Indus Valley Times

ବୌଦ୍ଧ ଜିଲ୍ଲାରୁ ପ୍ରଥମ କରୋନା ଯୋଦ୍ଧାଙ୍କ ମୃତ୍ୟୁ

 Breaking News

ବୌଦ୍ଧ ଜିଲ୍ଲାରୁ ପ୍ରଥମ କରୋନା ଯୋଦ୍ଧାଙ୍କ ମୃତ୍ୟୁ

August 29
21:49 2020

କମ୍ଭୁ ଧର କ୍ଷେତୀ ଙ୍କ ରିପୋର୍ଟ
ବୌଦ୍ଧ, ୨୯/୮: ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିରନରସିଂପୁର ଗ୍ରାମର ଅବସରପ୍ରାପ୍ତ ଖେଳ ଶିକ୍ଷକ ତଥା ଜିଲ୍ଲା ଡୁମ୍ବାଳ ସମାଜର ସଭାପତି ପୁର୍ଣ୍ଣ ଚନ୍ଦ୍ର ମହାକୁଳଙ୍କ ଜ୍ୟେଷ୍ଠପୁତ୍ର ଆଶିଷ ମହାକୁଳ କରୋନାରେ ଶୁକ୍ରବାର ଦିନ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ମୃତ୍ୟୁ ବରଣ କରିଛନ୍ତି ।
ସେ ବିଧାୟକ ତଥା ଭୁବନେଶ୍ୱର ମେୟର ଅନନ୍ତ ଜେନାଙ୍କ ପିଏସଓ ଭାବେ କାର୍ଯ୍ୟରତ ଥିଲେ । ବିଧାୟକ ଅନନ୍ତ ଜେନାଙ୍କୁ କରୋନା ପଜେଟିଭ ହେବାପରେ ତାଙ୍କର ପିଏସଓ ଆଶିଷର ମଧ୍ୟ ଟେଷ୍ଟ କରାଯିବାରୁ ତାଙ୍କର ବି କରୋନା ପଜେଟିଭ ହୋଇଥିଲା । ଗତ ଏକ ସପ୍ତାହ ଧରି ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଥିଲେ । ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା ।
ସେ ପ୍ରଥମେ କମାଣ୍ଡୋ ଭାବେ ପରେ ୭ବାଟାଲିଅନ ଓ ବର୍ତମାନ ଓଡିଶା ପୋଲିସରେ କାର୍ଯ୍ୟ କରୁଥିଲେ । ସେ ଗତ ୬ମାସ ହେବ ବିଧାୟକ ଅନନ୍ତ ଜେନାଙ୍କର ପିଏସଓ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କରି ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଜିଲ୍ଲାର ପ୍ରଥମ କରୋନା ଯୋଦ୍ଧାଙ୍କ ମୃତ୍ୟୁରେ ତାଙ୍କରି ଜନ୍ମମାଟି ବିରନରସିଂପୁର ବଜାର କମିଟି ପକ୍ଷରୁ ଦିବଙ୍ଗତ ଆତ୍ମାର ସଦଗତି କାମନା କରି ଏକ ଶୋକସଭା ଆୟୋଜନ କରାଯାଇଥିଲା ।
ଭୁବନେଶ୍ୱର ଆରଓ ଠାରେ ତାଙ୍କୁ ଶେଷ ସଲାମ ପ୍ରଦର୍ଶନ କରାଯାଇଥିଲା । ସାଂସଦ ଅରୁପ ପଟ୍ଟନାୟକ, କମିଶନର ଓ ଭୁବନେଶ୍ୱର ଡିସିପି ବିର ଯୋଦ୍ଧାଙ୍କୁ ଶେଷ ଦର୍ଶନ କରିବାସହ ସମ୍ମାନ ଜଣାଇଥିଲେ । ଭୁବନେଶ୍ୱର ସତ୍ୟ ନଗର ଠାରେ ତାଙ୍କର ଶେଷ କୃତ୍ୟ ସଂପର୍ଣ୍ଣ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031