Indus Valley Times

ବୌଦ୍ଧ ଜିଲ୍ଲା ରେ ମେଗା ଯୁବ ଦକ୍ଷତା ବିକାଶ ଓ ଆନନ୍ଦ ଅନୁଭୂତି ଶିବିର ଉଦଯାପିତ

 Breaking News

ବୌଦ୍ଧ ଜିଲ୍ଲା ରେ ମେଗା ଯୁବ ଦକ୍ଷତା ବିକାଶ ଓ ଆନନ୍ଦ ଅନୁଭୂତି ଶିବିର ଉଦଯାପିତ

March 21
18:00 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୧/୩ :ବୌଦ୍ଧ ଜିଲ୍ଲା ର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଦକ୍ଷତା ବିକାଶ ଓ ଆନନ୍ଦ ଅନୁଭୂତି ଶିବିର ବୌଦ୍ଧ ର ୧୦ ଗୋଟି ସ୍ତାନରେ ଗତ ୧୮ ତାରିଖ ଠାରୁ ଆରମ୍ଭ ହୋଇ ତା ୨୧ ତାରିଖରେ ଉଦଯାପିତ ହୋଇଯାଇଛି କ୍ଷ ଜିଲ୍ଲା ମ୍ୟୁଜିଅମ୍ ଠାରେ ଜିଲ୍ଲାସ୍ତରୀୟ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଯୋଗଦେଇ ଅଂଶ ଗ୍ରହଣ କାରିଙ୍କୁ ଉଦବୋଧନ ଦେଇଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ବୌଦ୍ଧ ପଞ୍ଚାୟତ କଲେଜ୍ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ଆର୍ଟ ଅଫ ଲିଭିଂ ର ବରିଷ୍ଟ ଶିକ୍ଷକ ରଂଜନ କୁମାର ସାହୁ, ଶିକ୍ଷୟତ୍ରୀ ପ୍ରମିଳା ନାଥ, ଅନୁଷୟା ସାହୁ, ଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମଞ୍ଚାଶିନ ଥିବାବେଳେ । ଏଥିରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁଶ୍ରୀ ରିତାକାନ୍ତି ବଳିଆରସିଂ,ମହିଳା ମହାବିଦ୍ୟାଳୟ ଅଧକ୍ଷ ରବିନ୍ଦ୍ର କୁମାର ଗୁରୁ, ଅଧ୍ୟାପକ ଶିବ ନାରାୟଣ ମେହେର,କେ.ବି. ହିଷ୍ଟ ଅଧ୍ୟାପକ ସୁରେନ୍ଦ୍ର କୁମାର ମହାକୁଡ, ଉପସ୍ଥିତ ଥିଲେ କ୍ଷ ଅଧ୍ୟାପକ ଡ଼ ପ୍ରବୀର କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ ।
ଶେଷ ଦିନରେ ବୌଦ୍ଧ ମ୍ୟୁଜିଅମ ଠାରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ, ବୌଦ୍ଧ ମହିଳା ମହାବିଦ୍ୟାଳୟ, କେ. ବି. ହିଷ୍ଟ୍ କଲେଜ୍, କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ଥିଲେ ।
ଜବାହାର ନବଦୟ ବିଦ୍ୟାଳୟ, ପଲିଟେନିକ୍, ଆଇ. ଆଇ. ଟି, ଛାତ୍ର ଛାତ୍ରୀ ମାନେ ଆଇ ଟି ଆଇ ପରିସରରେ ,ଭୈରବୀ ଡିଗ୍ରୀ କଲେଜ, ପୁରୁଣା କଟକ,ମାହେଶ୍ୱରୀ କଲେଜ୍, ବାଉଁ ଶୁଣି , ପାଳସାଗୋରା କଲେଜ୍,କଣ୍ଟାମାଳ କଲେଜର ଛାତ୍ର ଛାତ୍ରୀ ମାନେ ନିଜ ନିଜ ଅନୁଷ୍ଟାନ ରେ ଅଂଶ ଗ୍ରହଣ କରିଥିଲେ ।
ଏଥିରେ ଆର୍ଟ ଅଫ ଲିଭିଂ ର ୨୧ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇ ୧୦ଗୋଟି ଶିବିରରେ ଶିକ୍ଷାଦାନ କରିଥିଲେ । ଶିକ୍ଷକ ଓ ଶିକ୍ଷୟତ୍ରୀ ଭାବେ କୌସିକ ସାହୁ, ବରୁଣ ମହନ୍ତ, ଡ଼ା. ତାପସ ଷଡ଼ଙ୍ଗୀ, ମିହିର ପଟ୍ଟନାୟକ, କୁମାର ମଙ୍ଗଲମ୍, ରିସିକା ସାହୁ, ପୂଜା ଟିବେରୱାଲ , ଅନୁଷୟା ସାହୁ, ଲଙ୍ଗଜିତ ଦାଶ, ସୁବ୍ରତ ଦାଶ, ଆଦ୍ୟାଶା ମିଶ୍ର, ଗୀତିଶ୍ରି ମହାନ୍ତି, ନିଶା ଗିଲରା, କାଜଲ ଦାଶ, ନାରାୟଣ ଅଗ୍ରୱାଲ, ବିଜୟ ଭେର୍ମା, କପିଲ୍ ଅଗ୍ରୱାଲ, ବିବେକ ଅଗ୍ରୱାଲ, ପ୍ରମୁଖ ଯୋଗଦେଇ ଶିକ୍ଷାଦାନ କରିଥିଲେ ।
ଶିବିର ଆୟୋଜନରେ ବୌଦ୍ଧ ଜିଲ୍ଲା ପ୍ରଶାସନ, ଭାରତୀୟ ଷ୍ଟେଟ ବ୍ୟାଙ୍କ ସହାୟତା କରିଥିବା ବେଳେ ଆର୍ଟ ଅଫ ଲୀଭିଂ ର ସକ୍ରିୟ କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀ ପ୍ରମିଲ ଦଲାଲ,ଦେବାଶିଷ ପୁରୋହିତ, ଦେବରଞ୍ଜନ ମିଶ୍ର, ବିଜୟ କୁମାର ପ୍ରଧାନ, ସୁଜ୍ଞାନ କୁମାର ପାତ୍ର, କୃତ୍ତିବାସ୍ ପଲିଆ, ରାହୁଲ୍ କୁମାର ପ୍ରଧାନ, ସୁନିତା ଦାସ ପ୍ରମୁଖ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031