Indus Valley Times

ବୌଦ୍ଧ : ଜିଲ୍ଲାପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା

 Breaking News

ବୌଦ୍ଧ : ଜିଲ୍ଲାପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା

August 09
21:05 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୯/୮ : ଅଦ୍ୟ ତା ୦୯.୮.୨୦୨୪ ରିଖ ଶୁକ୍ରବାର ଦିନ ଦିବା ୧୧.୪୫ ମିନିଟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସଦଭାବନା ଗୃହଠାରେ ଜିଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଜେ. ସୋନାଲଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ବିଦାୟୀ ଜିଲ୍ଲାପାଳ ଶ୍ରୀ ସୋନାଲଙ୍କ କାର୍ଯ୍ୟଦକ୍ଷତା ଏବଂ ତାଙ୍କରି ସମୟରେ ସଫଳତାର ସହିତ ନିର୍ବାଚନ ପରିଚାଳନା ସହିତ ଲୋକଙ୍କ ସମସ୍ୟା ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ସଂପର୍କରେ ଆଲୋଚନା କରିଥିଲେ ।
ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଧିଷ୍ଠିର ମେହେର, ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ସେଠୀ ଏବଂ ଡେପୁଟି କଲେକ୍ଟର ଶାଶ୍ୱତ ପ୍ରଧାନ ଓ ସୁଚିସ୍ମିତା ବେହେରା ଜିଲ୍ଲାପାଳ ଶ୍ରୀସୋନାଲଙ୍କ ଦିଗଦର୍ଶନରେ ସରକରୀ ଅଧିକାରୀ ଓ କର୍ମଚାରୀମାନେ ନିଷ୍ଠାର ସହିତ ନିଜର ଦାୟିତ୍ୱ ସଂପାଦନ କରିଥିବା ନେଇ ପ୍ରକାଶ କରିଥିଲେ ।
ଜିଲ୍ଲାପାଳ ଶ୍ରୀସୋନାଲ ନିଜର ବିଦାୟି ଅଭିଭାଷଣରେ ଜିଲାରେ ସ୍ୱଳ୍ପଦିନର କାର୍ଯ୍ୟ ମଧ୍ୟରେ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗ କରିଥିବାରୁ କୃତଜ୍ଞତା ପ୍ରକାଶ କରିଥିଲେ । ଏହି ବୈଠକରେ ଜିଲ୍ଲା ର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ,ଡେପୁଟି କଲେକ୍ଟର,ସହକାରୀ ଜିଲ୍ଲାପାଳ, ସେକ୍ସନ ଅଫିସର,ବରିଷ୍ଠ ଓ କନିଷ୍ଠ ରାଜସ୍ୱ ସହାୟକମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31