Indus Valley Times

ବୌଦ୍ଧ ଜିଲ୍ଲାରେ ମୋଟ ୨୨୦କରୋନା ଆକ୍ରାନ୍ତଙ୍କ ମଧ୍ୟ ରୁ ୧୪୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

 Breaking News

ବୌଦ୍ଧ ଜିଲ୍ଲାରେ ମୋଟ ୨୨୦କରୋନା ଆକ୍ରାନ୍ତଙ୍କ ମଧ୍ୟ ରୁ ୧୪୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

ବୌଦ୍ଧ ଜିଲ୍ଲାରେ ମୋଟ ୨୨୦କରୋନା ଆକ୍ରାନ୍ତଙ୍କ ମଧ୍ୟ ରୁ ୧୪୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି
August 12
12:38 2020

କମ୍ଭୁ ଧର କ୍ଷେତୀ ଙ୍କ ରିପୋର୍ଟ

ବୌଦ୍ଧ,୧୧/୮: ସୋମବାର ଦିନ ବୌଦ୍ଧ ଜିଲ୍ଲାରେ ମୋଟ ୨୨୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୪୬ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମଙ୍ଗଳବାର ଦିନ ଆଉ ୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ସମସ୍ତ ପଜିଟିଭ ବୌଦ୍ଧ ବ୍ଲକ୍ ଲକ୍ଷ୍ମୀପ୍ରସାଦ ଗ୍ରାମ ପଂଚାୟତ ଅନ୍ତର୍ଗତ ନାରାୟଣନଗର ଗ୍ରାମରୁ ଚିହ୍ନଟ ହୋଇଥିବା ଜଣାପଡିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୋନପୁର ଜିଲ୍ଲା ପଟାଭାଡି ଅଂଚଳରୁ ଆସି ନାରାୟଣ ନଗର ଗ୍ରାମରେ କିଛି ଦିନ ରହିଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ନମୁନା ନେଇ ଗତ ୯ ତାରିଖ ଦିନ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା ସେଥିରୁ ଏହି ୧୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ସିଡିଏମଓ କହିଛନ୍ତି ।
ଏହି ୧୦ ଜଣଙ୍କ ମଧ୍ୟରୁ ୭ ଜଣ କଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା ବେଳେ ବାକି ୩ ଜଣ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୦ରେ ପହଞ୍ଚିଛି । ସେଥିମଧ୍ୟରୁ ୧୪୬ ଜଣ ଆକ୍ରାନ୍ତ ସୁସ୍ଥା ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031