Indus Valley Times

ବୌଦ୍ଧ : ଗୁରୁ ଭିକାରୀ ନାୟକଙ୍କ ସ୍ମୃତିରେ ରକ୍ତଦାନ ଶିବିର

 Breaking News

ବୌଦ୍ଧ : ଗୁରୁ ଭିକାରୀ ନାୟକଙ୍କ ସ୍ମୃତିରେ ରକ୍ତଦାନ ଶିବିର

ବୌଦ୍ଧ : ଗୁରୁ ଭିକାରୀ ନାୟକଙ୍କ ସ୍ମୃତିରେ ରକ୍ତଦାନ ଶିବିର
August 14
20:36 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୪/୮: ବୌଦ୍ଧ ଜିଲ୍ଲାର ନୃତ୍ୟ ତଥା ସଂଗୀତ ଗୁରୁ ସ୍ୱର୍ଗତ ଭିକାରୀ ଚରଣ ନାୟକଙ୍କ ୧୬ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ରାମଲୀଳା ନାଟ୍ୟ ସଂସଦ ବୌଦ୍ଧ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନିୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ କଳାକାର, ସ୍ୱେଛାସେବୀ ଓ ଯୁବ ଗୋଷ୍ଠିଙ୍କ ଯେଗଦାନ କରି ସ୍ୱେଛାକୃତ ରକ୍ତଦାନ କରିଥିଲେ ।
ଏହି ଶିବିରରେ ସମୁଦାୟ ୪୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ବାର ଆସୋସିଏସନ ସଭାପତି ତାରେଣୀ ମହାପାତ୍ରଙ୍କ ସମେତ ବୌଦ୍ଧ ବଣିକ ସଂଘ ସଭାପତି ସୁବାଷ ସାହୁ, ରାମଲୀଳା ନାଟ୍ୟ ସଂସଦର ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ସମ୍ପାଦକ ମନୋଜ କୁମାର ସାହୁ ପ୍ରମୁଖ ଯୋଗଦେଇ ଗୁରୁ ସ୍ୱର୍ଗତ ନାୟକଙ୍କ ଜିଲ୍ଲାରେ ନୃତ୍ୟ ସଂଗୀତ କ୍ଷେତ୍ରରେ ଅବଦାନ ସହ ବୌଦ୍ଧ ରାମଲୀଳା ନାଟ୍ୟ ସଂଚାଳନରେ ପ୍ରମୁଖ ଭୁମିକା ରହିଥିଲା ବୋଲି ମତବ୍ୟକ୍ତ କରିଥିଲେ ।
କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ସଦସ୍ୟ,କର୍ମକର୍ତା ଶୁଭେଛୁ ସ୍ମୃତି ଚାରଣ କରିବା ସହିତ ଗୁରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସ୍ୱେଚ୍ଛାକୃତ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତା ଓ ବୌଦ୍ଧ ରକ୍ତ ଭଣ୍ଡାରର ଡାକ୍ତର ତଥା କର୍ମଚାରୀଙ୍କୁ ସଂସଦ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।
ବୌଦ୍ଧବ୍ଲକ ଶିକ୍ଷା ସମୀକ୍ଷା ବୈଠକ
ବୌଦ୍ଧ,୧୪/୮: ବୌଦ୍ଧବ୍ଲକ ଅଗଷ୍ଟ ମାସର ପ୍ରଥମ ଶିକ୍ଷା ସମୀକ୍ଷା ବୈଠକ ସରକାରୀ ବାଳିକା ବିଦ୍ୟାଳୟ ବୌଦ୍ଧଠାରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା ସଭାପତିତ୍ୱ କରି ଜାତୀୟ ଶିକ୍ଷାନୀତି ୨୦୨୦କୁ ସମସ୍ତେ ପଢିବା ସହିତ ତଦନୁସାରେ ଶିକ୍ଷଣ କାର୍ଯ୍ୟ କରିବା, ମୋ ସ୍କୁଲ ଅଭିଯାନ ବୌଦ୍ଧ ବ୍ଲକର ୨୦୩ଟି ବିଦ୍ୟାଳୟ କରିଛନ୍ତି ଯେଉଁ ବିଦ୍ୟାଳୟ ମାନେ କରିନାହାନ୍ତି ଆସନ୍ତା ୨୦ତାରିଖ ଭିତରେ କରିବା, ବିଦ୍ୟାଳୟ ୟୁ ସି ଦାଖଲ କରିବା ଆଦି ବିଷୟରେ ସିଆରସିସି ମାନଙ୍କୁ ପରାମର୍ଶ ଦେଇଥିଲେ ।
ଶିକ୍ଷକ ପ୍ରଶିକ୍ଷିକା ନିହାରିକା ସାମନ୍ତରାୟ ଜାତୀୟ ଶିକ୍ଷାନୀତି ୨୦୨୦ଉପରେ ଆଲୋଚନା କରିଥିବାବେଳେ ଅନୁପମା ମେହେର ଶିକ୍ଷଣ ଫଳ ଆଧାରରେ ଦ୍ୱିତୀୟ ଶ୍ରେଣୀ ଗଣିତର ଏକ ଶିକ୍ଷଣ କାର୍ଯ୍ୟ ଉପସ୍ଥାପନ କରିଥିଲେ । ସହଗୋଷ୍ଠି ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ବିଦ୍ୟାଳୟ ପୋଷାକ ବିତରଣ, ବିଭିନ୍ନ ଅନୁଦାନର ଉପଯୋଗ ଏବଂ ଖର୍ଚ୍ଚ ବିବରଣୀ ପ୍ରଦାନ, ମଧ୍ୟାହ୍ନ ଭୋଜନ ଚାଉଳ ବଂଟନ ଆଦି ବିଭାଗୀୟ ବିଷୟକୁ ଆଲୋଚନା କରିଥିଲେ ।
ସିଆରସିସି ପୂର୍ଣ୍ଣଚନ୍ଦ୍ର କରଡ଼ିଆ ଧନ୍ୟବାଦ ଦେଇଥିଲେ । ବ୍ଲକର ସମସ୍ତ ସିଆରସିସି ଓ କାର୍ଯ୍ୟାଳୟ ସହଯୋଗୀ ଉପସ୍ଥିତ ଥିଲେ । ଆଲୋଚନାରେ ରାଜକୁମାର ପ୍ରଧାନ, ସନତ ବାରିକ, ସନ୍ତୋଷ ଶତପଥୀ, ସନ୍ତୋଷ କର୍ଣ୍ଣ, ସଞ୍ଜୟ ଦେହୁରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ବୌଦ୍ଧ ଜିଲ୍ଲା ପର୍ଶୁରାମ ବାହିନୀର ନୂତନ କର୍ମକର୍ତା ମନୋନୟନ
ବୌଦ୍ଧ, ୧୪/୮: ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜର ଯୁବବର୍ଗକୁ ନେଇ ପର୍ଶୁରାମ ବାହିନୀ ସଂଗଠନର ନୂତନ କର୍ମକର୍ତା ଚୟନ କରିବା ପାଇଁ ଶ୍ରୀ ମାତଙ୍ଗେଶ୍ୱର ମନ୍ଦିର ପରିସରରେ ବୈଠକ ଅନୁଷ୍ଠିତ ହୋଇଥିଲା । ପର୍ଶୁରାମ ବାହିନୀର ସଭାପତି ତଥା ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜର ସଂପାଦକ ଦେବାଶିଷ ପୁରୋହିତ ପର୍ଶୁରାମ ବାହିନୀ ସଂଗଠନ ବିଷୟରେ ଆଲୋଚନା କରିଥିଲେ ।
ସମାଜର ସଭାପତି ଗୁରୁ ପ୍ରସାଦ ଦାଶ ଯୁବ ସମାଜର କାର୍ଯ୍ୟକ୍ରମ ଉପରେ ରାଷ୍ଟ୍ରର ଭବିଷ୍ୟତ ନିର୍ମାଣ ହୋଇଥାଏ । କାର୍ଯ୍ୟକାରୀ ସଦସ୍ୟ ସୁଶାନ୍ତ କୁମାର ମହାପାତ୍ର ବ୍ରାହ୍ମଣ ଅନୁସାଶନ ସଂପର୍କରେ ଆଲୋଚନା କରିଥିଲେ ।ଆଚାର୍ଯ୍ୟ ରଂଜିତ କୁମାର ହୋତା ବ୍ରାହ୍ମଣର ମୁଖ୍ୟ କର୍ତବ୍ୟ ସଂଧ୍ୟା ଓ ଗାୟତ୍ରୀ କରିବା ଜରୁରୀ ବୋଲି ଉପସ୍ଥାପନା କରିଥିଲେ ।
ଆଜିର ବୈଠକରେ ଆବାହକ ଭାବେ ସୁବ୍ରତ କୁମାର ପୁରୋହିତ, କାର୍ଯ୍ୟକାରୀ ସଭାପତି ଭାବେ ଅସିମ କୁମାର ମିଶ୍ର ଓ କାର୍ଯ୍ୟକାରୀ ସଂପାଦକ ଭାବେ କୃଷ୍ଣଗୋବିନ୍ଦ ମହାପାତ୍ରଙ୍କୁ ମନୋନୟନ କରାଯାଇଥିଲା । ଏଥିରେ ସାର୍ଥକ କୁମାର ମହାପାତ୍ର, ଶୋଭନରାଜ ମହାପାତ୍ର, ଅଭିନାଶ କୁମାର ହୋତା, ଶହଶ୍ରାଦ୍ଦି ଚିନ୍ମୟ କୁମାର ମିଶ୍ର, ଶୁଭମ୍ ପୁରୋହିତ, ରିତେଶ ମହାପାତ୍ର, ପବନ କୁମାର ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ ।
ଆସନ୍ତା ୧୫ ତାରିଖ ସ୍ୱାଧିନତା ଦିବସ ଅବସରରେ ଶ୍ରୀରଘୁନାଥ ମନ୍ଦିର ପରିସରରେ ସମାଜ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031