Indus Valley Times

ବୌଦ୍ଧ : ଜିଲ୍ଲାରେ ୫୧ନୂତନ ମତଦାନ କେନ୍ଦ୍ର ଗଠନ

 Breaking News

ବୌଦ୍ଧ : ଜିଲ୍ଲାରେ ୫୧ନୂତନ ମତଦାନ କେନ୍ଦ୍ର ଗଠନ

ବୌଦ୍ଧ : ଜିଲ୍ଲାରେ ୫୧ନୂତନ ମତଦାନ କେନ୍ଦ୍ର ଗଠନ
December 09
20:24 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୯/୧୨ : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ସହକାରୀ ଜିଲ୍ଲାପାଳ (ନିର୍ବାଚନ ) ଶରତ କୁମାର ମିଶ୍ର ଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ଥିଲେ ।
ଏଥିରେ ନୂତନ ଭାବେ ଗଠିତ ୫୧ଟି ମତଦାନ କେନ୍ଦ୍ର ସମ୍ପର୍କ ରେ ସବିଶେଷ ଭାବେ ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ଆଲୋଚନା କରଯାଇଥିଲା ।
ବୈଠକ ରେ ଉପସ୍ଥାପନ କରାଯାଇଥିବା ୫୧ ଟି ନୂତନ ମତଦାନ କେନ୍ଦ୍ରମଧ୍ୟରେ ୮୫-କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ର ୨୧୯ ଟି ଥିଲା ବର୍ତମାନ ନୂତନ ଭାବେ ୧୫ ଟି ଯୋଗ ହୋଇ ମୋଟ ୨୩୪ ଟି ମତଦାନ କେନ୍ଦ୍ର ହୋଇଛି।
ସେହିପରି ୮୬-ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ୧୯୬ ଟି ଥିଲା ବର୍ତମାନ ନୂତନ ଭାବେ ୩୬ ଟି ଯୋଗ ହୋଇ ମୋଟ ୨୩୨ ଟି ମତଦାନ କେନ୍ଦ୍ର ହୋଇଛି। ପୂର୍ବରୁ ଜିଲ୍ଲା ରେ ୪୧୫ ଟି ମତଦାନ କେନ୍ଦ୍ର ଥିଲା ବେଳେ ବର୍ତମାନ ନୂତନ ଭାବେ ୫୧ ଟି ଯୋଗ ହୋଇ ସର୍ବମୋଟ ୪୬୬ ଟି ମତଦାନ କେନ୍ଦ୍ର ହୋଇଛି।
ସେହିପରି ୮୫-କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ରେ ୧ ଟି ଏବଂ ୮୬-ବୌଦ୍ଧ ନିର୍ବାଚନ ମଣ୍ଡଳୀ ରେ ୪ ଟି ମତଦାନ କେନ୍ଦ୍ରର ସ୍ଥାନ ପରିବର୍ତନ ପାଇଁ ପ୍ରସ୍ତାବ ଆଗତ ହୋଇଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031