Indus Valley Times

ବୌଦ୍ଧ ଜିଲ୍ଲାରୁ ଆଉ ୭ଜଣ ନୂଆ କରୋନା ପିଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୫କୁ ବୃଦ୍ଧି

 Breaking News

ବୌଦ୍ଧ ଜିଲ୍ଲାରୁ ଆଉ ୭ଜଣ ନୂଆ କରୋନା ପିଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୫କୁ ବୃଦ୍ଧି

November 03
23:27 2020

କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ

ବୌଦ୍ଧ,୩/୧୧ : ବୌଦ୍ଧ ଜିଲ୍ଲାରେ ମଙ୍ଗଳବାର ଦିନ ଆଉ ୮ଜଣ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଫଳରେ  ମୋଟ କରୋନା ପଜିଟିଭ ସଂଖ୍ୟା ୨୬୦୦ ଟପିଛି ।  ଆଜି ସୁଦ୍ଧା ଜିଲ୍ଲାରେ ୨୬୦୫ ଜଣ କରୋନା ପଜିଟିଭ ଚିହ୍ନଟ  ହୋଇ ସାରିଛନ୍ତି । ଆଜି ୮ ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୧ ଜଣ, କଣ୍ଟାମାଳ ବ୍ଲକ୍ ଖମ୍ବେଶ୍ୱରୀପାଲି ଗ୍ରାମରୁ ୧ ଜଣ, କଣ୍ଟାମାଳ ଗ୍ରାମରୁ ୨ ଜଣ,ସାନ ଛପାପାଲି ଗ୍ରାମରୁ ୧ ଜଣ,  ହରଭଙ୍ଗା ବ୍ଲକ୍ କୃଷ୍ଣପାଲି ଗ୍ରାମରୁ ୧ ଜଣ, କରଡି ଗ୍ରାମରୁ ୧ ଜଣ, ପିପଲକଟା ଗ୍ରାମରୁ ୧ ଜଣ ବୋଲି ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ  ସୂଚନା ମିଳିଛି । ଆଜିସୁଦ୍ଧା ବୌଦ୍ଧଜିଲ୍ଲାରେ ୨୪୩୪ କରୋନା ରୋଗୀ ସୁସ୍ଥ ହୋଇଥିବାବେଳେ ୧୪ଜଣ ପ୍ଲାଜମା ଦାନ କରିଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିରଞ୍ଚି ଧରୁଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ମିକ୍ସର ମେସିନ୍ ପଛରୁ ଧକ୍କା ଦେଇ ବାଇକ ଆରୋହୀ ଗୁରୁତର

କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ

ବୌଦ୍ଧ,୩/୧୧ : ସୋମବାର ଦିନ  ବିଳମ୍ବିତ ରାତିରେ ରାସ୍ତା କଡରେ ରହିଥିବା ଗୋଟିଏ ମିକ୍ସର ମେସିନକୁ ପଛ ପାଖରୁ ଧକ୍କା ଦେଇ ଜଣେ ବାଇକ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି ।

  ମିଳିଥିବା ସୂଚନା ଅନୁଯାୟୀ ଜାତୀୟ ରାଜପଥ ନମ୍ବର ୫୭ର  ବୌଦ୍ଧବ୍ଲକ ବାଉଁଶୁଣି ନିକଟରେ ରାସ୍ତା କଡରେ ରହିଥିବା ଗୋଟିଏ ମିକ୍ସର ମେସିନର ପଛ ପାଖରେ ଧକ୍କା ଦେଇ ମନମୁଣ୍ଡା ଥାନା  ସାହୁପଡା ଗ୍ରାମର ବାଇକ ଆରୋହୀ କୌଶିକ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି । ସେ କୌଣସି କାମରେ ରେଢାଖୋଲ ଯାଇ  ରାତି ପ୍ରାୟ ୧୨ ଘଣ୍ଟା ସମୟରେ ନିଜ ଘର ସାହୁପଡା ଫେରୁଥିବା ବେଳେ ରାସ୍ତା କଡରେ ଥିବା ମିକ୍ସର ମେସିନ୍‌କୁ ପଛପାଖରୁ ଧକ୍କା ଦେଇଥିଲେ । ଖବର ପାଇ ବାଉଁଶୁଣି ଦମକଳ ବାହିନୀ ତାଙ୍କୁ ଉଦ୍ଧାର କରି ବାଉଁଶୁଣିରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ବୌଦ୍ଧଗଡ ଏନଏସିରେ ଇ-ମ୍ୟୁନିସିପାଲିଟି ବ୍ୟବସ୍ଥା ଆରମ୍ଭ

କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ

ବୌଦ୍ଧ,୩/୧୧ – ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ  କାର୍ଯ୍ୟାଳୟ ପରିସରରେ ଅନଲାଇନ ହୋଲଡିଂ ଟ୍ୟାକ୍ସ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହୋଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏହାକୁ ଉଦଘାଟନ କରିଛନ୍ତି । ବୌଦ୍ଧ ଏକ୍ସିସ ବ୍ୟାଙ୍କ ଏମପିଓଏସ ଦ୍ୱାରା ଏହି ଟ୍ୟାକ୍ସ ସଂଗ୍ରହ କରାଯିବ । ଏହି କାର୍ଯ୍ୟକ୍ରମରେ ଏନଏସି ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା, ଏକ୍ସିସ ବ୍ୟାଙ୍କ ଶାଖା ମୁଖ୍ୟ ନିହାର ମିଶ୍ରଙ୍କ ସମେତ ଏନଏସିର କର୍ମଚାରୀମାନେ ଯୋଗଦେଇଥିଲେ ।

ବୌଦ୍ଧ ଜିଲ୍ଲାର ସମସ୍ତ ମନ୍ଦିର ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ

ବୌଦ୍ଧ,୩/୧୧ : ବୌଦ୍ଧ ଜିଲ୍ଲାରେ ଥିବା ସମସ୍ତ ମଠ ମନ୍ଦିର ମାର୍ଚ୍ଚ ୧୬ ତାରିଖ ଠାରୁ ବନ୍ଦ ରହିଥିବାରୁ ସେବାୟତ ମାନେ ଘୋର ଆର୍ଥିକ ସଙ୍କଟରେ ଥିବା ହେତୁ ଶୀଘ୍ର ମଠ ମନ୍ଦିର ଜିଲ୍ଲାରେ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି ।  ଆଜି ବୌଦ୍ଧ ଜିଲ୍ଲା ମଠ ମନ୍ଦିର ସୁରକ୍ଷା ସମିତି ତରଫରୁ ଆବାହକ ସତ୍ୟଜିତ କୁମାର୍ ପଣ୍ଡାଙ୍କ ନେତୃତ୍ୱରେ ଏ ସମ୍ପର୍କରେ ଏକ ଦାବିପତ୍ର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ପ୍ରଦାନ କରାଯାଇଛି । ଦୀର୍ଘ ୮ ମାସର କୋଭିଡ୍ କଟକଣା ମଧ୍ୟରେ ସେବାୟତ ପରିବାରମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଓ ଠାକୁରଙ୍କ ନୀତିକାନ୍ତି ପରିଚାଳନା କ୍ଷେତ୍ରରେ ହଇରାଣ ହେଉଥିବା ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି । ସେହିପରି ପବିତ୍ର କାର୍ତ୍ତିକ ମାସରେ ଶୈବ ପିଠ ଓ ଅନ୍ୟାନ୍ୟ ମଠ ମନ୍ଦିର  ରେ ଦର୍ଶନାର୍ଥୀ ପ୍ରବେଶ ନିଷେଧ ରହୁଥିବାରୁ ଭକ୍ତ ମାନଙ୍କ ଧାର୍ମିକ ଭାବନା ଓ ଭାବାବେଗକୁ ଆଘାତ   ପହଂଚୁଥିବା ଦାବୀ ପତ୍ରରେ ଦର୍ଶାଯାଇଛି । କୋଭିଡ୍ ନିୟମକୁ ପାଳନ ଓ  ସମସ୍ତ ପ୍ରସ୍ତୁତି ସହ ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତ ମାନଙ୍କୁ ସୁଯୋଗ ଦେବାକୁ ମଠ ମନ୍ଦିର ସୁରକ୍ଷା ସମିତି ଦାବୀ କରିଛି ।  ସେବାୟତମାନେ କୋଭିଡ୍ ନିୟମକୁ ମାନିବା ପାଇଁ ଲିଖିତ ସ୍ୱୀକାରୋକ୍ତି ଦେଇ ଭକ୍ତ ଓ ଦର୍ଶନାର୍ଥୀ ମାନଙ୍କୁ ଦର୍ଶନ ସୁଯୋଗ କିଭଳି ଦେଇପାରିବେ ସେ ଦିଗରେ ଜିଲ୍ଲାପାଳ ଶ୍ରୀ ମିଶ୍ର  ପଦକ୍ଷେପ ନେଉଥିବା ପ୍ରକାଶ କରିଥିଲେ ।

ହତ୍ୟାକାଣ୍ଡର ଶିକାର  ବ୍ୟବସାୟୀଙ୍କ ସମ୍ମାନାର୍ଥେ ବଜାର ବନ୍ଦ

କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ

ବୌଦ୍ଧ,୩/୧୧ – ଗତ ମାସରେ ହତ୍ୟାକାଣ୍ଡର ଶିକାର ହୋଇ ମୃତ୍ୟୁବରଣ କରିଥିବା  ଯୁବ ବ୍ୟବସାୟୀ ପ୍ରମୋଦ ପ୍ରସାଦ (ରାଜା) ଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ମଙ୍ଗଳବାର ଦିନ ବୌଦ୍ଧ ସହର ଲକ୍ଷ୍ମୀ ବଜାର ବ୍ୟବସାୟୀ ମାନେ ୨୪ ଘଣ୍ଟା ପାଇଁ ସମସ୍ତ ୋକାନ ବଜାର ବନ୍ଦ ରଖିଛନ୍ତି ।

ମଙ୍ଗଳବାର ସନ୍ଧ୍ୟାରେ ଏକ ମହମବତି ଶୋଭାଯାତ୍ରା କରାଯିବାସହ ଲକ୍ଷ୍ମୀ ବଜାର ବ୍ୟବସାୟୀ ମାନଙ୍କ ତରଫରୁ ଶୋକ ସଭା କରାଯାଇଛି । ରାଜାଙ୍କ ହତ୍ୟାକାଣ୍ଡର ପ୍ରକୃତ କାରଣ ଉନ୍ମୋଚନ ହେଉ ଓ ହତ୍ୟାକାଣ୍ଡରେ ଆଉ କିଏ କିଏ ସମ୍ପୃକ୍ତ ଯଦି ଅଛନ୍ତି ସେମାନଙ୍କୁ ମଧ୍ୟ ଗିରଫ କରାଯିବାକୁ ଲକ୍ଷ୍ମୀ ବଜାର କମିଟି ତରଫରୁ ଦାବୀ କରାଯାଇଛି ।

କରୋନା ନିୟନ୍ତ୍ରଣ ପାଇଁ ଅନଲାଇନ ସ୍ୱରୋଗ ପ୍ରତିରୋଧକ ଶକ୍ତି ପରିକ୍ଷା କାର୍ଯ୍ୟକ୍ରମ

କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ

ବୌଦ୍ଧ, ୩/୧୧: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ ଏବଂ ଆଇ.କ୍ୟୁ.ଏ.ସି (ନାକ୍‌) ଆନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ଅନଲାଇନ ଆଲୋଚନା ଚକ୍ର ଅନୁଷ୍ଟିତ ହୋଇଯାଇଛି । ଆମେ କିପରି ନିଜେ ନିଜର ରୋଗ ପ୍ରତିରୋଧକ ଶକ୍ତି ପରିକ୍ଷା କରିପାରିବା ସଂପର୍କିତ ଆଲୋଚନା ଚକ୍ରରେ ଆମେ କଣ କଲେ କୋରନା ସମେତ ଅନ୍ୟାନ ରୋଗ ସଂକ୍ରମଣ ଠାରୁ ମଧ୍ୟ ସୁରକ୍ଷିତ ରହି ପାରିବା ସେ ସଂପର୍କରେ ଆଲୋଚନା ହୋଇଥିଲା । ଓଡିଶାର ପ୍ରଥମ ମହାବିଦ୍ୟାଳୟ ଭାବେ ବୌଦ୍ଧ ପଂଚାୟତ ମହାବିଦାଳୟ ଏବଂ ମହାରାଷ୍ଟ୍ରର ରାଧୀ ଫାଉଣ୍ଡେସନ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପ୍ରଥମେ ମହାବିଦ୍ୟାଳୟର କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ରୋଗ ସ୍ୱପରିକ୍ଷା କରି ରୋଗ ପ୍ରତିରୋଧକର ଉପାୟ ସଂପର୍କରେ ମାର୍ଗଦର୍ଶନ କରାଯାଇଥିଲା । ପରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ଯୋଡିବା ପାଇଁ ସମସ୍ତ ପଦକ୍ଷେପ ନେବାକୁ ସ୍ଥିର କରାଯାଇଥିଲା । ଏଥିପାଇଁ ରାଧୀ ଡଟ କମ ୱେବସାଇଟକୁ ଯାଇ ଅନଲାଇନ ମାଧ୍ୟମରେ ଆମେ ସ୍ୱ ପରିକ୍ଷା କରି ଉଚିତ ପରାମର୍ଶ ପାଇପାରିବା ବୋଲି ରାଧୀ ଫାଉଣ୍ଡେସନର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡ. ରୀତା ସାଭଲା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆଲୋଚକଭାବେ ରାଧୀ ଫାଉଣ୍ଡେସନର ବର୍ତ୍ତମାନ ନିର୍ଦ୍ଦେଶକ ଅସିଫ ରେଶମବାଲା, ଯୁବ ରେଡକ୍ରସ ସଂପାଦକ ଅଧ୍ୟାପକ ପ୍ରବିର ଦାସ, ରାଜ୍ୟ ଯୁବ ରେଡକ୍ରସ ଅଧିକାରୀ ଡ. ଅଜୟ କୁମାର ତ୍ରୀପାଠୀ, ପ୍ରମୁଖ ଅନଲାଇନରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ମହାବିଦ୍ୟାଳୟର ଅଧ୍ୟାପକ ଡ. ଦିଲ୍ଲିପ କୁମାର ଖୁଣ୍ଟିଆ । ଏହି କାର୍ଯ୍ୟକ୍ରମରେ ପ୍ରଥମତଃ ୬୦ଜଣ ବ୍ୟକ୍ତି ଅନଲାଇନ ଅଂଶଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031