Indus Valley Times

ବୌଦ୍ଧରେ ଶିଶୁ ସୁରକ୍ଷା ସମାଧାନ ଶିବିର ଅନୁଷ୍ଠିତ

 Breaking News

ବୌଦ୍ଧରେ ଶିଶୁ ସୁରକ୍ଷା ସମାଧାନ ଶିବିର ଅନୁଷ୍ଠିତ

March 02
21:18 2021


Sisu Surakshya Abhiyan held in Boudh

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ

ବୌଦ୍ଧ/କଂଟାମାଳ,୨/୩-ବୌଦ୍ଧଜିଲ୍ଲା କଂଟାମାଳ ଆଇ,ସି.ଡି.ଏସ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବୌଦ୍ଧ ଦ୍ୱାରା ଶିଶୁ ସୁରକ୍ଷା ସମାଧାନ ଶିବିର ତଥା କୋର୍ଟ କେମ୍ପ ଅନୁଷ୍ଠିତ କରାଯାଇଥିଲା । ଏହି ଶିଶୁ ସୁରକ୍ଷା ସମାଧାନ ଶିବିର ରେ କଂଟାମାଳ ବ୍ଲକରୁ ଚିହ୍ନିଟ ହୋଇଥିବା ୫୬ ମାତୃପିତୃହୀନ ଶିଶୁ, ଶିଶୁ ମଙ୍ଗଳ ସମିତିରେ ଉପସ୍ଥିତ ହୋଇଥିଲେ । ଶିଶୁ ମାନଙ୍କ ବ୍ୟକ୍ତିଗତ, ପାରିବାରିକ ଓ ଅନ୍ୟାନ୍ୟ ସମସ୍ୟାକୁ କମିଟି ଦ୍ୱାରା ଆକଳନ କରାଯାଇ ଏବଂ ଶିଶୁ ମାନଙ୍କୁ ସରକାରଙ୍କ ସମନ୍ୱତ ଶିଶୁ ସୁରକ୍ଷା ଯୋଜନା ଅର୍ନ୍ତଗତ ସୁୁବିଧା ଗୁଡିକରେ କିପରି ସାମିଲ କରାଯାଇ ପାରିବ ସେ ବିଷୟରେ ସେମାନଙ୍କର ସର୍ମ୍ପକିୟ ମାନଙ୍କ ସହ ଆଲୋଚନା କରାଯାଇଥିଲା । ଶିଶୁ ଓ ସେମାନଙ୍କର ପରିବାରକୁ କିପରି ସାମାଜିକ ସୁରକ୍ଷା ଯୋଜନା ଗୁଡିକରେ ସଂଯୁକ୍ତ କରାଯାଇ ପାରିବ ସେଥିପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଶାଖୀଗୋପାଳ ପ୍ରଧାନ, ସଦସ୍ୟ ସିତାକାନ୍ତ ସାହୁ, ରାଧାକାନ୍ତ ବାଘ ଓ ସଦସ୍ୟା ପ୍ରନୟୀନି ଲେଙ୍କା ଉପସ୍ଥିତ ରହି ସମସ୍ତ ଶିଶୁଙ୍କୁ ଉପସ୍ଥାପନା କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଳ ପ୍ରଧାନ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲା ବେଳେ କାର୍ଯ୍ୟକ୍ରମରେ ଆଇ.ସି.ଡି.ଏସ ର ସମସ୍ତ କର୍ମଚାରୀ, ଶିଶୁ ସୁରକ୍ଷା ୟୁନିଟର ସୁରକ୍ଷା ଅଧିକାରୀ ରାଜେନ୍ଦ୍ର ମଲିକ, ଧନଞ୍ଜୟ ଖମାରୀ, ସୁସାନ୍ତ , ଚିତ୍ରସେନ ସାହୁ, ସୁନିଲ ବାରିକ ଓ ରେଆର, କଂଟାମାଳ ର କର୍ମକର୍ତା ପ୍ରମୁଖ ସହଯୋଗ କରିଥିଲେ । ପରିଷେଶରେ କଂଟାମାଳ ଠାରେ ରେଆର ଅନୁଷ୍ଠାନ ଦ୍ୱାରା ପରିଚାଳିତ ଡେ କେଆର ଥେରାପି ସେଂଟର ପରିଦର୍ଶନ କରି ସେଠାରେ ଥିବା ଦିବ୍ୟାଙ୍ଗ ଶିଶୁ ମାନଙ୍କ ସହ ଆଲୋଚନା କରିଥିଲେ ।

ବୌଦ୍ଧ ଜିଲ୍ଲାପାଳଙ୍କୁ ନିର୍ବାଚନ ଖର୍ଚ୍ଚ ବିବରଣୀ ପ୍ରଦାନ ନିମେନ୍ତେ ଦୁଇମାସ ମଧ୍ୟରେ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ବୌଦ୍ଧ,୨ା୩:ବୌଦ୍ଧ ଜିଲ୍ଲାରେ ଗତ ୨୦୧୭ ମସିହାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ନିର୍ବାଚିତ ହୋଇଥିବା ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ଆଉ କିଛି ମାସ ପରେ ସରିବାକୁଥିବାବେଳେ ସେଥିମଧ୍ୟରୁ ଅନେକ ପ୍ରାର୍ଥୀ ସେମାନଙ୍କ ନିର୍ବାଚନି ଖର୍ଚ୍ଚ ଦାଖଲ କରିନ ଥିବା ଜଣାପଡିଛି । ଜିଲ୍ଲାର କଣ୍ଟାମାଳ ବ୍ଳକର ୨୪ଟି ପଂଚାୟତ ମଧ୍ୟରୁ ୨୨ ଜଣ ସରପଞ୍ଚ, ୨୨ ଜଣ ସମିତିସଭ୍ୟ ଓ ୩ ଜଣ ଜିଲାପରିଷଦ ସଭ୍ୟ ସେମାନଙ୍କ ନିର୍ବାଚନ ଖର୍ଚ୍ଚ ନିୟମ ଅନୁଯାୟୀ ସମୟସୀମା ମଧ୍ୟରେ ଦାଖଲ କରିନଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡିଶା ଉଚ୍ଚ ନ୍ୟାଳୟରେ କଣ୍ଟମାଳ ବ୍ଳକର ତୁଣ୍ଡମାଳ ଗ୍ରାମର ଶଙ୍କର୍ଷଣ ବଘାର ଏକ ମାମଲା ଦାୟର କରିଥିଲେ । ମାମଲାକୁ ଉଚ୍ଚ ନ୍ୟାୟଳୟ ଡବ୍ଲୁପିସି ନମ୍ବର ୫୦୬୨/୨୦୨୧ ତା ୧୫.୨.୨୦୨୧ରେ ବିଚାର କରି ଦୁଇମାସ ମଧ୍ୟରେ ପଦକ୍ଷେପ ନେବାକୂୁ ବୌଦ୍ଧ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ମାମଲାରୁ ପ୍ରକାଶ ଯେ, କଣ୍ଟାମାଳ ପଞ୍ଚାୟତ ସମିତି ଅଧିନରେ ଥିବା ୨୪ ଗୋଟି ଗ୍ରାମପଞ୍ଚାୟତ ପାଇଁ ୨୪ ଜଣ ସରପଞ୍ଚ ଓ ୨୪ ଜଣ ସମିତିସଭ୍ୟ ଓ ୩ ଗୋଟି ଜିଲ୍ଲାପରିଷଦ ସଭ୍ୟ ପାଇଁ ୨୦୧୭ ମସହାରେ ନିର୍ବାଚନ ହୋଇଥିଲା । କିନ୍ତୁ ଏହି ନିର୍ବାଚନରେ କେଉଁ କେଉଁ ପ୍ରାର୍ଥୀ ନିୟମ ଅନୁଯାୟୀ ସେମାନଙ୍କ ନିର୍ବାଚନି ଖର୍ଚ୍ଚ ଦାଖଲ କରିଥିବା ନେଇ ଶ୍ରୀ ବଘାର କଣ୍ଟମାଳ ପଞ୍ଚାୟତ ସମିତିରେ ସୁଚନା ଅଧିକାର ଆଇନ ଅନୁଯାୟୀ ତଥ୍ୟ ମାଗିଥିଲେ । ପଞ୍ଚାୟତ ସମିତି କଣ୍ଟାମାଳ ପତ୍ର ସଂଖ୍ୟା ୧୨୫୭ ତା ୪.୩.୨୦୧୭ରେ ୧୯.୪.୨୦୧୭ ସୁଧା କେବଳ ମନମୁଣ୍ଡା ସରପଞ୍ଚଓ ରୁଣ୍ଡମିମହୁଲ ସରପଞ୍ଚପ୍ରାର୍ଥନୀ ଜୟନ୍ତୀ ମାଝୀ, ରୁଣ୍ଡିମହୁଲ ଗ୍ରାମପଞ୍ଚାୟତ ସମିତିସଭ୍ୟା ଓ ଦପଲା ସମିତିସଭ୍ୟ ନିର୍ବାଚନ ଖର୍ଚ୍ଚ ତାଲିକା ପ୍ରଦାନ କରିଥିବା ନେଇ ସୂଚନା ଦେବା ସହ ସେମାନଙ୍କ ଖର୍ଚ୍ଚର ନକଲ ପ୍ରଦାନ କରିଥିଲେ । କିନ୍ତୁ ଅନ୍ୟ ୨୨ ଜଣ ସରପଞ୍ଚ,୨୨ ଜଣ ସମିତିସଭ୍ୟ ଓ ୩ ଜଣ ଜିଲାପରିଷଦ ସଭ୍ୟ ୪,୩,୨୦୧୭ ସୁଧା ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ସେମାନଙ୍କ ନିର୍ବାଚନ ଖର୍ଚ୍ଚ ବିବରଣୀ ଦେଇନଥିବା ନେଇ ସୂଚନା ଦେଇଥିଲେ । ସୂଚନା ଅଧିକାର ତଥ୍ୟ ମିଳିବାପରେ ଶ୍ରୀ ବଘାର ଗତ ୨୬.୩.୨୦୧୭ରେ ଭାରତର ମୁଖ୍ୟ ନିର୍ବାଚନ କମିଶନ ଓ ଓଡିଶା ମୁଖ୍ୟ ନିର୍ବାଚନ କମିଶନଙ୍କ ପାଖରେ ଏହାର ତଦନ୍ତ କରି ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ । ଅଭିଯୋଗ ପରେ ଓଡିଶା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ୩୦.୫.୨୦୧୭ରେ ବୌଦ୍ଧ ଜିଲ୍ଲାପାଳଙ୍କୁ ଅଭିଯୋଗର ତଦନ୍ତ କରି ପଦକ୍ଷେପ ନେବାକୂୁ ନିର୍ଦ୍ଦେଶ ଦିଆଯାଇଥିଲା । ଆହୁରୀ ମଧ୍ୟ ଶ୍ରୀ ବଘାର ଗତ ୨୦.୮.୨୦୨୦ ରେ ବୌଦ୍ଧ ଜିଲ୍ଲାପାଳଙ୍କୁ ଏହାର ପଦକ୍ଷେପ ନେବାକୁ ଲିଖିତ ଭାବେ ଜଣାଇଥିଲେ । କିନ୍ତୁ ଏହାର କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଶ୍ରୀ ବଘାର ଗତ ୮.୨.୨୧ ରେ ନ୍ୟାୟ ପାଇଁ ଓଡିଶା ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ଉଚ୍ଚ ନ୍ୟାୟଳୟ ମାମଲାକୁ ଡବ୍ଲୁପିସି ନଂ ୫୦୬୨/୨୧ ରେ ବିଚାର କରି ଗତ ୧୫.୨.୨୦୨୧ରେ ବୌଦ୍ଧ ଜିଲାପାଳଙ୍କୁ ଦୁଇମାସ ମଧ୍ୟରେ ପଦକ୍ଷେପ ନେବାକୂୁ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଦିନ ଶ୍ରୀ ବଘାର ବୌଦ୍ଧ ଜିଲାପାଳଙ୍କୁ ଉଚ୍ଚ ନ୍ୟାୟଳୟଙ୍କ ଆଦେଶ ଓ ମାମଲାରେ ଉଚ୍ଚ ନ୍ୟାଳୟରେ ଦାଖଲ କରିଥିବା କାଗଜ ପତ୍ର ଦେବା ସହ ନ୍ୟାୟଳୟଙ୍କ ଆଦେଶ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିବା ଜଣାଯାଇଛି ।
———————-
ଗାଡି ଧକ୍କାରେ ମୃତ ନାରାୟଣ ପ୍ରଧାନଙ୍କ ପରିବାରକୁ ସହାୟତା ପ୍ରଦାନ
ବୌଦ୍ଧ,୨/୩-ବୌଦ୍ଧଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକର ବିରନରସିଂହପୁର ଗ୍ରାମ ଠାରେ ସୋମବାର ଏକ କାର ଧକ୍କାରେ ନବୀନ ପ୍ରଧାନ(୫୫)ଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ଦଶ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଆରଆଇ ଶଙ୍କର୍ଷଣ ନାଏକ ତାଙ୍କ ଘରକୁ ଯାଇ ଏହି ଅର୍ଥ ପ୍ରଦାନ କରିଥିଲେ । ଏହି ସମୟରେ ସମାଜସେବୀ ଧୀରେନ୍ଦ୍ର ମହାକୁଡ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ, ନବୀନ ପ୍ରଧାନ ସୋମବାର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ କାମସାରି ଏକ ସାଇକେଲରେ ୫୭ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ପୁରୁଣାକଟକ ପଟୁ ଆସୁଥିବା ଏକ କାର ସାଇକେଲକୁ ଧକ୍କା ଦେଇଥିଲା । ଫଳରେ ସାଇକେଲ ଚାଳକ ନବୀନ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଂଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଉ ଥିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।


ଯୋଗୀନ୍ଦ୍ର ଦେବ ହାଇସ୍କୁଲ ପିଅନଙ୍କ ହୃଦଘାତରେ ମୃତ୍ୟୁ
ବୌଦ୍ଧ,୨ା୩: ବୌଦ୍ଧର ସର୍ବପୂରାତନ ବିଦ୍ୟାଳୟ ଯୋଗୀନ୍ଦ୍ର ଦେବ ହାଇସ୍କୁଲର ପିଅନ ଚନ୍ଦ୍ର ଶେଖର ଅଦାବରଙ୍କ ମାତ୍ର ୫୯ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ଅଦାବର ଛାତ୍ର ଜୀବନରେ ଜଣେ ଭଲ ଆଥଲେଟ ଥିବାବେଳେ ଏହି ବିଦ୍ୟାଳୟରେ ପାଠ ପଢି ଚାକିରୀ ମଧ୍ୟ କରିଥିଲେ ।

ସେ ଜଣେ ମେଳାପି ମିଷ୍ଠାଭାଷୀ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କର ଅକାଳ ବିୟୋଗରେ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ ଓ ଛାତ୍ର ମହଲରେ ଶୋକପ୍ରକାଶ ପାଇଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031