକରେ ୨୨୨୭୦ କଣ୍ଟାମାଳ ବ୍ଲକରେ ୨୯୯୫୯ ଓ ବୈାଦ୍ଧ ଏନଏସିରେ ୩୯୯୩ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଦ୍ୟାଳୟରେ ପଡୁଥିବା ବେଳେ ସେଥିମଧ୍ୟରୁ ମାତ୍ର ୧୩ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନରେ ପାଠପଢୁଛନ୍ତି । ଜିଲ୍ଲରେ ପ୍ରଥମ ଶ୍ରେଣୀରେ ୮୮୪୫ ଛାତ୍ରଛାତ୍ରୀ, ଦ୍ୱିତୀୟ ୮୦୯୧, ତୃତୀୟ ଶ୍ରେଣୀରେ ୮୦୩୪, ଚତୁର୍ଥ ଶ୍ରେଣୀରେ ୮୧୧୭ , ପଞ୍ଚମ ଶ୍ରେଣୀରେ ୮୨୫୦, ଷଷ୍ଠ ଶ୍ରେଣୀରେ ୯୫୩୧, ସପ୍ତମ ଶ୍ରେଣୀରେ ୯୨୮୦, ଅଷ୍ଟମ ଶ୍ରେଣୀରେ ୮୬୦୭, ନବମ ଶ୍ରେଣୀରେ ୭୬୫୦ ଓ ଦଶମ ଶ୍ରେଣୀରେ ୭୪୦୬ ଜଣ ଛାତ୍ରଛାତ୍ରୀ ଅଛନ୍ତି । ଶିକ୍ଷା ବିଭାଗ ଲକ ଡାଉନ ଆରମ୍ଭ ସମୟରେ ଶିକ୍ଷା ସଂଯୋଗ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ବ୍ୟବସ୍ଥା କରିଥିଲେ । ମାତ୍ର ଏହି ବ୍ୟବସ୍ଥାର ବିଫଳ ଚିତ୍ର ଏବେ ବୈାଦ୍ଧଜିଲ୍ଲାରେ ଦେଖିବାକୁ ମିଳିଛି । କାହାପାଖରେ ମୋବାଇଲ ନାହିଁ ତ ପୁଣି କେଉଁଠାରେ ନେଟୱାର୍କ ନାହିଁ । ଏପରିସ୍ଥଳେ ଶିକ୍ଷା ସଂଯୋଗ ବ୍ୟବସ୍ଥା ସଂପୂର୍ଣ୍ଣ ବିଫଳ ହୋଇଛି ବୋଲି ବୁଦ୍ଧିଜିବୀରେ ଆଲୋଚନା ହେଉଛି । ଜିଲ୍ଲାରେ ଚଳିତ ଶିକ୍ଷା ବର୍ଷରେ ୭୪୦୬ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ବେଳେ ଛାତ୍ରଛାତ୍ରୀ ମଧ୍ୟରୁ ଅନେକ କୈାଣସି ମତେ ଅଳ୍ପ ବହୁତ କରି ପାଠପଢୁଥିବା ବେଳେ ଛୋଟିଆ ଶ୍ରେଣୀର ପିଲାମାନେ ପାଠ କଣ ଭୁଲି ଗଲେଣି । ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ରହିଥିବାରୁ ଗରୀବ ଓ ଖଟିଖିଆ ଲୋକଙ୍କ ରୋଜଗାର ଏବେ କରୋନାମାଡରେ ବେଶ ପ୍ରଭାବିତ ହୋଇଥିବାରୁ ଗରୀବ ଘରର ପିଲାଏ ପାଠପଢିବା ଭୂଲି ଗଲେଣି । ଏପରିକି ଅନେକ ଘରର ପିଲାମାନେ ବାପାମାଙ୍କୁ କାମରେ ସହାୟତା କରୁଛନ୍ତି । କରୋନା ସଂକ୍ରମଣ ଭୟ ସ୍କୁଲ ବନ୍ଦ କରିବାକୁ ବାଧ୍ୟ କରୁଥିବା ବେଳେ ପିଲାଙ୍କ ଶିକ୍ଷା ଅଧିକାର ସଜ୍ଞା ପରିବର୍ତ୍ତନ ହେଉଛି । ଗୋଟିଏ ପଟେ ଶିକ୍ଷାଦାନର ଅନ୍ତରାୟ ଏପରିସ୍ଥିତିରେ ନା ସରକାର ନା ପ୍ରଶାସନ କି ଅଭିଭାବକ କେହିବି କିଛି ନିଷ୍ପତି ନେଇ ପାରୁ ନାହାନ୍ତି । ଏପରି ଦ୍ୱନ୍ଦ୍ୱ ପରିସ୍ଥିତିରେ ପିଲାମାନଙ୍କର ଶିକ୍ଷାଦାନରେ ଘୋର ପ୍ରଭାବିତ ହୋଇଥିବା ବେଳେ ଗୋଟିଏ ବର୍ଷ ନଷ୍ଟ ହେବାକୁ ବସିଲାଣି । ଏନେଇ ଜିଲ୍ଲା ଶିକ୍ଷାଧିକାରୀ ଗେନ୍ଦ୍ରେରା କୁଜୁରଙ୍କୁ ପଚାରିବାରୁ ଶିକ୍ଷକମାନଙ୍କ ଡାଟାକୁ ନେଇ ଜିଲ୍ଲାରେ ୧୩ ପ୍ରତିଶତ ପିଲା ପାଠପଢୁଛନ୍ତି । ଯେଉଁଠି ମୋବାଇଲ ଟାୱାର ନାହିଁ କିମ୍ବା ଯେଉଁ ପିଲାଙ୍କ ପାଖରେ ମୋବାଇଲନାହିଁ ସେଭଳି ସ୍ଥାନକୁ ଶିକ୍ଷକମାନେ ଯାଇ ପିଲାଙ୍କୁ ପଢାରେ ସହଯୋଗ କରିବାକୁ କହୁଛୁ । ଯେଉଁ ଶିକ୍ଷକମାନଙ୍କ ଇଛା ଅଛି ସେମାନେ ଯାଉଛନ୍ତି ତେଣୁ ଦଶହରା ପରେ ଏଥିପାଇଁ ଅନ୍ୟ ବ୍ୟବସ୍ଥା କରିବୁ ବୋଲି ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031