Indus Valley Times

ବୌଦ୍ଧ: ଜିଲ୍ଲା ଯୋଗାଣ ବିଭାଗର କାର୍ଯ୍ୟାଳୟ ଗୃହ ଭିତ୍ତିପ୍ରସ୍ତର ସ୍ଥାପନା

 Breaking News

ବୌଦ୍ଧ: ଜିଲ୍ଲା ଯୋଗାଣ ବିଭାଗର କାର୍ଯ୍ୟାଳୟ ଗୃହ ଭିତ୍ତିପ୍ରସ୍ତର ସ୍ଥାପନା

ବୌଦ୍ଧ: ଜିଲ୍ଲା ଯୋଗାଣ ବିଭାଗର କାର୍ଯ୍ୟାଳୟ ଗୃହ ଭିତ୍ତିପ୍ରସ୍ତର ସ୍ଥାପନା
November 15
11:22 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୫/୧୧: ଜିଲ୍ଲା ବେସାମରିକ ଯୋଗାଣ ବିଭାଗର ନୂତନ କାର୍ଯ୍ୟାଳୟ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି ।
ସ୍ଥାନିୟ ରେଭ୍ୟୁନୁକଲୋନୀ ନିକଟରେ ୧କୋଟି ୪୯ଲକ୍ଷ ୪୪ହଜାର ବ୍ୟୟରେ ନିର୍ମାଣ ହେବାକୁଥିବା ଏହି କାର୍ଯ୍ୟାଳୟ ଗୃହ ଶିଳାନ୍ୟାସ ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଜଙ୍ଗଲ ପରିବେଶ ଓ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲାପାଳ ସତ୍ୟ ରଂଜନ ସାହୁ, ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଜିଲ୍ଲା ଯୋଗାଣ ଅଧିକାରୀ ବିଭୂ ପ୍ରସନ୍ନ ଆଚାର୍ଯ୍ୟ, ସହକାରୀ ଯୋଗାଣ ଅଧିକାରୀ ବିଷ୍ନ୍‌ୁ ଚରଣ ପ୍ରଧାନ, ସାଂସଦ ପ୍ରତିନିଧି ତାରେଣୀ ମହାପାତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଧାର୍ଯ୍ୟ ୁସମୟସୀମା ମଧ୍ୟରେ ଏହି ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଏହି ଅବସରରେ ମନ୍ତ୍ରୀ ନିର୍ମାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।
ଚକଫାଟି ଓଲଟିଲା ବୋଲେରୋ, ରୋଗୀକୁ ନେଇ ଯାଉଥିବାବେଳେ ଘଟଲା ଦୁର୍ଘଟଣା
ବୌଦ୍ଧ,୧୫/୧୧: ବୌଦ୍ଧ ଆରଟିଓ ଅଫିସ ସମ୍ମୁଖରେ ଚକଫାଟି ଓଲଟିଲା ବୋଲେରୋ ଗାଡି, ରୋଗୀକୁ ନେଇ ଯାଉଥିବାବେଳେ ଘଟିଛି ।
ଏହି ଦୁର୍ଘଟଣା , ବୋଲେରୋ ଗାଡି ଓଲଟିବା ସହ ପୁଲିସ ଭେନକୁ ଧକ୍କା ଦେଲା, ସୂଚନା ମତେ, ବଲେରୋ ଗାଡିରେ ଜଣେ ରୋଗୀକୁ ନେଇ ସୋନପୁର ଆଡକୁ ଯାଉଥିବା ବେଳେ ବୌଦ୍ଧ ଆରଟିଓ ଅଫିସ ନିକଟରେ ଘଟିଛି ।
ଏହି ଦୁର୍ଘଟଣା, ୫୭ ନମ୍ବର ଜାତୀୟ ରାଜପଥର ବୌଦ୍ଧ ଆରଟିଓ ଅଫିସ ନିକଟରେ ହଠାତ ଗାଡିର ଚକ ଫାଟିଯିବାରୁ ଭାରସାମ୍ୟ ହରାଇ ସାମନାରୁ ଆସୁଥିବା ପୁଲିସ ଭେନକୁ ଧକ୍କା ଦେଇ ରାସ୍ତା ତଳକୁ ଖସିପଡିଛି ।
ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ି ଥିବା ବେଳେ ପରିବାର ଲୋକେ ରୋଗୀଙ୍କୁ ଧରି ଅନ୍ୟଗାଡିରେ ଘଟଣାସ୍ଥଳରୁ ପଳାଇଯାଇଥିବା ଜଣାପଡ଼ିଛି ।

ବୌଦ୍ଧ ବ୍ଲକ ଶିକ୍ଷା ସମୀକ୍ଷା ବୈଠକ
ବୌଦ୍ଧ; ୧୫/୧୧:- ବୌଦ୍ଧ ବ୍ଲକ ସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା କାର‌୍ୟ୍ୟାଳୟ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିୁ ।
ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମର ପ୍ରଶ୍ନପତ୍ର ବଣ୍ଟନ, ଆସନ୍ତା ତା ୧୭,୧୮ ଓ ୧୯ ରିଖରେ ହେବାକୁ ଥିବା ଏଲ ଆର ପି ପରୀକ୍ଷା ,ବିଦ୍ୟାଳୟ ଶିକ୍ଷଣ କାର୍ଯ୍ୟ ଦେଖିବା ସହିତ ମଧ୍ୟାହ୍ନ ଭୋଜନ ତଦାରଖ କରିବାଉପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଘିବେଲା ଆଲୋଚନା କରିଥିଲେ ।
ବ୍ଲକ ସ୍ତରରେ ତୃତୀୟ ଓ ପଞ୍ଚମ ଶ୍ରେଣୀ ଛାତ୍ରମେଧାବୃତ୍ତି ୟୁ କୋ କ୍ଲବ, ପୋଷଣ ବଗିଚା, ମୋ ସ୍କୁଲ ଅଭିଯାନ ଓ ସ୍ୱଛତା ଦିଗରେ ଶ୍ରେଷ୍ଠତା ହାସଲ କରିଥିବା ବିଦ୍ୟାଳୟକୁ ଆସନ୍ତା ତା ୨୫/୧୧/୨୨ରିଖରେ ସମ୍ମାନିତ କରାଯିବା ସମ୍ମନ୍ଧେ ଆଲୋଚନା କରିବା ସହିତ ଉକ୍ତ କାର୍ଯ୍ୟକୁ ତୁଲାଇବା ସକାଶେ ସି ଆର ସି ସି ମାନଙ୍କୁ ଦାୟିତ୍ୱ ଦେଇଥିଲେ ।
ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ସୁନେତ୍ର ଯୋଜନା, କୋଭିଡ ଟୀକାକରଣ, ସ୍କୁଲ ବ୍ୟାଗ,ଇଲେକଟ୍ରିକ ବିଲ, ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆଦି ବିଷୟରେ ଆଲୋଚନା କରିଥିଲେ ।
ଶିକ୍ଷଣ ପରିପୂରଣ କାର‌୍ୟ୍ୟକ୍ରମର ବ୍ଲକ ସଂଯୋଜକ ସୁବ୍ରତ ବେହେରା ତାଙ୍କ ଟିମ ସହିତ ପ୍ରଶ୍ନପତ୍ର ବଣ୍ଟନରେ ସହଯୋଗ କରିଥିଲେ,ସି ଆର ସି ସି ନିରଞ୍ଜନ ମେହେର, ବିଜୟ କୁମାର ଭୋଇ, ପୂର୍ଣ୍ଣଚନ୍ଦ୍ର କରଡିଆ, ଲବକିଶୋର ପ୍ରଧାନ, ସନତ କୁମାର ବାରିକ, ସନ୍ତୋଷ କୁମାର ଶତପଥୀ ପ୍ରମୁଖଙ୍କ ସହିତ ସମସ୍ତ ସିଆରସିସି ଉପସ୍ଥିତ ଥିଲେ,ସିଆରସିସି ରାଜକୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ ।
ଆରସେଟି ବୌଦ୍ଧ ଠାରେ ଦୁଇ ଚକିଆ ଯାନ ମରାମତି ତାଲିମ ଉଦଯାପିତ
ବୌଦ୍ଧ,୧୫/୧୧: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲଣ୍ଡିବନ୍ଧ ଠାରେ ଅବସ୍ଥାପିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଏକ ମାସ ବ୍ୟାପି ଚାଲିବାକୁ ଥିବା ଦୁଇ ଚକିଆ ଯାନ ମରାମତି ତାଲିମ କାର‌୍ୟ୍ୟକ୍ରମ ଉଦଯାପିତ ହୋଇଯାଇଅଛି, ବୌଦ୍ଧ ଜିଲ୍ଲା ର ସମସ୍ତ ବ୍ଲକ ରୁ ୨୧ ଜଣ ପ୍ରଶିକ୍ଷାର୍ଥୀ ମାନେ ଏହି କାର‌୍ୟ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ, ଏହି କାର‌୍ୟ୍ୟକ୍ରମରେ ବସନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର‌୍ୟ୍ୟକ୍ରମ ଟିକୁ ଉଦଘାଟିତ କରିଥିଲେ, ଶାନ୍ତନୁ କୁମାର ପାଣିଗ୍ରାହୀ ପ୍ରଶିକ୍ଷକ ଭାବେ ଯୋଗ ଦେଇ ଦୁଇ ଚକିଆ ଯାନ ମରାମତି ତାଲିମ ର ସମସ୍ତ ଦିଗ ଉପରେ ଆଲୋକପାତ କରିବା ସହିତ ଏହାର କୌଶଳ ଶିକ୍ଷା ଦେଇଛନ୍ତି, ଅନୁଷ୍ଠାନର ନିର୍ଦେଶକ ବିଚିତ୍ର ମହାପାତ୍ର ଙ୍କ ତତ୍ୱାବଧାନରେ ସଂଯୋଜକ କାନନ ଖମାରୀ ସମସ୍ତ କର୍ମଚାରୀମାନଙ୍କ ସହଯୋଗରେ ତାଲିମ କାର‌୍ୟ୍ୟକ୍ରମଟିକୁ ପରିଚାଳନା କରିଅଛନ୍ତି ।

ବୌଦ୍ଧ: ତେଲ ନଦୀରେ ବୁଡି ଛାତ୍ରର ମୃତ୍ୟୁ
ବୌଦ୍ଧ,୧୫/୧୧: ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଳକ ଆମ୍ବଗହଣା ଗାଁର ଜଣେ ଛାତ୍ର ସୋମବାର ଦିନ ସକାଳେ ଗାଧୋଇବାକୁ ଯାଇ ତେଲ ନଦୀରେ ବୁଡି ମୁୃତ୍ୟୁ ହୋଇଥିବା ଜଣାପଡିଛି ।
ମିଳିଥିବା ସୁଚନା ମୁତାବକ ଆମ୍ବଗହଣା ଗାଁର ବାବୁଲୁ ବଗର୍ତ୍ତୀ (୧୮) ସୋନପୁର ମେଡେଲ ଡିଗ୍ରୀ ମହାବିଦ୍ୟାଳୟରେ ତୃତୀୟ ବର୍ଷର ଛାତ୍ର ଅଟନ୍ତି । ସେ ସୋମାବାର ଦିନ ଗାଁ ନିକଟସ୍ଥ ତେଲ ନଦୀକୁ ଗାଧୋଇବାକୁ ଯାଇଥିଲେ ।
ଗାଧୋଇବା ସମୟରେ ସେ ନଦୀର ସ୍ରୋତରେ ଭାସି ଯାଇଥିଲେ । ପାଖରେ ଥିବା ଅନ୍ୟ ଲୋକମାନେ ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ତାକୁ ସୋନପୁର ମେଡିକାଲକୁ ନିଆଯାଇଥିଲା କିନ୍ତୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ତାଙ୍କର ଶବ ବ୍ୟବଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତାଙ୍କର ମୃତ୍ୟୁରେ ସାରା ଗାଁରେ ଶୋକର ଛାୟା ଖେଳିଯାଇଛି ।
ବୌଦ୍ଧ: ଶିଶୁ ଉତ୍ସବ ପତାଙ୍ଗୀ ଉଦଘାଟିତ, ପିଲାଙ୍କ ନାଚଗୀତରେ ଦୁଲୁକିଲା ମଂଚ
ବୌଦ୍ଧ,୧୫/୧୧: ୱାଇସିଡିଏ , ଜିଲ୍ଲା ଶିଶୁ ସୁରକ୍ଷା , ସମଗ୍ର ଶିକ୍ଷା ଅଭିଯାନ ଓ ଚାଇଲଡ ଲାଇନର ମିଳିତ ସହଯୋଗରେ ଶିଶୁ ଉତ୍ସବ ପତାଙ୍ଗୀ କଚେରୀ ପଡିଆ ଠାରେ ଶିଶୁ ଦିବସରେ ଉଦଘାଟିତ ହୋଇଛି ।
ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବରେ ଜିଲ୍ଲାପାଳ ସତ୍ୟରଂଜନ ସାହୁ ଓ ସମ୍ମାନୀତ ଅତିଥିଭାବେ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଳାଦ ସହାୟ ମିନା, ଶିଶୁ ମଙ୍ଗଳ ସମିତର ଅଧ୍ୟକ୍ଷ ସାକ୍ଷୀଗୋପାଳ ପ୍ରଧାନ, ୱାଇସିଡିଏର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ମେହେର ପ୍ରମୁଖ ଯୋଗ ଦେଇଥିଲେ ।
ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ସାହୁ ପିଲାମାନଙ୍କ ସ୍ୱପ୍ନ ଦେଖି ପରିବାର ଶକ୍ତି ଓ ସାମର୍ଥ ଉପରେ ଦେଶର ଭବିଷ୍ୟତ ନିର୍ଭର ଶୀଳ । ଏହା ସହ ଶୈଶବ ହେଉଛି ସ୍ୱପ୍ନ, ସୃଜନଶୀଳତା ଓ ସମ୍ଭାବନାର ସମୟ । ପିଲାଙ୍କ ମଧ୍ୟରେ ସୃଜନ ଓ ସମ୍ଭାବନାର ନୁଆଦିଗନ୍ତ ତିଆରି କରିବା ଦିଗରେ ପତାଙ୍ଗୀ ଶିଶୁ ଉତ୍ସବ ସହାୟକ ହେବ ବୋଲି କହିଥିଲେ । ସମ୍ମାନୀତ ଅତିଥି ଆରକ୍ଷୀ ଅଧିକ୍ଷକ ଶ୍ରୀ ମିନା ପତାଙ୍ଗୀ ଶିଶୁମାନଙ୍କର ଉଭୟ ଶାରିରିକ ଓ ମାନସିକ ପ୍ରତିଭା ଚିହ୍ନଟ ଦିଗରେ ପ୍ରାୟସ କରୁଥିବା ଜାଣି ବୋଲି ମତ ବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ଦୁଇଜଣ ଶିଶୁ ପ୍ରତିଭାଙ୍କୁ ମଞ୍ଚ ଉପରେ ଅତିଥି ଆସନ ପ୍ରଦାନ କରାଯାଇଥିଲା ।
ଦିନର ବିଭିନ୍ନ ସମୟରେ ପିଲାଙ୍କ ମଧ୍ୟରେ ଚିତ୍ରାଙ୍କନ, ଓରିଗାମୀ, ସଙ୍ଗି୍‌ତ , ଚାମୁଚ ଦୌଡ , ସୃଜନାତ୍ମକ ରଚନା ଆଦି ପ୍ରତିଯୋଗିତା କରାଯାଇଥିଲା । ପିଲାଙ୍କ ନାଚ ଗୀତରେ ପୁରା ମଞ୍ଚ ଦୁଲୁକିଯାଇଥିଲା । ଏହି ଉତ୍ସବରେ ଜିଲାର ୩୦୦ରୁ ଅଧିକ ଛାତ୍ର ଛାତ୍ରୀ ଯୋଗଦେଇଥିଲେ । ମଙ୍ଗଳବାର ଏହି ଉଦଯାପିତ ହେବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031