Indus Valley Times

ବୌଦ୍ଧ ଜାତୀୟ କୃମି ନାଶକ ଦିବସ ପାଳିତ

 Breaking News

ବୌଦ୍ଧ ଜାତୀୟ କୃମି ନାଶକ ଦିବସ ପାଳିତ

August 11
20:42 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ

ବୌଦ୍ଧ; ୧୧/୮: ବୁଧବାର ଦିନ ଜାତୀୟ କୃମିନାଶକ ଦିବସ- ଅଗଷ୍ଟ ୨୦୨୧ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଡା. ଅଭୟ କୁମାର ଦାଶ ଏଥିରେ ମୂଖ୍ୟଅତିଥି ରୂପେ ଯୋଗ ଦେଇ କିଶୋର ଅବସ୍ଥାରେ କୃମିନାଶନର ଗୁରୁତ୍ୱ ସଂପର୍କରେ ଆଲୋକପାତ କରିଥିଲେ ।

 ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଡା. ପ୍ରଦୋଷ କୁମାର ମହାପାତ୍ର ସୂଚନା ଦେଇଥିଲେ ଯେ, କୃମି ସଂକ୍ରମଣ ଯୋଗୁଁ ରକ୍ତହୀନତା, ଅପପୁଷ୍ଟି, ଭୋକ ନହେବା, ପେଟ କାଟିବା ଭଳି ଅସୁସ୍ଥତା ଅନୁଭବ କରିଥାନ୍ତି ।

 ଏସବୁ ସମସ୍ୟା ଦୂର କରିବା ପାଇଁ ଅଗଷ୍ଟ ୧୦ ରୁ ୨୩ ତାରିଖ ଯାଏଁ ଜିଲ୍ଲାର ସମସ୍ତ ଗ୍ରାମ ଓ ସହରାଂଚଳରେ ୧ ରୁ ୧୯ ବର୍ଷ ବୟସର ସମସ୍ତ ଶିଶୁ କିଶୋର ମାନଙ୍କୁ କୃମିନାଶନ ନିମନ୍ତେ ଆଲବେଣ୍ଡାଜୋଲ୍ ବଟିକା ଖୁଆଇବା ପାଇଁ ସମସ୍ତ ବ୍ୟବସ୍ଥା ସ୍ୱାସ୍ଥ୍ୟ ବିଭାଗ ତରଫରୁ କରାଯାଇଛି । କୋଭିଡ୍ ମହାମାରୀ ଯୋଗୁଁ ଚଳିତ ପାଳିରେ ଜିଲ୍ଲାର ସମସ୍ତ ଆଶାକର୍ମୀ, ଅଂଗନୱାଡି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀ ଘରକୁ ଘର ଯାଇ କୃମିନାଶକ ବଟିକା ଶିଶୁ କିଶୋର ମାନଙ୍କୁ ଖୁଆଇବା ସହ ସଚେତନ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।  ଏହିପରି ଭାବେ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ଜିଲ୍ଲାର ଏକବର୍ଷରୁ ୧୯ବର୍ଷ ମଧ୍ୟରେ ସମୁଦାୟ ୧,୭୬,୭୪୬ ଜଣ ପିଲାଂକୁ  କୃମିନାଶକ ଓøଷଧ ଖୁଆଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୧ ରୁ ୫ ବର୍ଷର ପିଲାଙ୍କୁ ସିରପ୍ ଦିଆଯିବାକୁ ଥିବାବେଳେ ୬ ରୁ ୧୯ ବର୍ଷ ପିଲାଙ୍କୁ ବଟିକା ଦିଆଯିବ ।

ଏହା ପୂର୍ବରୁ କୃମିନାଶନ ନିମନ୍ତେ ଛାତ୍ରଛାତ୍ରୀ ଓ ଅବିଭାବକ ମହଲରେ ବ୍ୟାପକ ସଚେତନତା ସୃଷ୍ଟିକରିବା ନିମନ୍ତେ ସୂଚନା, ଶିକ୍ଷା, ଯୋଗାଯୋଗ ପ୍ରକ୍ରିୟାରେ ଆନୁସଂଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗତବର୍ଷ ବୌଦ୍ଧଜିଲ୍ଲାରେ କୃମିନାଶନ କାର୍ଯ୍ୟକ୍ରମରେ୯୮.୩୭ ପ୍ରତିଶତ ସଫଳତା ପାଇଁ ସମଗ୍ର ରାଜ୍ୟରେ ତୃତୀୟ ସ୍ଥାନରେ ରହିଥିଲା । କାର୍ଯ୍ୟକ୍ରମ ଶେଷରେ ସରକାରୀ ବାଳିକା ବିଦ୍ୟାଳୟର ଦଶମ ଶ୍ରେଣୀର ସମସ୍ତ ଛାତ୍ରୀଙ୍କୁ କୃମିନାଶକ ବଟିକା ଖାଇବାକୁ ଦିଆଯାଇଥିଲା ।

 ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡା. ଭଂଜକିଶୋର ରାମଚନ୍ଦ୍ର ଦେଓ ହେମ୍ରମ୍‌, ଜିଲ୍ଲା ମ୍ୟାଲେରିଆ ନିରାକରଣ ଅଧିକାରୀ ଡା. ମଦନ ମୋହନ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ, ଅତିରିକ୍ତ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଗୋଷ୍ଠି ଶିକ୍ଷାଧିକାରୀ ଧୃବଚରଣ ଘିବେଲା, ଡିପିଏମ୍ ରୂପକ କୁମାର ମହାପାତ୍ର,  ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମଟିକୁ ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଗିରିଜା ପ୍ରସାଦ ମିଶ୍ର ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031