Indus Valley Times

ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଡଃ ବି.ଆର. ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ

 Breaking News

ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଡଃ ବି.ଆର. ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ

ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଡଃ ବି.ଆର. ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ
April 15
20:36 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୫/୪: ଡଃ ବି.ଆର. ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଅବସରରେ ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ସକାଳ ୭ ଘଟିକା ସମୟରେ ଏଲ.ଆଇ.ସି. କଲୋନୀ ସ୍ଥିତ ଗାଈଗୋଠ ପଡିଆଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦ, ଇଂ. ମନୋରଞ୍ଜନ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ସାନିଟେସନ ଏକ୍ସପର୍ଟ, ସୁନୀଲ କୁମାର ପ୍ରଧାନଙ୍କ ସହଯୋଗରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ସମସ୍ତ ସ୍ଵଚ୍ଛ ସାଥି, ପରିମଳ କର୍ମଚାରୀ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ଏବଂ ଏନ.ଏ.ସି. କର୍ମଚାରୀ ସଫେଇ କାମ କରିବା ସହିତ ବସ୍ତି ବାସିନ୍ଦାଙ୍କୁ ସ୍ଵଚ୍ଛତାର ବାର୍ତ୍ତା ପ୍ରେରଣ କରିଥିଲ ।
ପରେ ପରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା ଯୋଗଦେଇ ତହସିଲ କାର‌୍ୟ୍ୟାଳୟ ଛକ ସ୍ଥିତ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ପଦାଧିକାରୀ, କର୍ମଚାରୀ, ଏନ.ଏ.ସି. କର୍ମଚାରୀ, ବୌଦ୍ଧ ଜିଲ୍ଲା ପାଣ, ଗଣ୍ଡା ସମାଜ ବିକାଶ ପରିଷଦର କର୍ମକର୍ତ୍ତା, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେଇ ସାମୁହିକ ମାଲ୍ୟାର୍ପଣ କରିଥିଲେ, ପରେ ପରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟଠାରେ ଉଚ୍ଚ ବିଦ୍ୟାଳୟ/ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ତରୀୟ ଓଡ଼ିଆ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି ।
ଏଥିରେ ବିଚାରକ ଭାବେ ଡଃ ପ୍ରବୀର ଦାସ, ଅଧ୍ୟାପକ, କାର୍ତ୍ତିକେଶ୍ଵର ନାଏକ, ପ୍ରଧାନ ଶିକ୍ଷକ, ନବକିଶୋର ଦୀପ, ସହକାରୀ ଶିକ୍ଷକ, ଚିତ୍ତରଞ୍ଜନ ଦାସ, ଓକିଲ ସିନିୟର ସ୍ତରରେ ଏବଂ ଜ୍ଞାନଚାନ୍ଦ ଶତପଥି, ସହକାରୀ ଶିକ୍ଷକ, ସନ୍ତୋଷ କୁମାର କର୍ଣ୍ଣ, ସି.ଆର.ସି.ସି., ରମେଶ ପ୍ରସାଦ ମେହେର, ସାହିତ୍ୟିକ, ବିଜୟ କୁମାର ସାହୁ, ସହକାରୀ ଶିକ୍ଷକ ଜୁନିୟର ସ୍ତରର ବିଚାରକ କାର୍ଯ୍ୟ ତୁଲାଇ ଥିଲେ ।
ପରେ ପରେ ପୁରସ୍କାର ବତରଣୀ ସଭା ଅନୁଷ୍ଠିତ ହୋଇଥିଲା,ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ତରୀୟ ଓଡ଼ିଆ ବକୃତା ପ୍ରତିଯୋଗିତାରେ ଆର୍ଯ୍ୟ ନାରାୟଣ ଦେବ, ସେଣ୍ଟ ଜାଭିୟର ସ୍କୁଲ – ପ୍ରଥମ, ରାଜଶ୍ରୀ ମହାପାତ୍ର, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର – ଦ୍ଵିତୀୟ , ସଂତୃପ୍ତି ସାହୁ , କେନ୍ଦ୍ରୀୟ ବିଦ୍ୟାଳୟ – ତୃତୀୟ, ସେହିଭଳି ଉଚ୍ଚ ବିଦ୍ୟାଳୟ ସ୍ତରୀୟରେ ଅଭିଲିପ୍ସା ମହାନ୍ତି, ଓଡିଶା ଷ୍ଟେଟ ବିଗ୍ରେଡ ସ୍କୁଲ – ପ୍ରଥମ, ଆର୍ଚୀ ଚିନ୍ମୟୀ ପ୍ରଧାନ, ସେଣ୍ଟ ଜାଭିୟର ସ୍କୁଲ – ଦ୍ଵିତୀୟ, ଏବଂ ମନିଷା ରାଣୀ ପୁରୋହିତ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଏବଂ ଶ୍ରୀୟାଶ୍ରୀ ମେହେର, ଓଡିଶା ଆଦର୍ଶ ବିଦ୍ୟାଳୟ – ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ ।
ସମ୍ମାନିତ ଅତିଥିଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ, ସୁକ୍ରୁ ସ୍ଵାଇଁ, ସହକାରୀ ଜିଲ୍ଲାପାଳ, ବୀରଞ୍ଚି ଧରୁଆ, ପ୍ରବୀର ଦାସ, ଅଧ୍ୟାପକ, ବିଚାରକବୃନ୍ଦ ଆମ୍ବେଦକରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ବାର୍ତ୍ତା ପ୍ରଦାନ କରିବା ସହ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।
ମୁଖ୍ୟ ଅତିଥି ଶ୍ରୀମତୀ ଦଳବେହରା ଡଃ ବି.ଆର. ଆମ୍ବେଦକରଙ୍କ ସ୍ମୁତୀ ଚାରଣ କରିଥିଲେ ଏବଂ “ମଣିଷ ଜୀବନ ଦୀର୍ଘ ନ ହୋଇ ମହାନ ହେବା ଉଚିତ” ବୋଲି ବକ୍ତବ୍ୟ ଦେବା ସହ “ଜୀବନ ଆରମ୍ଭ ଭାରତୀୟ ଶେଷ ମଧ୍ୟ ଭାରତୀୟ” ଏଣୁ ଭାରତୀୟ ସମ୍ବିଧାନକୁ ରକ୍ଷା କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ମତ ଦେଇଥିଲେ ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରୀତାକାନ୍ତି ବଳିୟାରସିଂହ ସ୍ଵାଗତ ଭାଷଣ ସହ ସ୍ଵରଚିତ କବିତା ପାଠ କରିଥିଲେ, କାର‌୍ୟ୍ୟକ୍ରମ ଶେଷରେ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ବ୍ଲକ କଳା ସାଂସ୍କୃତିକ ସଂଘର ଉପସଭାପତି ସ୍ଵାଧୀନ କୁମାର ପରିଡା, ବସନ୍ତ ସାହୁ, ପ୍ର.ଶି. ଏବଂ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର କର୍ମଚାରୀ ମଣ୍ଟୁ ପାଣ୍ଡେ, ଯୁଧିଷ୍ଠିର ପ୍ରଧାନି, ଅକ୍ଷୟ କୁମାର ମହାକୁଡ, ସୁବାସିନୀ ସେଠୀ ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ହନୁମାନ ଜୟନ୍ତୀେରେ ହନୁମାନ ମୟ ବୌଦ୍ଧ ସହର
ବୌଦ୍ଧ,୧୫ା୪: ବୌଦ୍ଧଗଡଜାତର ପ୍ରସିଦ୍ଧ ରାମଲୀଳା ଯାତ୍ରାର ଗୁରୁବାର ଦିନ ଥିଲା ପଞ୍ଚମ ଦିବସ । । ପଞ୍ଚମ ଦିବସରେ କୌଣସି ନାଟକ ପରିବେଷଣ ହୋଇନଥିଲା ବେଳେ ପରିବେଷଣ ହୋଇଥିଲା ସୁନ୍ଦରକାଣ୍ଡ ପାରାୟଣ । ଗୁରୁବାର ହେଉଛି ମହାବିଷୁବ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ । ବୌଦ୍ଧର ଅଗ୍ରଣୀ ଅନୁଷ୍ଠାନ ରାମଳୀଳା ନାଟ୍ୟ ସଂସଦ ପକ୍ଷରୁ ଆୟୋଜିତ ରାମଳିଳା ଯାତ୍ରା ମହାସମାରୋହରେ ପାଳନ କରାଯାଉଥିବା ବେଳେ ରାମଳିଳା ଯାତ୍ରକୁ ଅଧିକ ସରସ ସୁନ୍ଦର କରିବାକୁ ନାଟ୍ୟ ସଂସଦ ପକ୍ଷରୁ ଚଳିତ ବର୍ଷ ନୁତ ନ ପଦକ୍ଷେପ ଗ୍ରହଣ କରାଯାଉଛି । ରାମଳିଳା ନାଟକର ଦିତୀୟ ଦିବସରେ ମୁକ୍ତାକାଶ ରଙ୍ଗଞ୍ଚ ମଞ୍ଚରେ ସୀତା ସ୍ୱୟଂମ୍ବର ନାଟକ ଅନୁଷ୍ଠିତ ହୋଇଥିଲା । ଗୁରୁବାର ପବିତ୍ର ହନୁମାନ ଜୟନ୍ତୀ ଥିବାରୁ ରାମଳିଳା ନାଟ୍ୟ ସଂସଦ ପକ୍ଷରୁ ସହରର ସାରା ହନୁମାନ ମୟ କରାଯାଇଥିଲା । ପାଖାପାଖି ୪୦ରୁ ଅଧିକ ଛୋଟ ବଡ କଳାକଳାରକୁ ହନୁମାନ ବେଶରେ ସଜ୍ଜିତ କରି ମାରୁତି ମଣ୍ଡପ ଠାରୁ ଏକ ବିରାଟ ଶୋଭାଯାତ୍ରା ସହରର ପରିକ୍ରମା କରାଯାଇଥିଲା । ଏହା ଯୋଗୁଁ ସହର ପୁରା ହନୁମାନ ମୟ ହୋଇପଡିଥିଲା । ଶୋଭଯାତ୍ରା ହନୁମାନ ବେଶ ଧାରୀ ମାନେ ସହରର ବିଭିନ୍ନ ଛକ ଗୁଡିକରେ ସାଧାରଣ ଜନତା ଓ ଦୋକାନି ମାନଙ୍କୁ ବିଭିନ୍ନ ସଚେତନତାବାର୍ତ୍ତା ଦେଇଥିଲୋ ।
ମର୍ମନ୍ତୁଦ ସଡକ ଦୁର୍ଘଟଣା:ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର; ସ୍ୱାମୀ ମୃତ, ଦୁଇ ଛୁଆଙ୍କ ସହିତ ସ୍ତ୍ରୀ ଗୁରୁତର
ବୌଦ୍ଧ,୧୫/୪: ଛତିଶଗଡରୁ ପୁରୀକୁ ଜଗନ୍ନାଥ ଦର୍ଶନ କରିବାକୁ କାର(ସିଜି- ୦୪- ଏଚ୍‌ଡି – ୯୯୯୧)ରେ ଏକ ପରିବାର ଯାଉଥିବା ବେଲେ ବୌଦ୍ଧ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ହରେକୃଷ୍ଣପୁର ଠାରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟିହେଲା ।
ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା । ମିଳିଥିବା ସୂଚନା ଅନୁଯାଇ, ଛତିଶଗଡ ରାୟପୁରର ଦିପକ ଭାଡେର ନିଜେ ଗାଡି ଚଳାଇ ନିଜ ପତ୍ନୀ ସୀମା ଭାଡେର ଓ ୨ ଛୋଟ ଝିଅ ପାଲକ ଓ ଖୁସିଙ୍କୁ ଧରି ପୁରୀକୁ ଜଗନ୍ନାଥ ଦର୍ଶନ କରିବା ପାଇଁ ଯାତ୍ରା କରୁଥିଲେ ।
ଏହି ସମୟରେ କାରଟି ବୌଦ୍ଧଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକର ଜାତୀୟ ରାଜପଥର ହରେକୃଷ୍ଣପୁର ମନ୍ଦିର ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ ଥିବା ଏକ ଲିମ୍ବ ଗଛ ସହିତ ଧକ୍କା ହୋଇଥିଲା । କାରଟି ଗଛ ସହିତ ଧକ୍କା ହେବା ଫଳରେ ଗାଡି ଚାଳକ ଦୀପକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।
ଗାଡିରେ ବସିଥିବା ସ୍ତ୍ରୀ ସୀମା ଓ ୨ ଛୋଟ ଝିଅ ପାଲକ ଓ ଖୁସି ଆହାତ ହୋଇପଡିଥିଲେ । ଆହତମାନଙ୍କୁ ସ୍ଥାନିୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନସ ଯୋଗେ ପୁରୁଣାକଟକ ଡାକ୍ତରଖାନାକୁ ପଠାଇଥିଲେ ।
ମହିଳାଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ୨ ଛୋଟ ଝିଅ ପାଲକ ଓ ଖୁସି ବିପଦ ମୁକ୍ତ ଥିବା ଜଣାପଡିଛି । ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଁଞ୍ôଚ ମୃତକର ଶବ କୁ ଜବତ କରି ପୋଷ୍ଟମର୍ଟମ ପାଇଁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏନେଇ ଏକ ମାମଲା ରୁଜ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି ।
ମା ଭୈରବି ବସ କର୍ମଚାରୀ ସଂଘ ବୌଦ୍ଧର ମହାନତା,ମୃତକ ଙ୍କ ପରିବାର କୁ ସହାୟତା
ବୌଦ୍ଧ,୧୫/୪: ବୌଦ୍ଧ ଜିଲ୍ଲା ରସ୍କା (ଦହ୍ୟା)ଗ୍ରାମ ପଞ୍ଚାୟତ ର ଦହ୍ୟା ଗ୍ରାମ ର କ୍ଷେତ୍ରବାସୀ ସାହୁ , ପେସାରେ ସେ ଜଣେ ଡ୍ରାଇଭର ଥିଲେ, ଗତ ୦୧୵୦୪୵ ୨୦୨୨ ତାରିଖ ରେ ହଠାତ୍ ଅସୁସ୍ଥ ହୋଇପଡିଲେ,ଅସୁସ୍ଥ ଅବସ୍ଥା ରେ କ୍ଷେତ୍ରବାସୀ ଙ୍କ ହେହାନ୍ତ ହୋଇଗଲା ।
ବେସାହାରା ହୋଇଗଲା କ୍ଷେତ୍ରବାସୀଙ୍କ ପରିବାର, କ୍ଷେତ୍ରବାସୀଙ୍କ ଶୁଦ୍ଦିକ୍ରିୟାରେ ମାଁ ଭୈରବୀ ବସ କର୍ମଚାରୀ ସଂଘ ବୌଦ୍ଧ, ତରଫରୁ ଆର୍ଥିକ ସହାୟତା ୫୦୦୦ ଟଙ୍କା ଓ କିଛି ବସ୍ତ୍ର ଦେଇ ଥିଲେ ଓ ବୀମାର ଦୁଇ ଲକ୍ଷ ଟଙ୍କା କରାଇ ଦେବାକୁ ମୃତ କ୍ଷେତ୍ରବାସୀ ଙ୍କ ପରିବାର କୁ ପ୍ରତିଶ୍ରୁତି ଦେଲେ,ମାଁ ଭୈରବୀ ବସ କର୍ମଚାରୀ ସଂଘ ର ସମ୍ପାଦକ ଦୀଲିପ କୁମାର ସାହୁ,କୋଷାଧ୍ୟକ୍ଷ ପ୍ରଫୁଲ ନାଏକ, ସଦସ୍ୟ ଅମିତ ରାଜ,ବିଶ୍ବାମିତ୍ର ମେହେର, ରଜଂନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ବୌଦ୍ଧ ଜିଲ୍ଲା କଲଚରାଲ ଏକଡେମୀର ବିଷୁବ ମିଳନ ପାଳିତ
ବୌଦ୍ଧ, ୧୫/୪: ବୌଦ୍ଧ ଜିଲ୍ଲା କଲଚରାଲ ଏକାଡେମୀର ବିଷୁବ ମିଳନ ଆସର ଏକାଡେମୀର ଉପସଭାପତି ତଥା ଶିଶୁ ସାହିତ୍ୟିକ ଓ ଫିଚର ଲେଖକ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ।
ମୁଖ୍ୟଅତିଥି ଇଂରାଜୀ ଭାଷା ସାହିତ୍ୟ ପତ୍ରିକା ରକପେବଲର ସମ୍ପାଦକ ତଥା ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ଉଦୟନାଥ ମାଝୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ କବିତାରେ ଶବ୍ଦ ସଂଯୋଜନା ମନର ଭାବକୁ ପ୍ରକାଶ କରିଥାଏ ।
ଆମେ ଆଖିଖୋଲିଲେ ଦେଖିଥାଉ କିନ୍ତୁ କବି ଆଖି ବନ୍ଦ କରି ଦେଖିପାରେ,ସାହିତ୍ୟ ସାଧନ ମଣିଷକୁ ସ୍ୱତନ୍ତ୍ର ପରିଚୟ ଦେଇଥାଏ ବୋଲି ବକ୍ତବ୍ୟ ରଖିଥିଲେ ।
୧୯୮୭ ମସିହାରେ ଆରମ୍ଭ ହୋଇଥିବା ଇଂରାଜୀ ସାହିତ୍ୟ ପତ୍ରିକା ଡ଼ଃ ମାଝୀ ୩୫ ବର୍ଷ ହେଲା ପ୍ରକାଶିତ କରିଆସୁଛନ୍ତି , ଉକ୍ତ ପତ୍ରିକାର ମାର୍ଚ୍ଚ ସଂଖ୍ୟା ଏବଂ ଆଜିର ମୁଖ୍ୟବକ୍ତା ରୋମାଣ୍ଟିକ କବି କିଶୋର ମିଶ୍ରଙ୍କ ଲିଖିତ କବିତା ପୁସ୍ତକ “ଫେରାଇ ଦିଅ ମୋର ସବୁ ଶବ୍ଦ “ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା ।
ମୁଖ୍ୟ ବକ୍ତା ରୋମାଣ୍ଟିକ କବି କିଶୋର ମିଶ୍ର,ମଳୟ ଆସିଲେ ପ୍ରଥମେ ବହିବ ମୋ ପ୍ରିୟାର କେଶ ଛୁଇଁ, ଶ୍ରାବଣ ଆସିଲେ ପ୍ରଥମେ ଆସିବ ମୋ ପ୍ରିୟାର ଆଖି ଛୁଇଁ କବିତା ସହିତ କବି, ସାହିତ୍ୟ ଓ ନାରୀର ତୁଳନାତ୍ମକ ଆଲୋଚନା କରିଥିଲେ, କିଛି ଲୋକ “ବନ୍ଦେ ଉତ୍କଳ ଜନନୀ ” କୁ ବିରୋଧ କରୁଥିବାରୁ ତା ଉପରେ ମତ ରଖି କୌଣସି ଓଡିଶା ସାହିତ୍ୟକୁ ବିରୋଧ ନକରି ନୂତନ ସାହିତ୍ୟ ସୃଷ୍ଟି କରିବାକୁ ଆହ୍ୱାନ କରିଥିଲେ,ଫୁଲର ଧର୍ମ ସେ ନିଶ୍ଚିତ ଫୁଟିବ, କଲମର ଧର୍ମ ସେ ନିଶ୍ଚିତ ଲେଖିବ ବୋଲି କହିଥିଲେ ।
ଶିଶୁ ସାହିତ୍ୟିକ ତଥା କାର‌୍ୟ୍ୟକ୍ରମର ସଭାପତି ଶ୍ରୀ ଘିବେଲା ମାଟି ମାଆ,ମାତୃଭାଷାକୁ ଭଲ ପାଇବା, ନିୟମିତ ଲେଖିବା, କିଛି ଲେଖିବାକୁ ହେଲେ ଅଧିକ ପଢିବା, ଲେଖିବା ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିବା ବୋଲି ବକ୍ତବ୍ୟ ରଖିଥିଲେ,ଦ୍ଵିତୀୟ ପର‌୍ୟ୍ୟାୟରେ ଯୁବ କବି ସୁଦୀପ୍ତ କୁମାର ପଣ୍ଡା କବିତା ସଂଯୋଜନା କରିଥିଲେ ।
କବି ସୁଜ୍ଞାନ ବାଘ, ଅରୁଣ କୁମାର ମେହେର, ସତ୍ୟନାରାୟଣ ଦେହୁରୀ, ଦେବେନ୍ଦ୍ର କୁମାର ଦେହୁରୀ, ରାଜକୁମାର ପ୍ରଧାନ, ଟଙ୍କଧର ସାହୁ, କିଶୋର ମିଶ୍ର, ଅଭିନଵ ପଟ୍ଟନାୟକ, ସୁଶାନ୍ତ କୁମାର ମହାପାତ୍ର, ଅଖିଳ କୁମାର ପ୍ରଧାନ, ଧ୍ରୁବ ଚରଣ ଘିବେଲା ଓ ସୁଦୀପ୍ତ କୁମାର ପଣ୍ଡା ନିଜ ନିଜର ସ୍ୱରଚିତ କବିତା ଆବୃତ୍ତି କରିଥିଲେ ।
ଏକାଡେମୀର ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର ପରିଚୟ ଦେବା ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସତ୍ୟନାରାୟଣ ଦେହୁରୀ ଧନ୍ୟବାଦ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031