Indus Valley Times

ବୌଦ୍ଧ: ଜଡିବୁଟି ଦିବସ ପାଳନ ଅବସରରେ ଗିଲୋୟ ଚାରା ବଣ୍ଟନ

 Breaking News

ବୌଦ୍ଧ: ଜଡିବୁଟି ଦିବସ ପାଳନ ଅବସରରେ ଗିଲୋୟ ଚାରା ବଣ୍ଟନ

August 06
13:37 2020

କମ୍ଭୁ ଧର କ୍ଷେତୀ ଙ୍କ ରିପୋର୍ଟ
ବୌଦ୍ଧ,୬/୮: ବୌଦ୍ଧ ଜିଲ୍ଲାରେ ବୁଧବାର ଦିନ ଜଡିବୁଟି ଦିବସ ଅନୁଷ୍ଠିତ ହୋଇଛି । ଭାରତ ସ୍ୱାଭିମାନ ଟ୍ରଷ୍ଟ ପକ୍ଷରୁ ଭାରତ ସ୍ୱାଭିମାନ କାର୍ଯ୍ୟାଳୟ ପରିସରରେ ଜଡିବୁଟି ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଗିଲୋୟ ଅମୃତ ସମାନ ଲାଭକାରୀ ହୋଇଥିବାରୁ ଏହାର ପ୍ରଚାର ପ୍ରସାର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗିଲୋୟ ଚାରା, ଗିଲୋୟ କାଣ୍ଡ ଓ ଗିଲୋୟର ଉପ କାରୀତା ସଂପର୍କରେ ପ୍ରଚାରପତ୍ର ବଂଟନ କରାଯାଇଥିଲା ।
ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧିକ୍ଷକ ଭି. ରଘୁନାଥ ରାଓ, ଅତିରିକ୍ତ ଜିଲ୍ଲାପାଳ ଏନ୍‌.ସି. ଜ୍ୟୋତିରଞ୍ଜନ ନାଏକଙ୍କୁ ଗିଲୋୟ ବୃକ୍ଷ ପ୍ରଦାନ କରାଯାଇଥିଲା । ବିଭିନ୍ନ ସ୍ଥାନରେ ଗିଲୋୟର କାଢା ପ୍ରସ୍ତୁତ କରି ବାଣ୍ଟିବା ସହିତ ଏହାକୁ ପ୍ରତିଦିନ ବ୍ୟବହାର କରିବା ପାଇଁ ସଚେତନତା ସୃଷ୍ଠି କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଭାରୀ ଦେବାଶିଷ ପୁରୋହିତ, ମହିଳା ପ୍ରଭାରୀ ଅନିମା ପଟ୍ଟନାୟକ, ପତଞ୍ଜଳି ଜିଲ୍ଲା ପ୍ରଭାରୀ ହୃଷିକେଶ ପ୍ରଧାନ, ସଂଗଠନ ସଂପାଦକ ସୁଶାନ୍ତ କମହାପାତ୍ର, ସାଧାରଣ ସଂପାଦକ ରଞ୍ଜୀତା ମିଶ୍ର, ସ୍ୱାତୀ କୁମାରୀ, ବିଜୟ କୁମାର ସାହୁ, ନଟବର ଅଗ୍ରୱାଲା, ଦିଲ୍ଲୀପ ଚୌଧୁରୀ, ପ୍ରକାଶ ବହିଦାର, ସଂପଦ ଅଗ୍ରୱାଲା, ରଘୁନାଥ ଷଡଙ୍ଗୀ ସୌମ୍ୟରଞ୍ଜନ ପୁରୋହିତ ଯୋଗଦାନ କରିଥିଲେ । ଯୋଗ ଶିକ୍ଷୟତ୍ରୀ ସଂଯୁକ୍ତାରାଣୀ ପଣ୍ଡା ଗିଲୋୟ ଚାରା ପ୍ରସ୍ତୁତ କରି ପ୍ରଦାନ କରିଥିଲେ ।
ଅପରାହ୍ନରେ ମହିଳା ପତଞ୍ଜଳି ଯୋଗ ସମିତି ପକ୍ଷରୁ ବୁଟୁପାଲି ଶାଖା ଠାରେ ବିଶ୍ୱଶାନ୍ତି ପାଇଁ ଯଜ୍ଞ ଆୟୋଜନ କରିବା ସହିତ ଆର‌୍ୟୁବେଦର ପ୍ରଚାର ପ୍ରସାର ଓ ନିଜ ଘରେ ଜଡିବୁଟି ବୃକ୍ଷ ଲଗାଇବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଯଜ୍ଞ କାର୍ଯ୍ୟକ୍ରମକୁ ଯୋଗ ଶିକ୍ଷୟତ୍ରୀ ଆଶାରାଣୀ ମିଶ୍ର ପରିଚାଳନା କରିଥିଲେ । ସତ୍ୟସାଇ ସେବା ସମିତି ପକ୍ଷରୁ ସଭାପତି ଡା. ପ୍ରିୟବ୍ରତ ବେହେରା ଅନୁଷ୍ଠାନର ସଦସ୍ୟମାନଙ୍କୁ କୋରନାରୁ ନିଜକୁ ସୁରକ୍ଷା ରଖିବା ପାଇଁ ହୋମିଓପାଥିକ ଦ୍ୱାରା ପ୍ରସ୍ତୁତ ଔଷଧ ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031