Indus Valley Times

ବୌଦ୍ଧ ଜିଲ୍ଲା ପରିଷଦ ସଭାଗୃହ ଠାରେ ଜିଲ୍ଲାର ୩୦ଟି ଶିକ୍ଷାନୁଷ୍ଠାନ, ୬୯ ଗ୍ରାମକୁ ତମାଖୁ ମୁକ୍ତ କରାଯିବାକୁ ନିଷ୍ପତି

 Breaking News

ବୌଦ୍ଧ ଜିଲ୍ଲା ପରିଷଦ ସଭାଗୃହ ଠାରେ ଜିଲ୍ଲାର ୩୦ଟି ଶିକ୍ଷାନୁଷ୍ଠାନ, ୬୯ ଗ୍ରାମକୁ ତମାଖୁ ମୁକ୍ତ କରାଯିବାକୁ ନିଷ୍ପତି

ବୌଦ୍ଧ ଜିଲ୍ଲା ପରିଷଦ ସଭାଗୃହ ଠାରେ ଜିଲ୍ଲାର ୩୦ଟି ଶିକ୍ଷାନୁଷ୍ଠାନ, ୬୯ ଗ୍ରାମକୁ ତମାଖୁ ମୁକ୍ତ କରାଯିବାକୁ ନିଷ୍ପତି
October 07
21:22 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୭/୧୦: ସରକାରଙ୍କ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପ୍ରକାରେ ବୌଦ୍ଧ ଜିଲ୍ଲା ସ୍ତରୀୟ ତମାଖୁ ସମନ୍ୱୟ କମିଟି ର ଏକ ବୈଠକ ଆଜି ବୌଦ୍ଧ ଜିଲ୍ଲା ପରିଷଦ ସଭାଗୃହ ଠାରେ ଅନୁଷ୍ଠିତ ଭୋଇଯାଇଛି ।
ବୈଠକ ରେ ବୌଦ୍ଧ ଜିଲ୍ଲାର ୩୦ଟି ଶିକ୍ଷାନୁଷ୍ଠାନ, ୬୯ ଗ୍ରାମକୁ ତମାଖୁ ମୁକ୍ତ କରାଯିବାକୁ ନିଷ୍ପତି ନିଆଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଜୟକୃଷ୍ଣୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗ ଦେଇଥିଲେ ।
ବୈଠକରେ ଜିଲ୍ଲା ୩୦ଟି ଶିକ୍ଷାନୁଷ୍ଠାନ, ୬୯ ଗ୍ରାମପଂଚାୟତର ୬୯ଟି ଗ୍ରାମକୁ ତମାଖୁ ମୁକ୍ତ କରାଯିବାକୁ ନିଷ୍ପତି ନିଆଯିବା ସହ ତୁରନ୍ତ କାର‌୍ୟ୍ୟକାରୀ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।
ବୈଠକରେ ଜ଼ିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ , ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ, ଜିଲ୍ଲା ପରାମର୍ଶଦାତା ଆଲୋକ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ବୌଦ୍ଧ ନିର୍ବାଚନ ମଣ୍ଡଳୀ ସଂଯୋଜକ ଦାୟିତ୍ୱ: ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ପ୍ରଧାନଙ୍କୁ କଣ୍ଟାମାଳ ନିର୍ବାଚନ ମଣ୍ଡଳି ପର୍ଯ୍ୟବେକ୍ଷକ
ବୌଦ୍ଧ,୭ା୧୦ : ଆଗାମୀ ସାଧାରଣ ନିର୍ବର୍ାଚନ ପଇଁ ବିଜେଡି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଦଳ ତୃଣମୂଳସ୍ତରରୁ ଦଳର ସଂଗଠନକୁ ଗୁରୁତ୍ୱ ଦେବା ସହିତ ପ୍ରମୁଖ ନେତା ଓ ସଂଗଠକମାନଙ୍କୁ ଦାୟିତ୍ୱ ବଣ୍ଟନ ଆରମ୍ଭ ହୋଇଛି । ବୌଦ୍ଧ ନିର୍ବାଚନ ମଣ୍ଡଳୀ ପାଇଁ ଜିଲ୍ଲା ବିଜେଡି ଯୁବ ସଭାପତି ତଥା ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ରଙ୍କୁ ସଂଯୋଜକ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପାଇଁ ଦଳର ରାଜ୍ୟ ସଂପାଦକ ସୁଧିର ମହାକୁଡଙ୍କୁ ସଂଯୋଜକ ଦାୟୀତ୍ୱ ଦିଆଯାଇଛି ।
ସେହିପରି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଚିତ କର୍ଣ୍ଣଙ୍କୁ ବୌଦ୍ଧ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ପ୍ରଦାନ କରାଯାଇ ଥିବା ବେଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପାଇଁ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟ ସୁବୋଧ କୁମାର ପ୍ରଧାନଙ୍କୁ ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି ।
ବୌଦ୍ଧ ନିର୍ବାଚନ ମଣ୍ଡଳୀ ସଂଯୋଜକ ଶ୍ରୀ ମିଶ୍ର ଛାତ୍ର ଜୀବନରୁ ରାଜନିତୀ ଆରମ୍ଭ କରିବା ସହିତ ଦଳ ପକ୍ଷରୁ ଜିଲ୍ଲା ବିଜେଡିର ସାଧାରଣ ସମ୍ପାଦକ,ଜୀବନବିନ୍ଦୁ ସଂଯୋଜକ,ଜିଲ୍ଲା ଯୁବ ବିଜେଡି ସଭାପତି ଓ ଏନଏସି ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନିର୍ବାହ କରୁଛନ୍ତି ।
ସେହିପରି କଣ୍ଟାମାଳ ପର୍ଯ୍ୟବେକ୍ଷକ ଶ୍ରୀ ପ୍ରଧାନ ମଧ୍ୟ ଛାତ୍ର ଜୀବନରୁ ରାଜନିତି ସହିତ ଜଡିତ ରହି ହରଭଙ୍ଗା ପଂଚାୟତର ସରପଂଚ ଥିଲେ । ପରବର୍ତ୍ତି ସମୟରେ ସେ ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି, ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟ ଏବଂ ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଡାଇରେକ୍ଟର ଭଳି ଗୁରୁଦାୟୀତ୍ୱରେ ଅଛନ୍ତି ।
ମାଣ୍ଡିଆରେ ପ୍ରସ୍ତୁତି ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ
ବୌଦ୍,; ୭/୧୦: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ କଲ୍ୟାଣ ମଣ୍ଡପ ଠାରେ ଆଜି ଓଡିଶା ମିଲେଟ ମିଶନ ବୌଦ୍ଧ ତରଫରୁ ମାଣ୍ଡିଆ ତିଆରି ଖାଦ୍ୟ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ହରଭଙ୍ଗା ବ୍ଲକ୍ ଉପାଧ୍ୟକ୍ଷ ସରୋଜ ପ୍ରଧାନ,ସମ୍ମାନିତ ଅତିଥି ଭାବରେ ନିଲେଟ ମିଶନ ର ଜିଲ୍ଲା ସଂଯୋଜକ ଜିତେନ୍ଦ୍ର କାର୍ଜେ , ସିଡ଼ିପିଓ ମିନତି ଦେଓ,ବ୍ଲକ୍ କୃଷି ଅଧିକାରୀ ସବ୍ୟସାଚୀ ଦାସ ,ବ୍ଲକ୍ ସହକାରୀ କୃଷି ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ। କାର‌୍ୟ୍ୟକ୍ରମରେ ହରାଭଙ୍ଗା ବ୍ଲକ୍ ର ବିଭିନ୍ନ ସ୍ଵଂୟ ସହାୟକ ଗୋଷ୍ଠୀ ର ମହିଳା ମାନେ ପ୍ରତିଭାଗି ଭାବରେ ଅଂଶ ଗ୍ରହଣ କରିଥିଲେ ।
ହରଭଙ୍ଗା ବ୍ଲକ୍ ରେ କାର୍ଯ୍ୟରତ ମିଲେଟ ମିଶନ ର ବ୍ଲକ୍ ସଂଯୋଜକ ସୀତାକାନ୍ତ ସାହୁ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ଵାଗତ ଜଣେଇ ଅତିଥି ପରିଚୟ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା।
ସମସ୍ତ ସ୍ଵଂୟ ସହାୟକ ଗୋଷ୍ଠୀ ମହିଳା ମାନେ ପ୍ରସ୍ତୁତ କରିଥିବା ମାଣ୍ଡିଆ ପ୍ରସ୍ତୁତି ଖାଦ୍ୟ ଗୁଡ଼ିକୁ ଉପସ୍ଥିତ ଅତିଥି ମାନେ ସ୍ଵାଦ ଅନୁସାରେ ପରୀକ୍ଷଣ ପରେ ସେମାନଙ୍କ ଭିତରୁ କୃତି ପ୍ରତିଯୋଗୀ ଙ୍କୁ ଚୟନ କରି ମାନପତ୍ର ସହିତ ଟ୍ରଫି ପ୍ରଦାନ ପୂର୍ବକ ଉତ୍ସାହିତ କରାଗଲା। କାର୍ଯ୍ୟକ୍ରମ କୁ ପରିଚାଳନାରେ ପ୍ରତାପ ମେହେର, ଶିଳ୍ପାରାନି ବେହେରା ,ପ୍ରବୀଣ ମହାନନ୍ଦିଆ ପ୍ରମୁଖ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031